ETV Bharat / bharat

ତାମିଲନାଡୁ ମାଛ ଫ୍ୟାକ୍ଟ୍ରିରେ ଗ୍ୟାସ ସିଲିଣ୍ଡର ବିସ୍ଫୋରଣ, ଓଡିଶାର 16 ମହିଳା ଗୁରୁତର - Gas leakage in fish processing unit

author img

By ETV Bharat Odisha Team

Published : Jul 20, 2024, 8:24 AM IST

Updated : Jul 20, 2024, 9:02 AM IST

30 womens fainted in ammonia leakage in Private fish processing unit: ତାମିଲନାଡୁ ମାଛ ଫ୍ୟାକ୍ଟ୍ରିରେ ଆମୋନିଆ ଗ୍ୟାସ ସିଲିଣ୍ଡର ବିସ୍ଫୋରଣ । ପରେ କମ୍ପାନୀର ନିଜସ୍ବ ଗାଡି ଏବଂ ଆମ୍ବୁଲାନ୍ସ ମାଧ୍ୟମରେ ଗୁରୁତର ମହିଳାଙ୍କୁ ଦୁଇଟି ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣାରେ ସ୍ଥାନୀୟ ପୋଲିସ ତଦନ୍ତ ଆରମ୍ଭ କରିଛି । ଅଧିକ ପଢନ୍ତୁ

Etv Bharat
Etv Bharat (Etv Bharat)

ହାଇଦ୍ରାବାଦ: ତାମିଲନାଡୁର ଏକ ବେସରକାରୀ ମାଛ ଫ୍ୟାକ୍ଟ୍ରିରେ ଆମୋନିଆ ଗ୍ୟାସ ସିଲିଣ୍ଡର ବିସ୍ଫୋରଣ । ଓଡିଶାର 16 ଯୁବତୀଙ୍କ ସମେତ 30 ମହିଳା ଗୁରୁତର । ତାମିଲନାଡୁ ମାଛ ଫ୍ୟାକ୍ଟ୍ରିରେ ଆମୋନିଆ ଗ୍ୟାସ ସିଲିଣ୍ଡର ବିସ୍ଫୋରଣ । ଓଡିଶାର 16 ମହିଳାଙ୍କ ସମତେ 30 ମହିଳା ଗୁରୁତର । ଗତକାଲି ରାତ୍ର 11ଟା ସମୟରେ ଘଟିଛି ଏହି ଅଘଟଣ । ଏହି ମାଛ ଫ୍ୟାକ୍ଟ୍ରିରେ 500ରୁ ଅଧିକ ମହିଳା କାମ କରୁଛନ୍ତି । ଗ୍ୟାସ ସିଲିଣ୍ଡର ବିସ୍ଫୋରଣରେ ତାମିଲନାଡୁ କୁମବାକୋନମ ଅଞ୍ଚଳର 5 ଜଣ ମଧ୍ୟ ଗୁରୁତର ହୋଇଛନ୍ତି । ବିସ୍ଫୋରଣ ପରେ କମ୍ପାନୀ ପରିସରରେ ଗ୍ୟାସ ବ୍ୟାପିବା ଫଳରେ ଶ୍ରମିକ ମାନେ ଅଣନିଶ୍ବାସୀ ହେବା ସହିତ ଅଚେତ ହୋଇଯାଇଥିଲେ । କିଛି ଜଣଙ୍କର ମଧ୍ୟ ଆଖିରେ ସମସ୍ୟା ଆସିଥିବା ସୂଚନା ରହିଛି ।

ତାମିଲନାଡୁ ତୁତିକୋରିନ୍ ଅଞ୍ଚଳ ସ୍ଥିତ ଏକ ଘରୋଇ ମାଛ ରପ୍ତାନୀ କମ୍ପାନୀରେ ଗତକାଲି ରାତିରେ ହଠାତ ଆମୋନିଆ ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ହୋଇ ଗ୍ୟାସ ଲିକ ହୋଇଥିଲା । ପରେ ଏହି ଦୁର୍ଘଟଣାରେ 30ରୁ ଅଧିକ ମହିଳା ଗୁରୁତର ହୋଇ ନିକଟସ୍ଥ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । କମ୍ପାନୀରେ ପ୍ରଥମେ ସର୍ଟସରକିଟ୍ ପାଇଁ ଅଗ୍ନିକାଣ୍ଡ ଘଟିଥିଲା ପରେ ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ହୋଇଥିଲା ।

ଏହା ବି ପଢନ୍ତୁ- ଚିଙ୍ଗୁଡ଼ି ପ୍ଲାଣ୍ଟରେ ଅଘଟଣ, ବିଷାକ୍ତ ଗ୍ୟାସ ଲିକ ହେବାରୁ ୧୫ରୁ ଉର୍ଦ୍ଧ୍ବ ଗୁରୁତର - gas leak in prawn processing plant

ପରେ କମ୍ପାନୀର ନିଜସ୍ବ ଗାଡି ଏବଂ ଆମ୍ବୁଲାନ୍ସ ମାଧ୍ୟମରେ ଗୁରୁତର ମହିଳାଙ୍କୁ ଦୁଇଟି ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣାରେ ସ୍ଥାନୀୟ ପୋଲିସ ତଦନ୍ତ ଆରମ୍ଭ କରିଛି । ଏହା ପରେ ଘଟଣାକୁ ନେଇ ରାଜ୍ୟରେ ରାଜନୀତି ଜୋର ଧରିଛି । ଶାସକ ଦଳକୁ ବିରୋଧୀ ଟାର୍ଗେଟ କରିବା ଆରମ୍ଭ କରିଛନ୍ତି ।

କିଛିଦିନ ତଳେ ତାମିଲନାଡୁର ବହୁଜନ ସମାଜବାଦୀ ପାର୍ଟି (BSP) ରାଜ୍ୟ ସଭାପତି କେ.ଆର୍ମଷ୍ଟ୍ରଙ୍ଗଙ୍କ ହତ୍ୟା ଘଟିଥିଲା । ପରେ ଘଟଣାରେ ସମ୍ପୃକ୍ତ ଜଣେ ଅଭିଯୁକ୍ତ ପୋଲିସ ଗୁଳିରେ ପ୍ରାଣ ହରାଇଛି । ଅଭିଯୁକ୍ତକର ନାମ ଥିରୁବଙ୍ଗଦମ । ସେ ପୂର୍ବରୁ ମଧ୍ୟ ଏକାଧିକ ହତ୍ୟା ମାମଲାରେ ସମ୍ପୃକ୍ତ ଥିଲା । ଏହି ହାଇପ୍ରୋଫାଇଲ ହତ୍ୟା ଘଟଣାରେ ପୋଲିସ ତାକୁ ଗିରଫ କରିବାକୁ ପ୍ରୟାସ କରିବା ବେଳେ ସେ ପୋଲିସକୁ ଗୁଳିମାଡ କରି ଖସିଯିବାକୁ ଉଦ୍ୟମ କରିଥିଲା । ଫଳରେ ପୋଲିସ ପକ୍ଷରୁ ମଧ୍ୟ ପାଲଟା ଗୁଳି ଚାଳନା କରାଯାଇଥିଲା । ଏଥିରେ ସେ ଗୁରୁତର ହୋଇଥିଲା । ତାକୁ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯିବା ପରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 20, 2024, 9:02 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.