ETV Bharat / bharat

ବିନା ପ୍ରମାଣରେ ରାଜନୈତିକ ଷଡ଼ଯନ୍ତ୍ର କରି ମୋତେ ଗିରଫ କରାଯାଇଛି: ଏଚଡି ରେବନ୍ନା - HD Revanna reaction after arrest

author img

By ETV Bharat Odisha Team

Published : May 5, 2024, 9:02 PM IST

Updated : May 5, 2024, 9:16 PM IST

HD REVANNA REACTION AFTER ARREST: ଗିରଫ ପରେ ଏଚଡି ରେବନ୍ନାଙ୍କ ପ୍ରଥମ ପ୍ରତିକ୍ରିୟା । କହିଲେ ବିନା ପ୍ରମାଣରେ ରାଜନୈତିକ ଷଡ଼ଯନ୍ତ୍ର କରି ତାଙ୍କୁ ଗିରଫ କରାଯାଇଛି । ଅଧିକ ପଢନ୍ତୁ

HD REVANNA REACTION AFTER ARREST
HD REVANNA REACTION AFTER ARREST (PHOTO- ETV BHARAT)

ବେଙ୍ଗାଲୁରୁ: ଗିରଫ ପରେ ଆସିଲା ଜେଡିଏସ ନେତା ଏଚଡି ରେବନ୍ନାଙ୍କ ପ୍ରଥମ ପ୍ରତିକ୍ରିୟା । ରାଜନୈତିକ ଉଦ୍ଦେଶ୍ୟ ରଖି ଷଡ଼ଯନ୍ତ୍ର କରାଯାଇ ତାଙ୍କୁ ଗିରଫ କରାଯାଇଛି ବୋଲି ସେ କହିଛନ୍ତି । ଶନିବାର ଏକ ଅପହରଣ ମାମଲାରେ ଏଚଡ଼ି ରେବନ୍ନାଙ୍କୁ ସ୍ବତନ୍ତ୍ର ତଦନ୍ତକାରୀ ଟିମ (SIT) ପକ୍ଷରୁ ଗିରଫ କରାଯାଇଥିଲା । ସେ ଅନ୍ତରୀଣ ଜାମିନ ପାଇଁ କୋର୍ଟରେ ଆବେଦନ କରିଥିଲେ । କୋର୍ଟ ଆବେଦନକୁ ଖାରଜ କରିବା ପରେ ତାଙ୍କୁ ପଚରାଉଚରା କରି ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପିତା ଦେବେଗୌଡ଼ାଙ୍କ ବାସଭବନରୁ ଗିରଫ କରିଥିଲା ଏସଆଇଟି । ଆଜି କୋର୍ଟ ରେବନ୍ନାଙ୍କୁ 4 ଦିନିଆ ରିମାଣ୍ଡରେ ପଠାଇଛି ।

ଆଜି ରେବନ୍ନାଙ୍କୁ ଶିବାଜୀନଗର ସ୍ଥିତ ବୋରିଙ୍ଗ ହସ୍ପିଟାଲକୁ ମେଡିକାଲ ଯାଞ୍ଚ ପାଇଁ ଅଣାଯାଇଥିଲା । ସେ ହସ୍ପିଟାଲକୁ ଯିବା ସମୟରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଥିଲେ, "ରାଜ୍ୟ ଇତିହାସରେ ଏହା ଏକ ବଡ଼ ଧରଣର ରାଜନୈତିକ ଷଡ଼ଯନ୍ତ୍ର । ମୋତେ ବିନା ପ୍ରମାଣରେ ଗିରଫ କରାଯାଇଛି ।" ହସ୍ପିଟାଲରେ ମେଡିକାଲ ଯାଞ୍ଚ ପରେ ତାଙ୍କୁ କୋରାମାଙ୍ଗଲା ସ୍ଥିତ ବିଚାରପତିଙ୍କ ବାସଭବନରେ ହାଜର କରାଯାଇଥିଲା । କୋର୍ଟ ତାଙ୍କୁ 4 ଦିନ ତଥା ଆସନ୍ତା 8 ତାରିଖ ପର୍ଯ୍ୟନ୍ତ ଏସଆଇଟି ରିମାଣ୍ଡରେ ପଠାଇଛନ୍ତି ।

