ମେଷ: କର୍ମକ୍ଷେତ୍ରରେ ଉତ୍ଥାନ ପତ୍ତନ ଲାଗିରହିବ । ଆପଣ ଆଜି ଆଧ୍ୟାତ୍ମିକତା ଆଡକୁ ଢଳି ପଡିବେ । ଏଣୁ ଆପଣଙ୍କର ମାନସିକ ଅବସ୍ଥା ଏବଂ ଶାରୀରିକ ସୁସ୍ଥତାରେ ଅଭାବ ଦେଖାଦେବ । ଅଯୁକ୍ତିକର ଏବଂ ବିବାଦମୂଳକ ପରିସ୍ଥିତି ହେବାକୁ ଦିଅନ୍ତୁ ନାହିଁ । ଠିକ୍ ସମୟରେ ଖାଇବା କଷ୍ଟକର ହୋଇପାରେ । ଆପଣଙ୍କ ଖର୍ଚ୍ଚକୁ ବଜେଟ୍ ଭିତରେ ରଖନ୍ତୁ । ବେକାରିଆ ଖର୍ଚ୍ଚ କରନ୍ତୁ ନାହିଁ । ସମସ୍ତ ପ୍ରକାର ଆର୍ଥିକ ବିଷୟରେ ସଜାଗ ରୁହନ୍ତୁ । ଏହା ଆପଣଙ୍କ ପାଇଁ ଭଲ ହେବ ଯେ ଆପଣ ଆପଣଙ୍କ ସଂଚିତ ଧନକୁ ନିବେଶ କରିବା ପାଇଁ ଯୋଜନା ମୁତାବକ କରିବେ । ଆପଣ ସାହାଯ୍ୟ ପାଇବାର ସମ୍ଭାବନାରୁ ବଞ୍ଚିତ ହୋଇପାରନ୍ତି ।
ବୃଷ: ଆଜି ଆପଣଙ୍କ ଦିନ ଖୁସିରେ କଟିବ । ସମସ୍ତ ଆଶା ଆଜି ଦିନରେ ପୂର୍ଣ୍ଣ ହେବ । ଆପଣଙ୍କ ଦୃଢ ବିଶ୍ୱାସ ଓ ସଂକଳ୍ପ ବଳରେ ଆପଣ ସବୁ କାର୍ଯ୍ୟରେ ସଫଳ ହୋଇପାରନ୍ତି । ପିତୃପକ୍ଷ ଲୋକମାନଙ୍କ ଦ୍ୱାରା ଆପଣ ଉପକୃତ ହେବାର ସମ୍ଭାବନା ଅଛି । ବିଦ୍ୟାର୍ଥୀମାନେ ନିଜ ପାଠପଢାରେ ମନୋନିବେଶ କରି ବେଶ ସଫଳତା ଅର୍ଜନ କରିପାରିବେ । ଆପଣ ନିଜର ସନ୍ତାନ ସନ୍ତତିଙ୍କ ସୁଖୀ ଭବିଷ୍ୟତ ପାଇଁ ଅର୍ଥ ସଞ୍ଚୟ କରିବେ । ନିଜର ଦାୟିତ୍ୱକୁ ନିଜେ ବହନ କରି କୃତକାର୍ଯ୍ୟ ହେବେ । ସନ୍ଧ୍ୟା ସମୟରେ ଖୁସି ଖବର ଆପଣ ଆଶ୍ଚର୍ଯ୍ୟଚକିତ ହୋଇଯିବେ। ସନ୍ଧ୍ୟା ଭ୍ରମଣ କି ସଙ୍ଗୀତ ପ୍ରତି ରୁଚି ବଢିବ।
ମିଥୁନ: ସକାରାତ୍ମକ ଏବଂ ବୁଦ୍ଧିମତା ଆପଣଙ୍କ ପାଇଁ କାର୍ଯ୍ୟକ୍ଷେତ୍ରରେ ସଫଳତା ଆଣିଦେବ । ନିଜ ସହ ସମୟ ବିତାଇବେ ଏବଂ ବ୍ୟକ୍ତିତ୍ଵ ବିକାଶ ପାଇଁ ଗୁରୁତ୍ୱ ଦେବେ। ବାସଗୃହର ସାଜସଜ୍ଜା ପ୍ରତି ରୁଚି ବଢିବ । ଆପଣଙ୍କର କାର୍ଯ୍ୟକଳାପ ସନ୍ତୋଷଜନକ ହୋଇଥିବାରୁ ସମସ୍ତଙ୍କର ପ୍ରଶଂସାର ପାତ୍ର ହୋଇପାରିବେ । ପଡୋଶୀ ଓ ବନ୍ଧୁମାନଙ୍କର ସହ ମତାନ୍ତର ଦୂର ହୋଇଯାଇପାରେ । ଆଜି ଆପଣଙ୍କ ଚିନ୍ତାଧାରା ଓ ବ୍ୟବହାରରେ ଏକ ବିଶେଷ ପରିବର୍ତ୍ତନ ଦେଖାଦେଇପାରେ । ନିଜର ସ୍ୱାସ୍ଥ୍ୟ ତଥା ଆର୍ଥିକ ସ୍ଥିତି ପ୍ରତି ସଚେତନ ହୁଅନ୍ତୁ ।
