ETV Bharat / bharat

ଘରେ ପଶି ହିନ୍ଦୁ ଯୁବତୀଙ୍କୁ ଉଠାଇ ନେଲା ମୁସଲିମ୍ ଯୁବକ ! ଧର୍ମ ପରିବର୍ତ୍ତନ କରି ବିବାହ କଲା, ପରିବାର ଲୋକଙ୍କୁ ଜୀବନରୁ ମାରିଦେବାକୁ ଧମକ - Muslim youth kidnaps Hindu girl

author img

By ETV Bharat Odisha Team

Published : Aug 31, 2024, 10:48 AM IST

Muslim youth kidnaps Hindu girl; ଘରେ ପଶି ଜୋରଜବରଦସ୍ତ ଏକୁଟିଆ ପାଇ ହିନ୍ଦୁ ଯୁବତୀଙ୍କୁ ଉଠାଇ ନେଲା ପ୍ରଭାବଶାଳୀ ମୁସଲିମ୍ ଯୁବକ । ଧର୍ମ ପରିବର୍ତ୍ତନ କରି ବିବାହ ପରେ ପରିବାର ଲୋକଙ୍କୁ ଦେଉଛି ଜୀବନରୁ ମାରିଦେବାକୁ ଧମକ । ପୋଲିସ ଷ୍ଟେସନରେ ମାମଲା ରୁଜୁ । ଅଧିକ ପଢନ୍ତୁ

Muslim youth kidnaps Hindu girl
Muslim youth kidnaps Hindu girl (ETV Bharat Odisha)

ଲକ୍ଷ୍ନୌ: ପ୍ରଥମେ ଘରେ ପଶି ହିନ୍ଦୁ ଯୁବତୀଙ୍କୁ ଉଠାଇ ନେଲା । ଅପହରଣ ପରେ ଜୋରଜବରଦସ୍ତ ଯୁବତୀଙ୍କ ଧର୍ମ ପରିବର୍ତ୍ତନ କଲା । ଏହା ପରେ ଯୁବତୀଙ୍କୁ କଲା ବିବାହ । ବର୍ତ୍ତମାନ ଯୁବତୀ ଅପହରଣକାରୀ ପାଖରେ । ଏପଟେ ଯୁବତୀଙ୍କ ପରିବାରକୁ ଧମକ ପରେ ଧମକ ଦେଉଛି ଅପହରଣକାରୀ । ଥାନାରେ ପହଞ୍ଚିଛନ୍ତି ଯୁବତୀଙ୍କ ପରିବର ଲୋକ । ପୋଲିସ ମାମଲା ରୁଜୁ କରି ଅପହରଣକାରୀକୁ ଖୋଜିବା ଆରମ୍ଭ କରିଛି । ଉତ୍ତର ପ୍ରଦେଶର ଘଟଣା । ଜନୈକ ମୁସଲିମ ଯୁବକ ହିନ୍ଦୁ ଯୁବତୀକୁ ଅପହରଣ ପରେ ଧର୍ମ ପରିବର୍ତ୍ତନ କରି ବିବାହ କରଥିବା ଅଭିଯୋଗ ହୋଇଛି ।

ଏହା ବି ପଢନ୍ତୁ- AP Shocker: ଲେଡିଜ୍‌ ହଷ୍ଟେଲ ବାଥ୍‌ରୁମ୍‌ରେ ଗୁପ୍ତ କ୍ୟାମେରା, B.Tech ଛାତ୍ର ଖଞ୍ଜିଥିଲା କ୍ୟାମେରା, 300 ଆପତ୍ତିଜନକ ଭିଡିଓ ଲିକ୍, ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ - Hidden cameras inside girls hostel

ଉତ୍ତର ପ୍ରଦେଶ ଖାଗା କୋଟଓ୍ବାଲ ଅଞ୍ଚଳର ଜଣେ ଯୁବକ ଏନେଇ ପୋଲିସ ଷ୍ଟେସନରେ ଅଭିଯୋଗ ଦାୟର କରିଛନ୍ତି । ଅଭିଯୋଗ ମୁତାବକ, ଗତ 5 ତାରିଖ (ଅଗଷ୍ଟ 5 ତାରିଖ)ରେ ଘରେ ତାଙ୍କ ଉଭଣୀ ଏକାକୀ ଥିଲେ । ଏହି ସମୟରେ, ଅଞ୍ଚଳର ଜଣେ ପ୍ରଭାବଶାଳୀ ମୁସଲିମ ଯୁବକ ତାଙ୍କ ଉଭଣୀଙ୍କୁ ଅପହରଣ କରି ନେଇଯାଇଛି । ଯେତେବେଳେ ପିରାବର ପକ୍ଷରୁ କିଡନାପରକୁ ଯୋଗାଯୋଗ କରାଯାଇଥିଲା, ସେ ଧମକ ଦେବା ଆରମ୍ଭ କରିଥିଲା । ଅଭିଯୋଗକାରୀ କହିଛନ୍ତି, ଅପହରଣକାରୀ କହିଛି ଯୁବତୀଙ୍କ ଧର୍ମ ପରିବର୍ତ୍ତନ କରି ବିବାହ କରିସାରିଛି । ତେବେ ଯଦି ପୋଲିସରେ ଏନେଇ କୌଣସି ଅଭିଯୋଗ ହୁଏ, ସେ (ଅପହରଣକାରୀ) ପୁରା ପରିବାରକୁ ସଫା କରିଦେବ ।

ଅପହୃତା ଯୁବତୀଙ୍କ ଭାଇଙ୍କ ବୟାନ ମୁତାବକ, ବର୍ତ୍ତମାନ ପରିବାରର ଟିକିନିକି ଖବର ରଖୁଛି ଅପହରଣକାରୀ । ପରିବାରର ସମସ୍ତଙ୍କ ସଦସ୍ୟଙ୍କ କାର୍ଯ୍ୟକଳାପ ଉପରେ ସେ ନଜର ରଖିଛି । ସେ ଲୋକ ପଠେଇ ତନଖୀ (ରେକି) କରୁଛି । ବର୍ତ୍ତମାନ ଅପହରଣକାରୀ ପୁରା ପରିବାର ପାଇଁ ବିପଦ ସାଜିଛି । ଯେବେଠୁ ଏହି ଘଟଣା ଘଟିଛି ପରିବାର ଲୋକ ଦିନଟିଏ ବି ଶାନ୍ତିରେ ଶୋଇ ପାରିନାହାଁନ୍ତି ।

ମାମଲା ମୁତାବକ, ଖାଗା ପୋଲିସ ଷ୍ଟେସନ ଅଧିକାରୀ ତେଜ ବାହାଦୂର ସିଂ କହିଛନ୍ତି ଯେ, ଅଭିଯୋଗ ମୁତାବକ ଏକ ମାମଲା ରୁଜୁ ହୋଇଛି । ଅପହରଣ ଏବଂ ତତ୍ ସମ୍ପର୍କିତ ଧାରାରେ ଅପହରଣକାରୀ ବିରୋଧରେ ଏତଲା ରୁଜୁ ହୋଇଛି । ଅପହରଣକାରୀକୁ ଖୋଜୁଛି ପୋଲିସ । ବିଭିନ୍ନ ସ୍ଥାନରେ ରେଡ୍ ଜାରି ରହିଛି । ତେବେ ଯୁବତୀ ଜଣଙ୍କ ଖୁବଶୀଘ୍ର ଉଦ୍ଧାର ହେବେ ବୋଲି ପୋଲିସ କହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.