ETV Bharat / bharat

ରାମେଶ୍ବରମ କାଫେ ବିସ୍ଫୋରଣ ପଛରେ କିଏ ? ତଦନ୍ତ କରିବ NIA

author img

By ETV Bharat Odisha Team

Published : Mar 4, 2024, 10:52 AM IST

Rameshwaram Cafe Blast: ରାମେଶ୍ବରମ କାଫେ ବିସ୍ଫୋରଣ ଘଟଣାରେ ତଦନ୍ତ କରିବ ଏନଆଇଏ । ଅଭିଯୁକ୍ତକୁ ବର୍ତ୍ତମାନ ସୁଦ୍ଧା ଧରିବାରେ ସଫଳ ହୋଇନି ପୋଲିସ । ଅଧିକ ପଢନ୍ତୁ

Rameshwaram Cafe Blast
Rameshwaram Cafe Blast

ବେଙ୍ଗାଲୁରୁ: ରାମେଶ୍ବରମ କାଫେରେ ବିସ୍ଫୋରଣ ଘଟଣାକୁ 3 ଦିନ ପୁରିଲାଣି । ଦିନ ଗଡୁଛି, ତଦନ୍ତ ମଧ୍ୟ ଜାରି ରହିଛି । କିନ୍ତୁ ଅଭିଯୁକ୍ତକୁ ଧରିବାର ସକ୍ଷମ ହୋଇପାରିନି ତଦନ୍ତକାରୀ ଟିମ । ଏହି ଘଟଣାର ତଦନ୍ତ ଭାର ଏନଆଇଏକୁ ହସ୍ତାନ୍ତର କରିଛି ଗୃହ ମନ୍ତ୍ରଣାଳୟ । ପୁନଃ ଏକ ମାମଲା ରୁଜୁ କରି ତଦନ୍ତ କରିବ ଜାତୀୟ ତଦନ୍ତକାରୀ ସଂସ୍ଥା NIA । ଗତ ସପ୍ତାହରେ ବ୍ଲାଷ୍ଟ ସାଇଟକୁ ଏକ ଏନଆଇଏ ଟିମ୍ ଗସ୍ତ ପରେ ଏହି ମାମଲା ଏନଆଇଏକୁ ହସ୍ତାନ୍ତର କରାଯାଇଥିଲା । ଏହି ବିସ୍ଫୋରଣ ପଛରେ କାହାର ହାତ ଅଛି ତଦନ୍ତ କରିବ ଏନଆଇଏ ।

ଏହା ମଧ୍ୟ ପଢନ୍ତୁ-କର୍ଣ୍ଣାଟକ କାଫେ ବିସ୍ଫୋରଣ ଘଟଣା, ଖୁବଶୀଘ୍ର ଅଭିଯୁକ୍ତ ଗିରଫ ହେବ କହିଲେ ରାଜ୍ୟ ଗୃହମନ୍ତ୍ରୀ

ଶୁକ୍ରବାର ବେଙ୍ଗାଲୁରୁ ସହରର ରାମେଶ୍ବରମ କାଫେରେ ବିସ୍ଫୋରଣ ହୋଇଥିଲା । ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ଏବେ ବି ଫେରାର ରହିଛି । ଘଟଣାର ଦିନକ ପରେ ବିସ୍ଫୋରଣ ଘଟାଇଥିବା ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଚିହ୍ନଟ କରିଥିଲା ପୋଲିସ । ଅଭିଯୁକ୍ତ ଜଣଙ୍କ କାଫେରେ ଇଡଲି୍‌ ଖାଇବା ପରେ ବ୍ୟାଗ ଛାଡି ପଳାଇଥିଲା । ଯାହାର ଭିଡିଓ ସିସିଟିଭିରେ କଏଦ ହୋଇଥିଲା । କିନ୍ତୁ ସନ୍ଦିଗ୍ଧ ବ୍ୟକ୍ତିର ପରିଚୟ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ । ଏହି ଘଟଣାରେ ରାଜ୍ୟ ଗୃହମନ୍ତ୍ରୀ ରବିବାର କହିଥିଲେ, '' ଅଭିଯୁକ୍ତକୁ ପୋଲିସ ଚିହ୍ନଟ କରିଛି । ତା’ ସମ୍ପର୍କରେ ତଥ୍ୟ ଏକାଠି କରାଯାଉଛି । ବେଙ୍ଗାଲୁରୁ ପୋଲିସର 8ଟି ଟିମ ସହ କେନ୍ଦ୍ରୀୟ ସଂସ୍ଥା ମାମଲାରେ ତଦନ୍ତ କରୁଛନ୍ତି । ଖୁବଶିଘ୍ର ଅଭିଯୁକ୍ତ ଗିରଫ ହେବ । ସହରରେ ସୁରକ୍ଷା ପାଇଁ ଅତିରିକ୍ତ ବ୍ୟବସ୍ଥା ମଧ୍ୟ ଗ୍ରହଣ କରାଯାଉଛି ।''

ଏହା ମଧ୍ୟ ପଢନ୍ତୁ-ରାମେଶ୍ବରମ କାଫେ ବିସ୍ଫୋରଣର ସୁରାକ, ସିସିଟିଭିରେ କଏଦ ସନ୍ଦିଗ୍ଧ ଫଟୋ

ମାର୍ଚ୍ଚ 1 ତାରିଖରେ କର୍ଣ୍ଣାଟକ ହ୍ବାଇଟଫିଲ୍ଡର କୁନ୍ଦାଲାହାଲି ନିକଟ ରାମେଶ୍ବରମ କାଫେରେ ଭୟଙ୍କର ବିସ୍ଫୋରଣ ହୋଇଥିଲା । ଏହି ଅଘଟଣରେ 9 ଜଣ ଆହତ ହୋଇଥିବାବେଳେ ସୌଭାଗ୍ୟ ବଶତଃ କାହାର ମୃତ୍ୟୁ ହୋଇନି ଆହତଙ୍କ ଚିକିତ୍ସା ହସ୍ପିଟାଲରେ ଜାରି ରହିଛି । ବିସ୍ଫୋରଣ ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ । ଏହି ଘଟଣାର ଅଭିଯପୁକ୍ତ କାଫେରେ ଇଡଲି ଖାଇବା ପରେ ବ୍ୟାଗ ଛାଡି ପଳାଇଥିଲା । ଯାହାର ଭିଡିଓ ସିସିଟିଭିରେ କଏଦ ହୋଇଥିଲା । ଏହା ପରେ ସନ୍ଦିଗ୍ଧ ବ୍ୟକ୍ତିଙ୍କ ଗତିବିଧି ସ୍ପଷ୍ଟ କରିଥିଲେ କିଛି ପ୍ରତ୍ୟକ୍ଷଦର୍ଶୀ । କାଫେର ସିସିଟିଭି ଫୁଟେଜ ଆଧାରରେ କିଛି ସନ୍ଦିଗ୍ଧଙ୍କୁ ପୋଲିସ ଅଟକ ରଖି ପଚାରଉଚରା କରିଥିଲା । ଏହି ଘଟଣାରେ ପୋଲିସ ତଦନ୍ତ ଜାରି ରଖିଥିଲା । ଘଟଣାର 3 ଦିନ ପରେ ବି ଅଭିଯୁକ୍ତକୁ ଧରିବାରେ ସଫଳ ହୋଇନି ପୋଲିସ । ଅଧିକ ତଦନ୍ତ ପାଇଁ ଏନଆଇଏକୁ ତଦନ୍ତ ଭାର ହସ୍ତାନ୍ତର କରାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.