ETV Bharat / bharat

ସାବଧାନ ! ଘର ସହ ଚୋରି ହୋଇପାରେ ଆପଣଙ୍କ ଜନ୍ମଭୂମି, 8ଜଣ ମିଶି ବିକିଦେଲେ ପୂରା ଗାଁ, ମାମଲା ଶୁଣି ପୋଲିସ ଆବାକ୍ - Illegal Sale of Dehgam village

author img

By ETV Bharat Odisha Team

Published : Jul 16, 2024, 1:01 PM IST

Illegal Sale of Dehgam village: ଆଶ୍ଚର୍ଯ୍ୟ ! ମିଛ ଡକ୍ୟୁମେଣ୍ଟ ପ୍ରସ୍ତୁତ କରି ଗାଁ ବିକି ଦେଲେ ଦଲାଲ । ଗୁଜୁରାଟରୁ ଆସିଛି ଏପରି ଖବର । ଅଧିକ ପଢନ୍ତୁ

Illegal Sale of Dehgam village
Illegal Sale of Dehgam village (ETV Bharat)

ଗାନ୍ଧୀନଗର: ଗୁଜୁରାଟରୁ ଆସିଛି ଏକ ଆଶ୍ଚର୍ଯ୍ୟଜନକ ଖବର । ଯାହା ଜାଣିଲେ ଆପଣ ମଧ୍ୟ ସହଜରେ ବିଶ୍ବାସ କରିପାରିବେ ନାହିଁ । ଘର, ଜମି, ବାଡି, ଏମିତିକି ମନୁଷ୍ୟକୁ ବିକ୍ରି କରାଯିବାର ଖବର ଆପଣ ଜାଣିଥିବେ କି ଶୁଣିଥିବେ , କିନ୍ତୁ କେବେ କେଉଁ ଗାଁକୁ ବିକ୍ରି କରିଦେବା ଖବର ବୋଧ ହୁଏ ଶୁଣିନଥାଇ ପାରନ୍ତି । ବେଆଇନ ଭାବେ ମିଛ ଡକ୍ୟୁମେଣ୍ଟ ପ୍ରସ୍ତୁତ କରି ଏକ ଗ୍ରାମକୁ ବିକ୍ରି କରି ଦେଲେ ଦୁର୍ଦାନ୍ତ ଦଲାଲ । ଏନେଇ ଅଭିଯୋଗ ପରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି । ଏଭଳି ଘଟଣା ଘଟିଛି ଗୁଜୁରାଟର ଦେହଗାମରୁ । ଏଠାରେ ଥିବା ଜୁନାପାହାଡିଆ ଗ୍ରାମକୁ ଅଭିଯୁକ୍ତ ମାନେ ଜମି ବିକ୍ରେତାଙ୍କୁ ବିକ୍ରି କରି ଦେଇଛନ୍ତି । ଗ୍ରାମବାସୀଙ୍କ ଅଜାଣତରେ କେମିତି ପୁରା ଗ୍ରାମଙ୍କୁ ବିକ୍ରି କରିଦିଆଗଲା ଓ କେହିବି ଏନେଇ କେମିତି ଟେର ପାଇଲେ ନାହିଁ ସନେଇ ପ୍ରଶ୍ନ ଉଠିଛି ।

ଜୁନାପାହାଡିଆ ଗ୍ରାମରେ ପ୍ରାୟ 600 ଲୋକ ବସବାସ କରନ୍ତି । ଗ୍ରାମବାସୀଙ୍କ ଅଜାଣତରେ ଗ୍ରାମଟିକୁ ବିକ୍ରି କରାଯାଇଛି । ଏହି ଖବର ଜୁଲାଇ 13 ତାରିଖ ଦିନ ସାମ୍ନାକୁ ଆସିବାପରେ ପୁରା ରାଜ୍ୟରେ ଚର୍ଚ୍ଚାର ସିରୋନାମା ପାଲଟିଥିଲା । ଏଲସିବି ତଦନ୍ତ ଅଧିକାରୀ କହିଛନ୍ତି, “ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି, ଉଭୟଙ୍କୁ ରିମାଣ୍ଡରେ ଆଣିବାକୁ କୋର୍ଟରେ ଆବେଦନ କରାଯାଇଛି। ଏହି ଘଟଣାରେ ପାଞ୍ଚ ଜଣ ଅଭିଯୁକ୍ତ ଫେରାର ରହିଛନ୍ତି ।''

