ETV Bharat / bharat

CID ଦେଖି ରଚିଲା ଷଡ଼ଯନ୍ତ୍ର, ଋଣ ଭାରରୁ ମୁକ୍ତି ପାଇଁ ସ୍ତ୍ରୀକୁ ହତ୍ୟା

author img

By ETV Bharat Odisha Team

Published : Feb 11, 2024, 8:15 PM IST

Husband Killed wife: ସିଆଇଡି ସିରିଏଲ ଦେଖି ପତ୍ନୀକୁ ହତ୍ୟା କଲା ସ୍ବାମୀ । ପରକୀୟା ପ୍ରୀତି ଓ ପତ୍ନୀ ନାଁରେ ଆଣିଥିବା ଋଣରୁ ମୁକ୍ତି ପାଇବା ପାଇଁ ରଚିଥିଲା ଷଡ଼ଯନ୍ତ୍ର । ଅଧିକ ପଢନ୍ତୁ

Husband Killed wife
Husband Killed wife

ଡେରାଡୁନ: ସାତ ଜନ୍ମ ସାଥୀ ଭାବି ସ୍ବାମୀଙ୍କ ହାତ ଧରିଥିଲେ । ହେଲେ ସେହି ସ୍ବାମୀ ରକ୍ଷା କର୍ତ୍ତା ବଦଳରେ ପାଲଟିଲା ହତ୍ୟାକାରୀ । ଏଭଳି ଏକ ଘଟଣା ଉତ୍ତରାଖଣ୍ଡ ହରିଦ୍ବାରରୁ ସାମ୍ନାକୁ ଆସିଛି । ହତ୍ୟାକାରୀ ସ୍ବାମୀ ନିଜ ପତ୍ନୀ ନାଁରେ ୪୪ ଲକ୍ଷ ଟଙ୍କା ଋଣ ଆଣିଥିଲେ । ଏହି ଋଣରୁ ମୁକ୍ତି ପାଇବା ଲାଗି ସେ ହତ୍ୟା କରିଥିବା ସ୍ବୀକାର କରିଛି । ସବୁଠୁ ଆଶ୍ଚର୍ଯ୍ୟ କଥା ଟେଲିଭିଜନରେ ପ୍ରସାରିତ ହେଉଥିବା ଅପରାଧ ସମ୍ପର୍କିତ ସିରିଏଲ 'ସିଆଇଡି' ଦେଖି ପତ୍ନୀଙ୍କୁ ହତ୍ୟା କରିବା ଲାଗି ଯୋଜନା କରିଥିଲା ହତ୍ୟାକାରୀ ସ୍ବାମୀ ।

ମିଳିଥିବା ସୂଚନା ଅନୁସାରେ ଫେବୃଆରୀ ୭ ତାରିଖରେ ନସିରପୁର ଠାରେ କେନାଲରେ ଜଣେ ମହିଳା ବୁଡ଼ି ଯାଇଥିବା ନେଇ ୧୧୨ ଯୋଗ କୋତବାରି ମଙ୍ଗଲୌର ପୋଲିସକୁ ସୂଚନା ମିଳିଥିଲା । ପୋଲିସ ଘଟଣା ସ୍ଥଳରେ ପହଞ୍ଚିବା ପରେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ତାଙ୍କ ସ୍ବାମୀ ଏହି ଅଘଟଣରୁ ବର୍ତ୍ତି ଯାଇଥିବା ଖବର ମିଳିଥିଲା । ହେଲେ ମୃତ ମହିଳା ମନୀଷାଙ୍କ ପରିବାର ସନ୍ଦେହ କରି ଅଭିଯୁକ୍ତ ସ୍ବାମୀ ଅତ୍ୟେନ୍ଦ୍ରଙ୍କ ବିରୋଧରେ ହତ୍ୟା ଷଡ଼ଯନ୍ତ୍ର ନେଇ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଅଭିଯୋଗକୁ ଭିତ୍ତି କରି ତଦନ୍ତ ଆରମ୍ଭ କରିଥିଲା ।

ଏହା ବି ପଢନ୍ତୁ- ୨ଥର ଶାରୀରିକ ସମ୍ପର୍କ ରଖିବାକୁ ମନା କଲା ସ୍ତ୍ରୀ, ହତ୍ୟା ପରେ ବସ୍ତାରେ ଭର୍ତ୍ତିକରି ଫିଙ୍ଗିଦେଲା ସ୍ବାମୀ

