ETV Bharat / bharat

ପଞ୍ଜାବ ପରେ ଦିଲ୍ଲୀରେ ମଧ୍ୟ ସବୁ ଲୋକସଭା ଆସନରେ ଏକାକୀ ଲଢିବ AAP

author img

By ETV Bharat Odisha Team

Published : Feb 11, 2024, 6:51 PM IST

Lok Sabha Election 2024: ପଞ୍ଜାବ ପରେ ଦିଲ୍ଲୀରେ ମଧ୍ୟ ଏକାକୀ ସମସ୍ତ ଆସନରେ ଲଢିବ ଆମ ଆଦମୀ ପାର୍ଟି । ଦଳମୁଖ୍ୟ ଅରବିନ୍ଦ କେଜ୍ରିଓ୍ବାଲ କଲେ ଘୋଷଣା । ଅଧିକ ପଢନ୍ତୁ

ପଞ୍ଜାବ ପରେ ଦିଲ୍ଲୀରେ ମଧ୍ୟ ସବୁ ଲୋକସଭା ଆସନରେ ଏକାକୀ ଲଢିବ ଆପ, କେଜ୍ରିଓ୍ବାଲ କଲେ ଘୋଷଣା

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନ ଯେତିକି ପାଖଉଛି, ‘ଇଣ୍ଡିଆ’ ମେଣ୍ଟରେ ଫାଟ ସେତିକି ବଢୁଛି । ଛିଡୁନି ସହଯୋଗୀ ଦଳଙ୍କ ମଧ୍ୟରେ ଆସନ ବୁଝାମଣା ଅଙ୍କ । ପଞ୍ଜାବ ପରେ ଦିଲ୍ଲୀରେ ମଧ୍ୟ ସମସ୍ତ ଲୋକସଭା ଆସନରେ ଆମ ଆଦମୀ ପାର୍ଟି ଏକକୀ ଲଢିବାକୁ ଯାଉଛି । ଦିଲ୍ଲୀରେ ମଧ୍ୟ ସମସ୍ତ 7 ସଂସଦୀୟ ଆସନରେ କଂଗ୍ରେସ ସହ କୌଣସି ଆସନ ବୁଝାମଣା ହେବ ନାହିଁ ବୋଲି ଦଳମୁଖ୍ୟ ତଥା ସ୍ଥାନୀୟ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଆଜି ଘୋଷଣା କରିଛନ୍ତି ।

ଆଜି ପଞ୍ଜାବରେ ଏକ ସଭାକୁ ସମ୍ବୋଧିତ କରିବା ବେଳେ ଏହି ଘୋଷଣା କରିଛନ୍ତି କେଜ୍ରିଓ୍ବାଲ । ଗତକାଲି କେଜ୍ରିଓ୍ବାଲ ପଞ୍ଜାବରେ ଦଳ ଏକାକୀ ଲଢିବା ନେଇ ଘୋଷଣା କରିଥିଲେ । ଏହାର ମାତ୍ର 24 ଘଣ୍ଟା ପରେ ଦିଲ୍ଲୀରେ ମଧ୍ୟ ଦଳ ସମାନ ଆଭିମୁଖ୍ୟ ଗ୍ରହଣ କରିଛି । ଯାହା ଇଣ୍ଡିଆ ମେଣ୍ଟର ନେତୃତ୍ବକାରୀ ଦଳ କଂଗ୍ରେସ ପାଇଁ ଅଡୁଆ ବଢାଇଛି । କେଜ୍ରିଓ୍ବାଲଙ୍କ ଆମ ଆଦମୀ ପାର୍ଟି, ଦୁଇ ଜାତୀୟ ଦଳ ବିଜେପି ଓ କଂଗ୍ରେସ ପରେ ଦୁଇଟି ରାଜ୍ୟରେ ସରକାର ଗଠନ କରିଥିବା ତୃତୀୟ ପାର୍ଟି । ଦଳ ଦିଲ୍ଲୀ ଓ ପଞ୍ଜାବରେ ଶାସନରେ ରହିଛି । ଦଳ ଉଭୟ ସ୍ଥାନରେ ଭଲ ସ୍ଥିତିରେ ଥିବାରୁ ଉଭୟ ସ୍ଥାନରେ ଅଧିକ ସଂସଦୀୟ ଆସନ ଜିତିବାକୁ ଆଶା ରଖିଛି । ତେଣୁ ଦଳ କଂଗ୍ରେସ ସହ କୌଣସି ବୁଝାମଣା କରିବାକୁ ଚାହୁଁନି ।

