ETV Bharat / bharat

କବାଡି ଗୋଦାମରେ ଭୟଙ୍କର ବିସ୍ଫୋରଣ; 5 କିମି ପର୍ଯ୍ୟନ୍ତ ଶୁଭିଲା ଶବ୍ଦ, 4 ମୃତ - Jabalpur Scrap Godown Blast - JABALPUR SCRAP GODOWN BLAST

Jabalpur Scrap Godown Blast: ମଧ୍ୟପ୍ରଦେଶ ଜବଲପୁର ଜିଲ୍ଲାର ଏକ କବାଡ଼ି ଗୋଦାମରେ ଭୟଙ୍କର ବିସ୍ଫୋରଣ । ଦୀର୍ଘ 5କିମି ପର୍ଯ୍ୟନ୍ତ ଜୋରରେ ଶବ୍ଦ ପରେ ଭୟଭୀତ ସ୍ଥାନୀୟ ଲୋକେ । ଅଧିକ ପଢନ୍ତୁ

Jabalpur Scrap Godown Blast
Jabalpur Scrap Godown Blast
author img

By ETV Bharat Odisha Team

Published : Apr 25, 2024, 11:04 PM IST

Jabalpur Scrap Godown BlastJabalpur Scrap Godown Blast

ଭୋପାଳ: ମଧ୍ୟ ପ୍ରଦେଶ ଜବଲପୁର ଖଜୁରି ଖିରିଆ ବାଇପାସ ନିକଟ କବାଡି ଗୋଦାମରେ ଭୟଙ୍କର ବିସ୍ଫୋରଣ । ଏହି ଅଘଟଣରେ 8ରୁ 10 ଜଣଙ୍କ ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଉଥିବା ବେଳେ ସରକାରୀ ସୂତ୍ରରୁ 4 ଜଣଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି । ଏହି ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ 5000 ବର୍ଗ କିଲୋମିଟର ପର୍ଯ୍ୟନ୍ତ ବ୍ୟାପିଥିବା ଗୋଦାମଟି ପୋଡ଼ିଜଳି ପାଉଁଶ ହୋଇଯାଇଛି । ଏହାସହିତ 5 କିମି ପର୍ଯ୍ୟନ୍ତ ଏକ ଭୟଙ୍କର ଶବ୍ଦ ହୋଇଥିବା ସ୍ଥାନୀୟ ଲୋକେ କହିଛନ୍ତି । ଘଟଣାସ୍ଥଳରେ ଜବଲପୁର ଜିଲ୍ଲାପାଳଙ୍କ ସମେତ ପୋଲିସ ଅଧିକାରୀ ଉପସ୍ଥିତ ଅଛନ୍ତି ।

Jabalpur Scrap Godown Blast
Jabalpur Scrap Godown Blast

5କିମି ପର୍ଯ୍ୟନ୍ତ ଶୁଭିଲା ଶବ୍ଦ:- ଜବଲପୁର ଜିଲ୍ଲାର ଏହି କବାଡି ଗୋଦାମରେ ହଠାତ ଭୟଙ୍କର ବିସ୍ଫୋରଣ ହୋଇତିଲା । ଏହି ଗୋଦାମଟି ପ୍ରାୟ 5ହଜାର ବର୍ଗ କିଲୋମିଟର ପର୍ଯ୍ୟନ୍ତ ବ୍ୟାପିଥିଲା । ଗୋଦାମ ଭିତରେ ଥିବା ସାମଗ୍ରୀ ଏଣେତେଣେ ପଡ଼ିଥିବା ବେଳେ ପ୍ରାୟ 5କିମି ପର୍ଯ୍ୟନ୍ତ ଭୟଙ୍କର ଶବ୍ଦ ହୋଇଥିଲା । ଏନେଇ ଜଣେ ସ୍ଥାନୀୟ ବାସିନ୍ଦା ରାଜୁ ପଟେଲ କହିଛନ୍ତି, " ଯେତେବେଳ ଶବ୍ଦ ହେଲା ଆମେ ଘରେ ଥିଲୁ । ଜୋରରେ ଶବ୍ଦ ଶୁଣିବା ପରେ ଆମେ ଭୟଭୀତ ହୋଇପଡ଼ିଥିଲୁ । ଏହାପରେ ଆମେ ଦୌଡି ଗୋଦାମକୁ ଆସିଥିଲୁ । 10 ବର୍ଷ ପୂର୍ବେ ବସିର ରାଜା ଗୋଦାମରେ ଏପରି ବିସ୍ଫରୋଣ ହୋଇଥିବାରୁ ସେ ଆଶଙ୍କା କରି ଗୋଦାମ ଆଡକୁ ଆସିଥିଲେ ।"

