ମେଷ: ଆଜି ଆପଣଙ୍କ ପାଇଁ ଏକ ମାନ୍ଦା ଦିନ । ଆପଣ କ୍ଳାନ୍ତ, ଅଳସୁଆ ଏବଂ ଅସ୍ଥିର ଅନୁଭବ କରିପାରନ୍ତି । ଯେହେତୁ ଅତ୍ୟନ୍ତ ନିରୁତ୍ସାହ ଅନୁଭବ କରିବେ, କୌଣସି କାର୍ଯ୍ୟ କରିବା ପାଇଁ ଆପଣଙ୍କ ଆଗ୍ରହ ରହିବ ନାହିଁ । ଯଦି ଆପଣଙ୍କ ହତାସ ଏବଂ ବ୍ୟାକୁଳତା ଉପରେ ବିଶେଷ ଭାବରେ ନିୟନ୍ତ୍ରଣ ରଖିବେ । ତେବେ ପରିସ୍ଥିତିରେ ଉନ୍ନତି ହେବାର ସମ୍ଭାବନା ରହିଛି । ଛୋଟ ଛୋଟ ଜିନିଷ ଉପରେ ଆପଣ ଧୈର୍ଯ୍ୟ ହରାନ୍ତୁ ନାହିଁ ।
ବୃଷ: ଆଜି ଆପଣ ବିଷାଦପୂର୍ଣ୍ଣ ରହିବେ; ଅସୁସ୍ଥ ଶରୀର କିମ୍ବା ଆଖି ବ୍ୟଥା ଏହାର କାରଣ ହୋଇପାରେ । ଦିଆଯାଇଥିବା ଆଜିର କାମ ଶେଷ ନ କରି ଅଧା ଅବସ୍ଥାରେ ଛାଡି ଦିଆଯିବ । ଆଜି ଦିନଟି ଯୋଗ ଓ ଧ୍ୟାନ କଲେ ମାନସିକ ଶାନ୍ତି ପାଇପାରିବେ । ଉପରିସ୍ଥ ହାକିମ ତଥା ସହକର୍ମୀମାନେ ଆପଣଙ୍କୁ ଦେଇଥିବା କାର୍ଯ୍ୟର ଚାପରୁ ମୁକ୍ତି ମିଳିବ ନାହିଁ । ବହୁ ପ୍ରତିକ୍ଷିତ କାର୍ଯ୍ୟର ସଫଳତାର ଖବର ପାଇବା ବିଳମ୍ୱିତ ହୋଇପାରେ । ସାବଧାନ ରୁହନ୍ତୁ, ଯେହେତୁ ଆପଣ ଦୁର୍ଘଟଣାର ସମ୍ମୁଖୀନ ହୋଇପାରନ୍ତି ।
ମିଥୁନ: କାର୍ଯ୍ୟକୁ ସଫଳତା ପୂର୍ବକ ସମାପ୍ତ କରିବା ପାଇଁ ଆପଣ ନିଜର ବୁଦ୍ଧି ଖର୍ଚ୍ଚ କରିବେ । ଅନ୍ୟପକ୍ଷରେ ଆପଣଙ୍କ ବିନୟ ସ୍ବଭାବରୁ କମ୍ ସୁଫଳ ପାଇବେ । ଆପଣଙ୍କୁ ନିଜର କ୍ଷମତା ଦର୍ଶାଇବାକୁ ହେବ । ଆପଣଙ୍କର ବୁଦ୍ଧିମତା ବଳରେ ଆପଣ ଅନେକ କାର୍ଯ୍ୟ କରିପାରିବେ ଓ ସଫଳତା ପାଇଁ ପରିବାର ହେଉଛି ଭିତ୍ତିଭୂମି । ଶାରୀରିକ ତଥା ମାନସିକ ସ୍ଥିତି ଭଲ ରହିବ । ପରିବାର ସଦସ୍ୟ ଓ ବନ୍ଧୁଙ୍କ ଗହଣରେ କୌଣସି ଦର୍ଶନୀୟ ସ୍ଥାନ ପରିଭ୍ରମଣରେ ଯାଇ ଆମୋଦ ପ୍ରମୋଦରେ ସମୟ କାଟିବେ ।
