ETV Bharat / bharat

ଇଟିଭି ଭାରତର ସ୍ବତନ୍ତ୍ର ପ୍ରୟାସ: EVM ଜରିଆରେ VVPATରେ କିପରି ଦେବେ ଭୋଟ ? ବୁଝନ୍ତୁ - How to cast vote using EVM

author img

By ETV Bharat Odisha Team

Published : May 3, 2024, 10:50 PM IST

How to cast vote using EVM : ଇଲେକ୍ଟ୍ରୋନିକ ଭୋଟିଂ ମେସିନ (EVM)କୁ ନେଇ ଅନେକ ପ୍ରଶ୍ନ ମନକୁ ଆସେ । ଇଭିଏମରେ କିପରି ଭୋଟ ଦିଅନ୍ତି ? କେବଳ ବଟନ୍‌ ଦବାଇବା ପର୍ଯ୍ୟନ୍ତ ନୁହଁ, ଏଠାରେ ଆପଣ ସୁନିଶ୍ଚିତ କରିପାରିବେ ଆପଣ କାହାକୁ ଭୋଟ ଦେଇଛନ୍ତି । 'ଇଟିଭି ଭାରତ'ର ଅନୁରୋଧ କ୍ରମେ ତେଲେଙ୍ଗାନା ମୁଖ୍ୟ ନିର୍ବାଚନ ଅଧିକାରୀ ଏକ 'ଡେମୋ'ର ଆୟୋଜନ କରିଛନ୍ତି । ଇଭିଏମରେ କିପରି ଭୋଟ ଦିଅନ୍ତି ତାହା ଦର୍ଶାଇଛନ୍ତି । ବୁଝନ୍ତୁ

How to cast vote using EVM
How to cast vote using EVM (Etv Bharat Odisha)

ହାଇଦ୍ରାବାଦ: ଗଣତନ୍ତ୍ରରେ ପ୍ରମୁଖ ନିର୍ଣ୍ଣୟକର୍ତ୍ତା ହେଉଛନ୍ତି ଭୋଟର । ପ୍ରତିଟି ମତଦାତା ନିଜ ଭୋଟ୍‌ ଦେଇ ନିଜ ନେତା ବାଛିବା ଉଚିତ। ଏହା ଜଣେ ନାଗରିକ ଲାଗି ଗୁରୁ ଦାୟିତ୍ବ । ତେବେ ଇଭିଏମରେ ଭୋଟ ଦେବେ କିପରି ? ମତଦାତା ମତଦାନ କେନ୍ଦ୍ର ଆଗରେ ଧାଡ଼ିରେ ରହି ଇଭିଏମରେ ବଟନ୍‌ ଦବାଇବା ପର୍ଯ୍ୟନ୍ତ ସୀମିତ ନ ରହି, ଜଣେ ଯୋଗ୍ୟ ପ୍ରାର୍ଥୀକୁ ବାଛିବା ଜରୁରୀ । ଆପଣ କାହାକୁ ବା କେଉଁ ପ୍ରାର୍ଥୀଙ୍କୁ ଭୋଟ ଦେଉଛନ୍ତି ତାହା ଜାଣିବା ନିତାନ୍ତ ଜରୁରୀ । ନିଜ ଭୋଟକୁ ନେଇ କେବେ ବି ଦ୍ବନ୍ଦ୍ବରେ ରହିବା ଅନୁଚିତ । ଏହା ମଧ୍ୟ ନିଶ୍ଚିତ ହେବା ଜରୁରୀ ଯେ ଆପଣ ଯେଉଁ ପ୍ରାର୍ଥୀଙ୍କୁ ଭୋଟ୍‌ ଦେବାକୁ ଚାହୁଁଥିଲେ ସେହି ଲୋକଙ୍କୁ ହିଁ ଭୋଟ ଦେଇଛନ୍ତି ।

