ETV Bharat / bharat

କେଜ୍ରିଓ୍ବାଲଙ୍କୁ ଗିରଫ କଲା ସିବିଆଇ, ହସ୍ତକ୍ଷେପ କରିବାକୁ ମନା କଲେ କୋର୍ଟ - CBI ARRESTS ARVIND KEJRIWAL

author img

By ETV Bharat Odisha Team

Published : Jun 26, 2024, 12:14 PM IST

Updated : Jun 26, 2024, 1:02 PM IST

Arvind Kejriwal arrest by CBI : ପୁଣି ବନ୍ଧା ହେଲେ କେଜ୍ରିଓ୍ବାଲ । କୋର୍ଟ ପରିସରରେ ଗିରଫ କଲା ସିବିବଆଇ । ଗତକାଲି ଠାରୁ ହେପାଜତକୁ ନେଇଥିଲା କେନ୍ଦ୍ରୀୟ ସଂସ୍ଥା । ଅଧିକ ପଢନ୍ତୁ

କେଜ୍ରିଓ୍ବାଲଙ୍କୁ ଗିରଫ କଲା ସିବିଆଇ, ହସ୍ତକ୍ଷେପ କରିବାକୁ ମନା କଲେ କୋର୍ଟ
କେଜ୍ରିଓ୍ବାଲଙ୍କୁ ଗିରଫ କଲା ସିବିଆଇ, ହସ୍ତକ୍ଷେପ କରିବାକୁ ମନା କଲେ କୋର୍ଟ (ETV Bharat Odisha)

ନୂଆଦିଲ୍ଲୀ: କୋର୍ଟ ପରିସରରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଗିରଫ କଲା କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)। ଗତକାଲି କେଜ୍ରିଓ୍ବାଲଙ୍କୁ ତିହାର ଜେଲରୁ ହେପାଜତକୁ ନେଇଥିଲା ସିବିଆଇ । ଆଜି ତାଙ୍କୁ ଦିଲ୍ଲୀର ରାଉଜ ଆଭିନ୍ୟୁ କୋର୍ଟରେ ହାଜର କରି ଗିରଫ ପାଇଁ ଅନୁମତି ମାଗିଥିଲା କେନ୍ଦ୍ରୀୟ ସଂସ୍ଥା । ବିଚାରପତି ଅମିତାଭ ରାଓ୍ବତ କେନ୍ଦ୍ରୀୟ ସଂସ୍ଥାର କାର୍ଯ୍ୟାନୁଷ୍ଠାନରେ ହସ୍ତକ୍ଷେପ କରିବାକୁ ମନା କରିବା ପରେ ସିବିଆଇ କେଜ୍ରିଓ୍ବାଲଙ୍କୁ ଔପଚାରିକ ଭାବେ ଗିରଫ କରିଛି ।

ଗତକାଲି ଠାରୁ ସିବିଆଇ ହେପାଜରେ ଥିବା କେଜ୍ରିଓ୍ବାଲଙ୍କୁ ଆଜି ପୂର୍ବାହ୍ନରେ ରାଉଜ ଆଭିନ୍ୟୁ କୋର୍ଟରେ ହାଜର କରିଥିଲା କେନ୍ଦ୍ରୀୟ ସଂସ୍ଥା । ସିବିଆଇ ତାଙ୍କୁ ଗିରଫ କରିବା ପାଇଁ କୋର୍ଟଙ୍କ ଅନୁମତି ଲୋଡିଥିଲା । ଆଜି ଶୁଣାଣି ସମୟରେ କେଜ୍ରିଓ୍ବାଲଙ୍କ ପତ୍ନୀ ସୁନାତା, ଦଳର ଅନ୍ୟତମ ବରିଷ୍ଠ ନେତା ସଂଞ୍ଜୟ ସିଂ, ଦିଲ୍ଲୀପ ପାଣ୍ଡେ ପ୍ରମୁଖ ଉପସ୍ଥିତ ଥିଲେ । ସିବିଆଇ ପକ୍ଷରୁ ସରକାରୀ ଓକିଲ ଡିପି ସିଂ ମାମଲାରେ ପକ୍ଷ ରଖିଥିଲେ । ମଦ ଘାଟାଲା ମାମଲାରେ ତଦନ୍ତର ଆବଶ୍ୟକତା ଦର୍ଶାଇ ସିବିଆଇକୁ ଗିରଫ ଅନୁମତି ଦେବାକୁ ସରକାରୀ ଓକିଲ ଯୁକ୍ତି ବାଢିଥିଲେ ।

