ETV Bharat / bharat

'ରେଳମନ୍ତ୍ରୀ ହେଉଛନ୍ତି ରିଲ୍ ମନ୍ତ୍ରୀ'; ବାରମ୍ବାର ଟ୍ରେନ ଦୁର୍ଘଟଣା ନେଇ ସରକାରଙ୍କୁ ଘେରିଲେ ବିରୋଧୀ - Opposition blasts Centre

author img

By ETV Bharat Odisha Team

Published : Jul 30, 2024, 3:19 PM IST

Opposition blasts Centre over train accident: ଝାଡଖଣ୍ଡ ଭୟଙ୍କର ଟ୍ରେନ ଦୁର୍ଘଟଣା ପରେ ରେଳମନ୍ତ୍ରୀ ଏବଂ କେନ୍ଦ୍ର ସରକାରକୁ ଘେରିଲେ ବିରୋଧୀ । କହିଲେ, ରେଳମନ୍ତ୍ରୀ ହେଉଛନ୍ତି ରିଲ୍ ମନ୍ତ୍ରୀ । ସୋସିଆଲ ମିଡିଆରେ ରିଲ୍ କରିବା ବଦଳରେ ରେଲୱେ ସୁରକ୍ଷା ଉପରେ ଫୋକସ୍ କରନ୍ତୁ । ପଢନ୍ତୁ ପୁରା ଖବର

ବାରମ୍ବାର ଟ୍ରେନ ଦୁର୍ଘଟଣା ନେଇ ସରକାରଙ୍କୁ ଘେରିଲେ ବିରୋଧୀ; କହିଲେ-ରେଳମନ୍ତ୍ରୀ ହେଉଛନ୍ତି ରିଲ୍ ମନ୍ତ୍ରୀ
ବାରମ୍ବାର ଟ୍ରେନ ଦୁର୍ଘଟଣା ନେଇ ସରକାରଙ୍କୁ ଘେରିଲେ ବିରୋଧୀ; କହିଲେ-ରେଳମନ୍ତ୍ରୀ ହେଉଛନ୍ତି ରିଲ୍ ମନ୍ତ୍ରୀ (ETV Bharat Odisha)

ନୂଆଦିଲ୍ଲୀ: ଟ୍ରେନ ଦୁର୍ଘଟଣା ଦେଶରେ ନିତିଦିନିଆ ଘଟଣା ହୋଇଗଲାଣି । ବାହାନଗା ଟ୍ରେନ ଟ୍ରାଜେଡି ପରଠୁ ନିୟମିତ ଭାବେ କେଉଁଠି ନା କେଉଁଠି ଦୁର୍ଘଟଣା ଘଟିଚାଲିଛି । ଆଜି ପୁଣିଥରେ ଝାଡଖଣ୍ଡରେ ଆଉ ଏକ ଭୟଙ୍କର ଟ୍ରେନ ଦୁର୍ଘଟଣା ପରେ ଏବେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଓ ବିଜେପି ସରକାରକୁ ଘେରିଛନ୍ତି ବିରୋଧୀ । ରେଳ ମନ୍ତ୍ରୀ ହେଉଛନ୍ତି ରିଲ୍ ମନ୍ତ୍ରୀ । ସରକାର ଏବେ ଟ୍ରେନ ଦୁର୍ଘଟଣାରେ ରେକର୍ଡ କରିବାକୁ ଚାହୁଁଛନ୍ତି ବୋଲି କଟାକ୍ଷ କରିଛନ୍ତି ବିରୋଧୀ ନେତା ।

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଝାଡଖଣ୍ଡ ଟ୍ରେନ ଦୁର୍ଘଟଣାରେ ପୀଡିତ ପରିବାରକୁ ସମବେଦନା ଜଣାଇ କହିଛନ୍ତି, ''କ'ଣ ଏହା ହିଁ ଶାସନ । ପ୍ରତି ସପ୍ତାହରେ ଏମିତି ଟ୍ରେନ ଦୁର୍ଘଟଣା ଘଟିଚାଲିଛି । ବାରମ୍ବାର ରେଳ ଟ୍ରାକରେ ଲୋକଙ୍କ ଜୀବନ ଯାଉଛି ମୃତାହତ ହେଉଛନ୍ତି । ଏମିତି ଆଉ କେତେ ଦିନ ଚାଲିବ ? ଏସବୁ ଆଉ କେତେ ସହିବୁ ? କ'ଣ ଭାରତ ସରକାରଙ୍କ ଏପରି ଉଦାସନୀତାର ଅନ୍ତ ହେବନି ?'' ଟ୍ରେନ ଦୁର୍ଘଟଣା ରୋକିବାକୁ ସରକାର ବିହିତ ପଦକ୍ଷେପ ନେବା ଉଚିତ ବୋଲି କହିଛନ୍ତି ମମତା ।

ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ କହିଛନ୍ତି, ବିଜେପି ସରକାର ପ୍ରଶ୍ନପତ୍ର ଲିକ୍‌ରେ ରେକର୍ଡ କରିଥିଲେ । ଏବେ ସେମାନେ ଟ୍ରେନ ଦୁର୍ଘଟଣାରେ ରେକର୍ଡ କରିବାକୁ ଚାହୁଁଛନ୍ତି । ଏ ସରକାର କେବଳ ବଡ଼ ବଡ଼ ଦାବି କରନ୍ତି । ହେଲେ ଲୋକମାନଙ୍କ ଜୀବନ ଯାଉଛି । ଆଗକୁ ଯେମିତି ଏପରି ମର୍ମନ୍ତୁଦ ଦୁର୍ଘଟଣା ନ ଘଟେ, ସେନେଇ ସରକାର ଉଚିତ ପଦକ୍ଷେପ ଗ୍ରହଣ କରିବା ଉଚିତ ।

ଏହା ମଧ୍ୟ ପଢନ୍ତୁ: ପୁଣି ବଡ଼ ରେଳ ଦୁର୍ଘଟଣା; ଝାଡ଼ଖଣ୍ଡ ଚକ୍ରଧରପୁରରେ ହାଓ୍ବଡା-ମୁମ୍ବାଇ ଏକ୍ସପ୍ରେସ ଲାଇନଚ୍ୟୁତ, 2 ମୃତ, ଓଡ଼ିଶା ରୁଟରେ 3 ଟ୍ରେନ ବାତିଲ

ସେହିପରି ଶିବସେନା (UBT) ସାଂସଦ ପ୍ରିୟଙ୍କା ଚୁର୍ତୁବେଦୀ ବାରମ୍ବାର ଟ୍ରେନ ଦୁର୍ଘଟଣା ନେଇ କେନ୍ଦ୍ର ସରକାରକୁ ଟାର୍ଗେଟ କରି କହିଛନ୍ତି ଯେ, ଆଗକୁ ଏମିତି ଅନେକ ଟ୍ରେନ ଦୁର୍ଘଟଣାରେ ବହୁ ଲୋକଙ୍କ ଜୀବନ ଯାଇଛି । କିନ୍ତୁ ଏଥିପାଇଁ କେବେ କେହି ଉତ୍ତରଦାୟୀ ରହିନାହାନ୍ତି । ତେଣୁ ଝାଡଖଣ୍ଡ ଦୁର୍ଘଟଣାର ମଧ୍ୟ କିଛି ପ୍ରଭାବ ପଡିବ ନାହିଁ ବୋଲି ମୋତେ ଲାଗୁଛି । କେବଳ କ୍ଷତିପୂରଣ ଘୋଷଣା ଏବଂ ତଦନ୍ତ ପ୍ରତିଶ୍ରୁତି ଦେଇ ରେଳମନ୍ତ୍ରୀ ଅନ୍ୟ ଏକ ପିଆର ଇନଷ୍ଟାଗ୍ରାମ ରିଲ୍‌କୁ ଚାଲିଯିବେ । ଏନେଇ ଅଶ୍ବିନୀ ବୈଷ୍ଣବଙ୍କୁ କଟାକ୍ଷ କରି 'ରେଳ ମନ୍ତ୍ରୀ ହେଉଛନ୍ତି ରିଲ୍ ମନ୍ତ୍ରୀ' ବୋଲି କହିଛନ୍ତି ପ୍ରିୟଙ୍କା । ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା (JMM) ମଧ୍ୟ ଟ୍ରେନ ଦୁର୍ଘଟଣା ପାଇଁ କେନ୍ଦ୍ରକୁ ସମାଲୋଚନା କରି ରେଳମନ୍ତ୍ରୀ ସୋସିଆଲ ମିଡିଆରେ ରିଲ୍ କରିବା ବଦଳରେ ରେଲୱେ ସୁରକ୍ଷା ଉପରେ ଫୋକସ୍ କରନ୍ତୁ ବୋଲି କହିଛି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଆଜି ସକାଳେ ଝାଡଖଣ୍ଡର ରାଜଖରସୁଆଁରେ ହାୱଡା-ମୁମ୍ବାଇ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ ହୋଇଛି । ଟ୍ରେନର ୧୮ଟି ବଗି ଟ୍ରାକରୁ ଖସି ଯିବାରୁ ଏଥିରେ ୨ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ଏକାଧିକ ଯାତ୍ରୀ ଆହତ ହୋଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.