ETV Bharat / bharat

ଭୁଶୁଡି ପଡିଲା ଶ୍ମଶାନ ପାଚେରୀ; 4 ମୃତ, ଏକାଧିକ ଆହତ - Cremation Wall Collapsed

Cremation Wall Collapse In Gurugram: ହରିୟାଣାରେ ହଠାତ ଭୁଶୁଡିଲା ଶ୍ମଶାନ ପାଚେରୀ । 4 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଥିବା ସୂଚନା । ଅଧିକ ପଢନ୍ତୁ

Etv Bharat
Etv Bharat
author img

By ETV Bharat Odisha Team

Published : Apr 21, 2024, 8:59 AM IST

Updated : Apr 21, 2024, 1:04 PM IST

CREMATION WALL COLLAPSED

ଚଣ୍ଡିଗଡ: ହରିୟାଣାରେ ଅଭାବନୀୟ ଘଟଣା । ଶ୍ମଶାନ ପାଚେରୀ ଭୁଶୁଡି ପଡିବାରୁ 4 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି । ଏଭଳି ଘଟଣା ଘଟିଛି ହରିୟାଣାର ଗୁରୁଗ୍ରାମରେ ଥିବା ଏକ ଶ୍ମଶାନରେ । ଘଟଣାର ସମ୍ପୂର୍ଣ୍ଣ ଭିଡିଓ କ୍ୟାମେରାରେ କଏଦ ହୋଇଛି । 15 ଫୁଟ ଉଚ୍ଚ ପାଚେରୀର କିଛି ଅଂଶ ହଠାତ ଭୁଶୁଡିବା ପରେ ଅନେକ ଲୋକ ଚାପି ହୋଇଯାଇଥିବା ଭିଡିଓରେ ଦେଖିବାକୁ ମିଳୁଛି । ମୃତକଙ୍କ ମଧ୍ୟରେ ଜଣେ ଶିଶୁ ରହିଛି । ଆହତମାନଙ୍କୁ ଚିକିତ୍ସା ନିମନ୍ତେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଏହା ମଧ୍ୟ ପଢନ୍ତୁ-ଧାର୍ମିକ ମେଳାରେ ଭୁଶୁଡିଲା ବିଶାଳ ରଥ, ଅଳ୍ପକେ ବର୍ତ୍ତିଲେ ଶ୍ରଦ୍ଧାଳୁ - Temple chariot fell

ଶ୍ମଶାନର ପାଚେରୀ ଭୁଶୁଡିବା ପରେ ସ୍ଥାନୀୟ ଲୋକେ ସଙ୍ଗେ ସଙ୍ଗେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିବା ସହ ପୋଲିସକୁ ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ । ଖବର ପାଇ ପୋଲିସ ପ୍ରଶାସନ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ ଏବଂ ଭଙ୍ଗା ପାଚେରୀ ତଳେ ଚାପି ହୋଇଥିବା ଲୋକଙ୍କୁ ଉଦ୍ଧାର କରିଥିଲେ । ଏହାପରେ JCB ସାହାଯ୍ୟରେ ଆବର୍ଜନାଗୁଡିକ ହଟାଇ ଦିଆଯାଇଥିଲା । 4 ମୃତକଙ୍କ ପରିଚୟ ବର୍ତ୍ତମାନ ସୁଦ୍ଧା ମିଳିପାରି ନାହିଁ ।

ସ୍ଥାନୀୟ ଲୋକମାନେ କହିଛନ୍ତି ଯେ, ମଦନପୁରୀ ଶ୍ମଶାନ ପାଚେରୀ ଭୁଶୁଡି ପଡିଛି । ଏହି ପାଚେରୀକୁ ଡେରି ହୋଇ ହଜାର ହଜାର ଟନ୍ କାଠ ରଖାଯାଇଥିଲା । ଏହି କାରଣରୁ କାନ୍ଥଟି ସାମାନ୍ୟ ତଳ ମୁହାଁ ହୋଇ ରହିଥିଲା । ପାଚେରୀକୁ ମରାମତି ପାଇଁ ସ୍ଥାନୀୟ ଲୋକେ ଅନେକ ଥର ଶ୍ମଶାନ ପରିଚାଳକଙ୍କୁ କହିଥିଲେ, କିନ୍ତୁ ଏନେଇ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିଲା । ଶନିବାର ସନ୍ଧ୍ୟା ପ୍ରାୟ 6.24 ମିନିଟ ସମୟରେ କିଛି ଲୋକ ପାଚେରୀ ପାଖରେ ବସି କଥାବର୍ତ୍ତା ହେଉଥିଲେ । ଏହି ସମୟରେ ହଠାତ ପାଚେରୀର କିଛି ଅଂଶ ଭୁଶୁଡି ପଡିଥିଲା । ଫଳରେ ଭଗ୍ନ ପାଚେରୀ ତଳେ ଏକାଧିକ ଲୋକ ଚାପି ହୋଇଯାଇଥିଲେ ।

ଏହା ମଧ୍ୟ ପଢନ୍ତୁ-ବିହାରରେ ବ୍ରିଜ୍ ଟ୍ରାଜେଡି: ଭୁଶୁଡ଼ିଲା ଦେଶର ସର୍ବବୃହତ ବକୋର ପୋଲ, ଜଣେ ମୃତ - BIHAR BRIDGE COLLAPSE

ସିସିଟିଭିରେ କଏଦ ହୋଇଛି ଘଟଣା: ଶ୍ମଶାନର ପାଚେରୀ ଭୁଶୁଡିବା ସମୟରେ ଭିଡିଓ ସିସିଟିଭିରେ କଏଦ ହୋଇଛି । ଯେଉଁଥିରେ ଦେଖିବାକୁ ମିଳିଛି ଯେ, ପାଚେରୀ ପାଖରେ କିଛି ଲୋକ ବସି ଗପସପ ହେଉଛନ୍ତି । ଅନ୍ୟ ଜଣେ ମିଠା ମଧ୍ୟ ତିଆରି କରୁଛନ୍ତି । ଏହି ସମୟରେ ହଠାତ୍ ପାଚେରୀ ଭୁଶୁଡ଼ି ପଡୁଛି ।

Last Updated : Apr 21, 2024, 1:04 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.