ETV Bharat / bharat

କଂଗ୍ରେସକୁ ଝଟକା, ବିଜେପିରେ ମିଶିଲେ ସାଂସଦ ପରିଣୀତି କୌର

author img

By ETV Bharat Odisha Team

Published : Mar 14, 2024, 10:42 PM IST

preneet kaur joined bjp in delhi headquarters: ପଞ୍ଜାବରେ କଂଗ୍ରେସକୁ ବଡ ଝଟକା । ବିଜେପିରେ ମିଶିଲେ କ୍ୟାପଟେନ ଅମରିନ୍ଦର ସିଂଙ୍କ ପତ୍ନୀ ତଥା ସାଂସଦ ପରିଣୀତି କୌର । ଅଧିକ ପଢନ୍ତୁ

କଂଗ୍ରେସକୁ ଝଟକା, ବିଜେପିରେ ମିଶିଲେ ସାଂସଦ ପରିଣୀତି କୌର
କଂଗ୍ରେସକୁ ଝଟକା, ବିଜେପିରେ ମିଶିଲେ ସାଂସଦ ପରିଣୀତି କୌର

ଚଣ୍ଡିଗଡ଼: ସାଧାରଣ ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଆଉ ଏକ ଝଟକା । ପଞ୍ଜାବରେ ଦଳର ବର୍ତ୍ତମାନର ଲୋକସଭା ସାଂସଦ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂଙ୍କ ପତ୍ନୀ ପରିଣୀତି କୌର ଆଜି ବିଜେପିରେ ସାମିଲ ହୋଇଛନ୍ତି । ଆଜି (ଗୁରୁବାର) ସେ ବିଜେପି ମୁଖ୍ୟାଳୟରେ ପହଞ୍ଚି ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି । ଏହି ଅବସରରେ ପଞ୍ଜାବ ବିଜେପି ରାଜ୍ୟ ସଭାପତି ସୁନୀଲ ଜାଖଡ ଏବଂ ବିଜେପିର ବରିଷ୍ଠ ନେତାମାନେ ମଧ୍ୟ ଉପସ୍ଥିତ ଥିଲେ । ତେବେ ଦିଲ୍ଲୀ ଗସ୍ତ କରିବା ପୂର୍ବରୁ ସେ କଂଗ୍ରେସର ସାଧାରଣ ସଦସ୍ୟା ପଦରୁ ଇସ୍ତଫା ଦେଇଥିଲେ । ନିଜ ଇସ୍ତଫା ପତ୍ର ପାର୍ଟି ହାଇକମାଣ୍ଡଙ୍କୁ ପଠାଇବା ପରେ ସେ ବିଜେପିରେ ସାମିଲ ହୋଇଛନ୍ତି । ସେ ଚଳିତ ନିର୍ବାଚନରେ ବିଜେପି ଟିକେଟରେ ଲଢିବାର ଯଥେଷ୍ଟ ସମ୍ଭାବନା ମଧ୍ୟ ରହିଛି ।

କ୍ରାମଗତ ଚାରିଥର ସଂସଦ :

ସୂଚନାଯୋଗ୍ୟ ଯେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂଙ୍କ ପତ୍ନୀ ପରିଣୀତି କୌର ଚାରିଥର ସାଂସଦ ଭାବେ ବିଜୟୀ ହୋଇଛନ୍ତି । ସେ ଗୁରୁତ୍ବପୂର୍ଣ୍ଣ ପଟିଆଲା ସଂସଦୀୟ କ୍ଷେତ୍ରରୁ ପ୍ରତିନିଧିତ୍ବ କରୁଥିଲେ । ହେଲେ ପୂର୍ବରୁ ସ୍ବାମୀ ଅମିରନ୍ଦର ସିଂ ଦଳ ଛାଡି ସାରିଥିବା ବେଳେ ଚଳିତ ନିର୍ବାଚନ ପୂର୍ବରୁ ସେ ମଧ୍ୟ କଂଗ୍ରେସ ଛାଡିବାକୁ ଉଚିତ ମନେ କରିଛନ୍ତି । ଏହି ଦଳବଦଳ ସମୀକରଣ ସହ ସେ ପ୍ରଥମ ଥର ପାଇଁ ବିଜେପି ଟିକେଟରେ ପଟିଆଲା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବା ମଧ୍ୟ ଆଶା କରାଯାଉଛି ।

ଆଜି ବିଜେପିରେ ସାମିଲ ହେବା ଅବସରରେ ସେ କହିଛନ୍ତି, ‘‘ମୁଁ ବିଜେପିକୁ ଆସି ବହୁତ ଖୁସି ଅନୁଭବ କରୁଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୀତି ଓ ବିକାଶ ଦେଖିବା ପରେ ମୁଁ ବିଜେପିରେ ଯୋଗଦେବାକୁ ନିଷ୍ପତ୍ତି ନେଇଛି । କେନ୍ଦ୍ରୀୟ ନେତୃତ୍ବା ମୋତେ ଯେକୌଣସି ଦାୟିତ୍ୱ ଦେବେ, ମୁଁ ଏହାକୁ ପୂର୍ଣ୍ଣ ଉତ୍ତରଦାୟିତ୍ବ ସହ ପୂରଣ କରିବି ।’’

ଏହା ମଧ୍ଯ ପଢନ୍ତୁ :- ମୋଦିଙ୍କ ନିର୍ବାଚନୀ ଭେଟି ! ଲିଟର ପିଛା 2ଟଙ୍କା ଶସ୍ତା ହେଲା ପେଟ୍ରୋଲ ଓ ଡିଜେଲ

1999 ପରଠାରୁ ପଟିଆଲାରୁ ପ୍ରତିନିଧିତ୍ୱ:

ପଞ୍ଜାବ ସାଂସଦ ପରିଣୀତି 1999 ମସିହାରେ ପଟିଆଲା ଆସନରୁ ପ୍ରଥମ ନିର୍ବାଚନରେ ଜିତିଥିଲେ । ଏହା ପରେ ସେ କ୍ରମାଗତ ଭାବେ ଲୋକସଭାରେ ପଟିଆଲାକୁ ପ୍ରତିନିଧିତ୍ୱ କରୁଛନ୍ତି । ପରେ ସେ 2004, 2009 ଏବଂ 2019 ସାଧାରଣ ନିର୍ବାଚନରେ ମଧ୍ୟ ସେ ପଟିଆଲାରୁ ସାଂସଦ ଭାବରେ ନିର୍ବାଚିତ ହୋଇଥିଲେ । 2014 ରୁ 2017 ପର୍ଯ୍ୟନ୍ତ ପଟିଆଲାର ବିଧାୟିକା ମଧ୍ୟ ହୋଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.