ETV Bharat / bharat

ରେଲୱେ ଫ୍ଲାଟଫର୍ମ ଟିକେଟ: ଏଥିରେ ସମ୍ଭବ କି ଟ୍ରେନ ଯାତ୍ରା, କଣ ରହିଛି ନିୟମ ? - Platform Ticket Validity

author img

By ETV Bharat Odisha Team

Published : Sep 10, 2024, 1:01 PM IST

Platform ticket validity: ଫ୍ଲାଟଫର୍ମ ଟିକେଟରେ ଅବଧି କେତେ ଘଣ୍ଟା ? ପ୍ଲାଟଫର୍ମ ଟିକେଟ କରି ଟ୍ରେନରେ ଯାତ୍ରା କରୁଛନ୍ତି କି ? ନିୟମ ନ ଜାଣିଥିଲେ ଦେଇ ପାରନ୍ତି ଫାଇନ ।

ETV BHARAT ODISHA
ETV BHARAT ODISHA (Etv Bharat)

ହାଇଦ୍ରାବାଦ: ଯେ କୌଣସି ସ୍ଥାନକୁ ଯାତ୍ରା କରିବାକୁ ହେଲେ ସୂଲଭ ମୂଲ୍ୟ, ଆରାମ ଓ ସୁରକ୍ଷା ଦୃଷ୍ଟିରୁ ଲୋକ ମାନେ ଟ୍ରେନକୁ ଯାତ୍ରାକୁ ଅଧିକ ପସନ୍ଦ କରିଥାନ୍ତା । ଯାତ୍ରା ପାଇଁ ଟିକିଏ ଅଧିକ ସମୟ ଲାଗିଥିଲେ ମଧ୍ୟ ସୁରକ୍ଷିତ ଭାବେ ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚିଥାନ୍ତି ଯାତ୍ରୀ । ଯେଉଁବି ସ୍ଥାନକୁ ଟ୍ରେନରେ ଯିବାକୁ ହେଲେ ଏହାର ଏକ ମାସ କିମ୍ବା 15 ଦିନ ପୂର୍ବରୁ ଟିକଟ କରିବାକୁ ପଡିଥାଏ, ନଚେତ ଠିକ ସମୟରେ କନଫର୍ମ ଟିକେଟ ମଧ୍ୟ ମିଳିବା କଷ୍ଟକର । ଟ୍ରେନରେ ଯାତ୍ରା କରିବାକୁ ହେଲେ ଯେମିତି ଟିକେଟ କରିବାକୁ ପଡେ ସେମିତି ଷ୍ଟେସନ ମଧ୍ୟକୁ ପ୍ରବେଶ କରିବାକୁ ହେଲେ ପ୍ଲାଟଫର୍ମ ଟିକେଟ ମଧ୍ୟ କରିବାକୁ ପଡେ । କେମିତି କରିବେ ପ୍ଲାଟଫର୍ମ ଟିକେଟ ? କେତେ ସମୟ ପର୍ଯ୍ୟନ୍ତ ଏହା ବୈଧ ? ଏବଂ ପ୍ଲାଟଫର୍ମ ଟିକେଟରେ ଟ୍ରେନ ଯାତ୍ରା ସମ୍ଭବ କି ? ଆସନ୍ତୁ ଜାଣିବା ।

Platform ticket validity
Platform ticket validity (ETV Bharat Odisha)

ପ୍ଲାଟଫର୍ମ ଟିକେଟ କଣ?

ଟ୍ରେନ ଟିକେଟ ଠାରୁ ସଂପୂର୍ଣ୍ଣ ଭିନ୍ନ ପ୍ଲାଟଫର୍ମ ଟିକେଟ । ଏହା ହେଉଛି ସେହି ଟିକେଟ ଯାହା ରେଲଓ୍ବେ ଷ୍ଟେସନ ଭିତରକୁ ଯିବା ପାଇଁ ଅନୁମତି ଆବ୍ୟକ । ଏଥିପାଇଁ କାଉଣ୍ଟରରୁ ଅଲଗା ଟିକେଟ କରିବାକୁ ପଡେ । ଯାହାର ମୂଲ୍ୟ ବହୁତ କମ୍‌ । ଏହି ଟିକେଟ କରିବା ପରେ ଆପଣ ବିନା କୌଣସି ଦ୍ବନ୍ଦ୍ବରେ ଷ୍ଟେସନ ମଧ୍ୟରେ ପ୍ରବେଶ କରିପାରିବେ ଓ ନିଜ ପରିଜନଙ୍କୁ ଟ୍ରେନରେ ଛାଡିବା ସହ ପରିଜନଙ୍କୁ ମଧ୍ୟ ଷ୍ଟେସନ ଭିତରେ ଭେଟି ପାରିବେ । କେହି ଆପଣଙ୍କୁ ରୋକି ପାରିବେ ନାହିଁ । ଯଦି ଏହି ଟିକେଟ ଆପଣଙ୍କ ପାଖରେ ନାହିଁ, ଟିଟିଇ(TTE) ଯଦି ଏହା ଜାଣିବାକୁ ପାଆନ୍ତି ତେବେ ଜୋରିମାନା (FINE) କରି ଦେଇଥାନ୍ତି । ଯାହା ଆପଣ ଦେବାକୁ ବାଧ୍ୟ, କାହିଁକି ନା ରେଳବାଇରେ ଏପରି ନିୟମ ରହିଛି । ଏଠି ପ୍ରଶ୍ନ ଉଠେ ଜଣେ ଯଦି ଫ୍ଲାଟଫର୍ମ ଟିକେଟ କରିବ ତେବେ ଏହାର ସମୟ ସୀମା କେତେ ରହିବ ? ଗୋଟିଏ ଫ୍ଲାଟଫର୍ମ ଟିକେଟ କରି ଜଣେ ପୂରା ଗୋଟିଏ ଦିନ ଓ ରାତି ଷ୍ଟେସନରେ ରହିପାରିବ କି ? ଏହି ଟିକେଟରେ ଟ୍ରେନରେ ଯାତ୍ରା କରିବା ସମ୍ଭବ କି ?

