ETV Bharat / bharat

ନିର୍ବାଚନ ପୂର୍ବରୁ ମୋଦି ସରକାରଙ୍କ ବଡ ଘୋଷଣା, ସାରା ଦେଶରେ ଲାଗୁ ହେଲା CAA

CAA Implemented in country: ନିର୍ବାଚନ ପୂର୍ବରୁ ସାରା ଦେଶରେ ଲାଗୁ ହେଲା CAA । କେନ୍ଦ୍ର ସରକାର ଜାରି କଲା ବିଜ୍ଞପ୍ତି । 2019 ରେ ହୋଇଥିଲା ପାରିତ । ଅଧିକ ପଢନ୍ତୁ

ନିର୍ବାଚନ ପୂର୍ବରୁ ମୋଦି ସରକାରଙ୍କ ବଡ ଘୋଷଣା, ସାରା ଦେଶରେ ଲାଗୁ ହେଲା CAA
ନିର୍ବାଚନ ପୂର୍ବରୁ ମୋଦି ସରକାରଙ୍କ ବଡ ଘୋଷଣା, ସାରା ଦେଶରେ ଲାଗୁ ହେଲା CAA
author img

By ETV Bharat Odisha Team

Published : Mar 11, 2024, 6:28 PM IST

Updated : Mar 11, 2024, 10:22 PM IST

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇବା ପୂର୍ବରୁ ଆଜି ବଡ ଘୋଷଣା କରିଛନ୍ତି ମୋଦି ସରକାର । ସାରା ଦେଶରେ କାର୍ଯ୍ୟକାରୀ ହେଲା ନାଗରିକତା ସଂଶୋଧନ ଅଧିନିୟମ (ସିଏଏ) । ଆଜି କେନ୍ଦ୍ର ସରକାର ବିଜ୍ଞପ୍ତି ଜାରି କରିଛନ୍ତି । ଏବେ 2014 ମସିହା ଡିସେମ୍ବର ପୂର୍ବରୁ 3 ପଡୋଶୀ ଦେଶରୁ ଧର୍ମୀୟ ଉତ୍ପୀଡନର ଶିକାର ହୋଇ ଭାରତ ଆସିଥିବା ଅଣ-ମୁସଲିମ ଶରଣାର୍ଥୀ ଭାରତୀୟ ନାଗରିକତା ପାଇବେ । ପାକିସ୍ତାନ, ବାଂଲାଦେଶ ଏବଂ ଆଫଗାନିସ୍ତାନରୁ ଶରଣାର୍ଥୀ ଭାବେ ଆସିଥିବା ଅଣ-ମୁସଲମାନ ନାଗରିକଙ୍କୁ ଏହି ନିୟମ ଅଧୀନରେ ଭାରତୀୟ ନାଗରିକତା ପ୍ରଦାନ କରାଯିବା ସୁଗମ ହେବ ।

ନାଗରିକତା (ସଂଶୋଧନ) ଅଧିନିୟମ- 2019 (CAA)କୁ ଆଜି କେନ୍ଦ୍ର ସରକାର ସାରା ଦେଶରେ ଲାଗୁ କରିଛନ୍ତି । 2019 ଶେଷଭାଗରେ ଏହି ବିବାଦୀୟ ଓ ବହୁଚର୍ଚ୍ଚିତ ବିଲକୁ ସଂସଦରେ ପାରିତ କରାଯାଇଥିଲା । ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇବା ପରେ କୋଭିଡ ସଂକ୍ରମଣ ଓ ଅନ୍ୟ କାରଣରୁ ଏହାର କାର୍ଯ୍ୟକାରିତା ବିଳମ୍ବ ହୋଇଥିବା ବେଳେ ଏବେ 4ବର୍ଷ ପରେ ସାଧାରଣ ନିର୍ବାଚନ ପୂର୍ବରୁ ଏହାକୁ ମୋଦି ସରକାର କାର୍ଯ୍ୟକାରୀ କରିଛନ୍ତି ।

