ETV Bharat / bharat

ସେଇ ଶେଷ ବୈଠକ...ହୃତଘାତରେ ଆଖି ବୁଜିଲେ ଭାରତୀୟ ତଟରକ୍ଷୀ ବାହିନୀ ମୁଖ୍ୟ ରାକେଶ ପାଲ୍‌ - Coast Guard DG Rakesh Pal Death

author img

By ETV Bharat Odisha Team

Published : Aug 18, 2024, 9:16 PM IST

Updated : Aug 18, 2024, 9:56 PM IST

Indian Coast Guard DG Passes Away: ହୃଦଘାତରେ ଭାରତୀୟ ତଟରକ୍ଷୀ ବାହିନୀର ଡିଜି ରାକେଶ ପାଲଙ୍କ ଦେହାନ୍ତ । ପ୍ରତିରକ୍ଷା ମନ୍ତ୍ରୀଙ୍କ ଗସ୍ତ ପାଇଁ କରୁଥିଲେ ବୈଠକ । ହେଲେ ହଠାତ୍‌ ଛାତିରେ ଯନ୍ତ୍ରଣା ପରେ ସନ୍ଧ୍ୟାରେ ଆରିପାରିକୁ ଚାଲିଗଲେ ଭାରତୀୟ ତଟରକ୍ଷୀ ବାହିନୀର ମୁଖ୍ୟ । ପଢନ୍ତୁ ପୂରା ଖବର ।

Indian Coast Guard DG
Indian Coast Guard DG (ETV Bharat)

ଚେନ୍ନାଇ: ହୃଦଘାତରେ ଆଖି ବୁଜିଲେ ଭାରତୀୟ ତଟରକ୍ଷୀ ବାହିନୀର ମହାନିର୍ଦ୍ଦେଶକ ରାକେଶ ପାଲ । ଆଜି ପ୍ରାୟ ସନ୍ଧ୍ୟା 7ଟା ସମୟରେ ତାମିଲନାଡୁର ରାଜୀବ ଗାନ୍ଧୀ ସରକାରୀ ଜେନେରାଲ ହସ୍ପିଟାଲରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଶତ ଚେଷ୍ଟା ସତ୍ତ୍ବେ ଡାକ୍ତର ତାଙ୍କୁ ବଞ୍ଚାଇ ପାରିନଥିଲେ । ମୁଖ୍ୟମନ୍ତ୍ରୀ ଏକକେ ଷ୍ଟାଲିନ ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ହସ୍ପିଟାଲରେ ପହଞ୍ଚି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।

ବୈଠକ ବେଳେ ହୃଦଘାତ:

ସୂଚନା ଅନୁସାରେ, ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଚେନ୍ନାଇ ଗସ୍ତ ଥିବାରୁ ତଟରକ୍ଷୀ ବାହିନୀର ଡିଜି ରାକେଶ ପାଲ ଚେନ୍ନାଇ ସ୍ଥିତ ନୌସେନା ଘାଟି INS ଅଦ୍ୟାରରେ ବୈଠକ କରୁଥିଲେ । କିନ୍ତୁ ଦିନ 2.30 ସମୟରେ ତାଙ୍କୁ ହଠାତ୍‌ ଛାତିରେ ଯନ୍ତ୍ରଣା ହୋଇଥିଲା । ସଙ୍ଗେ ସଙ୍ଗେ ତାଙ୍କୁ ରାଜୀବ ଗାନ୍ଧୀ ସରକାରୀ ଜେନେରାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସନ୍ଧ୍ୟା ସମୟରେ ତାଙ୍କର ହୃଦଘାତରେ ଦେହାନ୍ତ ହୋଇଛି ।

ରାକେଶ ପାଲ୍‌ କିଏ ?

