ETV Bharat / bharat

ଗଢ଼ିଲେ ସରକାର, ଟଳିନି ସଂକଟ: ଘୋଡ଼ା ବେପାର ଭୟରେ ରାଞ୍ଚିରୁ ହାଇଦ୍ରାବାଦ ଚାଲିଲେ ମହାମେଣ୍ଟ ବିଧାୟକ

Jharkhand JMM and Congress MLA Shifted to Hyderabad: ଚମ୍ପଇ ସରାକାର ଗଠନ ହେବା ପରେ ବଢୁଛି ଘୋଡ଼ା ବେପାର ଭୟ । ରାଞ୍ଚିରୁ ହାଇଦ୍ରାବାଦ ଯାତ୍ରା କଲେ ଜେଏମଏମ-କଂଗ୍ରେସ ବିଧାୟକ । ଅଧିକ ପଢନ୍ତୁ

ହାଇଦ୍ରାବାଦ ଫେରିଲେ ଜେଏମଏମ-କଂଗ୍ରେସ ବିଧାୟକ
ହାଇଦ୍ରାବାଦ ଫେରିଲେ ଜେଏମଏମ-କଂଗ୍ରେସ ବିଧାୟକ
author img

By ETV Bharat Odisha Team

Published : Feb 2, 2024, 2:32 PM IST

Updated : Feb 2, 2024, 3:29 PM IST

ହାଇଦ୍ରାବାଦ: ଝାଡ଼ଖଣ୍ଡରେ ସରାକାର ଗଠନ ହେଲା, ବିଧାୟକ ଆସିଲେ ହାଇଦ୍ରାବାଦ । ରାଜ୍ୟର ୧୨ତମ ମୁଖ୍ୟମନ୍ତ୍ରୀ ଭାବେ ଜେଏମଏମ୍ ନେତା ଚମ୍ପଇ ସୋରେନ ଶପଥ ନେବା ପରେ ପରେ ରାଞ୍ଚିରୁ ହାଇଦ୍ରାବାଦ ଯାତ୍ରା କଲେ ଜେଏମଏମ ଏବଂ କଂଗ୍ରେସ ବିଧାୟକ। ଘୋଡା ବେପାର ଭୟ ଆଶଙ୍କାରେ ମେଣ୍ଟ ବିଧାୟକମାନଙ୍କୁ ହାଇଦ୍ରାବାଦ ସ୍ଥାନନ୍ତର କରାଯାଇଥିବା ଚର୍ଚ୍ଚା ହେଉଛି । ତେଲେଙ୍ଗାନାରେ କ୍ଷମତାରେ ଅଛି କଂଗ୍ରେସ ପାର୍ଟି । ଝାଡ଼ଖଣ୍ଡର ମହାମେଣ୍ଟ ସରକାରର ବିଧାୟକମାନଙ୍କୁ ଘୋଡ଼ା ବେପାରରୁ ବଞ୍ଚାଇବା ପାଇଁ, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ଥ ରେଡ୍ସୀଙ୍କୁ ଦିଆଯାଇଛି ଗୁରୁ ଦାୟିତ୍ୱ ।

ଝାଡ଼ଖଣ୍ଡରେ ଶପଥ ନେଇଛି ମେଣ୍ଟ ସରକାର, ହେଲେ ଏବେ ବି ଟଳିନି ରାଜନୈତିକ ସଙ୍କଟ । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ବାରା ଜମି ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନକୁ ଆଜି 5 ଦିନିଆ ରିମାଣ୍ଡରେ ନେଇଛି ଇଡି । ଗତ ଗୁରୁବାର ଦିନ ସୋରେନକୁ ଗିରଫ କରିଥିଲା ଇଡି । ସୋରେନଙ୍କ ଇସ୍ତଫା ପରେ ଜେଏମଏମ ନେତୃତ୍ବାଧୀନ ମହାମେଣ୍ଟର ବିଧାୟକ ଦଳ ନେତା ଭାବେ ଚମ୍ପଇ ସୋରେନ ନିର୍ବାଚିତ ହୋଇଥିଲେ । ସରକାର ଗଠନ ପାଇଁ ଚମ୍ପଇ ଦୁଇ ଦୁଇ ଥର ରାଜ୍ୟ ପାଳଙ୍କୁ ଭେଟିବା ପରେ ମଧ୍ୟ ରାଜ୍ୟପାଳ କାହାରିକୁ ନିମନ୍ତ୍ରଣ କରିନଥିଲେ । ତେବେ ଗତକାଲି(ଗୁରବାର) ରାତିରେ ରାଜ୍ୟପାଳ, ସରକାର ଗଠନ ପାଇଁ ଚମ୍ପିଇ ସୋରେନଙ୍କୁ ନିମନ୍ତ୍ରଣ କରିଥିଲେ। ଝାଡଖଣ୍ଡ ବିଧାନସଭା ଆସନର ସଦସ୍ୟ ସଂଖ୍ୟା 81 ରହିଥିବା ବେଳେ ଚମ୍ପଇଙ୍କ ନିକଟରେ 43 ଜଣ ବିଧାୟକଙ୍କ ସମର୍ଥନ ରହିଛି ।