ପୋଲିସ ତଦନ୍ତ କରିବା ବେଳେ ଜାଣିବାକୁ ପାଇଥିଲା ଯେ ମୃତ ମହିଳା ମନୀଷାଙ୍କ ନାଁରେ ୪୪ ଲକ୍ଷ ଋଣ ବ୍ୟାଙ୍କରୁ ଉଠାଯାଇଥିଲା । ଏହାପରେ ପୋଲିସର ସନ୍ଦେହ ଘନୀଭୂତ ହୋଇଥିଲା । ଏନେଇ ହରିଦ୍ବାର ଏସଏସପି ପ୍ରମେନ୍ଦ୍ର ଡୌବାଲ ମନୀଷାଙ୍କ ସ୍ବାମୀ ଅତ୍ୟେନ୍ଦ୍ରଙ୍କୁ ପଚରାଉଚରା କରିବା ପ୍ରକୃତ ଘଟଣା ସାମ୍ନାକୁ ଆସିଛି । ଅଭିଯୁକ୍ତ ଅତ୍ୟେନ୍ଦ୍ର ସମେତ ଅଟା କଳରେ କାମ କରୁଥିବା ଅଜୟ ପ୍ରକାଶକୁ ମଧ୍ୟ ପଚରାଉଚରା କରିଥିଲା । ଏହାପରେ ଅତ୍ୟେନ୍ଦ୍ର ଓ ଅଜୟ ନିଜ ଦୋଷ ସ୍ବୀକାର କରିଥିଲେ । ଅତ୍ୟେନ୍ଦ୍ରର ଅନ୍ୟ ଜଣେ ମହିଳାଙ୍କ ସହ ଅବୈଧ ସମ୍ପର୍କ ଥିଲା, ଯିଏକି ଜଣେ ବ୍ୟାଙ୍କ କର୍ମଚାରୀ ଥିଲେ ।

ଉକ୍ତ ମହିଳା ଜଣକ ଅଭିଯୁକ୍ତ ସ୍ବାମୀ ଅତ୍ୟେନ୍ଦ୍ରକୁ କହିଥିଲେ ଯେ ମୃତ ବ୍ୟକ୍ତିଙ୍କ ନାଁରେ ଯଦି ଋଣ ଥାଏ, ତେବେ ତାଙ୍କର ମୃତ୍ୟୁ ପରେ ପରିବାର ଉପରେ କୌଣସି ଋଣ ଭାର ପଡ଼ିନଥାଏ । ଏହା ଶୁଣିବା ପରେ ଅଭିଯୁକ୍ତ ସ୍ବାମୀ ପତ୍ନୀ ମନୀଷାକୁ ହତ୍ୟା କରିବା ଲାଗି ଷଡ଼ଯନ୍ତ୍ର କରିଥିଲେ । ଏହାପରେ ସେ 'ସିଆଇଡି' ସିରିଏଲ ଦେଖି ହତ୍ୟା ଯୋଜନା କରିଥିଲେ । ତେବେ ଯୋଜନା ମୁତାବକ ଫେବୃଆରୀ ୭ ତାରିଖରେ ପତ୍ନୀ ମନୀଷାଙ୍କୁ ଅତ୍ୟେନ୍ଦ୍ର ମଦ ପିଆଇଥିଲେ । ଏହାପରେ ଜୋରଜବରଦସ୍ତ କାରରେ ବସାଇ ନସିରପୁର ନିକଟ କେନାଲକୁ ଧକ୍କା ଦେଇଥିଲେ । କାହାର ଯେପରି କୌଣସି ସନ୍ଦେହ ନ ହେବ ସେଥିଲାଗି ବାଇକକୁ କେନାଲରେ ଫିଙ୍ଗିଥିବା ବେଳେ ଅତ୍ୟେନ୍ଦ୍ର ମଧ୍ୟ କେନାଲକୁ ଡେଇଁଥିଲେ । ଏହାପରେ ସହଯୋଗୀ ଅଜୟ ୧୧୨କୁ କଲ୍‌ କରିଥିଲା । ଅଜୟକୁ ଏହି କାର୍ଯ୍ୟ ଲାଗି ୫ ଲକ୍ଷ ଟଙ୍କା ଦେବା ପାଇଁ ପ୍ରତିଶୃତି ଦେଇଥିଲା ଅତ୍ୟେନ୍ଦ୍ର ।

ଘଟଣାର ପର୍ଦ୍ଦାଫାସ ହେବା ପରେ ଉଭୟ ଅଭିଯୁକ୍ତଙ୍କୁ ଗିରଫ କରିଛି । ଆଇନ ଅନୁଯାୟୀ ଉଭୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ କହିଛି । ତେବେ ଋଣରୁ ମୁକ୍ତି ଓ ପରକୀୟା ପ୍ରୀତି ପାଇଁ ଅତ୍ୟେନ୍ଦ୍ର ଏହି ହତ୍ୟା କରିଥିବା ପୋଲିସ ସୂଚନା ଦେଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.