ମାର୍ଚ୍ଚ 21ତାରିଖରେ ବହୁଚର୍ଚ୍ଚିତ ଅବକାରୀ ଘୋଟାଲା ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଥିଲା । ଏକାଧିକ ରାଉଣ୍ଡର ରିମାଣ୍ଡ ପରେ କେଜ୍ରିଓ୍ବାଲ ଏବେ ବିଚାର ବିଭାଗୀୟ ଜେଲରେ ଅଛନ୍ତି । ସେ ନିର୍ବାଚନ ସମୟରେ ଅନ୍ତରୀଣ ଜାମିନ ପାଇ ବାହାରକୁ ଆସିଥିବା ବେଳେ ପରବର୍ତ୍ତୀ ସମୟରେ ଆତ୍ମସମର୍ପଣ କରିଥିଲେ । ଏହି ମାମଲାରେ ନିକଟରେ ରାଉଜ ଆଭେନ୍ୟୁ କୋର୍ଟ କେଜ୍ରିୱାଲଙ୍କୁ ଜାମିନ ପ୍ରଦାନ କରିଥିଲେ । କିନ୍ତୁ ଗତକାଲି (ମଙ୍ଗଳବାର) ହାଇକୋର୍ଟ ତଳକୋର୍ଟଙ୍କ ଜାମିନ ଆବେଦନ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଇ କେଜ୍ରିଓ୍ବାଲଙ୍କୁ ବଡ ଝଟକା ଦେଇଥିଲେ । ଏହାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି କେଜ୍ରିୱାଲ । ଆଜି ସର୍ବୋଚ୍ଚ କୋର୍ଟ ଏହି ମାମଲାର ଶୁଣାଣି କରିବେ । ଏହା ପୂର୍ବରୁ ସେ ପୁଣି ଗିରଫ ହୋଇଛନ୍ତି ।

ଏହା ମଧ୍ୟ ପଢନ୍ତୁ :- ଦ୍ବିତୀୟ ଥର ଲୋକସଭା ବାଚସ୍ପତି ହେଲେ ଓମ ବିର୍ଲା, ଭଏସ ଭୋଟିଂରେ ହେଲେ ନିର୍ବାଚିତ - Om Birla elected as Speaker

କେଜ୍ରିଓ୍ବାଲଙ୍କ ଆବେଦନ ଏବେ ସର୍ବୋଚ୍ଚ କୋର୍ଟରେ ବିଚାରାଧୀନ ରହିଥିବା ବେଳେ ଗତକାଲି ତାଙ୍କୁ କେନ୍ଦ୍ରୀୟ ସଂସ୍ଥା ସିବିଆଇ ହେପାଜତକୁ ନେଇଥିଲା । ଜେଲର ସେଲରେ କେଜ୍ରିଓ୍ବାଲଙ୍କ ବୟାନ ରେକର୍ଡ କରାଯାଇଥିବା ବେଳେ ଆଜି ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା । କୋର୍ଟଙ୍କ ଅନୁମତି ପରେ ତାଙ୍କୁ ଗିରଫ କରାଯାଇଛି । ସର୍ବୋଚ୍ଚ କୋର୍ଟ କେଜ୍ରିଓ୍ବାଲଙ୍କ ଆବେଦନରେ କ’ଣ ରାୟ ଦେଉଛନ୍ତି, ତାହା ଉପରେ ନଜର ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jun 26, 2024, 1:02 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.