ETV Bharat / bharat

ପରକୀୟା ପ୍ରୀତି ଆଗରେ ଫିକା ପଡିଲା ମମତା, 3 ଛୁଆଙ୍କୁ ମୃତ୍ୟୁର ଶେଯରେ ଶୁଆଇ ଦେଲା ମା’ - Mother Killed 3 Children

author img

By ETV Bharat Odisha Team

Published : Jun 27, 2024, 6:00 PM IST

Mother killed 3 children: ପ୍ରେମରେ ଅନ୍ଧ ହୋଇ ମା’ ଭୁଲିଗଲା ମମତା । 3 ଛୁଆଙ୍କ ଜୀବନ ନେଲେ ନିଷ୍ଠୁର ମା’ । ଚତୁର୍ଥ ସନ୍ତାନଙ୍କୁ ମାରିବା ପୂର୍ବରୁ ଘଟିଲା ଏମିତି କିଛି । କଣ ଥିଲା ପୁରା ଘଟଣା । ପଢନ୍ତୁ ସମ୍ପୂର୍ଣ୍ଣ ଖବର ।

Mother killed 3 children
Mother killed 3 children (ETV Bharat Odisha)

ଲକ୍ଷ୍ନୌ: ଦୁନିଆର ସବୁଠୁ ସୁନ୍ଦର ଶବ୍ଦ ମା’ । କଥାରେ ଅଛି ଯାହାର ମା’ ନାହିଁ ତାହାର ସାହା ନାହିଁ’ । ମା' ଥିଲେ ବଇରୀ ହାରେ । ହେଲେ ଏସବୁ ସୁନ୍ଦର ଶବ୍ଦକୁ ମାଟିରେ ମିଶାଇ ଦେଇଛି ଏହି ମମତା ହୀନ ମା’ । ଆଖି ସାମ୍ନାରେ 3 ଛୁଆଙ୍କୁ ତିଳ ତିଳ କଷ୍ଟ ଦେଇ ଜୀବନ ନେଇଛି । ଯେଉଁ ଘଟଣା ଏବେ ଉତ୍ତରପ୍ରଦେଶରେ ଆଲୋଡନ ଖେଳାଇଛି । ନିଜ 3 ଛୁଆଙ୍କୁ ମାରିବା ପରେ ଚତୁର୍ଥ ପୁଅକୁ ମାରିବା ଯୋଜନା ପଣ୍ଡ ହୋଇଛି । ପୋଲିସ ନିଷ୍ଠୁର ମା’କୁ ଗିରଫ କରିଛି ।

କଣ ଥିଲା ପୁରା ଘଟଣା: ଉତ୍ତରପ୍ରଦେଶର ଓରିୟା ଜିଲ୍ଲାର ଫମ୍ପୁନ୍ଦ ଥାନା ଅଞ୍ଚଳରେ ଘଟିଛି ଏହି ଲୋମହର୍ଷଣକାରୀ ଘଟଣା । ପରକୀୟା ପ୍ରୀତି ରାସ୍ତାରେ କଣ୍ଟା ସାଜିବାରୁ 3 ଛୁଆଙ୍କୁ ରାସ୍ତାରୁ ହଟାଇ ଦେଇଛି ମା’ । ଆଉ 8 ବର୍ଷୀୟ ବଡ ପୁଅର ଜୀବନ ନେବା ପୂର୍ବରୁ ସୌଭାଗ୍ୟ ବଶତଃ ପିଲାଟି ବଞ୍ଚି ଯାଇଥିଲା । ଆଉ ପୋଲିସ ଆଗରେ କହିଥିଲା ମା’ର କୁକର୍ମ କାହାଣୀ ।

