ETV Bharat / bharat

ଆର୍ଥିକ ହେରଫେର ଅଭିଯୋଗ, ମୁଖ୍ୟମନ୍ତ୍ରୀଙ୍କ ଝିଅ ନାଁରେ ED ମାମଲା - ED NOTICE CM DAUGHTER

author img

By ETV Bharat Odisha Team

Published : Mar 28, 2024, 11:23 AM IST

Updated : Mar 28, 2024, 12:09 PM IST

ED Case Against Kerala CM Daughter: ଅଡୁଆରେ କେରଳ ମୁଖ୍ୟମନ୍ତ୍ରୀଙ୍କ ଝିଅ । ଆର୍ଥିକ ହେରଫେର ଅଭିଯୋଗରେ ମାମଲା ରୁଜୁ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଅଧିକ ପଢନ୍ତୁ

Case Against Veena Vijayan
Case Against Veena Vijayan

ଥିରୁଅନନ୍ତପୁରମ: ଆସନ୍ତା ଲୋକସଭା ନିର୍ବାଚନ ପୂର୍ବରୁ କେରଳରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ବଡ ଆକ୍ସନ । କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନଙ୍କ ଝିଅ ଟି.ବୀଣା ଏବଂ ତାଙ୍କ ମାଲିକାନାରେ ରହିଥିବା ଆଇଟି କମ୍ପାନୀ ନାଁରେ ମାମଲା ରୁଜୁ କରିଛି ଇଡି । ପ୍ରିଭେନସନ ଅଫ ମନି ଲଣ୍ଡରିଂ ଆକ୍ଟ(PMLA) ଅଧିନରେ ମାମଲା ରୁଜୁ କରାଯାଇଛି । ଏକ ମିନେରାଲ କମ୍ପାନୀ ବେଆଇନ ଭାବେ ବୀଣାଙ୍କ କମ୍ପାନୀକୁ ଅର୍ଥ ଦେଇଥିବା ଅଭିଯୋଗରେ ଏହି ମାମଲା ହୋଇଛି । କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନଙ୍କ ଝିଅ ଟି.ବୀଣା ଏବଂ ତାଙ୍କ କମ୍ପାନୀ ବିରୋଧରେ ମାମଲା ରୁଜୁ ହେବା ପରେ ଏବେ ରାଜ୍ୟ ରାଜନୀତିରେ ଉତ୍ତେଜନା ଦେଖାଯାଇଛି । ଇଡିର କାର୍ଯ୍ୟାନୁଷ୍ଠାନ ପରେ ବିଜେପି ଭଷ୍ଟ୍ରାଚାରକୁ ମୁଦ୍ଦା କରି ଟାର୍ଗେଟ କରିଛି ।

ଏହା ମଧ୍ୟ ପଢନ୍ତୁ: ଆର୍ଥିକ ହେରଫେର ଅଭିଯୋଗ, କେରଳ ମୁଖ୍ୟମନ୍ତ୍ରୀଙ୍କ ଝିଅଙ୍କ କମ୍ପାନୀ ବିରୋଧରେ କେନ୍ଦ୍ରର ତଦନ୍ତ ଆରମ୍ଭ

ବେଆଇନ କାରବାର ଅଭିଯୋଗ: ଖଣିଜ ପଦାର୍ଥ କାରବାର କରୁଥିବା କମ୍ପାନୀ ସହିତ ବେଆଇନ କାରବାର କରୁଥିବା ନେଇ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନଙ୍କ ଝିଅ ଟି.ବୀଣାଙ୍କ ବିରୋଧରେ ଅଭିଯୋଗ ହୋଇଛି । ଆୟକର ବିଭାଗର ଅନୁସନ୍ଧାନ ସମୟରେ ଏହି ଘଟଣା ସାମ୍ନାକୁ ଆସିଥିଲା । ଖଣିଜ ପଦାର୍ଥ କାରବାର କରୁଥିବା CMRL ନାମକ ସରକାରୀ କମ୍ପାନୀ ବେଆଇନ ଭାବରେ ବୀଣାଙ୍କ କମ୍ପାନୀ ଏକ୍ସାଲୋଜିକକୁ 1.72 କୋଟି ଟଙ୍କା ପ୍ରଦାନ କରିଛି । 2018-19 ଭିତରେ ଏହି ଟଙ୍କା ପ୍ରଦାନ କରିଥିବା ଅଭିଯୋଗ ହୋଇଥିଲା । କୌଣସି ସେବା ପ୍ରଦାନ ନକରି ସରକାରୀ କମ୍ପାନୀ CMRL ଠାରୁ ବୀଣାଙ୍କ କମ୍ପାନୀ ମୋଟା ଅଙ୍କର ଟଙ୍କା ଗ୍ରହଣ କରିଥିବା ଅଭିଯୋଗ ହୋଇଛି ।

ପୂର୍ବରୁ ହାଇକୋର୍ଟରୁ ମିଳିଥିଲା ଝଟକା: ଜଣେ ବିଶିଷ୍ଟ ବ୍ୟକ୍ତିଙ୍କ ସହିତ ବୀଣାଙ୍କର ସମ୍ପର୍କ ହେତୁ ସିମଆର ଏକ୍ସାଲୋଜିକକୁ ମାସିକ ଦେୟ ପ୍ରଦାନ କରୁଥିବା ନେଇ ମଧ୍ୟ ଅନେକ ରିପୋର୍ଟରେ ଦାବି କରାଯାଇଛି । ଏସଏଫଆଇଓ(Serious Fraud Investigation Office) ଦ୍ବାରା ଆରମ୍ଭ କରାଯାଇଥିବା ତଦନ୍ତ କର୍ଣ୍ଣାଟର ହାଇକୋର୍ଟରୁ ସ୍ଥାନାନ୍ତର କରାଯାଇଥିଲା । ଏହା ବିରୋଧରେ ଏକ୍ସାଲୋଜିକ ହାଇକୋର୍ଟରେ ଆବଦେନ କରିଥିଲା । କିନ୍ତୁ ହାଇକୋର୍ଟରୁ ମଧ୍ୟ ଝଟକା ମିଳିଥିଲା । ଗତମାସରେ କର୍ଣ୍ଣାଟକ ହାଇକୋର୍ଟ ସମସ୍ତ ଆବଦେନକୁ ପ୍ରତ୍ୟାଖାନ କରି ଦେଇଥିଲେ । କେରଳ ସରକାରଙ୍କ ଅଧିନରେ ଥିବା CMRL, କେରଳ ରାଜ୍ୟ ଶିଳ୍ପ ବିକାଶ ନିଗମ (KSIDC) ଓ ଟି.ବିଣାଙ୍କ କମ୍ପାନୀ ’ଏକ୍ସାଲୋଜିକ’କୁ ଏହି ତଦନ୍ତର ପକ୍ଷଭୁକ୍ତ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Mar 28, 2024, 12:09 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.