କର୍କଟ: ବିଦେଶରୁ ଶୁଭ କିମ୍ୱା ଖୁସି ଖବର ଆସିବାର ସମ୍ଭାବନା ରହିଛି, ଉଲ୍ଲାସମୟ ଭ୍ରମଣ ହେବ ଏବଂ ଆପଣ ଯାହା ବି କରିବେ, ସେଥିରେ ଭାଗ୍ୟଶାଳୀ ପ୍ରମାଣିତ ହେବେ । ସେଥିପାଇଁ ଆପଣ ଅତ୍ୟନ୍ତ ଆନନ୍ଦ ଏବଂ ସନୁଷ୍ଟ ଅନୁଭବ କରିବେ । ଏହି ପୁରସ୍କାର ଗୁଡିକ ନମ୍ରତାର ସହିତ ଗ୍ରହଣ କରନ୍ତୁ ଏବଂ ଭଗବାନଙ୍କୁ ଅନେକ ଅନେକ ଧନ୍ୟବାଦ ଦିଅନ୍ତୁ । ଉପରିସ୍ଥ ଅଧିକାରୀ ଆପଣଙ୍କ କାର୍ଯ୍ୟ ଦକ୍ଷତାକୁ ପ୍ରଶଂସା କରିପାରନ୍ତି । ପ୍ରିୟଜନଙ୍କ ସହ ଆମୋଦ ପ୍ରମୋଦରେ ଦିନଟିକୁ ଅତିବାହିତ କରିପାରିବେ ।
ସିଂହ: ଖର୍ଚ୍ଚ ବଢିଯାଇପାରେ । ବହୁ ଦିନରୁ ଲାଗି ରହିଥିବା ସ୍ୱାସ୍ଥ୍ୟ ସମସ୍ୟା କିମ୍ୱା ପୁର୍ବରୁ ଧାର୍ଯ୍ୟ କରାଯାଇଥିବା ଡାକ୍ତରୀ ଚିକିତ୍ସା ପ୍ରଣାଳୀ ଯୋଗୁଁ ଏହି ଖର୍ଚ୍ଚ ହୋଇପାରେ । ଯାହାବି ହେଉ, ଆଗକୁ ଚାଲନ୍ତୁ, କାରଣ ସ୍ୱାସ୍ଥ୍ୟ ହିଁ ପ୍ରଥମ । କାର୍ଯ୍ୟରୁ ଅବକାଶ ନିଅନ୍ତୁ, ଯଦି ଆବଶ୍ୟକ ହୁଏ, ଘରେ ହିଁ ଆପଣଙ୍କ ମିଲ ଖାଇବା ପାଇଁ ଯୋଜନା କରନ୍ତୁ । ମାନସିକ ସ୍ତରରେ, ପ୍ରତିକୂଳ ଭାବନା ଆପଣଙ୍କୁ ଗ୍ରାସ କରିପାରେ ।
କନ୍ୟା: ଯଦି ଆପଣ କୌଣସି ନୂଆ ଜିନିଷ ଯୋଜନା କରୁଛନ୍ତି, ସେଥିପାଇଁ ଆଜି ଦିନଟି ଉପଯୁକ୍ତ ନୁହେଁ । ଆପଣଙ୍କ ରାଗ ଏବଂ କଡା କଥା ଉପରେ ନିୟନ୍ତ୍ରଣ ରଖନ୍ତୁ, ଯାହା ଫଳରେ ଅଶାନ୍ତି ପରିସ୍ଥିତିର ସାମନା କରିବାକୁ ପଡିବ ନାହିଁ । ଆପଣଙ୍କ ପରିବାର ସହ ଏକ ଭୟଙ୍କର ଯୁକ୍ତି ଆପଣଙ୍କୁ ଅଶାନ୍ତିରେ ରଖି ଦେଇପାରେ । ଆଜି ଆପଣଙ୍କର ଅତ୍ୟଧିକ ଖର୍ଚ୍ଚ ହୋଇପାରେ । ନିଜର ମାଆଙ୍କର ସ୍ୱାସ୍ଥ୍ୟଗତ କାରଣରୁ ପତ୍ନୀଙ୍କର ଭର୍ତ୍ସନା ସହ୍ୟ କରିବାକୁ ପଡିବ । ତେଣୁ ମନ ଅଶାନ୍ତ ରହିବ ।
