ETV Bharat / bharat

ବାସ୍ତବିକ ରୂପ ନେଲା ସିଏଏ, ୧୪ ଶରଣାର୍ଥୀଙ୍କୁ ମିଳିଲା ନାଗରିକତା - Citizenship Amendment Act - CITIZENSHIP AMENDMENT ACT

Citizenship Certificates Issued Under CAA: ନାଗରିକତା (ସଂଶୋଧନ) ଅଧିନିୟମ ଅନୁଯାୟୀ ଆଜି ୧୪ ଶରଣାର୍ଥୀଙ୍କୁ ମିଳିଛି ନାଗରିକତା ପ୍ରମାଣପତ୍ର । ସୂଚନାଯୋଗ୍ୟ ଯେ ୨୦୧୯ ଡିସେମ୍ବର ମାସରେ ଅଣ ମୁସଲିମ ଶରଣାର୍ଥୀମାନଙ୍କୁ ଭାରତୀୟ ନାଗରିକତା ଦେବା ପାଇଁ ସିଏଏ ଲାଗୁ ହୋଇଥିଲା । ଅଧିକ ପଢନ୍ତୁ

Citizenship Certificates Issued Under CAA
Citizenship Certificates Issued Under CAA (ETV Bharat)
author img

By ETV Bharat Odisha Team

Published : May 15, 2024, 7:52 PM IST

ନୂଆଦିଲ୍ଲୀ: ଭାରତକୁ ଆସିଥିବା ଶରଣାର୍ଥୀଙ୍କୁ ମିଳିଲା ନାଗରିକତା ପ୍ରମାଣପତ୍ର । ଆଜି ପ୍ରଥମ ପର୍ଯ୍ୟାୟରେ ସିଏଏ ବା ନାଗରିକତା (ସଂଶୋଧନ) ଅଧିନିୟମ ଅନୁଯାୟୀ ୧୪ ଜଣଙ୍କୁ ମିଳିଛି ପ୍ରଣାଣପତ୍ର । ପାକିସ୍ତାନ, ଆଫଗାନିସ୍ତାନ ଏବଂ ବାଂଲାଦେଶରୁ ନିର୍ଯାତିତ ଅଣ-ମୁସଲମାନ ଶରଣାର୍ଥୀ ମିଳିଛି ନାଗରିକତା । କେନ୍ଦ୍ର ଗୃହ ସଚିବ ଅଜୟ କୁମାର ଭଲ୍ଲା 14 ଜଣଙ୍କୁ ନାଗରିକତା ସାର୍ଟିଫିକେଟ୍ ପ୍ରଦାନ କରିଛନ୍ତି । ନାଗରିକତା ପାଇଁ ଅନଲାଇନ ଆବେଦନ କରିବା ପାଇଁ ଏକ ବିଧିବଦ୍ଧ ପୋର୍ଟାଲ ପ୍ରସ୍ତୁତ ହୋଇଥିଲା । କେନ୍ଦ୍ର ଗୃହ ବିଭାଗର ମୁଖପାତ୍ର କହିଛନ୍ତି," କେନ୍ଦ୍ର ଗୃହ ସଚିବ ନାଗରିକତା ପାଇଥିବା ଲୋକଙ୍କୁ ଶୁଭେଚ୍ଛା ଜଣାଇବା ସହ ନାଗରିକତା (ସଂଶୋଧନ) ଅଧିନିୟମର ବୈଶିଷ୍ଟ୍ୟତା ସମ୍ପର୍କରେ ଉଲ୍ଲେଖ କରିଥିଲେ । ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ସଚିବ, ଆଇବିର ଡାଇରେକ୍ଟର, ରେଜିଷ୍ଟ୍ରାର ଜେନେରାଲ ଅଫ ଇଣ୍ଡିଆ, ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ ।"

ସୂଚନାଯୋଗ୍ୟ ଯେ ୨୦୧୯ ଡିସେମ୍ବର ମାସରେ ସିଏଏ ଲାଗୁ ହୋଇଥିଲା, ଯାହା ଫଳରେ ଅଣ ମୁସଲିମ ଶରଣାର୍ଥୀମାନଙ୍କୁ ନାଗରିକତା ଦିଆଯିବାର ବ୍ୟବସ୍ଥା ହୋଇଥିଲା । ବାଙ୍ଗଲାଦେଶ, ପାକିସ୍ତାନ ଓ ଆଫଗାନିସ୍ଥାନରୁ ଭାରତକୁ ୩୧ ଡିସେମ୍ବର ୨୦୧୪ ସୁଦ୍ଧା ବା ପୂର୍ବରୁ ଆସିଥିବା ଶରଣାର୍ଥୀଙ୍କୁ ନାଗରିକତା ଦେବାର ବନ୍ଦୋବସ୍ତ ରହିଥିଲା । ଏହି ଶରଣାର୍ଥୀ ମଧ୍ୟରେ ହିନ୍ଦୁ, ଶିଖ, ଜୈନ, ବୁଦ୍ଧିଷ୍ଟ, ପାର୍ସୀ ଓ ଖ୍ରୀଷ୍ଟିଆନ ସମ୍ପ୍ରଦାୟଙ୍କୁ ସାମିଲ କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ ... ଅଶାନ୍ତ ପିଓକେ ନେଇ ଶାହ କହିଲେ ବଡ କଥା...ସାମ୍ନାକୁ ଆସିଲା ଏହି ପ୍ଲାନ୍ ! - Amit Shah Statement On POK Issue