ୱେବ-ପୋର୍ଟାଲ କରି ପାରିବେ ଆବେଦନ:-

ଗୃହ ମନ୍ତ୍ରଣାଳୟର ମୁଖପାତ୍ର କହିଛନ୍ତି, ନାଗରିକତା (ସଂଶୋଧନ) ଅଧିନିୟମ- 2024 କୁହାଯାଉଥିବା ଏହି ନିୟମ ଗୁଡିକ CAA-2019ର ନିୟମ ଅନୁଯାୟୀ ମାପଦଣ୍ଡ ପୂରଣ କରୁଥିବା ଯୋଗ୍ୟ ବ୍ୟକ୍ତିଙ୍କୁ ଭାରତୀୟ ନାଗରିକତା ପ୍ରଦାନ କରିବାରେ ସକ୍ଷମ ହେବ । ପ୍ରକ୍ରିୟା ସମ୍ପର୍କରେ ମୁଖପାତ୍ର କହିଛନ୍ତି ଯେ, ନାଗରିକତା ପାଇବା ପାଇଁ ଏହି ଆବେଦନ ଗୁଡିକ ସମ୍ପୂର୍ଣ୍ଣ ଅନଲାଇନ ମୋଡରେ ଦାଖଲ ହେବ । ଯେଉଁଥିପାଇଁ ଏକ ୱେବ-ପୋର୍ଟାଲ ମଧ୍ୟ ପ୍ରଦାନ କରାଯାଇଛି ।

ଏହି ସବୁ ଧର୍ମର ଶରଣାର୍ଥୀ ପାଇବେ ନାଗରିକତା:-

ଏହି ସଂଶୋଧନ ଅଧିନିୟମ (CAA)ରେ ପ୍ରଦତ୍ତ ନିୟମାବଳୀ ଅନୁସାରେ, ମୋଦି ସରକାର ବର୍ତ୍ତମାନ ନିର୍ଯାତିତ ହୋଇ ଭାରତରେ ପ୍ରବେଶ କରିଥିବା ଅଣ-ମୁସଲମାନଙ୍କୁ ନାଗରିକତା ପ୍ରଦାନ କରିପାରିବେ । ଏହି ବର୍ଗ ମଧ୍ୟରେ ହିନ୍ଦୁ, ଶିଖ୍, ଜୈନ, ବୌଦ୍ଧ, ପାର୍ସୀ ଏବଂ ଖ୍ରୀଷ୍ଟିଆନ ନାଗରିକମାନଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି । ଯେଉଁମାନେ 2014 ମସିହା ଡିସେମ୍ବର 31 ତାରିଖ ପୂର୍ବରୁ ଭାରତ ଆସିଥିଲେ, ସେମାନେ ଏହି ଅଧିନିୟମର ଲାଭ ପାଇବାକୁ ଯୋଗ୍ୟ ବିବେଚିତ ହେବେ । 2019 ମସିହା ଡିସେମ୍ବରରେ CAA ପାରିତ ହୋଇଥିଲା । ଗଣତାନ୍ତ୍ରିକ ପରମ୍ପରା ଅନୁସାରେ, ପରବର୍ତ୍ତୀ ସମୟରେ ଏହି ନିୟମକୁ ରାଷ୍ଟ୍ରପତିଙ୍କ ଅନୁମୋଦନ ମଧ୍ୟ ମିଳିଥିଲା । କିନ୍ତୁ ଦେଶର ବିଭିନ୍ନ ସ୍ଥାନରେ ଏହାକୁ ନେଇ ବିରୋଧ କରାଯାଇଥିଲା ।

