ETV Bharat / bharat

ଜମି ଦୁର୍ନୀତି ମାମଲାରେ ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଜାମିନ - HEMANT SOREN GOT BAIL

Jharkhand Land Scam Case: ଜମି ଦୁର୍ନୀତି ମାମଲାରେ ପୂର୍ବତନ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ମିଳିଲା ଜାମିନ । ଚଳିତ ବର୍ଷ ଜାନୁଆରୀ ୩୧ ତାରିଖରୁ ସେ ଗିରଫ ହୋଇ ଜେଲରେ ଥିଲେ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Jun 28, 2024, 12:13 PM IST

Updated : Jun 28, 2024, 5:17 PM IST

ଜମି ଦୁର୍ନୀତି ମାମଲାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଜାମିନ
ଜମି ଦୁର୍ନୀତି ମାମଲାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଜାମିନ (ETV Bharat Odisha)

ରାଞ୍ଚି: ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଜାମିନ । ବହୁଚର୍ଚ୍ଚିତ ଜମି ଦୁର୍ନୀତି ମାମଲାରେ ଝାଡଖଣ୍ଡ ହାଇକୋର୍ଟ ଆଜି ସୋରେନଙ୍କୁ ଜାମିନ ପ୍ରଦାନ କରିଛନ୍ତି । ରାଞ୍ଚି ବଡଗାଇ ଅଞ୍ଚଳରେ ୮.୮୬ ଏକର ଜମି ଘୋଟାଲା ମାମଲାରେ ଚଳିତ ବର୍ଷ ଜାନୁଆରୀ ୩୧ ତାରିଖରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ସୋରେନଙ୍କୁ ଗିରଫ କରିଥିଲା । ସେବେଠୁ ସେ ରାଞ୍ଚିର ବିର୍ସା ମୁଣ୍ଡା ସେଣ୍ଟ୍ରାଲ ଜେଲରେ ଥିଲେ । ଏବେ ପ୍ରାୟ ୬ ମାସ ପରେ ତାଙ୍କୁ ଜାମିନ ମିଳିଛି ଏବଂ ସେ ଜେଲରୁ ବାହାରିଛନ୍ତି ।

ଜାମିନ ପ୍ରଦାନ ବେଳେ ହାଇକୋର୍ଟ କହିଥିଲେ, ହେମନ୍ତ ସୋରେନ ଦୋଷୀ ନୁହଁନ୍ତି ଏବଂ ସେ ଜାମିନରେ ମୁକୁଳିବା ପରେ କୌଣସି ଅପରାଧ ଘଟାଇବାର ଆଶଙ୍କା ନାହିଁ । କହିରଖୁଛୁ କି, ରାଞ୍ଚି ଜମି ଦୁର୍ନୀତି ମାମଲାରେ ପଚରାଉଚରା ପାଇଁ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ନେତା ତଥା ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଇଡି ସମନ କରିଥିଲା । ହେଲେ ସେ ବାରମ୍ବାର ସମନକୁ ଏଡାଇଥିଲେ । ଶେଷରେ ଜାନୁଆରୀ ୩୧ରେ ସେ ଇଡିରେ ହାଜର ହୋଇଥିଲେ । ତାଙ୍କୁ ୬ ଘଣ୍ଟା କାଳ ଜେରା କରିବା ପରେ ଇଡି ଗିରଫ କରିଥିଲା । ଏହା ପୂର୍ବରୁ ସୋରେନ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ।

ଏହା ମଧ୍ୟ ପଢନ୍ତୁ: କେଜ୍ରିଓ୍ବାଲଙ୍କୁ ଗିରଫ କଲା ସିବିଆଇ, ହସ୍ତକ୍ଷେପ କରିବାକୁ ମନା କଲେ କୋର୍ଟ - CBI ARRESTS ARVIND KEJRIWAL

ଇଡିର ଦାବି କରିଥିଲା ଯେ, ରାଞ୍ଚି ଜମି ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ରାଜସ୍ବ କର୍ମୀ ଭାନୁ ପ୍ରତାପ ଏହି ଘଟଣାକୁ ସ୍ବୀକାର କରିଛନ୍ତି । ହେମନ୍ତ ସୋରେନ ସେହି ଜମିରେ ବ୍ୟାଙ୍କବେଟ ହଲ୍ ନିର୍ମାଣ କରିବାକୁ ଯୋଜନା କରୁଥିଲେ । ଆର୍କିଟେକ ବିନୋଦ ସିଂ ସୋରେନଙ୍କ ମୋବାଇଲକୁ ଏହାର ଏକ ନକ୍ସା ମଧ୍ୟ ପଠାଇଥିଲେ । ଏଣୁ ଯଦି ହେମନ୍ତ ସୋରେନଙ୍କୁ ଜାମିନ ମିଳେ, ତାହେଲେ ସେ ସରକାରୀ କଳର ଦୂରୁପୋଯୋଗ କରି ତଦନ୍ତ ପ୍ରକ୍ରିୟା ପ୍ରଭାବିତ କରିପାରନ୍ତି ।

ଶେଷରେ ପୂର୍ବତନ ମୁଖ୍ୟମନ୍ତ୍ରୀ ସୋରେନଙ୍କ ଜେଲରୁ ମୁକୁଳିବାର ବାଟ ଫିଟିଥିଲେ ହେଁ ଏ ଯାଏଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ କିନ୍ତୁ ଆଶ୍ବସ୍ତି ମିଳିପାରୁନି । ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଇଡି ଦ୍ବାରା ଗିରଫ କେଜ୍ରିୱାଲଙ୍କୁ ଗତ ୨୦ ତାରିଖରେ ରାଉଜ ଆଭିନ୍ୟୁ କୋର୍ଟ ଜାମିନ ଦେଇଥିଲେ । ହେଲେ ହାଇକୋର୍ଟ ଏହା ଉପରେ ରୋକ୍ ଲଗାଇଥିଲେ । ହାଇକୋର୍ଟରେ ଜାମିନ ଆବେଦନ ସ୍ଥଗିତ ରହିଥିବାବେଳେ କେଜ୍ରିୱାଲ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । କାଲି ସୁପ୍ରିମକୋର୍ଟରେ ଏହି ମାମଲାର ଶୁଣାଣି ଥିବାବେଳେ ଏହାପୂର୍ବରୁ ତାଙ୍କୁ ସିବିଆଇ ଗିରଫ କରିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jun 28, 2024, 5:17 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.