ETV Bharat / bharat

ଦିଲ୍ଲୀ ଜଳ ବୋର୍ଡ ମାମଲା: EDରେ ହାଜର ହେଲେନି କେଜ୍ରିଓ୍ବାଲ - Delhi Jal Board Scam

Delhi Jal Board Case: ଦିଲ୍ଲୀ ଜଳ ବୋର୍ଡ ଅନିୟମିତତା ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସମନକୁ ଅବମାନନା କଲେ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲ। EDରେ ହେଲେନି ହାଜର । ଅଧିକ ପଢନ୍ତୁ

Delhi Jal Board Case
Delhi Jal Board Case
author img

By ETV Bharat Odisha Team

Published : Mar 18, 2024, 12:40 PM IST

ନୂଆଦିଲ୍ଲୀ: ଦିଲ୍ଲୀ ଜଳ ବୋର୍ଡରେ ଅନିୟମିତତା ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲଙ୍କୁ ସମନ ଜାରି କରିଥିଲା ଇଡି । ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହେବାକୁ କୁହାଯାଇଥିବା ବେଳେ ଏହାକୁ ଅବମାନନା କରିଛନ୍ତି କେଜ୍ରିଓ୍ବାଲ । ଇଡିର ଏହି ସମନକୁ ବେଆଇନ ବୋଲି କହିଛି ଆପ । କେଜ୍ରିୱାଲଙ୍କୁ ଟାର୍ଗେଟ କରିବା ପାଇଁ ଇଡିକୁ ବିଜେପି ବ୍ୟବହାର କରୁଥିବା ଅଭିଯୋଗ କରିଛି ଆମ ଆଦମୀ ପାର୍ଟି ।

ଏହା ମଧ୍ୟ ପଢନ୍ତୁ-ଅବକାରୀ ଘୋଟାଲା ମାମଲାରେ କେଜ୍ରିଓ୍ବାଲଙ୍କୁ ଆଶ୍ବସ୍ତି, ରାଉଜ ଆଭେନ୍ୟୁ କୋର୍ଟରୁ ମିଳିଲା ଜାମିନ

ଦିଲ୍ଲୀ ଜଳ ବୋର୍ଡରେ ହୋଇଥିବା ଅନିୟମିତତା ସହ ଜଡିତ ମନି ଲଣ୍ଡରିଂ ମାମଲାରେ ଆଜି(ସୋମବାର) କେଜ୍ରିୱାଲଙ୍କୁ ପଚରାଉଚରା ପାଇଁ ଇଡି ଡକାଇଥିଲା । ମନି ଲଣ୍ଡରିଂରେ ଆଇନ ଅନୁଯାୟୀ ପଞ୍ଜିକୃତ ହୋଇଥିବା ଏହା ହେଉଛି ଦ୍ୱିତୀୟ ମାମଲା । ଯେଉଁଥିରେ କେଜ୍ରିଓ୍ବାଲଙ୍କୁ ଜେରା ପାଇଁ ଗତକାଲି ସମନ କରିଥିଲା ଇଡି । କିନ୍ତୁ ସେ ଆଜି ଇଡିରେ ହାଜର ହେବେ ନାହିଁ । ଯେତେବେଳେ କୋର୍ଟରୁ ଜାମିନ ଅଛି, ଇଡି ବାରମ୍ବାର କାହିଁକି ଡକାଉଛି ବୋଲି ପ୍ରଶ୍ନ କରିଛି ଆମ ଆଦମୀ ପାର୍ଟି । ଏଥି ସହିତ ଏହି ସମନକୁ ବେଆଇନ ବୋଇନ ବୋଲି କହିଛି ଆପ୍ । ଦିଲ୍ଲୀ ଜଳ ବୋର୍ଡ ମାମଲାରେ ପ୍ରିଭେନସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟର ଧାରା 50 ଅନୁଯାୟୀ ଇଡି ପକ୍ଷରୁ କେଜ୍ରିଓ୍ବାଲଙ୍କୁ ସମନ ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ-କେଜ୍ରିୱାଲଙ୍କୁ ଇଡିର ନବମ ସମନ, 21ରେ ହାଜର ହେବାକୁ ନିର୍ଦ୍ଦେଶ

ରବିବାର ଅରବିନ୍ଦ କେଜ୍ରିଓ୍ବାଲଙ୍କୁ 2ଟି ସମନ ଜାରି କରିଥିଲା ଇଡି । ଦିଲ୍ଲୀ ଜଳ ବୋର୍ଡରେ ଅନିୟମିତତା ଓ ଦୁର୍ନୀତି ସମ୍ପର୍କିତ ମନି ଲଣ୍ଡରିଂ ମାମଲା ଓ ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ସମନ କରିଥିଲା ଇଡି । ଜଳ ବୋର୍ଡ ମାମଲାରେ ଆଜି ଇଡିରେ ହାଜର ହେବାକୁ କୁହାଯାଇଥିଲା । ସେହିପରି ଅବକାରୀ ଦୁର୍ନୀତି ମାମଲାରେ ଆସନ୍ତା 21 ତାରିଖରେ ପଚରାଉଚରା ପାଇଁ ଇଡିରେ ହାଜର ହେବାକୁ କୁହାଯାଇଥିଲା । ଏହା ଥିଲା ଇଡିର କେଜ୍ରିଓ୍ବାଲଙ୍କୁ ନବମ ସମନ । ପୂର୍ବରୁ ଏହି ମାମଲାରେ 8 ଥର ସମନ ହୋଇଥିଲେ ମଧ୍ୟ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଥରେ ବି ଇଡିରେ ହାଜର ହୋଇନଥିଲେ ।

ସତ୍ୟେନ୍ଦ୍ର ଜୈନଙ୍କ ବେଲ ଆବେଦନ ଖାରଜ: ସେପଟେ ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ସତ୍ୟେନ୍ଦ୍ର ଜୈନ ବର୍ତ୍ତମାନ ଜେଲରେ ରହିଛନ୍ତି । ଜାମିନ ପାଇଁ ସେ ପୂର୍ବରୁ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ । କିନ୍ତୁ ଏହାକୁ ଆଜି ଖାରଜ କରିଦେଇଛନ୍ତି ସର୍ବୋଚ୍ଚ ଅଦାଲତ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.