ETV Bharat / bharat

କେଜ୍ରିଓ୍ବାଲଙ୍କୁ ଶକ୍ତ ଝଟକା, EDର ଗିରଫଦାରୀକୁ ବୈଧ ଦର୍ଶାଇ ମାମଲା ଖାରଜ କଲେ ଦିଲ୍ଲୀ ହାଇକୋର୍ଟ - Delhi HC dismisses CM Kejriwal plea - DELHI HC DISMISSES CM KEJRIWAL PLEA

Delhi High Court dismisses CM Arvind Kejriwal's plea: ଦିଲ୍ଲୀ ହାଇକୋର୍ଟରୁ କେଜ୍ରିଓ୍ବାଲ ନିରାଶ । ଗିରଫଦାରୀ ବୈଧ । ଖାରଜ ହେଲା ମାମଲା । ଅଧିକ ପଢନ୍ତୁ

କେଜ୍ରଓ୍ବାଲଙ୍କୁ ବଡ ଝଟକା, EDର ଗିରଫଦାରୀକୁ ବୈଧ ଦର୍ଶାଇ ମାମଲା ଖାରଜ କଲେ ଦିଲ୍ଲୀ ହାଇକୋର୍ଟ

author img

By ETV Bharat Odisha Team

Published : Apr 9, 2024, 4:39 PM IST

Updated : Apr 9, 2024, 5:25 PM IST

ନୂଆଦିଲ୍ଲୀ: ଦିଲ୍ଲୀ ହାଇକୋର୍ଟରୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଶକ୍ତ ଝଟକା ଲାଗିଛି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ବାରା କେଜ୍ରିଓ୍ବାଲଙ୍କ ଗିରଫଦାରୀକୁ ସଠିକ ଓ ଆଇନଗତ ଭାବେ ବୈଧ ବୋଲି ଦର୍ଶାଇ କୋର୍ଟ କେଜ୍ରିଓ୍ବାଲଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି । କେନ୍ଦ୍ରୀୟ ସଂସ୍ଥାର ଗିରଫଦାରୀ ଓ ଦିଲ୍ଲୀର ରାଉଜ ଆଭିନ୍ୟୁ କୋର୍ଟଙ୍କ ରିମାଣ୍ଡ ରାୟ ବିରୋଧରେ କେଜ୍ରିଓ୍ବାଲ ଦିଲ୍ଲୀ ହୋଇକୋର୍ଟରେ ଏହି ମାମଲା କରିଥିଲେ । ଗତ 3 ତାରିଖରେ ମାମଲାର ଶୁଣାଣି କରି ରାୟ ସଂରକ୍ଷିତ ରଖାଯାଇଥିଲା । ଯାହା ଆଜି ପ୍ରକାଶ ପାଇବା ସହ କେଜ୍ରିଓ୍ବାଲଙ୍କୁ ଶକ୍ତ ଝଟକା ଲାଗିଛି । ମାତ୍ର ଆମ ଆଦମୀ ପାର୍ଟି ଏହା ବିରୋଧରେ ସର୍ବୋଚ୍ଚ କୋର୍ଟଙ୍କ ଦ୍ବାରସ୍ଥ ହେବ ବୋଲି ସୂଚନା ଦେଇସାରିଛି । କେଜ୍ରିଓ୍ବାଲ ଏବେ ବିଚାର ବିଭାଗୀୟ ଜେଲରେ ଅଛନ୍ତି ।

