ETV Bharat / bharat

ପ୍ରକାଶ ପାଇଲା NEET-UG ସାନିପରୀକ୍ଷା ଫଳ, ଅଂଶଗ୍ରହଣ କରିଥିଲେ ଗ୍ରେସମାର୍କ ପାଇଥିବା 813 - NEET UG re exam 2024

author img

By ETV Bharat Odisha Team

Published : Jul 1, 2024, 10:08 AM IST

ପ୍ରକାଶ ପାଇଲା NEET(UG)ସାନିପରୀକ୍ଷା ଫଳ । ଗ୍ରାସମାର୍କ ପାଇଥିବା 1563 ପରୀକ୍ଷାର୍ଥୀଙ୍କ ମଧ୍ୟରୁ ଅଂଶଗ୍ରହଣ କରିଥିଲେ 813 । କେହି ହାସଲ କରିନାହାନ୍ତି ଶତପ୍ରତିଶତ ମାର୍କ । ଏବେ ଆରମ୍ଭ ହେବ କାଉନସିଲିଂ । ଅଧିକ ପଢନ୍ତୁ

ପ୍ରକାଶ ପାଇଲା NEET(UG) ପୁନଃପରୀକ୍ଷା ଫଳ, ଅଂଶଗ୍ରହଣ କରିଥିଲେ ଗ୍ରେସମାର୍କ ପାଇଥିବା 813
ପ୍ରକାଶ ପାଇଲା NEET(UG) ପୁନଃପରୀକ୍ଷା ଫଳ, ଅଂଶଗ୍ରହଣ କରିଥିଲେ ଗ୍ରେସମାର୍କ ପାଇଥିବା 813 (ETV Bharat Odisha)

ହାଇଦ୍ରାବାଦ: ପ୍ରକାଶ ପାଇଲା NEET-UGର ସାନିପରୀକ୍ଷା ଫଳ । 1563 ଗ୍ରାସ ମାର୍କ ପାଇଥିବା ପରୀକ୍ଷାର୍ଥୀଙ୍କର ପୁଣି ଥରେ ପରୀକ୍ଷା କରାଇ ଆଜି ‘ଏନଟିଏ’ ଫଳ ପ୍ରକାଶ କରିଛି । ସଂସ୍ଥାର ଅଫିସିଆଲ ଓ୍ବେବସାଇଟରେ ରେଜଲ୍ଟ ଉପଲବ୍ଧ ରହିଛି । ଅଂଶଗ୍ରହଣ କରିଥିବା ପରୀକ୍ଷାର୍ଥୀ ସେମାନଙ୍କର ଆପ୍ଲିକେସନ ନମ୍ବର ଲଗଇନ୍‌ କରି ଫଳାଫଳ ଜାଣିପାରିବେ । ତେବେ ମୋଟ 6ଟି କେନ୍ଦ୍ରରେ ଏହି ପରୀକ୍ଷା ହୋଇଥିବା ବେଳେ ଗ୍ରେସ ମାର୍କ ପାଇଥିବା ସମସ୍ତ ଛାତ୍ରଛାତ୍ରୀ ଏହି ପରୀକ୍ଷାରେ ଅଂଶଗ୍ରହଣ କରିନଥିଲେ । ଚଳିତମାସ 23 ତାରିଖରେ ହୋଇଥିବା ଏହି ପୁନଃପରୀକ୍ଷାରେ 1563 ପରୀକ୍ଷାର୍ଥୀଙ୍କ ମଧ୍ୟରୁ 813 ସାମିଲ ହୋଇଥିଲେ ।