PLATFORM TICKET RULES
PLATFORM TICKET RULES (ETV Bharat Odisha)

ଏହା ମଧ୍ୟ ପଢନ୍ତୁ-ୱେଟିଂ ଟିକଟରେ ଟ୍ରେନ ଯାତ୍ରା ବନ୍ଦ ! VIP ସମେତ ୧୬ଟି କୋଟାରେ କରିପାରିବେ କନଫର୍ମ, ଜାଣନ୍ତୁ ରେଳବାଇ ରିଜର୍ଭେସନ ନିୟମ - Train waiting ticket new rules

ପ୍ଲାଟଫର୍ମ ଟିକେଟ୍‌ର ସମୟ ସୀମା କେତେ ?

ଯଦି ଆପଣ ଭାବୁଛନ୍ତି ଯେ ଏକ ପ୍ଲାଟଫର୍ମ ଟିକେଟ କିଣିବା ଦ୍ୱାରା ଆପଣ ରାତିସାରା ଷ୍ଟେସନରେ ରହିପାରିବେ, ତେବେ ଆପଣ ଭୁଲ ଭାବୁଛନ୍ତି । ରେଳ ନିୟମ ଅନୁଯାୟୀ, ଏକ ପ୍ଲାଟଫର୍ମର ବୈଧତା କେବଳ ଦୁଇ ଘଣ୍ଟା ରହିଥାଏ । ଏହାର ଅର୍ଥ ହେଉଛି ପ୍ଲାଟଫର୍ମ ଟିକେଟ କିଣିବା ପରେ ଆପଣ ଷ୍ଟେସନରେ କେବଳ ଦୁଇ ଘଣ୍ଟା ରହିପାରିବେ । ସୂଚନା ଅନୁସାରେ ବର୍ତ୍ତମାନ ପ୍ଲାଟଫର୍ମ ଟିକେଟ ମୂଲ୍ୟ ୧୦ ଟଙ୍କା ରହିଛି ।

ଏହା ମଧ୍ୟ ପଢନ୍ତୁ-ଟ୍ରେନ ଛାଡିବାର ୫ ମିନିଟ୍‌ ପୂର୍ବରୁ ବୁକିଂ କରିପାରିବେ ଟିକଟ, କାଣନ୍ତୁ କେମିତି - Book Train Ticket Before Departure

ପ୍ଲାଟଫର୍ମ ଟିକେଟ ଦ୍ୱାରା ଟ୍ରେନରେ ଯାତ୍ରା କରି ହେବ କି ?

ଭାରତୀୟ ରେଳବାଇ ନିୟମ ଅନୁଯାୟୀ, ଯଦି ଆପଣଙ୍କର ଯାତ୍ରା କରିବାକୁ ଟିକେଟ କରିନାହାନ୍ତି, ତେବେ ଆପଣ ପ୍ଲାଟଫର୍ମ ଟିକେଟ ଦେଇ ଯାତ୍ରା କରିପାରିବେ ନାହିଁ । ଏହାର ଅର୍ଥ ହେଉଛି, ଟ୍ରେନରେ ଯାତ୍ରା କରିବା ପାଇଁ ଆପଣଙ୍କୁ ଏକ ଟ୍ରେନ ଟିକେଟ କରିବାକୁ ପଡିବ । ଯଡି ଆପଣ ନିଜ ପରିଜନଙ୍କୁ ଟ୍ରେନରେ ଛାଡିବାକୁ ଷ୍ଟେସନ ଯାଇଛନ୍ତି କିନ୍ତୁ ଆପଣଙ୍କ ପାଖରେ ପ୍ଲାଟଫର୍ମ ଟିକେଟ ନାହିଁ ଏଥି ପାଇଁ ଫାଇନ ଦେବାକୁ ପଡିଥାଏ ।

ଏହା ମଧ୍ୟ ପଢନ୍ତୁ-ଓ୍ବେଟିଂ ଟିକେଟ କାଟି ଟ୍ରେନ ଯାତ୍ରା ବନ୍ଦ ! ଆସିଲା ନୂଆ ନିୟମ, ସିଟ୍ ଖାଲି ଥିଲେ କଣ କରିବେ ଜାଣନ୍ତୁ - TRAIN WAITING TICKET NEW RULES

ଏହା ମଧ୍ୟ ପଢନ୍ତୁ-ଆଶ୍ଚର୍ଯ୍ୟ ! 12 ଦିନରେ 12 ଟ୍ରେନ ଦୁର୍ଘଟଣା; ବାଟରେ ଛକି ବସିଛି ଲୌହ ଦାନବ, ପିଉଛି ମଣିଷ ରକ୍ତ ! - TRAIN ACCIDENT IN INDIA

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.