ପୂର୍ବରୁ ଶାହ ଦେଇଥିଲେ ସଙ୍କେତ:-

ଲୋକସଭା ନିର୍ବାଚନ ପୂର୍ବରୁ ସାରା ଦେଶରେ ଏହି ନିୟମକୁ ଲାଗୁ କରାଯିବ ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଥିଲେ । ସଂସଦୀୟ କାର୍ଯ୍ୟ ନିୟମାବଳୀ ଅନୁଯାୟୀ, ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇବାର 6 ମାସ ମଧ୍ୟରେ କୌଣସି ନିୟମକୁ କାର୍ଯ୍ୟକାରୀ କରିବା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ । ଯଦି ଏଥିରେ ବିଳମ୍ବ ହୁଏ, ତେବେ ସରକାର ଏହାର କାର୍ଯ୍ୟକାରିତାକୁ ବିଳମ୍ବ କରିବା ପାଇଁ ସଂସଦୀୟ କମିଟି ଠାରୁ ଅନୁମତି ନେବ । 2020 ପରଠାରୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଏହି ନିୟମ କାର୍ଯ୍ୟକାରୀ କରିବା ପାଇଁ ସଂସଦୀୟ କମିଟିରୁ ନିୟମିତ ବ୍ୟବଧାନରେ ଅନୁମତି ମଧ୍ୟ ଗ୍ରହଣ କରିଛି ।

ବିରୋଧ କରିଥିଲେ ମମତା:

ଗତବର୍ଷ (2023) ଡିସେମ୍ବର 27 ତାରିଖରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କହିଥିଲେ, ଦେଶରେ ଏହି ଆଇନ (CAA)ର କାର୍ଯ୍ୟକାରିତାକୁ କେହି ଅଟକାଇ ପାରିବେ ନାହିଁ । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି ପ୍ରସଙ୍ଗରେ ଲୋକଙ୍କୁ ବିଭ୍ରାନ୍ତ କରିଥିବା ମଧ୍ୟ ଶାହ ଅଭିଯୋଗ କରିଥିଲେ । କୋଲକାତାରେ ଏକ ପାର୍ଟି ବୈଠକକୁ ସମ୍ବୋଧିତ କରି ଶାହା କହିଥିଲେ CAA କାର୍ଯ୍ୟକାରୀ କରିବା ବିଜେପି ପାଇଁ ପ୍ରତିବଦ୍ଧତା । ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ଟିଏମସି ଆରମ୍ଭରୁ ଏହି ନିୟମକୁ ବିରୋଧ କରିଆସୁଛି ।

ଏହି ରାଜ୍ୟକୁ ମିଳିଥିଲା କ୍ଷମତା: ଗତ ଦୁଇ ବର୍ଷ ମଧ୍ୟରେ ନାଗରିକତ୍ୱ ଅଧିନିୟମ-1955 ଅନୁଯାୟୀ ଆଫଗାନିସ୍ତାନ, ବାଂଲାଦେଶ ଏବଂ ପାକିସ୍ଥାନରୁ ଆସୁଥିବା ହିନ୍ଦୁ, ଶିଖ, ବୌଦ୍ଧ, ଜୈନ, ପାରସୀ ଏବଂ ଖ୍ରୀଷ୍ଟିଆନମାନଙ୍କୁ ଭାରତୀୟ ନାଗରିକତା ପ୍ରଦାନ କରିବାକୁ ନଅଟି ରାଜ୍ୟର 30ରୁ ଅଧିକ ଜିଲ୍ଲା ମାଜିଷ୍ଟ୍ରେଟ ଏବଂ ଗୃହ ସଚିବଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ କ୍ଷମତା ପ୍ରଦାନ କରାଯାଇଥିଲା । ଏହି କ୍ଷମତା ପାଇଥିବା ରାଜ୍ୟମାନଙ୍କ ମଧ୍ୟରେ ଗୁଜୁରାଟ,ରାଜସ୍ଥାନ,ଛତିଶଗଡ, ହରିୟାଣା,ପଞ୍ଜାବ, ମଧ୍ୟ ପ୍ରଦେଶ, ଉତ୍ତର ପ୍ରଦେଶ, ଦିଲ୍ଲୀ ଓ ମହାରାଷ୍ଟ୍ର ରହିଥିଲା । ପଶ୍ଚିମବଙ୍ଗ ଓ ଆସାମ ପରି ରାଜ୍ୟରେ ଆଇନ ଶୃଙ୍ଖଳା ସ୍ଥିତିକୁ ଦୃଷ୍ଟିରେ ରଖି ଏହି ଅନୁମତି ପ୍ରଦାନ କରାଯାଇନଥିଲା ।