ଆଜି ପ୍ରକାଶିତ ସାନିପରୀକ୍ଷା ଫଳରେ କେହି ଜଣେ ହେଲେ ଶତପ୍ରତିଶତ ବା 720 ମାର୍କ ରଖିବାରେ ସକ୍ଷମ ହୋଇନାହାନ୍ତି । ସମସ୍ତଙ୍କ ସ୍କୋର 680ରୁ ଅଧିକ ରହିଛି । ଆଜିର ରିଭାଇଜଡ୍‌ ଫଳାଫଳ ଓ ପୂର୍ବରୁ ପ୍ରକାଶ ପାଇଥିବା ଅବଶିଷ୍ଟ ଫଳାଫଳକୁ ଦେଖିଲେ ଟପ୍ପରଙ୍କ ସଂଖ୍ୟା 67ରୁ 61କୁ ହ୍ରାସ ପାଇଛି । ଆନୁପାତିକ ଭାବେ ଦେଖିବାକୁ ଗଲେ ଶତପ୍ରତିଶତ ମାର୍କ ପାଇଥିବା 6ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ 5ଜଣ ଏହି ପୁନଃପରୀକ୍ଷାରେ ଅଂଶଗ୍ରହଣ କରିଥିଲେ । ଶତିଶଗଡରୁ ସର୍ବାଧିକ 602 ପରୀକ୍ଷାର୍ଥୀ ଏହି ତାଲିକାରେ ଥିବା ସେମାନଙ୍କ ମଧ୍ୟରୁ 291 ଜଣ ପୁନଃପରୀକ୍ଷାରେ ଅଂଶଗ୍ରହଣ କରିଥିଲେ । ସେହିପରି ହରିୟାଣାର 494 ରୁ 287 ପ୍ରାର୍ଥୀ, ମେଘାଳୟରୁ 234 ପ୍ରାର୍ଥୀ ଗୁଜୁରାଟରୁ ଜଣେ ପରୀକ୍ଷାର୍ଥୀ ଅଂଶଗ୍ରହଣ କରିଥିବା ବେଳେ ଚଣ୍ଡିଗଡରେ ଥିବା ଏକମାତ୍ର ପରୀକ୍ଷାର୍ଥୀ ଏହି ପରୀକ୍ଷାରେ ଅଂଶଗ୍ରହଣ କରିନଥିଲେ ।

କେମିତି ଜାଣିବେ ପରୀକ୍ଷା ଫଳ:-

  1. ଜାତୀୟ ପରୀକ୍ଷା ସଂସ୍ଥା (NTA) ଓ୍ବେବସାଇଟ exams.nta.ac.in/NEET ଭିଜିଟ କରନ୍ତୁ
  2. ‘NEET UG re-exam results 2024’ ଉପରେ କ୍ଲି କରନ୍ତୁ
  3. ଅପ୍ଲିକେଶନ ନମ୍ବର, ଜନ୍ମ ତାରିଖ ଓ ସିକ୍ୟୁରିଟି ପିନ ମାଧ୍ୟମରେ ଲଗଇନ କରନ୍ତୁ
  4. ଏବେ ଏକ ନୂଆ ଇଣ୍ଟରଫେସରେ ଫଳାଫଳ ଉପଲବ୍ଧ ହେବ
  5. ଡାଉନଲୋଡ କିମ୍ବା ସେଭ କରନ୍ତୁ

ଚଳିତବର୍ଷ NEET ପରୀକ୍ଷାରେ ଏକକାଳୀନ ୬୭ଜଣ ପରୀକ୍ଷାର୍ଥୀ ଟପ୍ପର ହେବା ପରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଥିଲା । ପରୀକ୍ଷା ପ୍ରକ୍ରିୟାରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗରେ ମାମଲା ସର୍ବୋଚ୍ଚ କୋର୍ଟରେ ପହଞ୍ଚିଥିଲା । ଏହି ମାମଲାର ଶୁଣାଣି କରି ଜାତୀୟ ପରୀକ୍ଷା ଏଜେନ୍ସି (ଏନଟିଏ) ସୁପ୍ରିମକୋର୍ଟଙ୍କୁ ଅବଗତ କରି କହିଛି, 23ରେ ପରୀକ୍ଷା ଶେଷ ହୋଇ 30ରେ ରେଜଲ୍ଟ ବାହାରିବା ପରେ ପୂର୍ବରୁ ନିର୍ଦ୍ଧାରିତ ତାରିଖରେ କାଉନସିଲିଂ ପ୍ରକ୍ରିୟା ହେବ । ଚଳିତମାସ (ଜୁଲାଇ) ୬ ତାରିଖରୁ ଏମବିବିଏସ, ବିଡିଏସ ଓ ଅନ୍ୟାନ୍ୟ ଡାକ୍ତରୀ ପାଠ୍ୟକ୍ରମ ପାଇଁ କାଉନସିଲିଂ ହେବାକୁ ପୂର୍ବରୁ ସମୟ ନିର୍ଦ୍ଧାରିତ ହୋଇଛି ।