ଏହା ମଧ୍ୟ ପଢନ୍ତୁ-ମହାପ୍ରଭୁଙ୍କ ପାଇଁ ବଞ୍ଚିଗଲେ ଡୋନାଲ୍ଡ ଟ୍ରମ୍ପ ! 48 ବର୍ଷ ପୂର୍ବେ ଜଗନ୍ନାଥଙ୍କ ପାଇଁ କରିଥିଲେ ଏହି କାମ - Iskcon VP on Trump Attack

ଘଟଣାଟି କଣ ଥିଲା ?: ଗାନ୍ଧିନଗର ଜିଲ୍ଲାର ଦେହଗାମ ତାଲୁକର ପୁରୁଣା ପାହାଡିଆ ଗାଁର ବ୍ଲକ ସର୍ଭେ ନମ୍ବର 142 । ଗତ 10 ତାରିଖ ଦିନ ସମ୍ପୂର୍ଣ୍ଣ ଗ୍ରାମ ବିକ୍ରି ହୋଇଥିବା ଖବର ପାଇଥିଲେ ଗ୍ରାମବାସୀ । ଯେତେବେଳେ ଗ୍ରାମବାସୀ ପୁରା ଖବର ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଗ୍ରାମକୁ ବିକ୍ରି କରିବାର ଷଡଯନ୍ତ୍ର ସେତେବେଳେ ସାମ୍ନାକୁ ଆସିଥିଲା, ଯେତେବେଳେ ସରକାରୀ ପ୍ରତିନିଧି ଗ୍ରାମ ବିକ୍ରି ହୋଇଥିବା ଦଲିଲ ଦେଖିଥିଲେ । ଗ୍ରାମବାସୀ ଅଭିଯୋଗ କରିଛନ୍ତି ଯେ, ମିଛ ଦଲିଲ ପ୍ରସ୍ତୁତ କରାଯାଇ ଗ୍ରାମକୁ ବିକ୍ରି କରାଯାଇଛି । ଏଥିରେ ସରକାରୀ ଅଧିକାରୀ ସାମିଲ ଅଛନ୍ତି ।

ତତ୍ପର ସରକାର: ମିଛ ଦଲିଲ ପ୍ରସ୍ତୁତ କରି ଗାଁ ବିକ୍ରି କରିବା ନେଇ ସରକାର ଏଦିଗରେ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ଗ୍ରାମର ଜମି ବିକ୍ରି କରିଥିବା ଓ ଏହାକୁ କ୍ରୟ କରିଥିବା ବ୍ୟକ୍ତିଙ୍କୁ ମିଶାଇ ମୋଟ 8 ଜଣଙ୍କ ନାମରେ ମାମଲା ରୁଜୁ ହୋଇଥିଲା । ଗ୍ରାମବାସୀ ମାନେ ମିଛ ଦଲିଲକୁ ବାତିଲ କରିବାକୁ ଦାବି କରିଛନ୍ତି ।

ଗାନ୍ଧୀନଗର ଡିଏସପି କହିଛନ୍ତି, ଦେହଗାମର ସବ୍ ରେଜିଷ୍ଟ୍ରାରଙ୍କ ଜରିଆରେ ଜୁନା ପାହାଡିଆ ଗ୍ରାମକୁ ବେଆଇନ ଭାବେ ବିକ୍ରି କରିଥିବା ନେଇ ଅହମ୍ମଦାବାଦର ରାଖିଆଲ ପୋଲିସ ଷ୍ଟେସନରେ ଅଭିଯୋଗ ହୋଇଥିଲା । ଜମିର ମିଛ ଫଟୋ ଓ ମିଛ ଦଲିଲ ଦେଖାଇ ଜମିନଦାରଙ୍କୁ ବିକ୍ରି କରାଯାଇଥିଲା । ଏହି ଘଟଣାରେ ଜମିବିକ୍ରେଚା ବିନୋଦ ଓ ଜୟେନ୍ଦ୍ର ଝାଲଙ୍କୁ ଗିରଫ କରାଯାଇଛି । ଏହି ଦୁଇ ଅଭିଯୁକ୍ତ ଗ୍ରାମ ଜମିର ସର୍ଭେ ନମ୍ବରରେ ଉଲ୍ଲେଖ କରାଯାଇଥିବା ନାମର ଉତ୍ତରାଧିକାରୀ। ଗ୍ରାମବାସୀ ଏହି ଜମି ଅଭିଯୁକ୍ତଙ୍କ ଠାରୁ କିଣିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.