ରିପୋର୍ଟରେ ଖୁଲାସା, ବିଶ୍ବର ସବୁଠୁ ପ୍ରଦୂଷିତ ରାଜଧାନୀ ନୂଆଦିଲ୍ଲୀ - Delhi Polluted Capital City
Delhi Polluted Capital City: ଦିଲ୍ଲୀ ପୁଣି ଥରେ ପ୍ରଦୂଷିତ ରାଜଧାନୀରେ ପରିଣତ ହୋଇଛି । ଏନେଇ ସ୍ୱିସ୍ ଗ୍ରୁପ୍ ଆଇକ୍ୟୁ ଏୟାର ପକ୍ଷରୁ ରିପୋର୍ଟ ପ୍ରକାଶ ପାଇଛି । ଅଧିକ ପଢନ୍ତୁ
Published : Mar 19, 2024, 10:52 AM IST
ନୂଆଦିଲ୍ଲୀ: ବିଷ ବଳୟରେ ଜାତୀୟ ରାଜଧାନୀ ନୂଆଦିଲ୍ଲୀ । ସ୍ୱିସ୍ ଗ୍ରୁପ୍ ଆଇକ୍ୟୁ ଏୟାର(Swiss organisation IQAir) ବିଶ୍ୱର ସର୍ବାଧିକ ପ୍ରଦୂଷିତ ସହରର ସୂଚୀ ପ୍ରକାଶ କରିଛି । ତେବେ ପୁଣିଥରେ ଭାରତର ରାଜଧାନୀ ବିଶ୍ବର ସବୁଠାରୁ ପ୍ରଦୂଷିତ ରାଜଧାନୀ ଭାବେ ଶୀର୍ଷରେ ରହିଛି । ଦିଲ୍ଲୀର ବାୟୁ ଗୁଣାବତ୍ତା ସବୁଠାରୁ ନିମ୍ନ ସ୍ତରରେ ରହିଥିବା ରିପୋର୍ଟରେ କୁହାଯାଇଛି । ଅନ୍ୟପଟେ ପ୍ରଦୂଷିତ ସହର ଭାବେ ଆଗରେ ରହିଛି ବିହାରର ବେଗୁସରାୟ ।
ସ୍ୱିସ୍ ଗ୍ରୁପ୍ ଆଇକ୍ୟୁ ଏୟାର ଦ୍ବାରା ବାୟୁ ଗୁଣାବତ୍ତା ରିପୋର୍ଟ 2023 ଅନୁସାରେ, ହାରାହାରି ବାର୍ଷିକ ସୂକ୍ଷ୍ମ କଣିକା 2.5 ସହିତ 54.4 ମାଇକ୍ରୋଗ୍ରାମ ପ୍ରତି ଘନମିଟର ସହିତ 2023ରେ ବାଲାଂଦେଶ ଏବଂ ପାକିସ୍ତାନ ପରେ 134 ମଧ୍ୟରୁ ଭାରତ ପ୍ରଦୂଷଣରେ ତୃତୀୟ ସ୍ଥାନରେ ରହିଥିଲ । ଏହି ସଂଗଠନ ପକ୍ଷରୁ କୁହାଯାଇଥିଲା, ବାଂଲାଦେଶରେ ଘନ ମିଟର ପିଛା 79.9 ମାଇକ୍ରୋଗ୍ରାମ୍ ଏବଂ ପାକିସ୍ତାନ 73.7 ମାଇକ୍ରୋଗ୍ରାମ୍ ପ୍ରତି କ୍ୟୁବିକ୍ ମିଟର ବାୟୁ ଗୁଣାବତ୍ତା ରହିଛି ।
ଏହା ମଧ୍ୟ ପଢନ୍ତୁ: ୨୦୨୨-୨୩ରେ ଘାତକ ବାୟୁ ପ୍ରଦୂଷକ 'PM 2.5'ର ମାତ୍ରା କେତେ ? ତଥ୍ୟ ପ୍ରକାଶ କଲା CPCB
