ETV Bharat / bharat

ଆଉ 5 ଦିନ ବଢ଼ିଲା ହେମନ୍ତ ସୋରେନଙ୍କ ‘ଇଡି’ ରିମାଣ୍ଡ ଅବଧି - PMLA court

PMLA court extends ED remand custody of Hemant Soren: ଆଉ 5 ଦିନ ବଢ଼ିଲା ହେମନ୍ତ ସୋରେନଙ୍କ ଇଡି ରିମାଣ୍ଡ ଅବଧି । 31 ଜାନୁଆରୀରେ ହୋଇଥିଲେ ଗିରଫ । ଅଧିକ ପଢନ୍ତୁ

5 ଦିନ ବଢିଲା ହେମନ୍ତ ସୋରେନଙ୍କ ଇଡି ରିମାଣ୍ଡ ଅବଧି

author img

By ETV Bharat Odisha Team

Published : Feb 7, 2024, 3:49 PM IST

ରାଞ୍ଚି: ଜମି ଘୋଟାଲା ମାମଲାରେ ଗତ ସପ୍ତାହରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ବାରା ଗିରଫ ହୋଇଥିବା ଝାଡଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ରିମାଣ୍ଡ ଅବଧି ପୁଣି ବଢିଲା । ଆଜି ତାଙ୍କୁ ଆଉ 5ଦିନିଆ ଇଡି ରିମାଣ୍ଡରେ ପଠାଇଛନ୍ତି କୋର୍ଟ । 2 ତାରିଖରେ ତାଙ୍କୁ ପ୍ରଥମ ପର୍ଯ୍ୟାୟରେ 5 ଦିନିଆ ଇଡି ରିମାଣ୍ଡରେ ପଠାଯାଇଥିଲା । ଆଜି ପ୍ରଥମ ପର୍ଯ୍ୟାୟ ରିମାଣ୍ଡ ଶେଷ ହେବା ପରେ କେନ୍ଦ୍ରୀୟ ସଂସ୍ଥା ହେମନ୍ତଙ୍କୁ ରାଞ୍ଚି ସ୍ଥିତ ‘ପିଏମଏଲଏ’ କୋର୍ଟରେ ହାଜର କରିଥିଲା । ଅଧିକ ତଦନ୍ତର ଜେରାର ଦର୍ଶାଇ ଇଡି ଦ୍ବିତୀୟ ପର୍ଯ୍ୟାୟ ରିମାଣ୍ଡ ମାଗିଥିଲା । କୋର୍ଟ ଆଜି ହେମନ୍ତଙ୍କୁ ଆଉ 5 ଦିନ ତଦନ୍ତକାରୀ ସଂସ୍ଥା ରିମାଣ୍ଡରେ ପଠାଇଛନ୍ତି ।

ଗତମାସ (ଜାନୁଆରୀ) 31 ତାରିଖରେ ଦିନ ତମାମ ବାସଭବନରେ ଜେରା କରିବା ପରେ ସଂଧ୍ୟାରେ ହେମନ୍ତ ସୋରେନଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗିରଫ କରିଥିଲା । ଜେରା ମଧ୍ୟରେ ସେ ଇଡି କଷ୍ଟଡିରେ ରାଜଭବନରେ ପହଞ୍ଚି ରାଜ୍ୟପାଳ ସି.ପି ରାଧାକ୍ରିଷ୍ଣନଙ୍କୁ ଇସ୍ତଫା ଦେଇ ଫେରିଥିଲେ । ପରେ ତାଙ୍କୁ ଗିରଫ କରି କାର୍ଯ୍ୟାଳୟକୁ ନେଇଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଟିମ୍‌ । ଫେବୃଆରୀ ପହିଲାରେ ତାଙ୍କୁ ରାଞ୍ଚିର ପିଏମଏଲଏ କୋର୍ଟରେ ହାଜର କରାଯାଇଥିଲା । ତାଙ୍କ ବେଲ ଆବେଦନ ଖାରଜ ହେବା ସହ କୋର୍ଟ ତଦନ୍ତକାରୀ ସଂସ୍ଥାର ରିମାଣ୍ଡ ଆବେଦନର ଶୁଣାଣି ଫେବୃଆରୀ 2କୁ ସ୍ଥଗିତ ରଖିଥିଲେ । ଫଳରେ ତାଙ୍କୁ ଗୋଟିଏ ରାତି ବିଚାର ବିଭାଗୀୟ ଜେଲରେ ରହିବାକୁ ପଡିଥିଲା ।

ଏହା ମଧ୍ୟ ପଢନ୍ତୁ : - ଉତ୍ତରାଖଣ୍ଡ UCC ବିଲ: ବିଭିନ୍ନ ଦଳରୁ ପ୍ରତିକ୍ରିୟା ଜାରି, ବିରୋଧୀଙ୍କ ଭୋଟର ଧ୍ରୁବିକରଣ ଅଭିଯୋଗ

2 ତାରିଖ ପୂର୍ବାହ୍ନରେ ପୁନର୍ବାର ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା । ତଦନ୍ତକାରୀ ସଂସ୍ଥା ହେମନ୍ତଙ୍କୁ 5 ଦିନିଆ ରିମାଣ୍ଡରେ ନେଇଥିଲା । ଆଜି ପ୍ରଥମ ପର୍ଯ୍ୟାୟ ରିମାଣ୍ଡ ଅବଧି ଶେଷ ହେବା ପରେ ତାଙ୍କୁ ପୁଣି ପିଏମଏଲଏ କୋର୍ଟରେ ହାଜର କରାଯାଇଥିଲା । ପୁଣି ହେମନ୍ତ 5 ଦିନିଆ ରିମାଣ୍ଡରେ ଯାଇଛନ୍ତି । ଏହାରି ମଧ୍ୟରେ ରାଜ୍ୟରେ ଚମ୍ପଇ ସୋରେନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ସହ ଗୃହରେ ଆସ୍ଥାଭୋଟରେ ବହୁମତ ପ୍ରମାଣ ଦେବାରେ ସଫଳ ମଧ୍ୟ ହୋଇସାରିଛନ୍ତି । ହେଲେ ହେମନ୍ତଙ୍କୁ ମାରାଥନ ଜେରାରେ ଇଡି ଏହି ମାମଲାରେ ସମ୍ପୃକ୍ତି ଅନ୍ୟ କିଛି ଅଧିକାରୀ କିମ୍ବା ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ନେତୃତ୍ବାଧୀନ ମେଣ୍ଟର ନେତାଙ୍କ ନିକଟରେ ମଧ୍ୟ ପହଞ୍ଚିପାରେ ବୋଲି କୁହାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.