ନୂଆଦିଲ୍ଲୀ: କେନ୍ଦ୍ର କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ଓ୍ବାନ ନେସନ ଓ୍ବାନ୍ ଇଲେକ୍ସନକୁ କେନ୍ଦ୍ର କ୍ୟାବିନେଟ ମଞ୍ଜୁରୀ । ରାମନାଥ କୋବିନ୍ଦଙ୍କ କମିଟି ସୁପାରିଶ ଆଧାରରେ ନିଷ୍ପତ୍ତି । ଗତବର୍ଷ ସେପ୍ଟେମ୍ବରରେ ଗଠିତ ହୋଇଥିଲା କମିଟି । ଏକା ସମୟରେ ନିର୍ବାଚନ ହେଲେ ପ୍ରଭାବିତ ହେବ 18 ରାଜ୍ୟ । ୱାନ୍ ନେସନ୍ ୱାନ୍ ପୋଲ୍କୁ କେନ୍ଦ୍ର କ୍ୟାବିନେଟ ମଂଜୁରୀ । ରାମନାଥ କୋବିନ୍ଦଙ୍କ ରିପୋର୍ଟକୁ ମଞ୍ଜୁରୀ କଲେ କେନ୍ଦ୍ର କ୍ୟାବିନେଟ । ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ରିପୋର୍ଟକୁ ମଂଜୁରୀ । ୱାନ୍ ନେସନ୍ ୱାନ୍ ପୋଲ୍ ପାଇଁ କୋବିନ୍ଦଙ୍କ ଅଧ୍ୟକ୍ଷତାରେ କମିଟି ହୋଇଥିଲା ।
📡𝐋𝐈𝐕𝐄 Now📡#Cabinet Briefing by Union Minister @AshwiniVaishnaw
— PIB India (@PIB_India) September 18, 2024
Watch live on #PIB's📺
▶️Facebook: https://t.co/ykJcYlNrjj
▶️YouTube: https://t.co/6yN0ZbSLPv
ମୋଦି ସରକାର 3.0 ଅମଳରେ କେନ୍ଦ୍ର କ୍ୟାବିନେଟ ଆଜି ୱାନ୍ ନେସନ୍ ୱାନ୍ ପୋଲକୁ ମଞ୍ଜୁରୀ ଦେଇଛନ୍ତି । ଓ୍ବାନ ନେସନ ଓ୍ବାନ୍ ଇଲେକ୍ସନ ପାଇଁ ଗଠିତ ଉଚ୍ଚସ୍ତରୀୟ କମିଟି ରିପୋର୍ଟକୁ ମୋଦି ସରକାର କ୍ୟାବିନେଟ ଅନୁମୋଦନ ମିଳିଛି ।
କେନ୍ଦ୍ର କ୍ୟାବିନେଟ ନିଷ୍ପତ୍ତି କେନ୍ଦ୍ର ଆଇଟି ତଥା ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଘୋଷଣା କରିଛନ୍ତି । ଏହି ସମୟରେ ବୈଷ୍ଣବ କହିଛନ୍ତି, "1952ରୁ 1967 ପର୍ଯ୍ୟନ୍ତ ଦେଶରେ ନିର୍ବାଚନ ଏକାସମୟରେ/ଏକାଠି ହୋଇଥିଲା । ଏହା ପରେ 1999ରେ ଲ’ କମିଶନ 170ତମ ରିପୋର୍ଟରେ କହିଥିଲେ କି ପ୍ରତି 5 ବର୍ଷରେ ଲୋକସଭା ଏବଂ ସମସ୍ତ ବିଧାନସଭା ନିର୍ବାଚନ ଏକାଠି ହେବା ଉଚିତ । ଯାହାଫଳରେ ଦେଶରେ ବିକାଶ ଜାରି ରହିବ ଏବଂ ନିର୍ବାଚନୀ ଖର୍ଚ୍ଚ କମିବ ତା ସହିତ ଦେଶରେ ନିର୍ବାଚନ ପାଇଁ ବାରମ୍ବାର ଆଇନଶୃଙ୍ଖଳା ପରିସ୍ଥିତି ଉପୁଜିବ ନାହିଁ । କାରଣ ନିର୍ବାଚନ ଆଇନ ଶୃଙ୍ଖଳା ପାଇଁ ବ୍ୟାପକ ପୋଲିସ ପ୍ରଶାସନ ନିୟୋଜିତ ହୋଇଥାନ୍ତି ଏବଂ ଏହା ଅତ୍ୟଧିକ ବ୍ୟୟବହୁଳ ହୋଇଥାଏ । ତେବେ ଏହା ସହିତ ଦେଶର ବିଭିନ୍ନ ସଂସ୍ଥାନ ଏବଂ ଅନୁଷ୍ଠାନ ପକ୍ଷରୁ ବାରମ୍ବାର ଏକାଠି ନିର୍ବାଚନ ପରିଚାଳନ ପାଇଁ ପ୍ରସ୍ତାବ ଏବଂ ସୁପାରିଶ ଉଠିଛି । ଏହାସିହତ ପାର୍ଲାମେଣ୍ଟ କମିଟି, 2015ରେ 79 ରିପୋର୍ଟରେ ଦୁଇଟି ପର୍ଯ୍ୟାୟରେ ଏକକାଳୀନ ନିର୍ବାଚନ ପାଇଁ ସୁପାରିଶ କରିଥିଲା କେନ୍ଦ୍ର ସରକାରଙ୍କୁ । ଏହା ପରେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନେତୃତ୍ବରେ ଏକ କମିଟି ଗଠନ କରିଥିଲେ କେନ୍ଦ୍ର ସରକାର । ତେବେ ରାମନାଥ କୋବିନ୍ଦଙ୍କ କମିଟି ସମସ୍ତ କ୍ଷେତ୍ରର ବିଶେଷଜ୍ଞଙ୍କ ସହିତ ବ୍ୟାପକ ତଥା ବିସ୍ତୃତ ଆଲୋଚନା କରି, ଏକକାଳୀନ ନିର୍ବାଚନ ପାଇଁ ସୁପାରିଶ କରିଥିଲେ ।"
#WATCH | Union Cabinet has accepted the recommendations by the high-level committee on 'One Nation, One Election', announces Union Minister Ashwini Vaishnaw.
— ANI (@ANI) September 18, 2024
(Video source: PIB/ YouTube) pic.twitter.com/NnE99wNDer
ଏକକାଳୀନ ନିର୍ବାଚନ ପାଇଁ ଆବଶ୍ୟକୀୟ ସମ୍ବିଧାନ ସଂଶୋଧନ-
- ଆର୍ଟିକିଲ-83 (ସଂସଦର ଉଭୟ ଗୃହର ସମୟରେ ସଂଶୋଧନ)
- ଆର୍ଟିକିଲ-85 (ରାଷ୍ଟ୍ରପତିଙ୍କ ଦ୍ବାରା ଲୋକସଭା ଭଙ୍ଗ)
- ଆର୍ଟିକିଲ-172 (ବିଧାନସଭା ସମୟସୀମା ବା ଅବଧି)
- ଆର୍ଟିକିଲ-174 (ବିଧାନସଭା ଭଙ୍ଗ)
- ଆର୍ଟିକିଲ-356 (ରାଜ୍ୟରେ ରାଷ୍ଟ୍ରପତି ଶାସନ)
- ଆର୍ଟିକିଲ-324 (ନିର୍ବାଚନ କମିଶନଙ୍କ କ୍ଷମତା)
ନୂଆ କନସେପ୍ଟ ନୁହେଁ-
ଦେଶରେ ଏକକାଳୀନ ନିର୍ବାଚନ ନୂଆ ନୁହେଁ । ପୂର୍ବରୁ ଭାରତରେ ଅନେକ ଥର ଏକକାଳୀନ ନିର୍ବାଚନ ହୋଇଥିଲା । 1951-52, 1957, 1962 ଏବଂ 1967 ମସିହାରେ ଦେଶରେ ଏକକାଳୀନ ନିର୍ବାଚନ ହୋଇସାରିଛି । ତେବେ 1970 ମସିହାରେ ଲୋକସଭା ନିର୍ଦ୍ଧାରିତ ସମୟ ପୂର୍ବରୁ ଭଙ୍ଗ ହୋଇଥିଲା ଏହାସହିତ ବିଧାନସଭା ମଧ୍ୟ ଅନେକ ସମୟରେ ନିର୍ଦ୍ଧାରିତ ସମୟ ପୂର୍ବରୁ ଭଙ୍ଗ ହୋଇଥିଲା ।
The Cabinet has accepted the recommendations of the High-Level Committee on Simultaneous Elections. I compliment our former President, Shri Ram Nath Kovind Ji for spearheading this effort and consulting a wide range of stakeholders.
