ETV Bharat / bharat

ସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟ ସମେତ 3 ଆହତ

author img

By ETV Bharat Odisha Team

Published : Mar 5, 2024, 2:21 PM IST

Army Aircraft Crash Lands: ଟ୍ରେନିଂ ସମୟରେ ଅଫିସର୍ସ ଟ୍ରେନିଂ ଏକାଡେମୀର ବିମାନ ଦୁର୍ଘଟଣାଗ୍ରସ୍ତ । 3 ଜଣ ଆହତ । ଅଧିକ ପଢନ୍ତୁ

Army Aircraft Crash Lands
Army Aircraft Crash Lands

ପାଟନା: ଭାରତୀୟ ସେନାର ଅଫିସର୍ସ ଟ୍ରେନିଂ ଏକାଡେମୀର ବିମାନ ଦୁର୍ଘଟଣାଗ୍ରସ୍ତ । ବିହାରର ଗୟାରେ ଏହି ଘଟଣା ଘଟିଥିବା ବେଳେ 3 ଜଣ ସାମାନ୍ୟ ଆହତ ହୋଇଛନ୍ତି । ଦୁର୍ଘଟଣା ସମୟରେ ଜଣେ ମହିଳାଙ୍କ ସମେତ ଦୁଇଜଣ ପାଇଲଟ ବିମାନ ମଧ୍ୟରେ ଥିଲେ । ବିମାନଟି ଟ୍ରେନିଂରେ ନିୟୋଜିତ ଥିବା ବେଳେ ଦୁର୍ଘଟମାର ଶିକାର ହୋଇଥିଲା । ବୋଧ ଗୟା ସବ-ଡିଭିଜନ ଅନ୍ତର୍ଗତ କାଞ୍ଚନପୁର ଗ୍ରାମରେ ଏହି ଘଟଣା ଘଟିଛି ।

ଏହା ମଧ୍ୟ ପଢନ୍ତୁ-ଅବତରଣ ପୂର୍ବରୁ ଝଡରେ ଫସିଲା ବିମାନ, ୪୦ ଯାତ୍ରୀ ଆହତ

ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଦୁଇ ପାଇଲଟ ବିମାନ ଭିତରେ ଥିବାବେଳେ ଏହା ଏକ ଜମିରେ ଅପ୍ରତ୍ୟାଶିତ ଅବତରଣ କରିଥିଲା । ଏହା ଦେଖିବା ପରେ ପାଇଲଟଙ୍କୁ ଉଦ୍ଧାର କରାଯାଇଥିଲା । ପରେ ଘଟଣା ସମ୍ପର୍କରେ ସ୍ଥାନୀୟ ପୋଲିସ ଏବଂ ଅଫିସର୍ସ ଟ୍ରେନିଂ ଏକାଡେମୀ(OTA)କୁ ସୂଚନା ଦିଆଯାଇଥିଲା । ଖବର ପାଇବା ପରେ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଉଭୟ ପାଇଲଟଙ୍କୁ ଚିକିତ୍ସା ପାଇଁ ବେସ କ୍ୟାମ୍ପକୁ ନେଇଯାଇଥିଲେ । ଆହତ 3 ଜଣ ସୁସ୍ଥ ଥିବା ସୂଚନା ମିଳିଛି । ଆହତ ପାଇଲଟ ଓ ମହିଳାଙ୍କ ପରିଚୟ ବର୍ତ୍ତମାନ ସୁଦ୍ଧା ମିଳିପାରି ନାହିଁ । ତେବେ କେଉଁ କରାଣରୁ ବିମାନଟି କ୍ରାସ ହେଲା ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇ ନାହିଁ । ତଦନ୍ତ ପରେ କାରଣ ଜମାପଡିବ ।

ଏହା ମଧ୍ୟ ପଢନ୍ତୁ-IAF ଟ୍ରେନିଂ ବିମାନରେ ଯାନ୍ତ୍ରିକ ତ୍ରୁଟି, ହାଇଦ୍ରାବାଦ ଆକାଶରେ ଫସିଲା ୪୦ମିନିଟ

ଏହା ମଧ୍ୟ ପଢନ୍ତୁ-7 ବର୍ଷ ପରେ ମିଳିଲା ଏୟାରକ୍ରାଫ୍ଟ AN32 ଭଗ୍ନାବଶେଷ, ଜାଣନ୍ତୁ କିଭଳି ରହିଥିଲା ପୁରା ମିଶନ

ଏହା ପୂର୍ବରୁ ଗତ ମାର୍ଚ୍ଚ 1 ତାରିଖରେ ହାଇଦ୍ରାବାଦ ଆକାଶରେ ଦୀର୍ଘ 40 ମିନିଟ ଘୁରି ବୁଲିଥିଲା ଭାରତୀୟ ବାୟୁସେନା ଟ୍ରେନିଂ ଏୟାରକ୍ରାଫ୍ଟ ବିମାନ । ଉଡାଣ ସମୟରେ ଯାନ୍ତ୍ରିକ ତ୍ରୁଟି ଦେଖା ଦେବାରୁ ବିମାନରେ ଥିବା 2 ଜଣ ପାଇଲଟ ତୁରନ୍ତ ବିମାନକୁ ଜରୁରୀକାଳୀନ ଅବତରଣ କରିବାକୁ ଚାହୁଁଥିବା ବେଳେ ଏପରି ଆକାଶରେ ବିମାନଟି ଘୁରି ବୁଲିଥିଲା । 2 ଘଣ୍ଟା ଧରି ହାଇଦ୍ରାବାଦ ଆକାଶରେ ଭାରତୀୟ ବାୟୁସେନା ବିମାନ ଫସି ରହିବା ପରେ କିଛି ସମୟ ପରେ ଜରୁରୀକାଳୀନ ଅବତରଣ ପାଇଁ ଆସିଥିଲା ଗ୍ରୀନ ସିଗ୍ନାଲ । ପରେ ବେଗମପେଟ ଏୟାରପୋର୍ଟରେ ବିମାନଟି ସୁରକ୍ଷିତ ଅବତରଣ କରିଥିଲା । ଯାନ୍ତ୍ରିକ ତ୍ରୁଟି ସମ୍ପର୍କରେ ଭିଜିଲାଣ୍ଟ ପାଇଲଟ ଜାଣିବା ପରେ ବିମାନରେ ଥିବା ସମସ୍ତ କ୍ରୁ ମେମ୍ବରଙ୍କୁ ଅବଗତ କରାଇଥିଲେ । ସୁରକ୍ଷାକୁ ପ୍ରାଥମିକତା ଦେଇ ଆକାଶରେ ରହିଥିଲା ବିମାନ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.