କର୍କଟ: ଆପଣଙ୍କ ପାଖରେ ଭାଗ୍ୟଶାଳୀ, ଫଳପ୍ରଦ ଦିନ ରହିଛି । ଆଜି ନିଜ କାର୍ଯ୍ୟର ଫଳ ପାଇବେ । ନିଜର ପର୍ସନାଲିଟି କିପରି ଉନ୍ନତ ହେବ ସେଥିପ୍ରତି ଗୁରୁତ୍ୱ ଦେବେ। ଘରର ସାଜସଜ୍ଜା ପ୍ରତି ରୁଚି ବଢିବ। ପେଶାଦାର ଏବଂ ବ୍ୟବସାୟ ଶ୍ରେଣୀର ଲୋକମାନଙ୍କ ପାଇଁ ଲାଭ ଏବଂ ଆୟ ସୁନିଶ୍ଚିତ । ଆପଣ ଆପଣଙ୍କର ମଜାଦାର ସମୟ ବନ୍ଧୁମାନଙ୍କ ସହ ଆନନ୍ଦରେ ବିତାଇବେ । ଯଦି ଆପଣ ବିବାହ କରି ନାହାନ୍ତି ତେବେ ବିବାହ ଯୋଗ ଆସିବ ।
ସିଂହ: ଆତ୍ମବିଶ୍ୱାସ ଏବଂ ସ୍ୱଚ୍ଛ ମନ ନେଇ ଆପଣ ଆଜି ଯେକୌଣସି ଯୋଜନା କରିବେ, ତାହା ସଫଳ ରୂପାୟନ ହେବ । ସମସ୍ତ ଚାଲେଞ୍ଜକୁ ନେଇ ଆଗକୁ ବଢିବା ପାଇଁ ଚେଷ୍ଟା କରନ୍ତୁ । ଏହାଦ୍ୱାରା ସାମାଜିକ ଜୀବନରେ ଆପଣଙ୍କର ମର୍ଯ୍ୟାଦା ବୃଦ୍ଧି ପାଇବା ସଙ୍ଗେ ସଙ୍ଗେ ଆପଣଙ୍କୁ ଆତ୍ମସନ୍ତୋଷ ମିଳିବ । ଆପଣଙ୍କର ପିତା ଆପଣଙ୍କୁ ପ୍ରତି ପଦକ୍ଷପରେ ସାହାଯ୍ୟ କରିବେ । ଆପଣ ନିଜେ ଶାରିରୀକ ଅସୁସ୍ଥତାର ସମ୍ମୁଖୀନ ହୋଇପାରନ୍ତି । ତେଣୁ ଶରୀରର ଯତ୍ନ ନିଅନ୍ତୁ ।
କନ୍ୟା: ଆପଣ ଆପଣଙ୍କ ଚାରିପଟେ ଏକ ଅନୁକୂଳ ବାତାବରଣ ସୃଷ୍ଟି କରିବେ । ଆପଣଙ୍କ ଲେଖିବାର ଦକ୍ଷତା ଆପଣଙ୍କୁ ଅନ୍ୟମାନଙ୍କୁ କଷ୍ଟ ନ ଦେଇ ନିଜ ଭାବନା ପ୍ରକାଶ କରିବାରେ ସାହାଯ୍ୟ କରିବ । ଆପଣଙ୍କ ବାକି ଥିବା କାମଗୁଡିକ ଆପଣ ସଫଳତାର ସହିତ ଶେଷ କରିବେ । ଆପଣ ଆଜି ଯାହା ବି କାମ ଧରିବେ ସେଥିରେ ଆପଣ ସଫଳତା ପାଇବେ । ଆପଣ ବିଦେଶ ମାଟିରେ ଆପଣଙ୍କ ବ୍ୟବସାୟ ଆରମ୍ଭ କରିବା ସ୍ଵପ୍ନ ଆଜି ସାକାର ହେବ । ଆପଣ ଆପଣଙ୍କ ବ୍ୟକ୍ତିଗତ ରୂପକୁ ଅଧିକ ଧ୍ୟାନ ଦେଇପାରନ୍ତି, ଯାହା ଆପଣଙ୍କ ମନୋବଳକୁ ଯଥେଷ୍ଟ ବଢାଇବ ।
