ETV Bharat / bharat

ମହିଳା ବିଚାରପତିଙ୍କ ସନ୍ଦେହଜନକ ମୃତ୍ୟୁ

author img

By ETV Bharat Odisha Team

Published : Feb 4, 2024, 8:00 AM IST

Suspicious Death Of Female Judge: ସରକାରୀ ବାସ ଭବନରୁ ମହିଳା ବିଚାରପତିଙ୍କ ମୃତଦେହ ଠାବ । ମୃତକ ଜଣକ ହେଲେ ଜ୍ୟୋସ୍ନା ରାୟ, ତାଙ୍କ ଘର ମାଉ ଜିଲ୍ଲାରେ ଅଟେ । ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି ।

ମହିଳା ବିଚାରପତିଙ୍କ ସନ୍ଦେହଜନକ ମୃତ୍ୟୁ
ମହିଳା ବିଚାରପତିଙ୍କ ସନ୍ଦେହଜନକ ମୃତ୍ୟୁ

ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ବାଦାଉନ୍ ଜିଲ୍ଲାରେ ଜଣେ ମହିଳା ବିଚାରପତିଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି । ସେ ରହୁଥିବା ସରକାରୀ ବାସ ଭବନରୁ ହିଁ ମୃତଦେହକୁ ଜବତ କରିଛି ପୋଲିସ । ମୃତକ ଜଣକ ହେଲେ ବିଚାରପତି ଜ୍ୟୋସ୍ନା ରାୟ । କେଉଁ ପରିସ୍ଥିତିରେ ମହିଳା ବିଚାରପତିଙ୍କ ଜୀବନ ଗଲା ତାହା ଅସ୍ପଷ୍ଟ ରହିଛି । ସେ ବିବାହ କରିନଥିବା ଜଣାପଡ଼ିଛି । ପୋଲିସ ଘଟଣା ସ୍ଥଳେ ପହଞ୍ଚି ପରିବାର ଲୋକଙ୍କୁ ଖବର ଦେବା ସହ ତଦନ୍ତ ଆରମ୍ଭ କରିଛି ।

ସୂଚନାଯୋଗ୍ୟ ମୃତକ ଜ୍ୟୋସ୍ନା ରାୟ ମାଉ ଜିଲ୍ଲାର ବାସିନ୍ଦା ଅଟନ୍ତି । ସେ ଏଠାରେ ସିଭିଲ୍ ଜଜ୍ ଜୁନିଅର୍ ଡିଭିଜନ୍ ଭାବେ କାର୍ଯ୍ୟ କରୁଥିଲେ । ଗତକାଲି(ଶନିବାର) ସକାଳେ ତାଙ୍କ ସରକାରୀ ବାସଭବନରୁ ସନ୍ଦେହଜନକ ଅବସ୍ଥାରେ ମୃତଦେହ ଦେଖିବାକୁ ମିଳିଥିଲା । ଏହାପରେ ସ୍ଥାନୀୟ ଲୋକେ ପୋଲିସରେ ଖବର ଦେଇଥିଲେ । ଘଟଣା ସ୍ଥଳରେ ପୋଲିସ ଏବଂ ଉପରିସ୍ଥ ଅଧିକାରୀମାନେ ପହଞ୍ଚିଥିଲେ ।

ଏହାପରେ ପୋଲିସ ସାଇଣ୍ଟିଫିକ ଟିମର ସହାୟତା ନେଇଥିଲା । ମୃତକଙ୍କ ମୋବାଇଲ ଫୋନକୁ ମଧ୍ୟ ଜବତ କରିଛି ପୋଲିସ । ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ବ୍ୟବଚ୍ଛୋଦର ରିପୋର୍ଟ ଆସିଲେ ହିଁ ଘଟଣା ପ୍ରକୃତ କାରଣ ଜଣାପଡ଼ିବ ବୋଲି ପୋଲିସ କହିଛି । ଏହି ଘଟଣା ପରେ ଜିଲ୍ଲା ଆଇନଜୀବୀ ସଂଘ ପକ୍ଷରୁ ଏକ ଶୋକସଭା ଆୟୋଜନ କରାଯାଇଛି । ଅନ୍ୟପଟେ ଗତକାଲି କୋର୍ଟର ସମସ୍ତ କାର୍ଯ୍ୟକୁ ସ୍ଥଗିତ ରଖାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ ....ଆମେରିକାରେ ଆଉ ଜଣେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ, ସପ୍ତାହରେ ତୃତୀୟ ଘଟଣା

ଏହା ମଧ୍ୟ ପଢନ୍ତୁ ....RWSS କନିଷ୍ଠ ଯନ୍ତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ, ବନ୍ଦ ଘରୁ ମୃତଦେହ ଉଦ୍ଧାର

ସେହିପରି ଗତ ଶୁକ୍ରବାର କଳାହାଣ୍ଡି ଜିଲ୍ଲାରେ ଜଣେ କନିଷ୍ଠ ଯନ୍ତ୍ରୀଙ୍କ ମୃତଦେହ ମିଳିଥିଲା । କେନାଲରେ ଭାସୁଥିବା ଅବସ୍ଥରେ ମୃତଦେହକୁ ଉଦ୍ଧାର କରିଥିଲା ପୋଲିସ । ତେବେ ଏହା ହତ୍ୟା ନା ଆତ୍ମହତ୍ୟା ତଦନ୍ତ କରୁଛି ପୋଲିସ । କଳାହାଣ୍ଡି ଜିଲ୍ଲା ଇନ୍ଦ୍ରାବତୀ ଜଳସେଚନ ପ୍ରକଳ୍ପ କୁସୁମଖୁଣ୍ଟି ଡିଭିଜନରେ ଗତ ୨ ବର୍ଷ ହେଲା କନିଷ୍ଠ ଯନ୍ତ୍ରୀ ଭାବରେ କାର୍ଯ୍ୟକରୀ ଆସୁଥିଲେ ଭବାନୀ ଶଙ୍କର ମହନ୍ତ । ତାଙ୍କ ଘର ମୟୂରଭଞ୍ଜ ଜିଲ୍ଲା ହୋଇଥିବା ବେଳେ କୁସୁମ ଖୁଣ୍ଟି ଠାରେ ସରକାରୀ କ୍ଵାଟରରେ ନିଜ ପରିବାର ସହ ରହି ଆସୁଥିଲେ । ହେଲେ ଗତ ଦୁଇଦିନ ହେଲା ନିଖୋଜ ଥିଲେ । ଯାହାକୁ ନେଇ ପରିବାର ଲୋକେ ଜୟପାଟଣା ଥାନାରେ ଲିଖିତ ଅଭିଯୋଗ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.