ETV Bharat / bharat

ମଣିପୁର ମୁଖ୍ୟମନ୍ତ୍ରୀଙ୍କ କାରକେଡ ଉପରେ ଆତଙ୍କୀ ହମଲା, ଏକାଧିକ ଯବାନ ଆହତ - Manipur cm Security Team attacked by Insurgents

author img

By ETV Bharat Odisha Team

Published : Jun 10, 2024, 2:26 PM IST

Updated : Jun 10, 2024, 3:16 PM IST

Manipur Chief Minister's Advance Security Team Ambushed By Suspected Insurgents: ମୁଖ୍ୟମନ୍ତ୍ରୀ ବିରେନ ସିଂଙ୍କ ସୁରକ୍ଷା ଟିମ ଉପରେ ଆକ୍ରମଣ । ଏକାଧିକ କମାଣ୍ଡୋ ଆହତ । ହିଂସା ପ୍ରଭାବିତ ଜିରିବାମକୁ ଗସ୍ତ କରିଥାନ୍ତେ ମୁଖ୍ୟମନ୍ତ୍ରୀ । ଅଧିକ ପଢନ୍ତୁ

ମଣିପୁର ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଟିମ ଉପରେ ଆତଙ୍କୀ ହମଲା, ଏକାଧିକ ଯବାନ ଆହତ
ମଣିପୁର ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଟିମ ଉପରେ ଆତଙ୍କୀ ହମଲା, ଏକାଧିକ ଯବାନ ଆହତ (ETV Bharat Odisha)

ଇମ୍ଫାଲ: ମଣିପୁରରେ କିଛି ଦିନର ବ୍ୟବଧାନ ପରେ ପୁଣି ହିଂସା । ଏଥର ସିଧା ମୁଖ୍ୟମନ୍ତ୍ରୀ ଏନ.ବିରେନ ସିଂଙ୍କ ସୁରକ୍ଷା ଟିମ୍‌ ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଛି । ଆସାମ ସୀମାନ୍ତ ଜିରିବାମ ଜିଲ୍ଲାର ଏକ ଜଙ୍ଗଲ ରାସ୍ତାରେ ଏହି ଆକ୍ରମଣ ହୋଇଛି । ଏଥିରେ ୪ରୁ ଅଧିକ କମାଣ୍ଡୋ ଆହତ ହୋଇଛନ୍ତି । ସେମାନଙ୍କୁ ଇମ୍ଫାଲର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କୁକି ସମ୍ପ୍ରଦାୟର ଉଗ୍ରବାଦୀମାନେ ଏହି ଆକ୍ରମଣ କରିଥିବା ସନ୍ଦେହ କରାଯାଉଛି । ହିଂସା ପ୍ରଭାବିତ ଜିରିବାମ ଏରିଆକୁ ମୁଖ୍ୟମନ୍ତ୍ରୀ ବିରେନ ସିଂଙ୍କ ଗସ୍ତ ପୂର୍ବରୁ ତାଙ୍କ ସୁରକ୍ଷା ଦାୟିତ୍ବରେ ଥିବ ଆଡଭାନ୍ସ ସିକ୍ୟୁରିଟି ଟିମ ସେଠାକୁ ଯାଉଥିଲା । ଏହି ସମୟରେ ପୂର୍ବରୁ ଲୁଚି ଥିବା ଉଗ୍ରବାଦୀମାନେ ଅତର୍କିତ ଆକ୍ରମଣ କରିଛନ୍ତି । ଘଟଣାସ୍ଥଳକୁ ଅଧିକ ଫୋର୍ସ ପଠାଯାଉଛି ।

ହିଂସା ପ୍ରଭାବିତ ଜିରିବାମ ଏରିଆକୁ ମୁଖ୍ୟମନ୍ତ୍ରୀ ବିରେନ ସିଂଙ୍କ ଗସ୍ତ ପୂର୍ବରୁ ତାଙ୍କ ସୁରକ୍ଷା ଦାୟିତ୍ବରେ ଥିବ ଆଡଭାନ୍ସ ସିକ୍ୟୁରିଟି ଟିମ ସେଠାକୁ ଯାଉଥିଲା । ଏହି ସମୟରେ ପୂର୍ବରୁ ଲୁଚି ଥିବା ଉଗ୍ରବାଦୀମାନେ ଅତର୍କିତ ଆକ୍ରମଣ କରିଛନ୍ତି । ଘଟଣାସ୍ଥଳକୁ ଅଧିକ ଫୋର୍ସ ପଠାଯାଉଛି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀଙ୍କ କନଭଏ ଇମ୍ଫାଲରୁ ଆସାମ ଜିରିବାମ ଜିଲ୍ଲାକୁ ଯାଉଥିଲା । ସକାଳ ପ୍ରାୟ ସାଢେ 10ଟା ସମୟରେ ଜାତୀୟ ରାଜପଥ-37ରେ ଏହି ଆକ୍ରମଣ ହୋଇଥିଲା ।

