ETV Bharat / bharat

ତାମିଲନାଡୁ ନିର୍ବାଚନରେ ଭୋଟ ଦେଲେ ସାଉଥ ସେଲିବ୍ରିଟି, ମତଦାନ କରିବାକୁ ଫ୍ୟାନ୍ସଙ୍କୁ ଅପିଲ୍ - SOUTH CELEBRITY VOTING TAMILNADU

author img

By ETV Bharat Odisha Team

Published : Apr 19, 2024, 11:09 AM IST

Lok Sabha Election 2024: ଆଜି ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ଚାଲିଛି । ଏହି ଅବସରରେ ସାଉଥ ସେଲିବ୍ରିଟି ଭୋଟ ଦେଇଛନ୍ତି । ସାଉଥ ସୁପରଷ୍ଟାର ରଜନୀକାନ୍ତ, କମଲ ହାସନ ଏବଂ ଅଭିନେତା ଧନୁଷ, ଅଜିତ କୁମାରଙ୍କ ଭଳି ତାରକା ଭୋଟ୍ ଦେଇଥିବା ବେଳେ ଫ୍ୟାନ୍ସଙ୍କୁ ମଧ୍ୟ ଭୋଟ୍ ଦେବାକୁ ଅପିଲ୍ କରିଛନ୍ତି ।

ଲୋକସଭା ନିର୍ବାଚନ ୨୦୨୪: ତାମିଲନାଡ଼ୁ ପାଇଁ ଭୋଟ ଦେଲେ ସାଉଥ ସେଲିବ୍ରିଟି, ଲୋକଙ୍କୁ ବି କଲେ ଅପିଲ୍

ସାଉଥ ସୁପରଷ୍ଟାର ରଜନୀକାନ୍ତ, ଅଜିତ କୁମାରଙ୍କ ମତଦାନ

ହାଇଦ୍ରାବାଦ: ଆଜି (ଏପ୍ରିଲ 19) ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଛି । ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା ୬ଟାରେ ଶେଷ ହେବ । ୨୧ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୧୦୨ଟି ଆସନ ପାଇଁ ଭୋଟ ଗ୍ରହଣ ଆରମ୍ଭ ହୋଇଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ତାମିଲନାଡୁରେ ସର୍ବାଧିକ ୩୯ଟି ଆସନରେ ନିର୍ବାଚନ ଅନୁଷ୍ଠିତ ହୋଇଛି । ଯାହା ପାଇଁ ତାମିଲନାଡ଼ୁରେ ବର୍ତ୍ତମାନ ମତଦାନ ପାଇଁ ବୁଥରେ ଭୋଟରଙ୍କ ଭିଡ଼ ଦେଖିବାକୁ ମିଳିଛି । ଏହି ପରିପ୍ରେକ୍ଷୀରେ ଅନେକ ନେତାଙ୍କଠାରୁ ଆରମ୍ଭ କରି ସାଉଥ ସେଲିବ୍ରିଟି ମଧ୍ୟ ଭୋଟିଂ ପାଇଂ ବୁଥରେ ପହଞ୍ଚି ଭୋଟ ଦେଇଛନ୍ତି । ସାଉଥ ସୁପରଷ୍ଟାର ରଜନୀକାନ୍ତ ଏବଂ ଅଭିନେତା ଧନୁଷ, ଅଜିତ କୁମାର ଭଳି ତାରକା ଭୋଟ୍ ଦେଇଥିବା ବେଳେ ଫ୍ୟାନ୍ସଙ୍କୁ ମଧ୍ୟ ଭୋଟ୍ ଦେବାକୁ ଅପିଲ୍ କରିଛନ୍ତି ।