— Narendra Modi (@narendramodi) September 18, 2024
This is an important step towards making our…
1951-52 ମସିହା ସ୍ବାଧୀନତା ପରବର୍ତ୍ତୀ ସମୟରେ ଭାରତରେ ଏକକାଳୀନ ଲୋକସଭା ଏବଂ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ତେବେ ଏକକାଳୀନ ନିର୍ବାଚନ ଦେଶରେ 1967 ମସିହା ପର୍ଯ୍ୟନ୍ତ ଚାଲିଥିଲା । ତେବେ ପରବର୍ତ୍ତୀ ସମୟରେ 1968 ଏବଂ 1969 ମସିହାରେ ଏକାଧିକ ବିଧାନସଭା ଭଙ୍ଗ ଫଳରେ ଏକକାଳୀନ ନିର୍ବାଚନ ପାଇଁ ସମସ୍ୟା ଉପୁଜିଥିଲା । ଏପରିକି 1970 ମସିହା ଡିସେମ୍ବର ମାସରେ ଲୋକସଭା ମଧ୍ୟ ଭଙ୍ଗ ହୋଇଥିଲା । ଏହା ପରଠୁ ଦେଶରେ ଲୋକସଭା ଏବଂ ବିଧାନସଭା ନିର୍ବାଚନ ପାଇଁ ଅଲଗା ଅଲଗା ନିର୍ବାଚନ ଅନୁଷ୍ଠିତ ହୋଇଆସୁଛି । ତେବେ 1980 ମସିହାରେ ଏକକାଳୀନ ନିର୍ବାଚନ ତଥା ‘One Nation, One Polls’ ପାଇଁ ପ୍ରସ୍ତାବ ଆସିଥିଲା । ଏହାପରେ 1983 ମସିହାରେ ଇଲେକ୍ସନ କମିଶନ ପ୍ରସ୍ତାବ ଦେଇଥିଲା କି, ଏକକାଳୀନ ଲୋକସଭା ଏବଂ ବିଧାନସଭା ନିର୍ବାଚନ ପାଇଁ ଏକ ବ୍ୟାପକ ବ୍ୟବସ୍ଥା କରାଯିବ ଦରକାର ।
1999 ମେ’ ମାସରେ ଜଷ୍ଟିସ୍ ବିପି ଜୀବନ ରେଡ୍ଡୀଙ୍କ ନେତୃତ୍ବାଧୀନ ଲ’ କମିଶନ ଏହାର 170 ତମ ରିପୋର୍ଟରେ କହଥିଲା କି, "ଆମକୁ ପୁଣି ପଛକୁ ଫେରିଯିବାକୁ ପଡିବ, ଯେଉଁ ସମୟରେ ଦେଶରେ ଏକକାଳୀନ ଲୋକସଭା ଏବଂ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା ।"
ବର୍ଷ 2003 ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଏହି ପ୍ରସଙ୍ଗରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ସହିତ ଉଠାଇଥିଲେ କିନ୍ତୁ ପ୍ରସଙ୍ଗ ଆଗେଇ ପାରିନଥିଲା । 2010ରେ ବିଜେପି ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ ଏହି ପ୍ରସଙ୍ଗରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସହିତ ଆଲୋଚନା କରିଥିଲେ । ଏହାପରେ 2014 ମସିହାରେ ବିଜେପି, ତାର ନିର୍ବାଚନୀ ଇସ୍ତାହାରରେ କହିଥିଲା କି, ଏକକାଳୀନ ଲୋକସଭା ଏବଂ ବିଧାନସଭା ନିର୍ବାଚନ ପାଇଁ ଏକ ପ୍ରକ୍ରିୟା ବିକଶିତ କରିବ ।
भारत के यशस्वी प्रधानमंत्री श्री @narendramodi के नेतृत्व में #OneNationOneElection को केंद्रीय कैबिनेट द्वारा मंजूरी मिलना एक महत्वपूर्ण और स्वागतयोग्य कदम है।
