ETV Bharat / bharat

ଗେରୁଆ ପତାକାକୁ ଅସମ୍ମାନ କରି ରିଲ୍ ଅପଲୋଡ୍, ଅଭିଯୁକ୍ତକୁ ଉଲଗ୍ନ କରି ପରେଡ୍ କରାଇଲେ ଲୋକେ

Muslim Man Parade Naked: ଓଁ ଚିତ୍ରତ ଗୈରିକ ପତାକାକୁ ଅସମ୍ମାନ କରି ରିଲ୍ ଅପଲୋଡ୍ କରିଦେଲେ ନିର୍ଦ୍ଦିଷ୍ଟ ସଂପ୍ରଦାୟର ଯୁବକ । ଏହା ଦେଖିବା ପରେ ଯୁବକକୁ ଉଲଗ୍ନ କରି ରାସ୍ତାରେ ବୁଲାଇଲେ ଲୋକେ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Jan 25, 2024, 11:01 AM IST

ମୁସଲିମ ଯୁବକଙ୍କୁ ମାଡ ଭିଡିଓ ଭାଇରାଲ
Muslim Man Parade Naked

ହାଇଦ୍ରାବାଦ: ଗୈରିକ ପତାକାକୁ ଅପମାନ କରି ସୋସିଆଲ ମିଡିଆରେ ରିଲ୍ ଅପଲୋଡ କରିବା ପଡ଼ିଲା ମହଙ୍ଗା । ମୁସଲିମ ଯୁବକଙ୍କୁ ନିସ୍ତୁକ ମାଡ଼ ମାରିବା ସହ ଉଲଗ୍ନ କରି ରାସ୍ତାରେ ବୁଲାଇଲେ ଲୋକେ । ଘଟଣାଟି ତେଲେଙ୍ଗାନା ରାଜ୍ୟ ସଙ୍ଗାରେଡ୍ଡି ଜିଲ୍ଲାର । ଏଠାରେ ଜଣେ ନିର୍ଦ୍ଦିଷ୍ଟ ସଂପ୍ରଦାୟର ଯୁବକ ଧାର୍ମିକ ପ୍ରତୀକ ଓଁ ଚିତ୍ରିତ ଥିବା ଗେରୁଆ/ଗୈରିକ ପତାକାକୁ ଅପମାନଜନକ ଶୈଳୀରେ ନିଜର ପ୍ୟାଣ୍ଟ ଭିତରେ ଭର୍ତ୍ତି କରିଥିଲେ ଏବଂ ଅସଭ୍ୟ ଭାଷାରେ ଗୁଳିଗୁଲଜ କରି ଏହାର ରିଲ୍ ଅପଲୋଡ କରିଥିଲେ । ଆଉ ତା' ପରେ କ'ଣ ବା ହୁଅନ୍ତା, ସୋସିଆଲ ମିଡିଆରେ ଏହି ରିଲ୍ ଦେଖିବା ପରେ ସ୍ଥାନୀୟ ଲୋକେ ତାତି ଯାଇଥିଲେ ।

ଲୋକମାନେ ରିଲ୍ କରିଥିବା ଯୁବକଙ୍କୁ ମେଡକ ଜିଲ୍ଲାର ଏକ ଗାଁରୁ ଖୋଜି ଖୋଜି ବାହାର କରିଥିଲେ। ସମସ୍ତେ ମିଶି ଯୁବକଙ୍କୁ ପ୍ରଥମେ ନିର୍ଦ୍ଧୁମ ପିଟିବା ପରେ ଉଲଗ୍ନ କରି ରାସ୍ତାରେ ଚଲାଇଥିଲେ । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଭିଡିଓରେ କିଛି ଲୋକ ଜୟ ଶ୍ରୀରାମ ନାରା ଦେଉଥିବାର ନଜର ଆସୁଛନ୍ତି । ଏପରିକି ଉତ୍ୟକ୍ତ ଲୋକେ ସେହି ମୁସଲିମ ଯୁବକଙ୍କ ମାରପିଟ୍ କରିବା ସହ ତାଙ୍କର ଗୁପ୍ତାଙ୍ଗ ଜାଳି ଦେବାକୁ ଚେଷ୍ଟା କରୁଥିବାର ମଧ୍ୟ ଦେଖିବାକୁ ମିଳୁଛି ।

ଏହା ମଧ୍ୟ ପଢନ୍ତୁ: ABVP ଛାତ୍ରୀଙ୍କ ଚୁଟି ଧରି ରାସ୍ତାରେ ଘୋଷାଡ଼ିଲେ ମହିଳା ପୋଲିସ, ଭିଡିଓ ଭାଇରାଲ
ଏହା ମଧ୍ୟ ପଢନ୍ତୁ: ଜୟ ଶ୍ରୀରାମ ଲେଖିବାରୁ ଛାତ୍ରଙ୍କୁ ନିର୍ଦ୍ଧୁମ ପିଟିଲେ ଶିକ୍ଷକ

ଗ୍ରାମବାସୀଙ୍କ ପକ୍ଷରୁ ସମ୍ପୃକ୍ତ ଯୁବକଙ୍କ ବିରୋଧରେ ଥାନାରେ ଏତଲା ଦିଆଯାଇଛି । ସେହି ଯୁବକ ଓଁ ଅଙ୍କିତ ଗୈରିକ ପତାକାକୁ ଅପମାନ କରି ହିନ୍ଦୁମାନଙ୍କ ଧର୍ମୀୟ ଭାବନାକୁ ଆଘାତ ଦେଇଥିବା ଅଭିଯୋଗ ହୋଇଛି । ସେପଟେ ପୀଡିତ ଯୁବକ ମଧ୍ୟ ଗ୍ରାମବାସୀଙ୍କ ବିରୋଧରେ ଅଭିଯୋଗ କରିଛନ୍ତି । ଏନେଇ ପୋଲିସ ଆଇପିସିର ୩୪୧, ୩୨୩, ୫୦୫(୨) ଏବଂ ୫୦୬ ଧାରାରେ ଗ୍ରାମବାସୀଙ୍କ ବିରୋଧରେ ମାମଲା ରୁଜୁ କରିଛି । ଘଟଣାରେ ଅଧିକ ଛାନଭିନ କରାଯାଉଥିବା ପୋଲିସ ସୂଚନା ଦେଇଛି ।

ଅନେକ ସମୟରେ ଏଭଳି ଘୃଣା ସୃଷ୍ଟି କଲାଭଳି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଗୋଟିଏ ଧର୍ମର ଲୋକ ଅନ୍ୟ ଧର୍ମକୁ ଅପମାନିତ କରି ଭିଡିଓ ଅପଲୋଡ କରୁଥିବାର ଦେଖିବାକୁ ମିଳିଛି । ଯାହା ପରବର୍ତ୍ତୀ ସମୟରେ ହିଂସାର ରୂପ ନେଉଛି । ତେଲେଙ୍ଗାନାର ଏହି ଘଟଣାରୁ ଅନୁମେୟ କରାଯାଇପାରେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.