ତୁଳା: ଆଜି ଆପଣଙ୍କ ଦିନ ଭଲରେ କଟିବ । ସମସ୍ତ ଦିଗରୁ ଆମଦାନୀ ତୁମ ସୁଖକୁ ଆହୁରି ବୃଦ୍ଧି କରିବ । ଦରମା ବୃଦ୍ଧି ହେବ । ଦୂରଯାତ୍ରା ନେଇ ଯନ୍ତ୍ରଣା ଭୋଗିପାରନ୍ତି । ଜୀବନ ସାଥି ସନ୍ଧାନରେ ଥିବା ବ୍ୟକ୍ତିଙ୍କ ମନବାଞ୍ଛା ପୂର୍ଣ୍ଣ ହେବ । ସୁସ୍ୱାଦୁ ଖାଦ୍ୟ ଖାଇପାରନ୍ତି । ଆଜି ଆପଣଙ୍କର ଅନେକ ପ୍ରକାର ଲାଭ ଆପଣଙ୍କ ଖୁସିକୁ ଦ୍ୱିଗୁଣା କରିପାରେ । ଆପଣଙ୍କ ସଫଳତାରେ ଆପଣଙ୍କ ପରିବାର ସାଥିରେ ରହିବେ । ଆପଣଙ୍କ ଶୁଭ ସମୟ ଆପଣଙ୍କ ଘରୁ ଆରମ୍ଭ ହେବ ଓ ଆପଣ ଯେଉଁ ସ୍ଥାନକୁ ଯିବେ ଭାଗ୍ୟକୁ ସାଥିରେ ନେଇଯିବେ । ପଦୋନ୍ନତି ହେବାର ସମ୍ଭାବନା ଅଛି । ସାଥୀଙ୍କ ସହ ବାହାରକୁ ଯାଇପାରନ୍ତି । ବୈବାହିକ ଜୀବନ ସୁଖମୟ ହେବ ।
ବିଛା: ନିଜର ବିକାଶକୁ ପ୍ରାଧାନ୍ୟ ଦେବେ। ବିଜନେସ୍ କ୍ଷେତ୍ରରେ ଆତ୍ମ ନିର୍ଭରଶୀଳ ବ୍ୟକ୍ତିମାନେ ଲାଭବାନ ହେବେ । କାର୍ଯ୍ୟରେ ଅଧିକ ଖର୍ଚ୍ଚ କରିବାକୁ ପଡିବ । ତୁମ କାର୍ଯ୍ୟାଳୟର ପରିବେଶ ତୁମକୁ ସହଜ ଓ ଲାଭଦାୟକ ହେବ । ସହକର୍ମୀ ମାନେ ଖୁସି ହେବେ । ସାମାଜିକ ପ୍ରତିଷ୍ଠା ମିଳିବା ସହ କର୍ମକ୍ଷେତ୍ରରେ ପଦୋନ୍ନତି ହେବ । ପାରିବାରିକ ଅବସ୍ଥା ଶାନ୍ତ ହେବ । ଅଫିସ କାମରେ ଦୂରକୁ ଯାତ୍ରା କରିପାରନ୍ତି । ସନ୍ଧ୍ୟାରେ ପରିବାର ସହ ଖୁସିରେ ସମୟ ବିତାଇବେ ।
ଧନୁ: ଆପଣଙ୍କ ଶାରୀରିକ ଅସୁସ୍ଥତା ଆଜି ଚିନ୍ତାର କାରଣ ହୋଇପାରେ । ଆପଣଙ୍କ ଶାରୀରିକ ମାନ୍ଦାପଣ ଏବଂ ଅକ୍ଷମତା ମାନସିକ ଅଶାନ୍ତିର କାରଣ ହୋଇପାରେ । ବ୍ୟବସାୟରେ ବାଧାବିଘ୍ନ ଉପୁଜିପାରେ । କାର୍ଯ୍ୟକ୍ଷେତ୍ରରେ ମଧ୍ୟ ଅନୁରୂପ ବୁଘ୍ନ ଦେଖାଦେଇପାରେ । ବିପଦ ସଂକୁଳ ଚିନ୍ତା ତ୍ୟାଗ କରନ୍ତୁ । ବ୍ୟହାରରେ ସଂଯମତା ରକ୍ଷା କରନ୍ତୁ । ଯତ୍ନ ସହକାରେ ଯୋଜନାକୁ ପରିଚାଳିତ କରନ୍ତୁ । ପ୍ରତିଯୋଗୀଙ୍କ ସହ ଝଗଡା କରନ୍ତୁ ନାହିଁ ।