ଏହା ବି ପଢନ୍ତୁ- ପୁଣି ଅଶାନ୍ତ ମଣିପୁର; ଉଗ୍ରବାଦୀଙ୍କ ଆକ୍ରମଣରେ ୨ ସିଆରପିଏଫ ଯବାନ ଶହୀଦ

ସୂଚନା ଥାଉ କି ଜୁନ 6 ତାରିଖରେ ଜିରିବାମରେ ଜଣେ ବ୍ୟକ୍ତି (59)ଙ୍କୁ କିଛି ଦୁର୍ବୃତ୍ତ ହତ୍ୟା କରିଥିଲେ । ଏହି ବ୍ୟକ୍ତି ଜଣକ ମୈଇତି ସମ୍ପ୍ରଦାୟର ବୋଲି କୁହାଯାଉଛି । ତାଙ୍କ ପରିଚୟ ସୋଇବାମ ସରତକୁମାର ସିଂ କୁହାଯାଉଥିବା ବେଳେ ସେ ବୃତ୍ତିରେ ଜଣେ ଚାଷୀ । ସେ ନିଜ କ୍ଷେତରୁ ଫେରୁଥିବା ସମୟରେ ତାଙ୍କୁ ଆକ୍ରମଣ ହୋଇଥିବା ପୋଲିସ କହିଛି । କିଛି ଧାରୁଆ ଅସ୍ତ୍ରରେ ତାଙ୍କ ଶରୀରକୁ ଆଘାତ ପହଞ୍ଚାଯାଇଥିବା ପୋଲିସ ପକ୍ଷରୁ କୁହାଯାଇଛି । ଏହି ଘଟଣା ପରେ ଜିରିବାମରେ ଅନେକ ଘର, ସରକାରୀ କାର୍ଯ୍ୟାଳୟରେ ନିଆଁ ଲଗାଯାଇଛି । ଏହାପରେ ଶହ ଶହ ଲୋକ ସେହି ସ୍ଥାନ ଛାଡ଼ି ଅନ୍ୟତ୍ର ଚାଲିଯାଇଛନ୍ତି ।

ତେବେ ମଣିପୁର ମୁଖ୍ୟମନ୍ତ୍ରୀ ଏହି ଘଟଣାରେ ସ୍ଥିତି ପରଖିବା ଲାଗି ମଙ୍ଗଳବାର ଜିରିବାମ ଯିବାକୁ ଯୋଜନା କରୁଥିଲେ । ଏହା ପୂର୍ବରୁ ସେ ନିଜ ସୁରକ୍ଷାକର୍ମୀଙ୍କୁ ଘଟଣାସ୍ଥଳକୁ ପଠାଇଥିଲେ । ଜିରିବାମ ଇମ୍ଫାଲଠାରୁ ପ୍ରାୟ 220 କିମି ଦୂରତାରେ ଅବସ୍ଥିତ । ଏଠାକାର ପାହାଡି ଅଞ୍ଚଳରେ ଅଧିକାଂଶ କୁକି ସମ୍ପ୍ରଦାୟର ଲୋକେ ବାସ କରନ୍ତି । ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା କାରକେଡ ଏହି ଅଞ୍ଚଳକୁ ଯାଉଥିବା ବେଳେ ଆକ୍ରମଣର ଶିକାର ହୋଇଛନ୍ତି । ହଠାତ ବୁଦାରେ ଲୁଚି ରହିଥିବା ଦୁର୍ବୃତ୍ତ କାରକେଡ ଉପରକୁ ଗୁଳିମାଡ଼ କରିଥିଲେ । ପୋଲିସ କମାଣ୍ଡୋ ଓ ଆସାମ ରାଇଫଲ୍ସ ଉକ୍ତ ସ୍ଥାନରେ ସର୍ଚ୍ଚ ଅପରେସନ ଆରମ୍ଭ କରିଛି ।

Last Updated : Jun 10, 2024, 3:16 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.