ETV Bharat / bharat

କାର୍ତ୍ତିକ ସୋମବାରରେ କରନ୍ତୁ ଏହି ୬ କାମ, ମନୋସ୍କାମନା ପୂରଣ କରିବେ ଶିବ

କାର୍ତ୍ତିକ ଶେଷ ସୋମବାରରେ ଶୈବ ପୀଠଗୁଡିକରେ ପ୍ରବଳ ଭିଡ । ଭୋଳା ଶଙ୍କର ମହାପ୍ରଭୁ ଶିବଙ୍କ ଉପାସନା କରୁଛନ୍ତି ଭକ୍ତ ।

Karthika Somavara
Karthika Somavara (ETV BHARAT ODISHA)
author img

By ETV Bharat Odisha Team

Published : Nov 11, 2024, 1:04 PM IST

ହାଇଦ୍ରାବାଦ: ପବିତ୍ର କାର୍ତ୍ତିକ ମାସର ଆଜି ହେଉଛି ଶେଷ ସୋମବାର । ଶିବ ଶମ୍ଭୁଙ୍କ ଆଶୀର୍ବାଦ ପାଇଁ ରାଜ୍ୟର ବିଭିନ୍ନ ଶୈବପୀଠରେ ସକାଳୁ ସକାଳୁ ଭକ୍ତଙ୍କ ଗହଳି ଜମିଛି । ପ୍ରମୁଖ ଶିବ ମନ୍ଦିର ଯେପରିକି ଲିଙ୍ଗରାଜ, କପିଳାଶ, ଧବଳେଶ୍ବର ଓ ପଞ୍ଚଲିଙ୍ଗେଶ୍ବର ମନ୍ଦିରରେ ଭକ୍ତଙ୍କ ପ୍ରବଳ ସମାଗମ ହୋଇଛି । ହରହର ମହାଦେବ ଧ୍ବନିରେ ପ୍ରକମ୍ପତ ହେଉଛି ଗଗନ ପବନ । ଆଧ୍ୟାତ୍ମିକ ପରିବେଶ ମନରେ ଭକ୍ତିଭାବ ଭରି ଦେଉଛି ।

କେମିତି ଭଗବାନ ଶିବଙ୍କ ଆଶୀର୍ବାଦ ପ୍ରାପ୍ତି ହେବେ:

ଯଦି କାର୍ତ୍ତିକ ମାସରେ ଭାଗବାନ ଶିବଙ୍କ ଆଶୀର୍ବାଦ ପାଇବା ପାଇଁ ଚାହୁଁଛନ୍ତି ତେବେ କିଛି ବିଶେଷ ନିୟମ ପାଳନ କରାଯିବା ଉଚିତ । ଆସନ୍ତୁ ଜାଣିବା କଣ କଲେ ଶିବଙ୍କ ଆଶୀର୍ବାଦ ପ୍ରାପ୍ତି ହେବେ । ଜଣେ ଜ୍ୟୋତିଷଙ୍କ କହିବା ଅନୁଯାୟୀ, ସ୍କନ୍ଦ ପୁରାଣର ବୈଷ୍ଣ ଖଣ୍ଡ ଅନୁସାରେ ୬ଟି ଉପାୟ ମାଧ୍ୟମରେ ଭଗବାନ ଶିବଙ୍କୁ ସନ୍ତୁଷ୍ଟ କରିହେବ । ଏହାପରେ ଯାଇ ଭକ୍ତଙ୍କ ସମସ୍ତ ମନସ୍କାମନା ପୁରଣ ହେବ । ଆସନ୍ତୁ ଜାଣିବା ସେ 6ଟି ଉପାୟ କଣ ?

ଏହା ମଧ୍ୟ ପଢନ୍ତୁ-ପୁରୀ ଶ୍ରୀମନ୍ଦିରରେ ପଞ୍ଚୁକ ବ୍ୟବସ୍ଥା, ଶୃଙ୍ଖଳିତ ଦର୍ଶନକୁ ପ୍ରାଥମିକତା

ଏହା ମଧ୍ୟ ପଢନ୍ତୁ-କାର୍ତ୍ତିକ ପରେ ମେଘନାଦ ପାଚେରି ମରାମତି, ଶ୍ରୀମନ୍ଦିର ପ୍ରଶାସନ-ASI ବୈଠକରେ ନିଷ୍ପତ୍ତି

ଉପବାସ:

କୁହାଯାଏ ଯଦି କାର୍ତ୍ତିକ ମାସରେ ବ୍ରତ ପାଳନ କରିବେ ତେବେ ଶୁଭଫଳ ପ୍ରାପ୍ତି ହୋଇଥାଏ । କାର୍ତ୍ତିକ ମାସର ପ୍ରତି ସୋମବାର ଉପବାସ ରହିବା ସହ ଶିବଙ୍କ ନାମ ଜପ କରନ୍ତୁ ଓ ଦିନ ସାରା ପୂଜାର୍ଚ୍ଚନା ମଧ୍ୟ କରନ୍ତୁ । ରନ୍ଧା ଖାଦ୍ୟ ପରିବର୍ତ୍ତେ କ୍ଷୀର ଓ ଫଳ ଖାଇବା ଉଚିତ । ଏହାର ପରଦିନ ଅନ୍ୟକୁ ଭୋଜନ ପରସିବା ସହ ନିଜେ ଗ୍ରହଣ କରନ୍ତୁ । ଏପରି କରିବା ଦ୍ବାରା ଭଗବାନଙ୍କ କୃପା ପ୍ରାପ୍ତି ହେବ ।

