ETV Bharat / bharat

ଓଡ଼ିଶାକୁ ଗୋଚାଲାଣ ବେଳେ ହିଂସାକାଣ୍ଡ; 2 ୟୁପି ଯୁବକଙ୍କୁ ପିଟି ପିଟି ହତ୍ୟା - Mob Lynching In Raipur - MOB LYNCHING IN RAIPUR

MOB LYNCHING IN RAIPUR: ଓଡିଶାକୁ ଗୋରୁ ଚୋରାଚାଲାଣ କରୁଥିଲେ ୟୁପି ଯୁବକ । ଛତିଶଗଡ଼ରେ ପିଟି ପିଟି ହତ୍ୟା କଲେ କିଛି ଦୁର୍ବୃତ୍ତ । ଜାଣନ୍ତୁ ପୁରା ଘଟଣା କଣ

Mob Lynching In Raipur
Mob Lynching In Raipur (ETV Bharat)
author img

By ETV Bharat Odisha Team

Published : Jun 7, 2024, 9:12 PM IST

ରାୟପୁର: ଛତିଶଗଡ଼ କ୍ୟାପିଟାଲ ସିଟି ରାୟପୁର ଆରଙ୍ଗରେ ହିଂସାକାଣ୍ଡ । ରାୟପୁରରେ ଉତ୍ତର ପ୍ରଦେଶ ସାହାରାନପୁରରୁ ଆସିଥିବା ଯୁବକଙ୍କୁ ପିଟିଲେ ଦୁର୍ବୃତ୍ତ । ଗୁରୁବାର ବିଳମ୍ବିତ ରାତିରେ ଗାଈଗୋରୁ ଚୋରା ଚାଲାଣ ଅଭିଯୋଗରେ 10ରୁ 12 ଜଣ ଯୁବକ 3ଜଣ ୟୁପି ଯୁବକଙ୍କୁ ମାଡ଼ ମାରିଥିଲେ । ଏହାପରେ ସେମାନଙ୍କୁ ମହାନଦୀରେ ଫିଙ୍ଗିଥିଲେ । ଏହି ହିଂସାକାଣ୍ଡରେ 2 ଜଣ ୟୁପି ଯୁବକଙ୍କ ମୃତ୍ୟୁ ଘଟିଛି । ତୃତୀୟ ଯୁବକଙ୍କ ଚିକିତ୍ସା ନିକଟସ୍ଥ ହସ୍ପିଟାଲରେ ଜାରି ରହିଛି । ଏହି ପାଳିତ ପଶୁଙ୍କୁ ଓଡ଼ିଶାକୁ ଚାଲାଣ ହେଉଥିବା ଜଣାପଡ଼ିଛି ।

ଗୋରୁ ଚୋରାଚାଲାଣ ହେଉଥବା ଟ୍ରକ
ଗୋରୁ ଚୋରାଚାଲାଣ ହେଉଥବା ଟ୍ରକ (ETV Bharat)

ଟ୍ରକରେ ଓଡ଼ିଶାକୁ ହେଉଥିଲା ଗୋରୁ ଚୋରା ଚାଲାଣ:-

ମିଳିଥିବା ସୂଚନା ଅନୁସାରେ ୟୁପିର 3 ଯୁବକ ଓଡ଼ିଶାକୁ ଗୋଚାଲାଣ କରୁଥିଲେ । ଏନେଇ ରାୟପୁର ପୋଲିସ କହିଛି ଯେ, 3 ୟୁପି ଯୁବକ ଟ୍ରକ ଯୋଗେ ଗୋରୁଗାଈଙ୍କୁ ଧରି ମହାସମୁନ୍ଦ ରାସ୍ତା ଦେଇ ଓଡ଼ିଶାକୁ ଯାଉଥିଲେ । ଗୁରୁବାର ବିଳମ୍ବିତ ରାତିରେ 10ରୁ 12 ଜଣ ଯୁବକ ଟ୍ରକକୁ ରେକି କରି ଆରଙ୍ଗଠାରେ ପହଞ୍ଚିଥିଲେ । ଏହାପରେ 3 ଯୁବକଙ୍କୁ ମାରପିଟ କରିବା ସହ ସେମାନଙ୍କୁ ମହାନଦୀରେ ଫିଙ୍ଗିଥିଲେ । ଜଣେ ଯୁବକଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଯୁବକ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି । ସେପଟେ ଆଉ ଜଣେ ଯୁବକ ଚିକିତ୍ସାଧୀନ ଅଛନ୍ତି ।

