ETV Bharat / bharat

14 ଯାଏଁ କଷ୍ଟଡିକୁ ଗଲେ ଗୁଳି ଚଳାଇଥିବା ମହାରାଷ୍ଟ୍ର ବିଜେପି ବିଧାୟକ

author img

By ETV Bharat Odisha Team

Published : Feb 3, 2024, 10:45 PM IST

BJP MLA Opened Fire at Shindes Man, Sent to Custody: 14 ପର୍ଯ୍ୟନ୍ତ କଷ୍ଟଡିକୁ ଗଲେ ଗୁଳି ଚଳାଇଥିବା ମହାରାଷ୍ଟ୍ର ବିଜେପି ବିଧାୟକ । ଅଧିକ ପଢନ୍ତୁ

14 ପର୍ଯ୍ୟନ୍ତ କଷ୍ଟଡିକୁ ଗଲେ ଗୁଳି ଚଳାଇଥିବା ମହାରାଷ୍ଟ୍ର ବିଜେପି ବିଧାୟକ

ମୁମ୍ବାଇ: ମହାରାଷ୍ଟ୍ର ଉଲ୍ଲାସନଗରରେ ସିନ୍ଦେ ଗୋଷ୍ଠୀର ନେତାଙ୍କ ଉପରେ ଥାନା ପରିସରରେ ଗୁଳିମାଡ କରିଥିବା ବିଜେପି ବିଧାୟକ ଗଣପତ ଗାଏକଓ୍ବାଡଙ୍କୁ 14 ତାରିଖ ପର୍ଯ୍ୟନ୍ତ ପୋଲିସ କଷ୍ଟଡିକୁ ପଠାଯାଇଛି । ଗତକାଲି ରାତିରେ ହିଲ-ଲାଇନ ଥାନା ପରିସରରେ ଏହି ଗୁଳିମାଡ କରିଥିଲେ ବିଧାୟକ ଗଣପତ । ଏଥିରେ ଶିବସେନା ନେତା ମହେଶ ଗାଏକଓ୍ବାଡ ଗୁରୁତର ହେବା ସହ ଶିବସେନା ବିଧାୟକ ରାହୁଲ ପାଟିଲ ମଧ୍ୟ ଆହତ ହୋଇଛନ୍ତି । ଗତକାଲି ରାତିରେ ଗିରଫ ହୋଇଥିବା ଗଣପତଙ୍କୁ ଆଜି ସ୍ଥାନୀୟ ମାଜିଷ୍ଟ୍ରେଟଙ୍କ କୋର୍ଟରେ ହାଜର କରାଯାଇଥିଲା । ତାଙ୍କୁ କୋର୍ଟ 14 ତାରିଖ ପର୍ଯ୍ୟନ୍ତ ପୋଲିସ କଷ୍ଟଡିକୁ ପଠାଇ ଦେଇଛନ୍ତି ।

ତେବେ ପୋଲିସର ପ୍ରାଥମିକ ତଦନ୍ତରୁ ସାମ୍ନାକୁ ଆସିଥିବା ତଥ୍ୟ ଅନୁସାରେ, ଏକ ଜମି ବିବାଦ ସମ୍ପର୍କରେ ଅଭିଯୋଗ କରିବା ପାଇଁ ବିଜେପି ବିଧାୟକ ଗଣପତ ଓ ଶିବସେନା ନେତା ମହେଶ ଗାଏକଓ୍ବାଡ ହିଲ-ଲାଇନ ଥାନାକୁ ଆସିଥିଲେ । ଉଭୟଙ୍କ ସହ ସେମାନଙ୍କର କିଛି ସମର୍ଥକ ମଧ୍ୟ ଆସିଥିଲେ । ଜଣେ ବରିଷ୍ଠ ପୋଲିସ ଅଧିକାରୀଙ୍କ ଚାମ୍ବରରେ ଉଭୟ ଗୋଷ୍ଠୀ ମଧ୍ୟରେ ବୁଝାମଣା ଆରମ୍ଭ ହୋଇଥିଲା । ଏହି ସମୟରେ ଉଭୟ ଗୋଷ୍ଠୀ ମଧ୍ୟରେ ବଚସା ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ବିଜେପି ବିଧାୟକ ଗଣପତ ନିଜ ପକଟରୁ ପିସ୍ତଲ ବାହାର କରି ଅନ୍ଧାଧୁନ ଗୁଳି ଚଳାଇଥିଲେ ।

ଏଥିରେ ମହେଶଙ୍କ ଦେହରେ 4ରୁ ଅଧିକ ରାଉଣ୍ଡ ଗୁଳି ବାଜିଥିଲା । ଗତକାଲି ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯିବା ପରେ ତାଙ୍କର ଅପରେସନ କରାଯାଇଥିଲା । ଏବେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗମ୍ଭୀର ରହିଛି ଓ ସେ ଆସିୟୁରେ ଥିବା ସୂଚନା ମିଳିଛି । ଶିବସେନାର ଅନ୍ୟ ଜଣେ ବିଧାୟକ ରାହୁଲ ପାଟିଲ ମଧ୍ୟ ଏଥିରେ ଆହତ ହୋଇଥିଲେ । ପୋଲିସ କର୍ମୀ ବିଧାୟକ ଗଣପତଙ୍କୁ କାବୁ କରିବା ସହ ପିସ୍ତଲ ଜବତ କରିଥିଲେ । ପରେ ତାଙ୍କୁ ଗିରଫ କରାଯାଇ ରାତିରେ ଥାନାରେ ରଖାଯାଇଥିଲା । ଗୁଳିମାଡର ସମ୍ପୂର୍ଣ୍ଣ ଘଟଣା ଥାନାରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ :- ଓଡିଶାରେ କାର୍ଯ୍ୟକ୍ରମ ସାରି ଦୁଇଦିନିଆ ଗସ୍ତରେ ଆସାମରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ

ଉପମୁଖ୍ୟମନ୍ତ୍ରୀ ତଥା ଗୃହମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଏହି ଘଟଣାରେ ଏସଆଇଟି ଗଠନ ସହ ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଏସିପି ନିଲେଶ ସୋନାଓ୍ବାନେଙ୍କ ନେତୃତ୍ବରେ କ୍ରାଇମବ୍ରାଞ୍ଚ ଏସଆଇଟି ଗଠନ କରାଯାଇଛି । ହେଲେ ଏକ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଅଭିଯୁକ୍ତ ବିଧାୟକ ଦୋଷ ସ୍ବୀକାର କରିବା ପରିବର୍ତ୍ତେ ଯାହା କରିଛନ୍ତି, ଠିକ କରିଛନ୍ତି ବୋଲି କହିଛନ୍ତି । ଦୀର୍ଘଦିନରୁ ଏହି ଜମି ଅକ୍ତିଆର କରାଯାଇଥିଲା । ସେମାନେ ଥାନା ପରିସରରେ ଧମକ ଦେଇଥିଲେ । ତେଣୁ ସେ ଆତ୍ମରକ୍ଷା କରିବା ପାଇଁ ଗୁଳି ଚଳାଇଥିବା ଅଭିଯୁକ୍ତ ବିଧାୟକ ଗଣପତ ଗାଏକଓ୍ବାଡ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.