ETV Bharat / bharat

ଯବାନଙ୍କ ପାଇଁ ନକ୍ସଲ ରଚିଥିଲେ ଷଡ଼ଯନ୍ତ୍ର, ୨୦ଟି 'ସ୍ପାଇକ ହୋଲ୍'ର ପର୍ଦ୍ଦାଫାସ

author img

By ETV Bharat Odisha Team

Published : Feb 4, 2024, 10:41 PM IST

Big conspiracy of Naxalites exposed : ଛତିଶଗଡ଼ରେ ଜାରି ରହିଛି ନକ୍ସଲ ବିରୋଧୀ ଅଭିଯାନ । ବକ୍ସର ଜିଲ୍ଲାରେ ୨୦ଟି 'ସ୍ପାଇକ ହୋଲ୍'ର ପର୍ଦ୍ଦାଫାସ ହୋଇଛି । ଅଧିକ ପଢନ୍ତୁ

ସ୍ପାଇକ ହୋଲ୍
ସ୍ପାଇକ ହୋଲ୍

ରାୟପୁର: ଚାଲିଛି ନକ୍ସଲ ବିରୋଧୀ ଅଭିଯାନ । ନକ୍ସଲ ଦମନ ପାଇଁ ଜାରି ରହିଛି ଯବାନଙ୍କ ସର୍ଚ୍ଚ ଅପରେସନ । ସେପଟେ ଯବାନଙ୍କୁ ନିଶାନା କରି ଜଙ୍ଗଲ ମଝିରେ 'ସ୍ପାଇକ ହୋଲ୍' କରିଛନ୍ତି ମାଓବାଦୀ । ଛତିଶଗଡ଼ର ବକ୍ସର ଜିଲ୍ଲାରେ ୨୦ଟି 'ସ୍ପାଇକ ହୋଲ୍'ର ପର୍ଦ୍ଦାଫାସ ହୋଇଛି । ଜଙ୍ଗଲ ମଝି ଦେଇ ଯିବା ଆସିବା କରିବାକୁ ଥିବା ରାସ୍ତାରେ ଗାତ ଖୋଳି ସେଥିରେ ଧାରୁଆ ଅସ୍ତ୍ର ଖଞ୍ଜାଯାଏ । ଯାହାକୁ 'ସ୍ପାଇକ ହୋଲ୍' ବୋଲି କୁହାଯାଇଥାଏ ।

ଅନେକ ସମୟରେ ସର୍ଚ୍ଚ ଅପରେସନ କରୁଥିବା ଯବାନମାନେ ଏହି 'ସ୍ପାଇକ ହୋଲ୍'କୁ ଦେଖି ପାରିନଥାନ୍ତି । ଫଳରେ ସେହି ଗାତ ମଝିରେ ତାଙ୍କର ଗୋଡ଼ ଫସି ଯାଇଥାଏ । ଆଉ ଗାତରେ ଲାଗିଥିବା ସ୍ପାଇକ୍ ବା ଧାରୁଆ ଅସ୍ତ୍ର ଦ୍ୱାରା ଯବାନଙ୍କ ଗୋଡ଼ରେ ଆଘାତ ମଧ୍ୟ ଲାଗିଥାଏ । ଖାଲି ସେତିକି ନୁହେଁ, ଅନେକ ସମୟରେ ସେହି ଗାତ ଭିତରେ ନକଲି ପ୍ରେସର ବୋମା ମଧ୍ୟ ଖଞ୍ଜିଥାନ୍ତି ମାଓବାଦୀ । ଯବାନମାନେ ଯେତେବେଳେ ଏହି 'ସ୍ପାଇକ ହୋଲ୍'ରେ ଫସିଯାଆନ୍ତି ସେତେବେଳେ ଚାରିପଟୁ ଘେରାବନ୍ଦୀ କରି ସହଜରେ ଆକ୍ରମଣ କରିଥାନ୍ତି ମାଓବାଦୀ । ସୂଚନା ଅନୁସାରେ, ଗତ ୩୦ ତାରିଖରେ ବିଜାପୁର ସୀମାରେ ମାଓବାଦୀ ଓ ଯବାନଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଯେଉଁଥିରେ ୩ ଜଣ ଯବାନ ଶହୀଦ ହୋଇଥିଲେ ।

ଏହା ମଧ୍ୟ ପଢନ୍ତୁ...ବୌଦ୍ଧ ଜିଲ୍ଲାକୁ ମାଓ ପ୍ରଭାବିତ ଜିଲ୍ଲା ଘୋଷଣା ଦାବି

ଏହା ମଧ୍ୟ ପଢନ୍ତୁ...ନୂଆପଡା ଗସ୍ତରେ ରାଜ୍ୟପାଳ, ମାଓ ଅଞ୍ଚଳ ବୁଲିବା ସହ ଆଦିମ ଜନଜାତିଙ୍କ ସହ କଥାହେଲେ

ଏହା ମଧ୍ୟ ପଢନ୍ତୁ...ବୌଦ୍ଧରେ ମାଓବାଦୀ-ଯବାନ ଗୁଳି ବିନିମୟ: ମାଓ କ୍ୟାମ୍ପ ଧ୍ୱଂସ, ବିପୁଳ ଅସ୍ତ୍ରଶସ୍ତ୍ର ଜବତ

ଦନ୍ତେୱାଡ଼ା-ବିଜାପୁର ସୀମାରେ ସର୍ଚ୍ଚ ଅପରେସନ ଚାଲିଥିବା ସମୟରେ ଏକ ସୁଡଙ୍ଗର ସୁରାକ ପାଇଥିଲେ ଯବାନ । ଯେଉଁଥିରେ ନକ୍ସଲମାନେ ଲୁଚି ରହୁଥିବା ଜଣାପଡ଼ିଥିଲା । ତେବେ ସୁଡଙ୍ଗଟି ୧୦ ଫୁଟ୍ ଗଭୀର ଏବଂ ୩ ଫୁଟ୍ ଚଉଡା ବିଶିଷ୍ଟ ଏହି ସୁଡଙ୍ଗଟି ପାଖାପାଖି ୮୦ ମିଟର ପର୍ଯ୍ୟନ୍ତ ବ୍ୟାପିଛି । ଯେଉଁଥିରେ ଏକାସାଙ୍ଗରେ ପାଖାପାଖି ୧୦୦ ଜଣ ନକ୍ସଲ ଆତ୍ମଗୋପନ କରି ରହିପାରିବେ ବୋଲି ଅନୁମାନ କରାଯାଉଛି । ଛତିଶଗଡ଼ରେ ଦିନକୁ ଦିନ ମାଓ ଉପଦ୍ରବ ବଢିଚାଲିଥିବାବେଳେ ନକ୍ସଲ ଦମନ ପାଇଁ ସର୍ଚ୍ଚ ଅପରେସନ ମଧ୍ୟ ଜୋରଦାର କରାଯାଉଛି । ସେପଟେ ମାଓବାଦୀମାନେ ନିଜକୁ ସୁରକ୍ଷିତ ରଖିବାକୁ ଚତୁରତାର ସହ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଥିବା ଦେଖିବାକୁ ମିଳୁଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.