ମକର: ଆଜିର ଦିନଟି ଆପଣଙ୍କ ପାଇଁ ଭଲ ନୁହଁ । ଅଚାନକ ଦେହ ଖରାପ କାରଣରୁ ଖର୍ଚ୍ଚ ବଢିବ । ସାମାଜିକ ଓ ନିତ୍ୟଦିନ କାର୍ଯ୍ୟ କରିବେ । ଖାଦ୍ୟ ପ୍ରତି ସତର୍କ ରୁହନ୍ତୁ । ଅସ୍ଥିର ହୁଅନ୍ତୁ ନାହିଁ । ସୁନ୍ଦର କଥା ମନକୁ ଆଣି ଦୁଶ୍ଚିନ୍ତାରୁ ଦୂରେଇ ରୁହନ୍ତୁ । କାର୍ଯ୍ୟାଳୟର ବାତାବରଣ ଆପଣଙ୍କ ସହାୟକ ହେବ । ନିଜ ବ୍ୟବସାୟୀ ସାଙ୍ଗ ମାନଙ୍କ ସହ ମତଭେଦ ହୋଇପାରେ । ଆପଣଙ୍କୁ ସହିବା ଶକ୍ତି ବଢାଇବାକୁ ପଡିବ କାରଣ ଆଜି ଆପଣଙ୍କ ନିଜ ଲୋକ ଆପଣଙ୍କୁ ସମାଲୋଚନା କରିପାରନ୍ତି । ଧୈର୍ଯ୍ୟ ଧରନ୍ତୁ ଏବଂ ସାବଧାନର ସହ ଚଳନ୍ତୁ ।
କୁମ୍ଭ: ଆପଣଙ୍କର ଆଜିର ଦିନ ଯଶ ଏବଂ ସୈାଭାଗ୍ୟର ଦିନ । ଚାରିଆଡୁ ବହୁ ଉତ୍ସାହ ପାଇବେ । ଉପରସ୍ଥ କର୍ମଚାରୀ ଆପଣଙ୍କୁ ପ୍ରଶଂସା କରିବେ । ସମସ୍ତ ଉପାୟରେ ଆପଣଙ୍କ ପ୍ରତିଯୋଗୀଙ୍କ ଠାରୁ ଆଗରେ ରହି ଆପଣ ଆଜି ନିଜକୁ ପ୍ରମାଣିତ କରିବେ । ଆପଣ ନିଜ ନିରାଶାକୁ ପରାସ୍ତ କରିବେ ଓ ଆଗକୁ ବଢି ଚାଲିବେ । ଆପଣଙ୍କ ପ୍ରସନ୍ନ କରୁଥିବା ଆଚରଣ ଅନ୍ୟମାନଙ୍କ ନିକଟରେ ଆପଣଙ୍କୁ ଲୋକପ୍ରିୟ କରିବ ଓ ଆପଣ ସବୁ ସମୟରେ ପ୍ରଶଂସା ପାଇବେ ।
ମୀନ: ଆଜିର ଦିନଟି ଆପଣଙ୍କ ପାଇଁ ଶୁଭଙ୍କର । ଖୁସି ଖବର ପାଇବେ । ଯାହାକି ପରିବାରରେ ଉତ୍ସବର ବାତାବରଣ ସୃଷ୍ଟି କରିବ । କିଛି ପୁରୁଣା ଡିଲ ଆଜି ସମ୍ପୂର୍ଣ୍ଣ ହୋଇପାରେ । ବ୍ୟବସାୟପାଇଁ ବାହାରକୁ ଯାଇପାରନ୍ତି । ଶାରୀରିକ ଅବସ୍ଥା ଭଲ ରହିବ । ପରିବାରରେ ସୁଖ ଶାନ୍ତି ମିଳିବ । ଶତୃ ଠାରୁ ଜୟଲାଭ କରିବେ । ଦୁଶ୍ଚିନ୍ତାରୁ ନିବୃତ ରୁହନ୍ତୁ । ସାଙ୍ଗ ସାଥିମାନେ ସହାୟ ହେବେ । ଅଫିସରେ ଦିନ ଭଲରେ କଟିବ ।