ଏହା ମଧ୍ୟ ପଢନ୍ତୁ :- ସୁପ୍ରିମକୋର୍ଟଙ୍କ NEET ଛାଟ: 1,563 ପରୀକ୍ଷାର୍ଥୀଙ୍କ ଗ୍ରେସମାର୍କ ରଦ୍ଦ, 23ରେ ସାନିପରୀକ୍ଷା - NEET ReExam On June 23

ଚଳିତବର୍ଷ ମେ’ ମାସ ୫ ତାରିଖରେ NEET ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ଦେଶର ବିଭିନ୍ନ କେନ୍ଦ୍ରରେ ମୋଟ ୨୪ଲକ୍ଷରୁ ଅଧିକ ପରୀକ୍ଷାର୍ଥୀ ଆବେଦନ ଫର୍ମରେ ପଞ୍ଜିକରଣ କରିବା ସହ ପ୍ରାୟ ସାଢେ ୨୩ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷାରେ ଅଂଶଗ୍ରହଣ କରିଥିଲେ । ପୂର୍ବରୁ ଏହି ରେଜଲ୍ଟ ଜୁନ ୧୪ ତାରିଖରେ ଘୋଷଣା ହେବାକୁ ସ୍ଥିର କରାଯାଇଥିବା ବେଳେ ୪ ତାରିଖରେ ପରୀକ୍ଷା ଫଳାଫଳ ପ୍ରକାଶନକୁ ନେଇ ମଧ୍ୟ ବିବାଦ ସୃଷ୍ଟି ହୋଇଥିଲା । ଫଳାଫଳରେ ୬୭ ଜଣ ପରୀକ୍ଷାର୍ଥୀ ଶୀର୍ଷ ସ୍ଥାନରେ ରହିବା ପରେ ବିବାଦ ଦେଖାଯିବା ସହ ସ୍ବଚ୍ଛ୍ବତା ଉପରେ ପ୍ରଶ୍ନ ସୃଷ୍ଟି ହୋଇଥିଲା । ଏହି ଘଟଣାର ତଦନ୍ତ ପାଇଁ ଏକ ‘ଏସଆଇଟି’ ଗଠନ କରିବା ଦାବିରେ ସର୍ବୋଚ୍ଚ କୋର୍ଟରେ ମାମଲା କରିଥିଲେ ବହୁ ପରୀକ୍ଷାର୍ଥୀ । ସେହିପରି କାଉନସିଲିଂ ପ୍ରକ୍ରିୟାକୁ ବନ୍ଦ ରଖିବା ପାଇଁ ମଧ୍ୟ ଆବେଦନରେ ଦାବି ହୋଇଥିଲା । ସୁପ୍ରିମକୋର୍ଟରୁ ଗ୍ରେସ ମାର୍କ ପାଇଥିବା ପରୀକ୍ଷାର୍ଥୀଙ୍କୁ ବଡ ଝଟକା ଲାଗିଥିଲା । ଆଜି କୋର୍ଟଙ୍କ ନିର୍ଦ୍ଦେଶରେ ହୋଇଥିବା ସାନିପରୀକ୍ଷାର ଫଳାଫଳ ମଧ୍ୟ ପ୍ରକାଶ ପାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.