ଦିଅର ପ୍ରେମ ଅନ୍ଧ କଲା: ଅଭିଯୁକ୍ତ ମହିଳା ହେଲେ ଓରିୟା ଜିଲ୍ଲାର ପ୍ରିୟଙ୍କା । ଗତ ଦେଢ ବର୍ଷ ତଳେ ସ୍ବାମୀଙ୍କ ମୃତ୍ୟୁ ହୋଇଥିଲା । ଏହା ପରେ 4 ଛୁଆଙ୍କୁ ଧରି ରହୁଥିବା ପ୍ରିୟଙ୍କା ନିଜ ସମ୍ପର୍କୀୟ ଦିଅର ପ୍ରେମରେ ପଡି ଯାଇଥିଲେ । ଆଉ ତାଙ୍କ ସହ ରହିବାକୁ ଲାଗିଥିଲେ । ସମୟ ଗଡିବା ସହ ପ୍ରେମ ରାସ୍ତାରେ କଣ୍ଟା ସାଜିଥିଲେ 4 ପିଲା । ଏମାନଙ୍କୁ ରାସ୍ତାରୁ ହଟାଇବା ପାଇଁ ପୁରା ଯୋଜନା କରିଥିଲେ ପ୍ରିୟଙ୍କା । ଯୋଜନା ମୁତାବକ ଆଜି ସକାଳୁ ଘରୁ ବାହାରି ଯାଇଥିଲେ । ପହଞ୍ଚିଥିଲେ କେଶମପୁରା ଘାଟରେ । 4 ପିଲାଙ୍କ ବୟସ ଯଥାକ୍ରମେ, 4 ବର୍ଷ, 5 ବର୍ଷ, 8 ବର୍ଷ ଓ ଦେଢ ବର୍ଷ ପୁଅ । ଦୁଇ ପୁଅ 4 ବର୍ଷ ଓ 5 ବର୍ଷର ପୁଅକୁ ପ୍ରଥମେ ମୃଦ୍ୟୁ ପାନୀୟରେ କିଛି ନିଶା ମିଶାଇ ପିଇବାକୁ ଦେଇଥିଲେ । ପରେ ସେମାନଙ୍କୁ ପାଣିରେ ବୁଡାଇ ବୁଡାଇ ମାରିଥିଲେ । ଯାହାକୁ ଦେଖି ପାଖରେ ଥିବା ଆଉ ଦୁଇ ଜଣ ଛୁଆ ଡରି ଯାଇଥିଲେ । ତଥାପି ମା’ ଆଖିରେ ଟିକେ ବି ଦୟା ନଥିଲା ।

ଏହା ମଧ୍ୟ ପଢନ୍ତୁ: ଗାଡିରୁ ତେଲ ସରିଯିବାରୁ ସାଙ୍ଗକୁ ହତ୍ୟା, ଚନ୍ଦକା ପାଞ୍ଚମାଣିଆ ହତ୍ୟାକାଣ୍ଡ‌ ପର୍ଦ୍ଦାଫାସ

ଜୀବନ ବଞ୍ଚାଇ ଖସିଗଲା ବଡ ପୁଅ: ଦେଢ ବର୍ଷର ପୁଅକୁ ନଦୀ ମଧ୍ୟକୁ ପିଙ୍ଗି ଦେଇଥିଲେ । ପରେ ପାଣିରେ ଛଟପଟ ହୋଇ ଶିଶୁଟି ମଧ୍ୟ ଆଖି ବୁଜିଥିଲା । ହେଲେ ଉପସ୍ଥିତ ବୁଦ୍ଧି ଖଟାଇ ଘଟଣାସ୍ଥଳରୁ ଖସି ଯାଇଥିଲା 8 ବର୍ଷର ପୁଅ । ଏସବୁ ଲୋକଙ୍କ ନଜରରେ ପଡିବା ପରେ ଘଟଣାସ୍ଥଳରେ ପହଞ୍ଚି ଥିଲେ ସ୍ଥାନୀୟ ଲୋକେ । ପୋଲିସକୁ ଏନେଇ ଖବର ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଶିଶୁଙ୍କ ମୃତଦେହ ଉଦ୍ଧାର କରିଥିଲା । ଏହାସହ ମହିଳାଙ୍କୁ ଗିରଫ କରିବା ସହ ମୃତଦେହ ଗୁଡିକ ବ୍ୟବଚ୍ଛେଦ ପାଇଁ ହସ୍ପିଟାଲ ପଠାଇଥିଲା । ବଞ୍ଚି ଯାଇଥିବା ପୁଅ ପୋଲିସ ଆଗରେ ବର୍ଣ୍ଣନା କରିଛି ଛାତି ଥରାଇ ଦେବା ଭଳି ଘଟଣା । ପୋଲିସ ଏବେ ଘଟଣାର ଯାଞ୍ଚ କରୁଛି ।

ଏହା ମଧ୍ୟ ପଢନ୍ତୁ: ଭଦ୍ରକ ଟ୍ରିପଲ ମର୍ଡର, ହତ୍ୟା ପଛରେ ନାବାଳକ !

ଏହି ଘଟଣା ଏବେ ପୁରା ଜିଲ୍ଲାରେ ଆଲୋଡନ ଖେଳାଇ ଦେଇଛି । ଛାତି ଥରା ଘଟଣା ବିଷୟରେ ଯିଏ ଶୁଣୁଛି ସମସ୍ତେ ବିଚଳିତ ହୋଇପଡୁଛନ୍ତି । ଜଣେ ମମତାମୟୀ ମା’ କିପରି ଏପରି ନିଷ୍ଠୁର ହୋଇପାରେ ତାହା ଏବେ ଅନେକଙ୍କ ମନରେ ଅସମାୟିତ ପ୍ରଶ୍ନ ସୃଷ୍ଟି କରିଛି । ଏହି ଘଟଣାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ସାଧାରଣଲୋକେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.