କେଜ୍ରିଓ୍ବାଲ କହିଥିଲେ, ଦିଲ୍ଲୀବାସୀ ଏଥର ନିର୍ଣ୍ଣୟ କରିସାରିଛନ୍ତି ଯେ, ସମସ୍ତ 7 ଆସନରେ ଆପକୁ ଭୋଟ ଦେବେ । ତେଣୁ ଦଳ ଦିଲ୍ଲୀରେ କୌଣସି ଆସନ ବୁଝାମଣା କରିବାକୁ ଚାହୁଁନି । ଦଳ ଗୋଆ, ଗୁଜୁରାଟ, ଓ ହରିୟାଣାରେ ମଧ୍ୟ ଲୋକସଭା ନିର୍ବାଚନରେ ପ୍ରାର୍ଥୀ ଦେବାକୁ ଯାଉଛି । ଏଥିପାଇଁ 13 ତାରିଖରେ ଦଳ ପଲିଟିକାଲ ଆଫାଏର୍ସ କମିଟି ବୈଠକ ଆହୁତ କରିବାକୁ ଯାଉଛି । ବୈଠକ ପରେ ଏହି ରାଜ୍ୟମାନଙ୍କରେ ମଧ୍ୟ ଦଳ ପ୍ରାର୍ଥୀ ଘୋଷଣା କରିବ । ହେଲେ ଏଠାରେ କେତେ ସଂଖ୍ୟକ ପ୍ରାର୍ଥୀ ଦେବ ସେ ନେଇ କୌଣସି ସୂଚନା ମିଳିନି ।

ଏହା ମଧ୍ୟ ପଢନ୍ତୁ : -ମଧ୍ୟପ୍ରଦେଶରେ ମୋଦି, ଭେଟିଦେଲେ 7550 କୋଟିର ପ୍ରକଳ୍ପ

ସୂଚନାଯୋଗ୍ୟ, ଦିଲ୍ଲୀରେ 7 ଲୋକସଭା ଆସନରୁ ସମସ୍ତ ଆସନରେ ବିଜେପି ଦଖଲରେ ରହିଛି । 2014 ଓ 2019 ରେ ଆମ ଆଦମୀ ପାର୍ଟି ଏଠାରେ ଲଢିଥିବା ବେଳେ ଖାତା ଖୋଲିପାରିନଥିଲା । 7 ରୁ 5 ଆସନରେ ଆପ ପ୍ରାର୍ଥୀ ତୃତୀୟ ସ୍ଥାନରେ ରହିଥିଲେ । ବିଜେପି ସମସ୍ତ 7 ଆସନ ଦଖଲ କରି 56.9 ପ୍ରତିଶତ ଭୋଟ ହାସଲ କରିବାର ସଫଳ ହୋଇଥିଲା । ଦ୍ବିତୀୟ ଦଳ ଭାବେ କଂଗ୍ରେସ ମାତ୍ର 22.6 ପ୍ରତିଶତ ଭୋଟ ପାଇଥିଲା । ହେଲେ ଚଳିତବର୍ଷ ଆମ ସମସ୍ତ ଆସନରେ ଏକାକୀ ପ୍ରାର୍ଥୀ ଦେଉଥିବା ବେଳେ ବିଜେପି ସହ ଦଳର ମୁଖ୍ୟ ପ୍ରତିଦ୍ବନ୍ଦ୍ବିତା ଆଶା କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.