ସାଉଥ ସୁପରଷ୍ଟାର ରଜନୀକାନ୍ତ ଏବଂ ଅଭିନେତା ତଥା ରଜନୀକାନ୍ତଙ୍କ ପୂର୍ବତନ ଜ୍ୱାଇଁ ଧନୁଷ ଏବଂ କମଲ ହାସନ ମଧ୍ୟ ଚେନ୍ନାଇରେ ଭିନ୍ନ ବୁଥରେ ନିଜ ମତଦାନ ଦେଇଛନ୍ତି । ରଜନୀକାନ୍ତଙ୍କୁ ଚେନ୍ନାଇର ପୋସ୍ ଗାର୍ଡେନ୍ ବୁଥରେ ସକାଳେ ଭୋଟ୍ ଦେଇଥିବା ଦେଖିବାକୁ ମିଳିଥିଲା । ମତଦାନ ବୁଥରେ ରଜନୀକାନ୍ତ ତାଙ୍କ ଟିମ ସହ ଯୋଗ ଦେଇଥିଲେ । ରଜନୀକାନ୍ତ ଏହି ସମୟରେ ଏକ ହ୍ୱାଇଟ ରଙ୍ଗର ଆଉଟଫିଟରେ ନଜର ଆସିଥିଲେ । ଏହି ସମୟରେ ସେ ଗଣମାଧ୍ୟମ ସହ କଥାବାର୍ତ୍ତା କରି କହିଛନ୍ତି ଯେ ଭୋଟ୍ ଦେବା ଏକ ନାଗରିକ ବାଧ୍ୟତାମୂଳକ ଏବଂ ସେ ସମସ୍ତଙ୍କୁ ଭୋଟ ଦେବାକୁ ଅନୁରୋଧ କରିଛନ୍ତି ।

ସେହିପରି ଧନୁଷ ସେଣ୍ଟ ଫ୍ରାନ୍ସିସ୍ ଜାଭିଅର୍ ସ୍କୁଲର ଟିଟିକେ ରୋଡ୍ ସ୍ଥାନରେ ଥିବା ବୁଥରେ ନିଜର ମତଦାନ କରିଛନ୍ତି । ସେପଟେ ସାଉଥ ଅଭିନେତା ଅଜିତ କୁମାର ମଧ୍ୟ ମତଦାନ କେନ୍ଦ୍ରରେ ପହଞ୍ଚି ଭୋଟ ଦେଇଛନ୍ତି । ଅଭିନେତା ସକାଳ ୬ଟା ୪୦ ସମୟରେ ମତଦାନ କେନ୍ଦ୍ରରେ ପହଞ୍ଚି ସକାଳ ୭ ଟାରେ ମତଦାନ ଆରମ୍ଭ ହେବା ପରେ ନିଜ ଭୋଟ ଦେଇଛନ୍ତି । ଅଜିତ ତାଙ୍କ ପତି ଶାଲିନୀଙ୍କ ସହ ତିରୁଭାନମିୟୁର ନିର୍ବାଚନ ବୁଥରେ ମତଦାନ କରିଛନ୍ତି । ଅଜିତଙ୍କୁ ଏକ ହ୍ୱାଇଟ ସାର୍ଟରେ ଭୋଟ୍ ଦେଉଥିବାର ଦେକିବାକୁ ମିଳିଥିଲା । ଏହି ସମୟରେ ଅଭିନେତା ସମସ୍ତ ଫ୍ୟାନ୍ସଙ୍କୁ ମଧ୍ୟ ଭୋଟ ଦେବାକୁ ଉତ୍ସାହିତ କରିଥିଲେ । ସୁପରଷ୍ଟାରଙ୍କ ବୁଥରେ ଭୋଟ୍ ଦେବା ସମୟର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି ।

ଏହା ମଧ୍ୟ ପଢନ୍ତୁ: ଆରମ୍ଭ ହେଲା ପ୍ରଥମ ପର୍ଯ୍ୟାୟ ଭୋଟ୍ ; ମଦତାନ ସାବ୍ୟସ୍ତ କରିବାକୁ ପ୍ରଧାନମନ୍ତ୍ରୀଙ୍କ ଅପିଲ୍

ସୂଚନା ଥାଉ କି, ଏହି ନିର୍ବାଚନ ବିଷୟରେ କହିବାକୁ ଗଲେ ସାତ ପର୍ଯ୍ୟାୟ ବିଶିଷ୍ଟ ଲୋକସଭା ନିର୍ବାଚନର ପ୍ରଥମ ରାଉଣ୍ଡ ଆଜି ଅନୁଷ୍ଠିତ ହୋଇଛି । ଜୁନ୍ ୪ ରେ ଦ୍ରାବିଡ ମୁନ୍ନତେରା କାଜାଗମ୍ (ଡିଏମକେ), କଂଗ୍ରେସ, ଭାରତୀୟ ଜନତା ପାର୍ଟି (ବିଜେପି) ଏବଂ ଅଲ ଇଣ୍ଡିଆ ଆନ୍ନା ଦ୍ରାବିଡ ମୁନ୍ନତେରା କାଜଗାମ (AIADMK) ମଧ୍ୟରେ ହୋଇଥିବା ତୀବ୍ର ପ୍ରତିଦ୍ବନ୍ଦିତାର ଫଳାଫଳ ପ୍ରକାସ ପାଇବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.