ETV Bharat / bharat

ମଧ୍ୟରାତ୍ରରେ ଜନ୍ମ ନେବେ ଶ୍ରୀହରି, ଦେଶବାସୀଙ୍କୁ ଜନ୍ମାଷ୍ଟମୀର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀ-ମୁଖ୍ୟମନ୍ତ୍ରୀ - Krishna Janmashtami

author img

By ETV Bharat Odisha Team

Published : Aug 26, 2024, 11:26 AM IST

Janmashtami wishes by president-pm and Odisha CM: ଜନ୍ମାଷ୍ଟମୀ, ମଧ୍ୟରାତ୍ରିରେ ଜନ୍ମ ନେବେ କଳା କହ୍ନେଇ । ବିଷ୍ଣୁଙ୍କ ଅଷ୍ଟମ ଅବତାର ରୂପେ କାହିଁକି ଦ୍ବାପର ଯୁଗରେ ଜନ୍ମ ନେଇଥିଲେ ଲୀଳାମୟ ଶ୍ରୀକୃଷ୍ଣ....ଅଧିକ ପଢନ୍ତୁ

Janmashtami wishes
Janmashtami wishes (ETV Bharat Odisha)

ନୂଆଦିଲ୍ଲୀ: ଆଜି ପବିତ୍ର ଜନ୍ମାଷ୍ଟମୀ । ଧରାପୃଷ୍ଠକୁ ଓହ୍ଲାଇ ଆସିବେ ଦେବକୀ ଓ ଯଶୋଦା ନନ୍ଦନ ପ୍ରଭୁ ଶ୍ରୀକୃଷ୍ଣ । ନନ୍ଦଲାଲାଙ୍କ ଜନ୍ମକୁ ନେଇ ଉଠୁଛି ପଡୁଛି ଗୋପପୁର ଓ ମଥୁରା। ଦ୍ବାପର ଯୁଗରେ କଂସକୁ ବଧ କରିବା ନିମନ୍ତେ ମାନବ ରୂପରେ ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ବସୁଦେବ ଓ ଦେବକୀଙ୍କ ପୁଅ ରୂପେ ଜନ୍ମ ନେଇଥିଲେ ଭଗବାନ କୃଷ୍ଣ। ହରେକୃଷ୍ଣ ନାମରେ ଗୁଞ୍ଜରିତ ହେଉଛି ଗଗନପବନ । ଜନ୍ମାଷ୍ଟମୀ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ।

ଜନମାଷ୍ଟମୀ ଶ୍ରୀକୃଷ୍ଣଙ୍କ ଦିବ୍ୟ ଆଦର୍ଶ ପ୍ରତି ଉତ୍ସର୍ଗୀକୃତ ହେବାକୁ ପ୍ରେରଣା ଦିଏ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏକ୍ସରେ ଟ୍ବିଟ କରି କହିଛନ୍ତି, ''ଜନମାଷ୍ଟମୀଙ୍କ ଶୁଭ ଅବସରରେ ସମସ୍ତ ଦେଶବାସୀଙ୍କୁ ମୁଁ ଶୁଭେଚ୍ଛା ଜଣାଉଛି । ଏହି ପର୍ବ ଆମକୁ ଭଗବାନ ଶ୍ରୀକୃଷ୍ଣଙ୍କ ଦିବ୍ୟ ଆଦର୍ଶ ପ୍ରତି ଉତ୍ସର୍ଗୀକୃତ ହେବାକୁ ପ୍ରେରଣା ଯୋଗାଇଥାଏ । ଆସନ୍ତୁ ଏହି ପବିତ୍ର ଦିନରେ ଭଗବାନ ଶ୍ରୀକୃଷ୍ଣଙ୍କ ଶିକ୍ଷାକୁ ଅନୁସରଣ କରିବା ଓ ଦେଶର ପ୍ରଗତି ଏବଂ ସମୃଦ୍ଧତା ପାଇଁ କାର୍ଯ୍ୟ କରିବାକୁ ସଂକଳ୍ପ ନେବା ।''

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ୍ସରେ ଟ୍ବିଟ କରି ଲେଖିଛନ୍ତି, ''ଜନ୍ମାଷ୍ଟମୀ ଅବସରରେ ଦେଶବାସୀଙ୍କୁ ମୋର ଶୁଭେଛା । ଜୟ ଶ୍ରୀକୃଷ୍ଣା ।''

ଏହା ମଧ୍ୟ ପଢନ୍ତୁ-ମଧ୍ୟରାତ୍ରିରେ ଧରାବତରଣ କରିବେ ପ୍ରଭୁ ଶ୍ରୀକୃଷ୍ଣ: ଗୋପଲୀଳାରୁ କଂସ ବଧ, ପୁଣି ମହାଭାରତ ପର୍ଯ୍ୟନ୍ତ, ଜାଣନ୍ତୁ ଶ୍ରୀକୃଷ୍ଣଙ୍କ ଜନ୍ମ ବୃତ୍ତାନ୍ତ - Janmashtami 2024