ଏକା ଭୁକ୍ତମ:

ଭକ୍ତଙ୍କ ଆଶୀର୍ବାଦ ପାଇଁ ଆପଣଙ୍କୁ ଏକା ଭୁକ୍ତମ କରିବାକୁ ହେବ । ସକାଳେ ଶିବ ପୂଜା କରିବା ପରେ ଖାଦ୍ୟ ଗ୍ରହଣ କରିବେ । କିନ୍ତୁ ଏହାପରେ ସିଧା ସନ୍ଧ୍ୟା ଓ ରାତିରେ ଖାଦ୍ୟ ଖାଇବେ । ତାହା ପୁଣି କେବଳ ଫଳ ଓ କ୍ଷୀର । ଏହି ସମୟରେ ଅନ୍ନ ଖାଇବା ବାରଣ । ପରଦିନ ଆପଣଙ୍କୁ କାହାକୁ ଅନ୍ୟକୁ ଖାଇବାକୁ ଦେବାକୁ ପଡିବ ଏବଂ ତା’ପରେ ଆପଣଙ୍କୁ ଖାଦ୍ୟ ଖାଇବାକୁ ପଡିବ । ଏମିତି କରିବା ଦ୍ବାରା ଭଗବାନ ଶିବ ଆପଣଙ୍କ ଉପରେ ସନ୍ତୁଷ୍ଟ ହେବେ ।

ନକ୍ତମ:

ସୋମବାର ସକାଳେ ଶିବ ପୂଜା କରନ୍ତୁ । ପୁଣି ସନ୍ଧ୍ୟା ସମୟରେ ପୂଜା କରନ୍ତୁ । ଏହି ସମୟରେ ଚାଉଳ ଅର୍ପଣ କରନ୍ତୁ । ପରେ ଆକାଶରେ ତାରାକୁ ଦେଖି ଅର୍ପଣ ଚାଉଳକୁ ସେବନ କରନ୍ତୁ । ଏହାକୁ ନକ୍ତମ କୁହାଯାଏ । ଏପରି କରିବା ଦ୍ବାରା ଶିବଙ୍କ କୃପା ପ୍ରାପ୍ତି ହେବେ ।

ଅବାଞ୍ଛିତ:

ଜ୍ୟୋତିଷଙ୍କ କହିବା ଅନୁଯାୟୀ, କାର୍ତ୍ତିକ ମାସରେ ସୋମବାର ବ୍ରତ କରୁଥିଲେ ଯାହା ବି ଆପଣଙ୍କୁ ଖାଦ୍ୟ ଗ୍ରହଣ ପାଇଁ ଦିଆଯିବ ତାହା ଖାଆନ୍ତୁ । ଏପରି କରିବା ଦ୍ବାରା ଶିବଙ୍କ କୃପା ମିଳିବ ।

ସ୍ନାନ:

କୁହାଯାଏ ଯେ, କାର୍ତ୍ତିକ ସୋମବାରରେ ଶିବଙ୍କ ପୂଜାର୍ଚ୍ଚନା କରନ୍ତୁ ବା ନକରନ୍ତୁ କିନ୍ତୁ ସକାଳୁ ସ୍ନାନ କରିବା ନେବା ଆବଶ୍ୟକ । ଏପରି କଲେ ଭଗବାନ ଶିବଙ୍କର ଆଶୀର୍ବାଦ ପ୍ରାପ୍ତି ହେବ ।

ତିଲଦାନମ୍:

କାର୍ତ୍ତିକ ମାସ ସୋମବାର ଦିନ, ଏହି 5ଟି ମଧ୍ୟରୁ ଯଦି ଆପଣ କୌଣସିଟି କରୁନାାହନ୍ତି, ତେବେ ତିଲଦାନମ କଲେ ଶୁଭଫଳ ମିଳିବ । କୁହାଯାଏ ଯେ ତିଲଦାନମ୍ ନାମକ ଏହି ବିଶେଷ କର୍ତ୍ତବ୍ୟ । ଏହା ପାଳନ କଲେ ଭଗବାନ ଶିବଙ୍କ କୃପା ପାଇପାରିବ । ତିଲଦାନମ୍ ଅର୍ଥ, ଦେଢ କେଜି କଳା ରାଶି ଏକ କଳା କପଡ଼ାରେ ଗୁଡ଼ାଇ ଶିବ ମନ୍ଦିରରେ କିମ୍ବା ଆପଣଙ୍କ ଘର ପରିସରରେ ବ୍ରାହ୍ମଣଙ୍କୁ ଦାନ କରିବା ।

ବିଶେଷ ସୂଚନା: ଉପରୋକ୍ତ ବିବରଣୀଗୁଡିକ କେବଳ କିଛି ବିଶେଷଜ୍ଞଙ୍କ ଦ୍ବାରା ବିଭିନ୍ନ ବିଜ୍ଞାନରେ ଉଲ୍ଲେଖ କରାଯାଇଥିବା ଲେଖା ଗୁଡିକ ଉପରେ ଆଧାରିତ । ଏହାର କୌଣସି ବୈଜ୍ଞାନିକ ପ୍ରମାଣ ନାହିଁ । ଆପଣ ଏହାକୁ ବିଶ୍ବାସ କରିବେ ନା ନାହିଁ ତାହା ଆପଣଙ୍କ ଉପରେ ନିର୍ଭର କରେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.