ଭୋଟକୁ ନେଇ ଦ୍ବନ୍ଦ୍ବ:- ଲୋକସଭା ନିର୍ବାଚନ 2024 ଲାଗି ଦେଶରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ ଏପ୍ରିଲ 26 ତାରିଖରେ ଅନୁଷ୍ଠିତ ହୋଇଥିଲା । ଦ୍ବିତୀୟ ପର୍ଯ୍ୟାୟରେ 14ଟି ଆସନ ଲାଗି ଭୋଟ ଦେଇଥିଲା କର୍ଣ୍ଣାଟକ । ତେବେ ଏହି ସମୟରେ ଜଣେ କର୍ଣ୍ଣାଟକ ଭୋଟରଙ୍କ ସୋସିଆଲ ମିଡିଆ ପୋଷ୍ଟ ଭାଇରାଲ ହୋଇଥିଲା । ମତଦାତା ଜଣକ ଭୋଟିଂ ପ୍ରକ୍ରିୟାକୁ ନେଇ ସନ୍ଦେହ ପ୍ରକାଶ କରିଥିଲେ । ଯାହାକୁ ଭାରତୀୟ ନିର୍ବାଚନ ଆୟୋଗ ଖଣ୍ଡନ କରିଥିଲେ । ମତାଦନ ପ୍ରକ୍ରିୟା ସମ୍ପୂର୍ଣ୍ଣ ସ୍ବଚ୍ଛ ବୋଲି ନିର୍ବାଚନ ଆୟୋଗ କହିଥିଲେ ।

ଦ୍ବନ୍ଦ୍ବ ଦୂର କରିବାକୁ 'ଇଟିଭି ଭାରତ'ର ପ୍ରୟାସ:- ଏହି ଅବସରରେ, 'ଇଟିଭି ଭାରତ' ତେଲେଙ୍ଗାନା ମୁଖ୍ୟ ନିର୍ବାଚନ ଅଧିକାରୀ ବିକାଶରାଜଙ୍କୁ ନିର୍ବାଚନ ପ୍ରକ୍ରିୟା ବିଷୟରେ ମତଦାତାଙ୍କୁ ଅବଗତ କରାଇବା ପାଇଁ ଏକ ଡେମୋ ଦେଖାଇବାକୁ କହିଥିଲେ । ତାଙ୍କ ନିର୍ଦ୍ଦେଶ ଅନୁଯାୟୀ ହାଇଦ୍ରାବାଦର ନିଜାମ କଲେଜରେ ସ୍ଥାପିତ ନିର୍ବାଚନ ତାଲିମ କେନ୍ଦ୍ରରେ ଅଧିକାରୀମାନେ ମଡେଲ (ମକ୍) ମତଦାନ ବ୍ୟବସ୍ଥା ପ୍ରଦର୍ଶନ କରିଥିଲେ । ଇଭିଏମ କିପରି କାର୍ଯ୍ୟ କରେ ଓ ଭୋଟରମାନେ କିପରି ସେମାନଙ୍କର ଭୋଟ୍ ଯାଞ୍ଚ କରିପାରିବେ ସେ ନେଇ ସୂଚନା ଦେଇଥିଲେ ।

EVM-VVPATରେ କିପରି ଦେବେ ଭୋଟ୍‌:- ଭୋଟରଙ୍କ ଟିକେଟ ଏବଂ ପରିଚୟ ପତ୍ର ସହିତ ମତଦାନ କେନ୍ଦ୍ରରେ ପ୍ରବେଶ କରିବା ପରେ ମତଦାତା ପ୍ରଥମେ ମତଦାନ ଅଧିକାରୀ -1ଙ୍କ ନିକଟକୁ ଯିବା ଉଚିତ । ଅଧିକାରୀ ତାଙ୍କ ଅଧୀନରେ ଥିବା ଭୋଟର ତାଲିକା ସହିତ ମତଦାତାଙ୍କ ବିବରଣୀ ଯାଞ୍ଚ କରିବେ । ତାଲିକାରେ ଭୋଟରଙ୍କ ନାମ ଏବଂ କ୍ରମିକ ସଂଖ୍ୟା ଉଚ୍ଚ ସ୍ବରରେ ପଢାଯିବ । ସେଠାରୁ ଭୋଟର ମତଦାନ ଅଧିକାରୀ-2ଙ୍କ ନିକଟକୁ ଯିବା ଉଚିତ । ଅଧିକାରୀ ତାଙ୍କ ପାଖରେ ଥିବା ଟିକେଟର ସବିଶେଷ ତଥ୍ୟ ଯାଞ୍ଚ କରି ତାଙ୍କ ଦସ୍ତଖତ ନିଅନ୍ତି । ଯଦି ଭୋଟର ଅଶିକ୍ଷିତ ତେବେ ଫିଙ୍ଗର ପ୍ରିଣ୍ଟ ନିଆଯିବ ।