1,414 ଶରଣାର୍ଥୀଙ୍କୁ ମିଳିସାରିଛି ଅଧିକାର: ଗୃହ ମନ୍ତ୍ରଣାଳୟ ପକ୍ଷରୁ ଜାରି ରିପୋର୍ଟ ଅନୁସାରେ, ବର୍ଷ 2021-22 ବାର୍ଷିକ ରିପୋର୍ଟ ଅନୁଯାୟୀ, 2021 ଏପ୍ରିଲ ପହିଲାରୁ ଡିସେମ୍ବର 31 ପର୍ଯ୍ୟନ୍ତ, ଏହି ତିନି ଦେଶରୁ ଭାରତକୁ ଶରଣାର୍ଥୀ ଭାବେ ଆସିଥିବା ଅଣ-ମୁସଲମାନ ଅଳ୍ପସଂଖ୍ୟକ ସମ୍ପ୍ରଦାୟର ସମୁଦାୟ 1,414 ବିଦେଶୀଙ୍କ ପଞ୍ଜୀକରଣ କରାଯିବା ସହ ଭାରତୀୟ ନାଗରିକତା ଦିଆଯାଇସାରିଛି ।

ଏହା ମଧ୍ୟ ପଢନ୍ତୁ:- ଗାଦିମଡା ଅଧିକାରୀଙ୍କୁ ହଟାଓ: CEOଙ୍କ ନିକଟରେ ପୁଣି ଫେରାଦ ହେଲା ବିଜେପି

ବିଲ ଚର୍ଚ୍ଚା ବେଳେ ରାଜ୍ୟସଭାରେ କଣ କହିଥିଲେ ଶାହ:-

ସେତେବେଳେ ଏହି ବିଲକୁ ନେଇ ବିବାଦ ହେବା ପରେ, ରାଜ୍ୟସଭାରେ ହୋଇଥିବା ବିତର୍କରେ ଗୃହମନ୍ତ୍ରୀ ଶାହା କହିଥିଲେ, ଏହି ନାଗରିକତା ବିଲର କୌଣସି ବ୍ୟବସ୍ଥା ମୁସଲମାନମାନଙ୍କର ନାଗରିକତ୍ୱକୁ ଛିନ୍ନ କରିବା ତ ଦୂରର କଥା ଏହାକୁ ସ୍ପର୍ଶ କରୁ ନାହିଁ । ଭାରତୀୟ ମୁସଲମାନମାନେ ଦେଶର ନାଗରିକ ଏବ ସେମାନଙ୍କ ଅଧିକାରୀ ଅକ୍ଷୂର୍ଣ୍ଣ ରହିବ । ନାଗରିକତା ବିଲ୍ କାହାର ଭାରତୀୟ ନାଗରିକତା ଛଡ଼ାଇବା ନୁହେଁ । ତେଣୁ ମୁସଲମାନମାନଙ୍କୁ ଭୟ କିମ୍ବା ଚିନ୍ତା କରିବାର ଆବଶ୍ୟକତା ନାହିଁ । ତଥାପି ସରକାରଙ୍କ ଏହି ସ୍ପଷ୍ଟୀକରଣ ଦେଶରେ ବିଶେଷ ଭାବେ ଦିଲ୍ଲୀରେ ପ୍ରତିବାଦକୁ ପ୍ରଶମିତ କରିପାରିନଥିଲା । ପ୍ରତିବାଦ ବେଳେ ଅନେକ ଲୋକଙ୍କ ଜୀବନ ମଧ୍ୟ ଯାଇଥିଲା । ଏବେ ଏହି ବିବାଦୀୟ ଓ ଚର୍ଚ୍ଚିତ ବିଲ ପାରିତ ହେବାର 4 ବର୍ଷ ପରେ ଏହା କାର୍ଯ୍ୟକାରୀ ହୋଇଛି । ତାହା ପୁଣି ସାଧାରଣ ନିର୍ବାଚନ ଠିକ ପୂର୍ବରୁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Mar 11, 2024, 10:22 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.