ETV Bharat / bharat

ତାମିଲନାଡୁରେ ବିଷାକ୍ତ ମଦ ପିଇ ୧୦ ମୃତ, ୨୦ରୁ ଉର୍ଦ୍ଧ୍ବ ଗୁରୁତର - Illicit Liquor Death

author img

By ETV Bharat Odisha Team

Published : Jun 19, 2024, 9:07 PM IST

Illicit Liquor Death: ତାମିଲନାଡୁରେ ବିଷାକ୍ତ ମଦ ପିଇ ୧୦ ଜଣଙ୍କ ମୃତ୍ୟୁ ହୋଇଛି । ଏହାସହ ୨୦ ରୁ ଉର୍ଦ୍ଧ୍ବ ଲୋକେ ଗୁରୁତର ଅବସ୍ଥାରେ ଚିକିତ୍ସିତ ଅଛନ୍ତି । ପୂରା ଖବର ପଢନ୍ତୁ ।

Illicit Liquor Death
Illicit Liquor Death (ETV Bharat)

ଚେନ୍ନାଇ: ତାମିଲନାଡୁରେ ବିଷାକ୍ତ ମଦ ପିଇ ୧୦ ଜଣ ମୃତ । ଏହାସହ ୨୦ ରୁ ଉର୍ଦ୍ଧ୍ବ ଲୋକେ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କଲ୍ଲାକୁର୍ଚ୍ଚିରେ ଘଟିଛି ଏଭଳି ଘଟଣା । ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ମଙ୍ଗଳବାର ରାତିରେ ଶ୍ରମିକ ଶ୍ରେଣୀର କିଛି ଲୋକ ବିଷାକ୍ତ ମଦ୍ୟପାନ କରିଥିଲେ । ଆଉ ଘରେ ପହଞ୍ଚିବା ପରେ ସେମାନେ ଅସୁସ୍ଥ ଅନୁଭବ କରିଥିଲେ । ଧୀରେ ଧୀରେ ସେମାନଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ହୋଇଥିଲା । ପରେ ପେଟରେ ଯନ୍ତ୍ରଣା ଅନୁଭବ ହେବା ସହ ବାନ୍ତି ହେବା ଭଳି ଲକ୍ଷଣ ଦେଖାଯାଇଥିଲା । ଏହାସହ ଆଖିରେ ଯନ୍ତ୍ରଣା ଅନୁଭୂତ ହୋଇଥିଲା । ଫଳରେ ୧୦ ଜଣଙ୍କ ଜୀବନ ଯାଇଛି ।

ବର୍ତ୍ତମାନ ୨୦ ଜଣ ଗୁରୁତର ଅବସ୍ଥାରେ ସରକାରୀ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଅନ୍ୟ ୧୦ ଜଣଙ୍କ ସ୍ବାସ୍ଥ୍ୟବସ୍ଥା ଅଧିକ ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ ଜବାହରଲାଲ ଇନଷ୍ଟିଚ୍ୟୁଟ ଅଫ ପୋଷ୍ଟ ଗ୍ରାଜୁଏଟ ମେଡିକାଲ ଏଜୁକେସନ ଆଣ୍ଡ ରିସର୍ଚ୍ଚ (JIPMER), ପୁଡୁଚେରୀକୁ ସ୍ଥାନାନ୍ତର କରାଯାଇଛି । ଏହାସହ ସମସ୍ତଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇ ଫରେନ୍ସିକ ଲାବରୋଟୋରୀକୁ ପଠାଯାଇଥିଲା । ଏହାପରେ ରିପୋର୍ଟ ସାମନାକୁ ଆସିଛି ।

ଏହା ବି ପଢନ୍ତୁ...ପଞ୍ଜାବରେ ବିଷାକ୍ତ ମଦ ପିଇ ଗଲାଣି ୨୧ ଜୀବନ - Punjab hooch tragedy

ଡାକ୍ତରଙ୍କ ସୂଚନା ଅନୁସାରେ, ରକ୍ତ ନମୁନା ପରୀକ୍ଷା ପରେ ସେଥିରେ ମିଥାନଲ ଥିବା ଜଣାପଡ଼ିଛି । ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ଏନେଇ ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ମନ୍ତ୍ରୀ ଇଭି ଭେଲୁ ଏବଂ ଏମ ସୁବ୍ରମନିଆନ କଲାକୁର୍ଚ୍ଚି ସ୍ଥିତ ହସ୍ପିଟାଲରେ ପହଞ୍ଚି ରୋଗୀଙ୍କ ସ୍ବାସ୍ଥ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି । ଏହାସହ କଲ୍ଲାକୁର୍ଚ୍ଚି ଜିଲ୍ଲାପାଳ ଶ୍ରବଣ କୁମାର ଜଦାୱତଙ୍କ ଉପରେ ନିଆଯାଇଛି କାର୍ଯ୍ୟାନୁଷ୍ଠାନ । ତାଙ୍କୁ ସେଠାରୁ ବଦଳି କରାଯାଇଥିବା ଜଣାପଡ଼ିଛି । ତାଙ୍କ ସ୍ଥାନରେ ଏମଏସ ପ୍ରସାଦ ଜିଲ୍ଲାପାଳ ଭାବେ ଦାୟିତ୍ବ ନେଇଛନ୍ତି । ଏହାସହ କଲ୍ଲାକୁର୍ଚ୍ଚି SP ସାମଇ ସିଂ ମୀନାଙ୍କୁ ନିଲମ୍ବିତ କରାଯାଇଛି । ତାଙ୍କ ସ୍ଥାନରେ ଦାୟିତ୍ବ ନେଇଛନ୍ତି ରଜତ ଚତୁର୍ବେଦୀ । ସେପଟେ ମୁଖ୍ୟମନ୍ତ୍ରୀ CBCIDକୁ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ତଦନ୍ତ ପରେ ଏହି ବିଷାକ୍ତ ମଦ ସମ୍ପର୍କରେ ଅଧିକ ତଥ୍ୟ ଜଣାପଡ଼ିବ ।

ଏହା ବି ପଢନ୍ତୁ...ଧଳା ଜହର କବଳରେ ଯୁବପୀଢ଼ି, ବ୍ରାଉନସୁଗାର କାରବାର ବନ୍ଦ ପାଇଁ ଥାନାରେ ଗ୍ରାମବାସୀ - BROWN SUGAR IN VILLAGE

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.