ଏହା ବି ପଢନ୍ତୁ- SIT ହେପାଜତରେ ପ୍ରଜ୍ଜ୍ବଳଙ୍କ ବାପା ଏଚଡି ରେବନ୍ନା

କର୍ଣ୍ଣାଟକର ପୂର୍ବତନ ମନ୍ତ୍ରୀ ଏଚଡି ରେବନ୍ନା ଓ ତାଙ୍କ ପୁଅ ତଥା ଏନଡିଏ ସାଂସଦ ପ୍ରାର୍ଥୀ ପ୍ରଜ୍ଜ୍ବଳା ରେବନ୍ନାଙ୍କ ବିରୋଧରେ ଯୌନ କେଳେଙ୍କାରୀ ଅଭିଯୋଗ ହୋଇଛି । ପୁଅ ପ୍ରଜ୍ଜ୍ବଳା ରେବନ୍ନା ମହିଳାଙ୍କ ଯୌନ ଶୋଷଣ କରିବା ସମୟରେ ଭିଡିଓ କରୁଥିଲେ । ଏଭଳି ପ୍ରାୟ 3000 ଭିଡିଓ କରିଥିବା ସାଙ୍ଘାତିକ ଅଭିଯୋଗ ହୋଇଛି । ତେବେ ପ୍ରଜ୍ଜ୍ବଳାଙ୍କ ଗୃହ ସହଯୋଗୀ ମଧ୍ୟ ଯୌନ ଶୋଷଣ ଅଭିଯୋଗ ଆଣିଛନ୍ତି । ଏହି ଅଶ୍ଳୀଳ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପ୍ରଜ୍ଜ୍ବଳା ଦେଶ ଛାଡ଼ି ପଳାୟନ କରିଥିବା ବେଳେ ତାଙ୍କ ବିରୋଧରେ ଲୁକ୍‌ ଆଉଟ୍‌ ନୋଟିସ ଜାରି କରାଯାଇଥିଲା ।

ସେପଟେ ଏଚଡି ରେବନ୍ନାଙ୍କ ପୁଅ ପ୍ରଜ୍ଜ୍ବଳ ରେବନ୍ନାଙ୍କ ଦ୍ବାରା ଯୌନ ଶୋଷଣର ଶିକାର ହୋଇଥିବା ଜଣେ ମହିଳାଙ୍କୁ ଏଚଡି ରେବନ୍ନା ଅପହରଣ କରି ନେଇଥିବା ଅଭିଯୋଗ ହୋଇଥିଲା । ଏନେଇ ପୀଡ଼ିତାଙ୍କ ପୁଅ ମେ 2 ତାରିଖରେ ଥାନାରେ ଅଭିଯୋଗ କରିଥିଲେ । ମଯାହାର ଭିଡିଓ ଭାଇରାଲ ହେବା ପରେ ମହିଳାଙ୍କୁ ଅପହରଣ କରାଯାଇଥିବା ପୀଡ଼ିତାଙ୍କ ପୁଅ ଅଭିଯୋଗ କରିଥିଲେ । ଏଚଡି ରେବନ୍ନା ହାସନ ଜିଲ୍ଲାର ହୋଲେନାରାସିପୁରା ବିଧାନସଭା ନିର୍ବାଚନମଣ୍ଡଳୀରୁ ବିଧାୟକ ଅଛନ୍ତି । ସେ ପୂର୍ବତନ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ବାମୀଙ୍କ ବଡ଼ ଭାଇ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : May 5, 2024, 9:16 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.