ଯଦି 2022 କଥା ଦେଖିବା ତାହେଲେ ଭାରତ ଅଷ୍ଟମ ସର୍ବାଧିକ ପ୍ରଦୂଷିତ ସହର ଭାବେ ସ୍ଥାନିତ ହୋଇଥିଲା । ହାରାହାରି PM 2.5 ଘନତ୍ୱରେ 53.3 ମାଇକ୍ରୋଗ୍ରାମ୍ ପ୍ରତି ଘନ ମିଟରରେ ରହିଥିଲା । ତେବେ 2018 ମସିହା ପରଠାରୁ ଦିଲ୍ଲୀ ସର୍ବାଧିକ ପ୍ରଦୂଷିତ ରାଜଧାନୀ ଭାବେ ରହି ଆସୁଛି । ରିପୋର୍ଟରେ ଦର୍ଶାଯାଇଛି ଯେ, ଭାରତରେ 1.36 ବିଲିୟନ ଲୋକ PM 2.5 କବଳରେ ରହିଛନ୍ତି । 2022ର ବିଶ୍ବ ବାୟୁଗୁଣାବତ୍ତା ରିପୋର୍ଟରେ 131ଟି ଦେଶ ଏବଂ 7,323 ଅଞ୍ଚଳର ତଥ୍ୟ ସାମିଲ ହୋଇଥିଲା । 2023ରେ 134 ଦେଶ ଏବଂ 7,812 ସ୍ଥାନର ତଥ୍ୟ ସାମିଲ କରାଯାଇଥିଲା ।
ବାୟୁ ପ୍ରଦୂଷଣ ପାଇଁ ହୁଏ ଏହି ରୋଗ: ବାୟୁ ପ୍ରଦୂଷଣ କାରଣରୁ ପ୍ରତି 9ଜଣଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହେଉଛି । ଯାହା ମାନବ ସ୍ବାସ୍ଥ୍ଯ ପାଇଁ ଏକ ବଡ ବିପଦ ଭାବେ ଉଭା ହୋଇଛି । ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ତଥ୍ୟ ଅନୁସାରେ, ପ୍ରତିବର୍ଷ ବାୟୁ ପ୍ରଦୂଷଣ ଯୋଗୁଁ ପ୍ରାୟ 7 ଲକ୍ଷଙ୍କର ଅକାଳ ମୃତ୍ୟୁ ହେଉଛି । PM 2.5 ର ସଂସ୍ପର୍ଶରେ ଆସିବା ଦ୍ୱାରା ଅନେକ ରୋଗ ହୋଇଥାଏ । ଆଜ୍ମା, କର୍କଟ, ଷ୍ଟ୍ରୋକ ଏବଂ ଫୁସଫୁସ ରୋଗ ଅଧିକ ହୋଇଥାଏ ।
ଏହି ଅଙ୍ଗକୁ ପ୍ରଭାବିତ କରିପାରେ: ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁଯାୟୀ, PM 2.5 ର ବର୍ଦ୍ଧିତ ସ୍ତରର ସଂସ୍ପର୍ଶରେ ଆସିବା ଆଖି, ନାକ, ଗଳା, ଫୁସଫୁସ ଏବଂ ହୃଦୟ ପାଇଁ ଗୁରୁତର ବିପଦ ସୃଷ୍ଟି କରିପାରେ । ଆଖିରେ ଉତ୍ତେଜନା, ଜଳାପୋଡା ହେବା, ନିଶ୍ବାସ ନେବାରେ ଅସୁବିଧା, କାଶ ଏବଂ ଚର୍ମ ସମ୍ବନ୍ଧୀୟ ସମସ୍ୟା ଅଧିକା ହୋଇଥାଏ । ତେବେ ଏଭଳି ସ୍ଥିତିରେ ବାହାରକୁ ଯିବା ସମୟରେ ମାସ୍କ ପରିଧାନ କରି ଯିବା ଉଚିତ । ସମୟ ସମୟରେ ମୁହଁକୁ ଶୁଦ୍ଧ ପାଣିରେ ଧୋଇବା ଉଚିତ ।