ରାଜ୍ୟପାଳ ରଘୁବର ଦାସ ଟ୍ବିଟ କରି କହିଛନ୍ତି, ''ପବିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଅବସରରେ ମୋ ତରଫରୁସମସ୍ତଙ୍କୁ ଶୁଭେଚ୍ଛା ଓ ଶୁଭକାମନା । ପ୍ରଭୁଙ୍କ କରୁଣା ସମସ୍ତଙ୍କ ଜୀବନରେ ସୁଖ ଓ ଶାନ୍ତି ଭରି ଦେଉ । ଏଥି ପାଇଁ ମୁଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛି ।''

ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଟ୍ବିଟ କରି କହିଛନ୍ତି, ''ପବିତ୍ର ଜନ୍ମାଷ୍ଟମୀର ଶୁଭ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ପ୍ରଭୁ ଶ୍ରୀକୃଷ୍ଣଙ୍କ ଅପାର କରୁଣାରୁ ସମସ୍ତଙ୍କ ଜୀବନରେ ସୁଖ ଓ ସମୃଦ୍ଧି ଭରିଯାଉ, ଏତିକି ପ୍ରାର୍ଥନା। '' ଜୟ ଶ୍ରୀକୃଷ୍ଣ ...

ଶ୍ରୀକୃଷ୍ଣଙ୍କ ବିଷୟରେ: ପ୍ରଭୁ ଶ୍ରୀକୃଷ୍ଣଙ୍କ ମାନବୀୟ ଲୀଳାର ପର୍ବ ଜନ୍ମାଷ୍ଟମୀ । ଧରାପୃଷ୍ଠରେ ଯୋବେ ପାପୀଙ୍କ ପ୍ରାର୍ଦୁଭାବ ବଢିଥାଏ ସେବେ ଭଗବାନ ସ୍ବୟଂ ଧରାପୃଷ୍ଠରେ ଅବତରଣ କରିଥାନ୍ତି । ଦ୍ବାପର ଯୁଗର ଶେଷ ଭାଗରେ ଭଗବାନ ଶ୍ରୀକୃଷ୍ଣ ଧରାବତରଣ କରିଥିଲେ । ଆଜି ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ଧରାପୃଷ୍ଠରେ ଧରାବତରଣ କରିବେ ଭଗବାନ ଶ୍ରୀକୃଷ୍ଣ । ଏନେଇ ସବୁଠି ଆନନ୍ଦ ଉଲ୍ଲାସ । କୃଷ୍ଣ ଜନ୍ମୋତ୍ସବ ନେଇ ସବୁଠି ସ୍ବତନ୍ତ୍ର ସମାରୋହ ସାଜସଜା ହୋଇଛି । ଭଗବାନ ଶ୍ରୀକୃଷ୍ଣ ଦ୍ବାପର ଯୁଗର ଶେଷ ଭାଗରେ ଧରାଧାମରେ ଅବତୀର୍ଣ୍ଣ ହେଇଥିଲେ । ତାଙ୍କର ଲୀଳା ଅବଧି ଥିଲା ୧୨୫ ବର୍ଷ ୭ ମାସ । ଖ୍ରୀଷ୍ଟପୂର୍ବ ୩୨୨୭ ପୂର୍ଣ୍ଣମାନ୍ତ ଭାଦ୍ରବ କୃଷ୍ଣ ଅଷ୍ଟମୀ ତିଥିରେ କୃଷ୍ଣଙ୍କ ଜନ୍ମ ହୋଇଥିଲା । କଂସ ଦ୍ବାରା ବନ୍ଦୀ ଭଉଣୀ ଦେବକୀଙ୍କ ଗର୍ଭରୁ ବନ୍ଦୀଶାଳାରେ ଅର୍ଦ୍ଧ ରାତ୍ରୀରେ କୃଷ୍ଣ ଜନ୍ମ ହୋଇଥିଲେ । ବନ୍ଦୀଶାଳାର ସବୁ ପ୍ରହରୀ ଅଚେତ ହୋଇଥିଲେ । ସେହି ଶୁଭ ମୁହୂର୍ତ୍ତରେ ପ୍ରଭୁ ଶ୍ରୀ କୃଷ୍ଣ ମାଆ ଦେବକୀଙ୍କ ଅଷ୍ଟମ ଗର୍ଭରୁ ଜନ୍ମ ହୋଇ ଧରାଧାମରୁ ପାପ ବିନାଶ କରି ଧର୍ମ ସ୍ଥାପନା କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.