ରାକେଶ ପାଲ ଉତ୍ତରପ୍ରଦେଶର ବାସିନ୍ଦା ଅଟନ୍ତି । ଗତ ବର୍ଷ ଅର୍ଥାତ୍‌ 2023ରେ ତାଙ୍କୁ ଭାରତୀୟ ତଟରକ୍ଷା ବାହିନୀର 25ତମ ମହାନିର୍ଦ୍ଦେଶକ ଭାବେ ନିଯୁକ୍ତି ପାଇଥିଲେ । 1989 ମସିହାରୁ ଭାରତୀୟ ତଟରକ୍ଷା ବାହିନୀରେ ସେ ଯୋଗ ଦେଇଥିଲେ । ଦ୍ରୋଣାଚାର୍ଯ୍ୟ, ଭାରତୀୟ ନୌସେନା ସ୍କୁଲ, କୋଚି ଓ ୟୁକେର ଇଲୋକ୍ଟ୍ରୋ ଅଫ୍ଟିକସ ଫାୟାର କଣ୍ଟ୍ରୋଲ ସଲ୍ୟୁସନ କୋର୍ସ କରିଥିଲେ । ଅସ୍ତ୍ରଶସ୍ତ୍ର ନିର୍ମାଣ ପ୍ରଣାଳୀ ଉପରେ ଅଗାଧ ଜ୍ଞାନ ରଖିଥିଲେ ।

ବହୁ ଗୁରୁତ୍ବପୂର୍ଣ୍ଣ ପଦବୀ ସମ୍ଭାଳିଥିଲେ ରାକେଶ:

ଦୀର୍ଘ 35 ବର୍ଷ କ୍ୟାରିୟରରେ ବହୁ ଗୁରୁତ୍ବପୂର୍ଣ୍ଣ ପଦବୀ ସମ୍ଭାଳିଥିଲେ । ଯେପରିକି, ପଲିସି ଆଣ୍ଡ ପ୍ଲାନର ଡେପୁଟି ଡାଇରେକ୍ଟର ଜେନେରାଲ, ଫ୍ଲାଗ ଅଫିସର କମାଣ୍ଡାର କୋଷ୍ଟଗାର୍ଡ ରିଜିୟନ (ଉତ୍ତର-ପଶ୍ଚିମ), ନୂଆଦିଲ୍ଲା ସ୍ଥିତ ତଟରକ୍ଷୀ ବାହିନୀ କାର୍ଯ୍ୟାଳୟର ଅତିରିକ୍ତ ମହାନିର୍ଦ୍ଦେଶକ କୋଷ୍ଟଗାର୍ଡ ଭଳି ଅନେକ ଗୁରୁତ୍ବ ପୂର୍ଣ୍ଣ ପଦବୀରେ ରହିଥିଲେ ।

ରାକେଶଙ୍କ ଦେହାନ୍ତରେ ପ୍ରତିରକ୍ଷା ମନ୍ତ୍ରୀଙ୍କ ଶୋକ:

ପରଲୋକରେ ଭାରତୀୟ ତଟରକ୍ଷୀ ବାହିନୀର ମହାନିର୍ଦ୍ଦେଶକ ରାକେଶ ପାଲ । ତାଙ୍କ ଦେହାନ୍ତରେ ସୋସିଆଲ ମିଡିଆ ଏକ୍ସରେ ଶୋକ ବ୍ୟକ୍ତ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ସେ ଲେଖିଛନ୍ତି, ଆଜି ଭାରତୀୟ ତଟରକ୍ଷୀ ବାହିନୀର ମହାନିର୍ଦ୍ଦେଶକ ରାକେଶ ପାଲଙ୍କ ନିଧନରେ ଗଭୀର ଦୁଃଖ ଲାଗୁଛି । ସେ ଜଣେ ଦକ୍ଷ ଓ ପ୍ରତିବଦ୍ଧ ଅଧିକାରୀ ଥିଲେ । ତାଙ୍କ ନେତୃତ୍ବରେ ଭାରତ ସମୁଦ୍ର ସୁରକ୍ଷାକୁ ମଜବୁତ କରିବାରେ ବହୁ ଆଗକୁ ଯାଇଥିଲା । ତାଙ୍କ ଶୋକସନ୍ତପ ପରିବାର ପ୍ରତି ମୋର ଗଭୀର ସମବେଦନା ।

ଏହା ମଧ୍ୟ ପଢନ୍ତୁ: ତଟରକ୍ଷୀ ଦିବସରେ କୋଷ୍ଟଗାର୍ଡ ଅଧିକାରୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା; କହିଲେ 'ଉତ୍ସର୍ଗୀକୃତ ସେବା ଅତୁଳନୀୟ'

Last Updated : Aug 18, 2024, 9:56 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.