ତୁଳା: ଏକ ଉଜ୍ଜ୍ବଳ ଭବିଷ୍ୟତ ପାଇଁ ଆପଣ ଅତୀତର ଅଭିଜ୍ଞତାରୁ ଜ୍ଞାନ ଆହରଣ କରିବେ । ଆପଣଙ୍କ ନିକଟରେ ରହିଥିବା କିଛି ମୂଲ୍ୟବାନ ସାମଗ୍ରୀ ପାଇଁ ଆପଣ ଅଧିକ ଆସକ୍ତ ରହିବେ । ବିଭିନ୍ନ ବିଷୟକୁ ନେଇ ଚିନ୍ତିତ ରହିପାରନ୍ତି ଯଦ୍ବାରା ଆପଣଙ୍କ ଠାରେ ମାନସିକ ଚାପ ଦେଖାଦେଇପାରେ । ପତ୍ନୀ ଓ ସନ୍ତାନ ସନ୍ତତିଙ୍କ ଗହଣରେ ସୁଖରେ କାଳାତିପାତ କରିବେ । ଶତ୍ରୁଜୟ କରିବେ ଯେଉଁ କାର୍ଯ୍ୟରେ ଆଜି ଆପଣ ହାତଦେବେ ସୁଫଳ ପାଇବେ । ଆମୋଦ ପ୍ରମୋଦରେ ସମୟ କାଟିବା ପାଇଁ ଆଜି ଦିନଟି ସର୍ବୋତ୍କୃଷ୍ଟ ଅଟେ । ସନ୍ଧ୍ୟାରେ କାହାର କୋମଳ ଭାଷା ଆପଣଙ୍କ ହୃଦୟକୁ ଉଲ୍ଲସିତ କରିପାରେ ।
ବିଛା: ଆପଣ ସୁସ୍ଥ ଅନୁଭବ କରିବେ ଏବଂ ଶାରୀରିକ ଏବଂ ମାନସିକ ଭାବରେ ଚାର୍ଜ୍ଡ୍ ଅପ୍ ହୋଇପାରନ୍ତି । ଅସୁସ୍ଥ ଥିବା ବ୍ୟକ୍ତିମାନଙ୍କ ପାଇଁ ଏହା ହେଉଛି ଖୁସିର ସମୟ ଯେହେତୁ ସ୍ୱାସ୍ଥ୍ୟରେ ଉନ୍ନତି ହେବାର ନିଶ୍ଚିତ ସମ୍ଭାବନା ରହିଛି ଆପଣ ଆପଣଙ୍କ ସହକର୍ମୀଙ୍କଠାରୁ ସହଯୋଗ ଏବଂ ସହାୟତା ପାଇପାରନ୍ତି , ଏବଂ ଆପଣଙ୍କ ପ୍ରତିଦ୍ୱନ୍ଦୀମାନଙ୍କୁ ସଫଳ ଭାବରେ ହରାଇବାରେ ସକ୍ଷମ ରହିବେ ।
ଧନୁ: ହଜମ ଜନିତ ସମସ୍ୟା ଆପଣଙ୍କ ପାଇଁ ସମସ୍ୟା ସୃଷ୍ଟି କରିପାରେ । ଆପଣଙ୍କ ପିଲାର ପାଠପଢା ଏବଂ ସ୍ୱାସ୍ଥ୍ୟ ବିଷୟ ସଂପର୍କିତ ବିଷୟ ସାରା ଦିନ ଆପଣଙ୍କ ମନରେ ରହିବ । ଆପଣ ଆପଣଙ୍କ ରାକୁ ନିୟନ୍ତ୍ରଣରେ ରଖିବାକୁ ପରାମର୍ଶ ଦିଆଯାଇଥାଏ ଏବଂ ଜ୍ଞାନଭିତ୍ତିକ ଆଲୋଚନାରୁ ଦୂରରେ ରହିବେ । ଅବଶ୍ୟ, ଆପଣ ଆଜି କଳା ଏବଂ ସାହିତ୍ୟ ଆଡକୁ ଦୁର୍ବଳତା ପ୍ରକାଶ କରିପାରନ୍ତି ।