— Mohan Charan Majhi (@MohanMOdisha) September 18, 2024
यह निर्णय देश की सुरक्षा व्यवस्था को मजबूत करने और विकास की गति को बढ़ाने में निश्चित रूप से सहायक होगा। राजनैतिक…
ଏହା ପରେ 2023ରେ ତଥା ଗତ ବର୍ଷ କେନ୍ଦ୍ର ସରକାର ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନେତୃତ୍ବରେ ଏକ କମିଟି ଗଠନ କରିଥିଲା, ଯିଏ ‘ଗୋଟିଏ ଦେଶ ଗୋଟିଏ ନିର୍ବାଚନ’କୁ ଏକକାଳୀନ କରିବାକୁ । ତେବେ ଚଳିତ ବର୍ଷ ମାର୍ଚ୍ଚ ମାସ 14 ତାରିଖରେ ଏହି କମିଟି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଏହି ରିପୋର୍ଟ ପ୍ରଦାନ କରିଥିଲା । 2024, ଅଗଷ୍ଟ ମାସ 15 ତାରିଖରେ ସ୍ବାଧୀନତା ଦିବସ ଅଭିଭାଷଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହଥିଲି କି, ସମୟ ଆସିଛି ଲୋକମାନଙ୍କୁ ଏକାଳୀନ ନିର୍ବାଚନ ପାଇଁ ଏକାଠି ଆଗେଇ ଆସିବାକୁ ପଡିବ । ଏହା ବର୍ତ୍ତମାନ ସମୟର ବଡ ଆହ୍ବାନ । ମୋଦି କହିଥିଲେ ବାରମ୍ବାର ନିର୍ବାଚନ ହେବା ଦ୍ବାରା ଦେଶର ବିକାଶରେ ବାଧା ଉପୁଜୁଛି ।
ଏକକାଳୀନ ନିର୍ବାଚନ, ଲ’ କମିଶନଙ୍କ ରିପୋର୍ଟ-
- 1999 ମସିହାରେ ଅଟଳ ବିହାରୀ ବାଜପେୟୀ ସରକାରଙ୍କ ସମୟରେ ଲ’ କମିଶନ ଏକକାଳୀନ ନିର୍ବାଚ ଉପରେ ଏକ ରିପୋର୍ଟ ଉପସ୍ଥାପନ କରିଥିଲେ । ଏହି ରିପୋର୍ଟରେ କମିଶନ କହିଥିଲେ, ଯଦି ବିରୋଧୀ ଦଳମାନେ କୌଣସି ସମୟରେ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବେ, ଏହି ସମୟରେ ମଧ୍ୟ ସରକାରଙ୍କ ସମକ୍ଷରେ ଆସ୍ଥା ପ୍ରସ୍ତାବ ଆସିବ ଉଚିତ ।
- 2015 ମସିହାରେ ଆଇନ ଏବଂ ଜଷ୍ଟିସ୍ ପାର୍ଲାମେଣ୍ଟାରୀ କମିଟି ଏକକାଳୀନ ନିର୍ବାଚନ ପାଇଁ ସୁପରାଶ କରିଥିଲେ ।
- 2018ରେ ଲ’ କମିଶନ ଏକକାଳୀନ ନିର୍ବାଚନ ପାଇଁ ସର୍ବଦଳୀୟ ବୈଠକରେ ମତାମତ ଆହ୍ବାନ କରିଥିଲା । ଏକକାଳୀନ ନିର୍ବାଚନକୁ କିଛି ଦଳ ସମର୍ଥନ କରିଥିଲେ କିଛି ଦଳ ବିରୋଧ କରିଥିଲେ, କିଛି ଦଳ ଏହି ପ୍ରସଙ୍ଗରେ ନିରପେକ୍ଷ ରହିଥିଲେ ।
- 2022 ମସିହାରେ ଲ ’ କମିଶନ ଏକ 6 ଟିକିଆ ପ୍ରଶ୍ନପତ୍ର ସମ୍ବଳିତ ଏକ ସେଟ୍ ସମସ୍ତ ରାଜନୈତିକ ଦଳ, ଅମଲାତନ୍ତ୍ର, ଶିକ୍ଷାନୁଷ୍ଠାନ, ବିଶେଷଜ୍ଞଙ୍କ ନିକଟକୁ ପଠାଇଥିଲା ଉତ୍ତର ପାଇଁ । କିନ୍ତୁ ଆଜି ପର୍ଯ୍ୟନ୍ତ ଏହାର ଉତ୍ତର ଲ’ କମିଶନ ପ୍ରକାଶ କରିନାହିଁନ୍ତି ।