ETV Bharat / bharat

‘ଇଣ୍ଡିଗୋ’ ବିମାନ ସିଟର ଗଦି ଗାଏବ, ମହିଳା ଯାତ୍ରୀ ସେୟାର କଲେ ଭିଡିଓ

IndiGo airline: ଇଣ୍ଡିଗୋ ବିମାନ ସିଟର ଗଦି ଗାଏବ । ମହିଳା ଯାତ୍ରୀ ଲେଖିଲେ, ସୁରକ୍ଷିତ ଅବତରଣ କରିବ ତ ? ଏୟାରଲାଇନ୍ସ ରଖିଲା ସଫେଇ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Mar 7, 2024, 8:22 PM IST

ଇଣ୍ଡିଗୋ ବିମାନରୁ ସିଟର ଗଦି ଗାଏବ, ଯାତ୍ରୀ ସେୟାର କଲେ ଭିଡିଓ

ହାଇଦ୍ରାବାଦ: ବିମାନ ଟିକେଟ ବୁକିଂ କରିବା ସମୟରେ ଯାତ୍ରୀମାନେ ସର୍ବଦା ଏୟାରଲାଇନ୍ସ ଠାରୁ ସର୍ବୋତ୍ତମ ସେବା ପାଇବାକୁ ଆଶା ରଖିଥାନ୍ତି । ନିଜ ପସନ୍ଦର ସିଟ୍‌ ପାଇବା ଯାତ୍ରୀଙ୍କ ପ୍ରାଥମିକତା ଥାଏ । ହେଲେ ଏବେ ବଜେଟ ଏୟାରଲାଇନ୍ସ ‘ଇଣ୍ଡିଗୋ’ରେ ଏକ ଭିନ୍ନଧରଣର ଅବ୍ୟବସ୍ଥା ଦେଖବାକୁ ମିଳିଛି । ବିମାନର ଦୁଇଟି ସିଟର ଗଦି ଗାଏବ ହୋଇଯାଇଛି । ଏହି ସିଟଟି ଜଣେ ମହିଳା ଯାତ୍ରୀଙ୍କ ନାମରେ ବୁକିଂ ହୋଇଥିଲା । ତେବେ ଏହି ମହିଳା ଜଣକ ଏ ସମ୍ପର୍କରେ ଫଟୋ ସେୟାର କରିଛନ୍ତି । ଏପରି ସ୍ଥିତି ମଧ୍ୟରେ ସେ 'ସୁରକ୍ଷିତ ଅବତରଣ କରିପାରିବବେ ତ ?' ବୋଲି କ୍ୟାପସନରେ ପ୍ରଶ୍ନ ମଧ୍ୟ କରିଛନ୍ତି । ଯାହାକୁ ନେଇ ସୋସିଆଲ ମିଡିଆ ୟୁଜର୍ସମାନେ ‘ଇଣ୍ଡିଗୋ’କୁ ସମାଲୋଚନା କରିଛନ୍ତି ।

ତେବେ ମିଳିଥିବା ସୂଚନା ଅନୁସାରେ, ଘଟଣାଟି ଗତକାଲିର । ଭୋପାଲରୁ ବେଙ୍ଗାଲୁରୁ ଅଭିମୁଖେ ଉଡାଣ ଭରିବାକୁ ଥିବା ବିମାନରେ ଏହି ଦୃଶ୍ୟ ଦେଖିବାକୁ ମିଳିଛି । ମହିଳା ଯାତ୍ରୀ ଜଣକ ବିମାନରେ ପ୍ରବେଶ କରିବା ପରେ ନିଜ ନର୍ଦ୍ଧାରିତ ସିଟ ନିକଟରେ ପହଞ୍ଚିଥିଲେ । ହେଲେ ଦୁଇଟି ସିଟରେ ଗଦି ଗାଏବ ଥିଲା । ଏହାକୁ ନେଇ ମହିଳା ଯାତ୍ରୀଜଣକ ଟ୍ବିଟ୍‌ କରି ବେଶ ଅସନ୍ତୋଷ ଜାହିର କରିଛନ୍ତି ।

ତେବେ ଏହି ଫଟୋ ସୋସିଆଲ ମିଡିଆକୁ ଆସିବା ପରେ ବିମାନ ଯାତ୍ରୀ ଓ ସୋସିଆଲ ମିଡିଆ ବ୍ୟବହାରକାରୀମାନେ ‘ଇଣ୍ଡିଗୋ’କୁ ଟ୍ରୋଲ କରିବାରେ ଲାଗିଛନ୍ତି । ଏହା ପରେ ବିମାନ କମ୍ପାନୀ ପକ୍ଷରୁ ମଧ୍ୟ ସଫେଇ ରଖାଯାଇଛି । ବିମାନ ସଫେଇ କାରଣରୁ ସିଟରୁ ଗଦି କଢାଯାଇଥିଲା । ସେହି କାରଣରୁ ଏପରି ସମସ୍ୟା ସୃଷ୍ଟି ହୋଇଛି । ଯାତ୍ରୀ ଜଣକ ଏସମ୍ପର୍କରେ ବିମାନ କ୍ର୍ୟୁ ସଦସ୍ୟଙ୍କୁ ଅବଗତ କରିବା ପରେ ତୁରନ୍ତ ସମସ୍ୟାର ସମାଧାନ କରାଯାଇଥିଲା । ତାଙ୍କୁ ତୁରନ୍ତ ଏକ ବିକଳ୍ପ ସିଟ୍‌ ଯୋଗାଇ ଦିଆଯାଇଥିଲା । କମ୍ପାନୀ ଏହା ପ୍ରତି ଆଗକୁ ଧ୍ୟାନ ଦେବ ।

ଏହା ମଧ୍ୟ ପଢନ୍ତୁ:- ଗରମରୁ ସାମାନ୍ୟ ଆଶ୍ବସ୍ତି, ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା

ତେବେ ଚଳିତ ଶୀତ ଋତୁରେ ଘନକୁହୁଡି କାରଣରୁ ଦେଶବ୍ୟାପୀ ବିମାନ ଉଡାଣରେ ବ୍ୟାପକ ସମସ୍ୟା ଦେଖାଯାଇଥିଲା । ଅହେତୁକ ଉଡାଣ ବିଳମ୍ବ କାରଣରୁ କିଛି ସ୍ଥାନରେ ଯାତ୍ରୀମାନେ ପାଇଲଟଙ୍କୁ ଆକ୍ରମଣ କରିଥିବା ଘଟଣା ମଧ୍ୟ ସାମ୍ନାକୁ ଆସିଥିଲା । ମୁମ୍ବାଇ ବିମାନ ବନ୍ଦରରେ ଯାତ୍ରୀମାନେ ବିମାନରୁ ଓହ୍ଲାଇ ପାର୍କିଂରେ ବୁଲିଥିଲେ । ଏହି ଘଟଣା ପରେ ବେସାମରିକ ବିମାନ ଉଡାଣ ମନ୍ତ୍ରଣାଳାୟ ବିମାନ କମ୍ପାନୀକୁ ଗାଇଡଲାଇନ ଜାରି କରିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.