ମକର: ଆଗ୍ରହ ଏବଂ ଶକ୍ତି ଅଭାବରୁ, ଆଜି ଆପଣ ଆପଣଙ୍କର ଶାରୀରିକ ଏବଂ ମାନସିକ ଭାବରେ କିଛି ଉତ୍ତମ କରିପାରିବେ ନାହିଁ । ଏହା ପଛରେ ପରିବାରର କଳହ ଥାଇପାରେ । କିମ୍ବା ଆଉ ମଧ୍ୟ, କୌଣସି ଦୁର୍ଘଟଣାର ସମ୍ମୁଖିନ ହୋଇପାରନ୍ତି, ଯାହାକି ଆପଣଙ୍କର ମର୍ଯ୍ୟଦା ହାନି କିମ୍ବା ସମାଜରେ ଆପଣଙ୍କ ସ୍ଥାନ କମ୍ ହୋଇପାରେ । ଖୁସି ଏବଂ ଆଗ୍ରହ ଅଭାବରୁ ଆପଣଙ୍କ ଦିନ ଫିକା ଏବଂ ମାନ୍ଦାଳିଆ ରହିପାରେ ।
କୁମ୍ଭ: ଆପଣ ଖୁସି ଏବଂ ଆନନ୍ଦମୟ ଅନୁଭବ କରିବେ ଯେପରିକି ଚିନ୍ତାର ବାଦଲ ସବୁ ଆପଣଙ୍କ ପାଖରୁ ପଳାଇଯାଇଛି । ଆପଣ ଆପଣଙ୍କ ପରିବାର ସହିତ ଖୁସି ବାଣ୍ଟି ପାରିବେ ଏବଂ ସାନ ଭାଇ ଭଉଣୀ ମାନଙ୍କ ସହ ଭଲ ସମୟ ବିତାଇ ପାରିବେ ଯାହାକି ଆପଣଙ୍କ ଦିନକୁ ଆହୁରି ଆନନ୍ଦମୟ କରିବ ଆଉ ମଧ୍ୟ ଆପଣ ଗୋଟିଏ ଛୋଟ ଯାତ୍ରାର ଆୟୋଜନ କରିପାରନ୍ତି ତାହା ଆହୁରି ଆନନ୍ଦମୟ ରହିବ । ଆପଣଙ୍କ ପ୍ରତିଦ୍ୱନ୍ଦୀକୁ ପଛରେ ପକାଇ ଆପଣ ସଫଳତା ହାସଲ କରିବା ହେତୁ ଆପଣଙ୍କ ଭାଗ୍ୟ ଉଜ୍ୱଳ ହୋଇ ଉଠିବ ।
ମୀନ: ଆପଣ ହିସାବ ଉପରେ ନଜର ରଖନ୍ତୁ । ଧୈର୍ଯ୍ୟ ହେଉଛି ସମ୍ପଦ, ଏବଂ ଆପଣଙ୍କୁ ନିୟମିତ ଭାବରେ ବ୍ୟାୟାମ କରିବାର ଆବଶ୍ୟକତା ପଡିବ । ଆପଣଙ୍କ ରାଗକୁ କାବୁ କରିବାକୁ ହେଲେ ଜିଭକୁ କାମୁଡି ଚୁପ୍ ରହିବାକୁ ପଡିପାରେ ଯାହା ଫଳରେ ଆପଣମାଙ୍କ ମଧ୍ୟରେ ଭଲ ସମ୍ପର୍କ ରହିବ । ପଇସା ସମ୍ପର୍କିତ ବିଷୟରେ ସାବଧାନତା ବଜାୟ ରଖିବେ । ଅର୍ଥହୀନ ଯୁକ୍ତିଠାରୁ ଦୁରେଇ ରହିବେ । ସେମାନେ କେବଳ ଆପଣଙ୍କ ଉପରକୁ କଳହ ପାଇଁ ମସଲା ଆପଣଙ୍କୁ ଦେବେ ।