ଏହା ମଧ୍ୟ ପଢନ୍ତୁ: ଝାଡ଼ଖଣ୍ଡରେ 'ଚମ୍ପଇ' ରାଜ: ମୁଖ୍ୟମୁନ୍ତ୍ରୀ ଭାବେ ନେଲେ ଶପଥ, ସୋରେନ ବ୍ରଦର ବସନ୍ତ ହୋଇପାରନ୍ତି ଡେପୁଟି

ରାଜ୍ୟପାଳ ସରକାର ଗଢିବାକୁ ମହାମେଣ୍ଟକୁ ଆମନ୍ତ୍ରିତ କରିନଥିବାରୁ ରାଜନୈତିକ ସଙ୍କଟ ଦେଖାଯିବାର ଆଶଙ୍କା କରାଯାଉଥିଲା । ତେବେ ବିଜେପି କୌଣସି ଚାଲ୍ ଚଲାଇବା ନେଇ ଆଶଙ୍କା କରାଯାଇଥିବା ବେଳେ ମହାମେଣ୍ଟର ବିଧାୟକମାନେ ରାଞ୍ଚିରୁ ହାଇଦ୍ରାବାଦ ଅଭିମୁଖେ ଯାତ୍ରା କରିବାକୁ ଉଦ୍ୟମ କୁରଥିବା ଚର୍ଚ୍ଚା ହେଉଥିଲା । କିନ୍ତୁ ପାଗ ଖରାପ ଯୋଗୁଁ ଗତକାଲି(ଗୁରବାର) ସେମାନଙ୍କ ବିମାନ ଉଡାଣ କରିପାରି ପାରି ନଥିଲା। ଆଜି ଜେଏମଏମ୍ ନେତା ଚମ୍ପଇ ସୋରେନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାର କିଛି ସମୟ ପରେ ହିଁ ରାଞ୍ଚିରୁ ହାଇଦ୍ରାବାଦ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି ଜେଏମଏମ ଏବଂ କଂଗ୍ରେସ ବିଧାୟକ ।

ମୁଖ୍ୟମନ୍ତ୍ରୀ ଚମ୍ପଇ ସୋରେନଙ୍କୁ ୧୦ ଦିନ ଭିତରେ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବାକୁ ପଡ଼ିବ । ଜେଏମଏମ ନେତା କହିଛନ୍ତି ଯେ, ତାଙ୍କ ସପକ୍ଷରେ ୪୩ ଜଣ ବିଧାୟକଙ୍କ ସମର୍ଥନ ରହିଛି । ସଂଖ୍ୟା ଗରିଷ୍ଠତା ପ୍ରମାଣ ଦେବା ପରେ ଚମ୍ପଇ ସୋରେନ କ୍ୟାବିନେଟ ସମ୍ପ୍ରସାରଣ କରିବେ । ଏହାରି ଭିତରେ ଘୋଡ଼ା ବେପାର ଭୟ ମଧ୍ୟ ବଢିଛି । ବିଜେପିର ଅପରେସନ ଲୋଟସ୍ ଆଶଙ୍କାରେ ଗଠବନ୍ଧନ ସରକାରର ବିଧାୟକମାନଙ୍କୁ ହାଇଦ୍ରାବାଦ ପଠାଯାଇଥିବା ଚର୍ଚ୍ଚା ହେଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Feb 2, 2024, 3:29 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.