ଆଜି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଶର୍ମାଙ୍କ ଏକକ ଖଣ୍ଡପୀଠ ଏହି ମାମଲାର ରାୟରେ କହିଛନ୍ତି, କେଜ୍ରିଓ୍ବାଲଙ୍କୁ ଗିରଫ କରିବା ପାଇଁ ତଦନ୍ତକାରୀ ସଂସ୍ଥା ଇଡି ନିକଟରେ ପର୍ଯ୍ୟାପ୍ତ କାରଣ ଅଛି । କେଜ୍ରିୱାଲ ତଦନ୍ତରେ ଅଂଶଗ୍ରହଣ ନକରିବା ଏବଂ ତାଙ୍କ ଦ୍ୱାରା ହୋଇଥିବା ବିଳମ୍ବ ମଧ୍ୟ ନ୍ୟାୟିକ ହେପାଜତରେ ଥିବା ଲୋକଙ୍କୁ ପ୍ରଭାବିତ କରିଥିଲା । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ବାରା ସଂଗୃହିତ ସାମଗ୍ରୀ ଓ ପ୍ରମାଣରୁ ଜଣାପଡିଛି ଯେ ଅରବିନ୍ଦ କେଜ୍ରିୱାଲ ଏହି ଷଡଯନ୍ତ୍ରରେ ସାମିଲ ଥିଲେ । ତଥା ଲୁଚାଇବାରେ ମଧ୍ୟ ସେ ସକ୍ରିୟ ଭାବରେ ଜଡିତ ଥିଲେ । ତେଣୁ ଏହି ଗିରଫଦାରୀକୁ ଅବୈଧ ବୋଲି କୁହାଯାଇ ପାରିବନାହିଁ । ସେହିପରି ଗିରଫଦାରୀର ପରବର୍ତ୍ତୀ ସମୟରେ ତଳକୋର୍ଟ ଦେଇଥିବା ରିମାଣ୍ଡ ନିର୍ଦ୍ଦେଶକୁ ମଧ୍ୟ ଅବୈଧ ବୋଲି କୁହାଯାଇପାରିବ ନାହିଁ ।

ଗତମାସ 21 ତାରିଖରେ ଦିଲ୍ଲୀ ହାଇକୋର୍ଟ କେଜ୍ରିଓ୍ବାଲଙ୍କୁ କେନ୍ଦ୍ରୀୟ ସଂସ୍ଥାର କାର୍ଯ୍ୟାନୁଷ୍ଠାନରୁ କୌଣସି ଅନ୍ତରୀଣ ସୁରକ୍ଷା ଦେବାକୁ ମନା କରିଥିଲେ । ଏହାର ମାତ୍ର କିଛି ଘଣ୍ଟା ପରେ ସେହିଦିନ ସଂଧ୍ୟାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କେଜ୍ରିଓ୍ବାଲଙ୍କ ବାସଭବନରେ ଚଢାଉ କରିବା ସହ କିଛି ଘଣ୍ଟାର ଜେରା ପରେ ଗିରଫ କରିଥିଲା । ପରଦିନ ତାଙ୍କୁ ରାଉଜ ଆଭିନ୍ୟୁ କୋର୍ଟରେ ହାଜର କରିଥିଲା ତଦନ୍ତକାରୀ ସଂସ୍ଥା । ଏବେ ସେ ଦୁଇଟି ପର୍ଯ୍ୟାୟରେ ରିମାଣ୍ଡରେ ଜେରା ହେବା ପରେ ବିଚାର ବିଭାଗୀୟ ଜେଲରେ ଅଛନ୍ତି । କେନ୍ଦ୍ରୀୟ ସଂସ୍ଥାର ଗିରଫଦାରୀକୁ ବେଆଇନ ଦର୍ଶାଇବା ସହ ତଳକୋର୍ଟ ଦେଇଥିବା ରିମାଣ୍ଡକୁ ସେ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ।

ଏହା ମଧ୍ୟ ପଢନ୍ତୁ :- କାଲି କେଜ୍ରିଓ୍ବାଲଙ୍କ ଭାଗ୍ୟ ପରୀକ୍ଷା, ଗିରଫଦାରୀ ମାମଲାରେ ସଂରକ୍ଷିତ ରାୟ ପ୍ରକାଶ କରିବେ ଦିଲ୍ଲୀ ହାଇକୋର୍ଟ - Arvind Kejriwal plea

ସେ ଜେଲରେ ଥାଇ ମଧ୍ୟ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ପଦ ବଜାୟ ରଖିଛନ୍ତି । ଏହାକୁ ଚ୍ୟାଲେଞ୍ଜ କରାଯାଇ ଏକାଧିକ ମାମଲା କୋର୍ଟରେ ପହଞ୍ଚିଥିଲେ ସୁଦ୍ଧା ସମସ୍ତ ମାମଲାକୁ କୋର୍ଟ ଖାରଜ କରିସାରିଛନ୍ତି । ଗିରଫଦାରୀ କାରଣରୁ କେଜ୍ରିଓ୍ବାଲଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇପାରିବେ ନାହିଁ ବୋଲି କହିସାରିଛନ୍ତି । କେଜ୍ରିଓ୍ବାଲ ମଧ୍ୟ କୌଣସି ପରିସ୍ଥିତିରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ନାହିଁ ବୋଲି ଦଳ ଆମ ଆଦମୀ ପାର୍ଟି ମଧ୍ୟ ସ୍ପଷ୍ଟ କରିସାରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 9, 2024, 5:25 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.