ଏହି ନିୟମ ସଂସଦରେ ବହୁମତରେ ପାରିତ ହେବା ପରେ ରାଷ୍ଟ୍ରପତିଙ୍କ ଅନୁମୋଦନ ମିଳିଥିଲା । ଏହି ନିୟମ ଅନୁସାରେ ଦୀର୍ଘ ୪ ବର୍ଷ ପରେ ଚଳିତ ବର୍ଷ ମାର୍ଚ୍ଚ ୧୧ ତାରିଖରେ ଭାରତୀୟ ନାଗରିକତାକୁ ମିଳିଛି ଅନୁମତି । ଏହି ନିୟମ ଅନୁସାରେ ଶରଣାର୍ଥୀମାନଙ୍କୁ ଆବେଦନ ପତ୍ର ଦେବାକୁ ପଡିଥାଏ, ଯାହାର ପ୍ରକ୍ରିୟାକରଣ ଜିଲ୍ଲା ସ୍ତରୀୟ କମିଟି ଦ୍ବାରା ହୋଇ ରାଜ୍ୟସ୍ତରୀୟ ଶକ୍ତି (ଏମପାୱାର୍ଡ) କମିଟି ଦ୍ବାରା ଯାଞ୍ଚ ଓ ଅନୁମତି ମିଳିଥାଏ । "ଏହି ନିୟମ ଅନୁଯାୟୀ ପାକିସ୍ତାନ, ବାଂଲାଦେଶ ଏବଂ ଆଫଗାନିସ୍ତାନରୁ ହିନ୍ଦୁ, ଶିଖ, ଜୈନ, ବୌଦ୍ଧ, ପାର୍ସୀ ଏବଂ ଖ୍ରୀଷ୍ଟିଆନ ସମ୍ପ୍ରଦାୟର ବ୍ୟକ୍ତିଙ୍କ ଠାରୁ ଆବେଦନ ଗ୍ରହଣ କରାଯାଇଛି । ଏହି ସମସ୍ତ ଶରଣାର୍ଥୀମାନେ ଧର୍ମ ଆଧାରରେ ନିର୍ଯାତିତ କିମ୍ବା ଜୀବନ ପ୍ରତି ଭୟଭୀତ ହୋଇ 31.12.2014 ପର୍ଯ୍ୟନ୍ତ ଭାରତରେ ପ୍ରବେଶ କରିଛନ୍ତି ବୋଲି ଗୃହ ବିଭାଗର ମୁଖପାତ୍ର କହିଛନ୍ତି ।

ଜିଲ୍ଲା ସ୍ତରୀୟ କମିଟିର ନିର୍ଦ୍ଦେଶକ ଭାବେ ପୋଷ୍ଟ ବିଭାଗର ବରିଷ୍ଠ ସୁପରିଟେଣ୍ଡଣ୍ଟ ଅଧିକାରୀଙ୍କୁ ଅଧୀକୃତ ଅଧିକାରୀ ଭାବେ ନିଯୁକ୍ତ କରାଯାଇଥିଲା, ଯିଏ ସମସ୍ତ ଡକ୍ୟୁମେଣ୍ଟର ଯାଞ୍ଚର ଦାୟିତ୍ବ ନେଇଥିଲେ । ନିୟମ ଅନୁଯାୟୀ ପ୍ରକ୍ରିୟାକରଣ ପରେ, ଜିଲ୍ଲା ସ୍ତରୀୟ କମିଟିର ନିର୍ଦ୍ଦେଶକ (ଜନଗଣନା ଅପରେସନ୍)ଙ୍କ ନେତୃତ୍ୱରେ ରାଜ୍ୟ ସ୍ତରୀୟ ସଶକ୍ତିକରଣ କମିଟିକୁ ଆବେଦନ ପଠାଇଛନ୍ତି । ଆବେଦନ ପ୍ରକ୍ରିୟା ଅନଲାଇନ୍ ପୋର୍ଟାଲ୍ ମାଧ୍ୟମରେ ସମ୍ପନ୍ନ ହୋଇଛି । ସଠିକ ଯାଞ୍ଚ ପରେ 14 ଜଣ ଆବେଦନକାରୀଙ୍କୁ ନାଗରିକତ୍ୱ ପ୍ରଦାନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ସେହି ଅନୁଯାୟୀ ନିର୍ଦ୍ଦେଶକ (ଜନଗଣନା ଅପରେସନ୍) ଏହି ଆବେଦନକାରୀଙ୍କୁ ପ୍ରମାଣପତ୍ର ପ୍ରଦାନ କରିଛନ୍ତି ବୋଲି ମୁଖପାତ୍ର କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.