ଉଭୟ ବିଧାନସଭା ଏବଂ ଲୋକସଭା ଆସନ ପାଇଁ ନିର୍ବାଚନ ଅଧିକାରୀ ଭୋଟରଙ୍କୁ ଦୁଇଟି ଭିନ୍ନ ରଙ୍ଗର ସ୍ଲିପ୍ ଦିଅନ୍ତି । ସେମାନଙ୍କ ଉପରେ ଆଧାର କରି ସେମାନେ ଦୁଇଟି ବାଲାଟ ୟୁନିଟରେ ଭୋଟ୍ ଦେବାର ଅଧିକାର ରଖିଥାନ୍ତି । ଏହାପରେ ମତଦାତା ପୋଲିଂ ଅଫିସର-3ଙ୍କ ନିକଟକୁ ଯିବେ । ଅଧିକାରୀ ଜଣକ ମତଦାତାଙ୍କ ନିକଟରେ ଥିବା ଟିକେଟକୁ ଯାଞ୍ଚ କରିଥାନ୍ତି । ଏହାପରେ ଭୋଟର କଣ୍ଟ୍ରୋଲ ୟୁନିଟରେ ଭୋଟ ଦବାନ୍ତି ଓ ନିଜ ମତଦାନ କରନ୍ତି । (ଭୋଟ୍ ରିଲିଜ ହେବା ପୂର୍ବରୁ କଣ୍ଟ୍ରୋଲ ୟୁନିଟର ବାମ ପାର୍ଶ୍ବରେ ଥିବା ସବୁଜ ଏଲଇଡି ଲାଇଟ ଜଳେ । ଭୋଟ ଦେବା ପରେ ଡାହାଣ ପାର୍ଶ୍ବରେ ଥିବା ଲାଲ ଲାଇଟ ଜଳେ । ଏହାକୁ ଭୋଟର ଦେଖିପାରିବେ। ) ଭୋଟ ଦେବା ପରେ VVPAT ମେସିନର ବାଲାଟ ୟୁନିଟରେ ଏକ ଟିକେଟ ଦେଖିବାକୁ ମିଳେ ।

ଏଥିରେ ଦଳର ନିର୍ବାଚନ ପ୍ରତୀକ ଏବଂ ପ୍ରାର୍ଥୀଙ୍କ ନାମ ଦୃଶ୍ୟମାନ ହେବ । ଏହି ଟିକେଟ ସାତ ସେକେଣ୍ଡ ପାଇଁ ଦୃଶ୍ୟମାନ ହେବ । ଏହାକୁ ଯାଞ୍ଚ କରି ଭୋଟର ନିଶ୍ଚିତ କରିପାରିବେ ଯେ ତାଙ୍କ ଦ୍ବାରା ଦିଆଯାଇଥିବା ଭୋଟ ସଠିକ କି ନୁହେଁ । ଯଦି ଲୋକସଭା ଏବଂ ବିଧାନସଭା ନିର୍ବାଚନ ଏକା ସହିତ ଅନୁଷ୍ଠିତ ହୁଏ, ତେବେ ଦୁଇଟି ବାଲାଟ୍ ୟୁନିଟ୍ ଗଠନ ହେବ । ଭୋଟ ଅଲଗା ଅଲଗା ଦିଆୟାଏ । ମତଦାନ ସମୟ ଶେଷରେ ଅଧିକାରୀମାନେ କଣ୍ଟ୍ରୋଲ ୟୁନିଟ ଉପରେ କ୍ଲୋଜ୍ ବଟନ ଦବାନ୍ତୁ । ଭୋଟ ସଂଖ୍ୟା ଏବଂ ପ୍ରାର୍ଥୀଙ୍କ ସଂଖ୍ୟା ତୁରନ୍ତ ୟୁନିଟ ସ୍କ୍ରିନରେ ପ୍ରଦର୍ଶିତ ହୁଏ ।

ମତଦାନ ଶେଷ ହେବା ପରେ ପୋଲିଂ ବୁଥ ଏଜେଣ୍ଟଙ୍କ ଉପସ୍ଥିତିରେ ୟୁନିଟ୍ ସିଲ୍ କରାଯିବ । ଏହାକୁ ଏକ ବାକ୍ସରେ ରଖି ସିଲ୍ କରାଯାଏ । ଏଥିଲାଗି ମତଦାନ ଅଧିକାରୀ ଏବଂ ବୁଥ ଏଜେଣ୍ଟଙ୍କ ଦସ୍ତଖତ ନିଆଯିବ । ଭୋଟ ଗଣନା ଆରମ୍ଭ ନହେବା ପର୍ଯ୍ୟନ୍ତ ଏହି କଣ୍ଟ୍ରୋଲ ୟୁନିଟ ଏବଂ VVPAT ମେସିନ ସୁରକ୍ଷିତ ରଖାଯିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.