ଆରଙ୍ଗ ଥାନା ଅଧିକାରୀ ସତ୍ୟେନ୍ଦ୍ର ସିଂ ଶ୍ୟାମ କହିଛନ୍ତି, "ଉତ୍ତର ପ୍ରଦେଶ ସାହାରନପୁରରେ ରହୁଥିବା 3ଜଣ ଯୁବକ ଗୁରୁବାର ବିଳମ୍ବିତ ରାତିରେ ଟ୍ରକରେ ଗୋଚାଲାଣ କରୁଥିଲେ । ପ୍ରାୟ 24 ଗୋରୁଗାଈଙ୍କୁ ଧରି ମହାସମୁନ୍ଦ ରାସ୍ତା ଦେଇ ଓଡ଼ିଶା ଯାଉଥିଲେ । ଏହି ସମୟରେ 10ରୁ 12ଜଣ ଯୁବକ ତାଙ୍କ ପିଛା କରି ଚାଲାଣକାରୀଙ୍କୁ ଧରିଥିଲେ । ମହାନଦୀ ନିକଟରେ ଟ୍ରକର ଟାୟାର ପଙ୍କଚର ହୋଇଯାଇଥିଲା । ଏହାପରେ 12ଜଣ ଯୁବକ ଚାଲାଣକାରୀ 3 ଯୁବକଙ୍କୁ ମାଡ଼ ମାରିବା ସହ ମହାନଦୀରେ ଫିଙ୍ଗିଥିଲେ । ଏହି ଘଟଣାରେ 2ଜଣଙ୍କ ମୃତ୍ୟୁ ଘଟିଛି । ମୃତଦେହର ବ୍ୟବଚ୍ଛେଦ ପରେ ପରିବାରବର୍ଗଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଛି । ଘଟଣାରେ ତଦନ୍ତ ଜାରି ରହିଛି ।"

ଏହା ବି ପଢନ୍ତୁ- ଗୋରୁ ବୋଝେଇ ଗାଡିରେ ନିଆଁ ଲଗାଇଦେଲେ ଲୋକ, ହୁତୁହୁତୁ ହୋଇ ଜଳିଗଲା ଭ୍ୟାନ

ମୃତ ଯୁବକଙ୍କ ପରିବାରବର୍ଗଙ୍କ କହିବାନୁସାରେ ସେମାନେ ଗୋରୁ ଚୋରା ଚାଲାଣ କାର୍ଯ୍ୟରେ ଲିପ୍ତ ଥିଲେ । ଅନ୍ୟପଟେ ପୋଲିସ ସିସିଟିଭି ଫୁଟେଜ ସଂଗ୍ରହ କରିବା ଲାଗି ଉଦ୍ୟମ କରୁଛି । ଏହାସହିତ ସ୍ଥାନୀୟ ଲୋକଙ୍କୁ ମଧ୍ୟ ପଚରାଉଚରା କରୁଛି । ଆଇନକୁ ହାତକୁ ନେଇଥିବା 12ଜଣଙ୍କ ସମ୍ପର୍କରେ ଜଣାପଡ଼ିନଥିବା ବେଳେ ପୋଲିସ ସବୁ ଦିଗକୁ ଦୃଷ୍ଟିରେ ରଖି ତଦନ୍ତ ଜାରି ରଖିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.