Jabalpur Scrap Godown Blast
Jabalpur Scrap Godown Blast

ଏହା ବି ପଢନ୍ତୁ- ପାରାଦ୍ୱୀପ BPCL ତୈଳ ଟର୍ମିନାଲ୍‌ରେ ହୁତୁହୁତୁ ଜଳିଲା ତେଲ ଟ୍ୟାଙ୍କର

ଖମରିୟା ଫ୍ୟାକ୍ଟିରୁ ବାହାରୁଥିବା ବର୍ଜ୍ୟବସ୍ତୁ ଏଠାରେ ରହୁଥିଲା । ଏହି ଗୋଦାମଟି ବେଆଇନ ଭାବେ ଚାଲୁଥିଲା । ଏପରିକି କିଛି ବଳକା ବୋମା ମଧ୍ୟ ଏଠାରେ ରଖାଯାଉଥିଲା । ବୋମାର ବାହାର ପାର୍ଶ୍ବର ଦାମି ଧାତୁରେ ନିର୍ମିତ ହେଉଥିବା ବେଳେ ଏହା ଭିତରେ ବୋମାକୁ ରଖାଯାଉଥିବା ରାଜୁ ପଟେଲ କହିଛନ୍ତି ।

ଗୋଦାମରେ ଥିଲେ 10-12 ଜଣ ! :- ଯେତେବେଳେ ଏହି ବିସ୍ଫୋରଣ ହୋଇଥିଲା, ସେତେବେଳେ ଗୋଦାମ ଭିତରେ ପ୍ରାୟ 10ରୁ 12 ଜଣ ଲୋକ ଥିବା କୁହାଯାଉଛି । ଏମାନଙ୍କ ମଧ୍ୟରୁ 8ରୁ 10 ଜଣଙ୍କ ମୃତ୍ୟୁ ଘଟିଥିବା କୁହାଯାଉଥିବା ବେଳେ ପ୍ରଶାସନ 4 ଜଣଙ୍କ ମୃତ୍ୟୁ ହୋଇଥିବା କହିଛି । ବିସ୍ଫୋରଣ ପରେ ଏହି ସ୍ଥାନଟି ସମ୍ବେଦନଶୀଳ ସ୍ଥାନ ହୋଇଯିବାରୁ ଏଠାକୁ ଲୋକଙ୍କୁ ପ୍ରଶାସନ ବାରଣ କରିଛି । ଆଉ ବିସ୍ଫୋରକ ସାମଗ୍ରୀ ଥିବା ଆଶଙ୍କା କରାଯାଉଛି । ପ୍ରଶାସନର କହିବାନୁସାରେ ଏଠାରେ କୌଣସି ସିଲିଣ୍ଡର ଫାଟିବା ଦ୍ବାରା ଏହି ବିସ୍ଫୋରଣ ଘଟିଛି । ପୋଲିସ ଫରେନ୍ସିକ ଟିମ ସହ ଘଟଣାସ୍ଥଳରେ ତନାଘନା କରୁଛି । ସେପଟେ ଅଗ୍ନିଶମ ବାହିନୀ ମଧ୍ୟ ଉପସ୍ଥିତ ରହି ନିଆଁକୁ ଆୟତ୍ତ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.