ETV Bharat / bharat

ଅନନ୍ତ-ରାଧିକାଙ୍କ ପ୍ରି-ୱେଡିଂ; ଜାମନଗରକୁ ଛୁଟିଲେଣି ସେଲିବ୍ରିଟି, ୧୦୦୦ ଅତିଥିଙ୍କୁ ପରସା ଯିବ ୨୫୦୦ ବ୍ୟଞ୍ଜନ

author img

By ETV Bharat Odisha Team

Published : Feb 28, 2024, 7:11 PM IST

Anant Ambani Radhika Merchant Pre Wedding: ଖୁବଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବେ ଅନନ୍ତ ଅମ୍ୱାନି ଏବଂ ରାଧିକା ମର୍ଚ୍ଚାଣ୍ଟ। ଏହା ପୂର୍ବରୁ ବର୍ତ୍ତମାନ ଆସନ୍ତା ମାସ ମାର୍ଚ୍ଚରେ ଉଭୟଙ୍କ ପ୍ରି-ୱେଡିଂ ସମାରୋହ ଆୟୋଜିତ ହେବାକୁ ଯାଉଛି । ଜାମନଗରରେ ୩ଦିନିଆ ସେଲିବ୍ରିସନ ରହିଥିବା ବେଳେ ଦେଶ ବିଦେଶରୁ ବହୁ ଉଦ୍ୟୋଗପତି ଏବଂ ସେଲିବ୍ରିଟି ଏଥିରେ ସାମିଲ ହେବେ । ଅଧିକ ପଢନ୍ତୁ...

ଅନନ୍ତ-ରାଧିକାଙ୍କ ପ୍ରି-ୱେଡିଂ; ଜାମନଗରକୁ ଛୁଟିଲେଣି ସେଲିବ୍ରିଟି, ୧୦୦୦ ଅତିଥିଙ୍କୁ ପରସା ଯିବ ୨୫୦୦ ବ୍ୟଞ୍ଜନ
ଅନନ୍ତ-ରାଧିକାଙ୍କ ପ୍ରି-ୱେଡିଂ; ଜାମନଗରକୁ ଛୁଟିଲେଣି ସେଲିବ୍ରିଟି, ୧୦୦୦ ଅତିଥିଙ୍କୁ ପରସା ଯିବ ୨୫୦୦ ବ୍ୟଞ୍ଜନ

ହାଇଦ୍ରାବାଦ: ମୁକେଶ ଏବଂ ନୀତା ଅମ୍ବାନିଙ୍କ ସାନପୁଅ ଅନନ୍ତ ଅମ୍ୱାନିଙ୍କ ବିବାହ ପ୍ରସ୍ତୁତି ଜୋରସୋରରେ ଚାଲିଛି । ଚଳିତ ବର୍ଷ ଜୁଲାଇ ମାସ ୧୨ ତାରିଖରେ ରାଧିକା ମର୍ଚ୍ଚାଣ୍ଟଙ୍କୁ ସାତ ଜନ୍ମର ସାଥୀ କରିବେ ଅନନ୍ତ । ତେବେ ବିବାହ ପୂର୍ବରୁ ଉଭୟଙ୍କ ପ୍ରି-ୱେଡିଂ ସମାରୋହ ଗୁଜୁରାଟର ଜାମନଗରରେ ଆୟୋଜନ ହେବ । ମାର୍ଚ୍ଚ ୧ରୁ ୩ ଯାଏଁ ୩ ଦିନ ଧରି ସେଠାରେ ଗ୍ରାଣ୍ଡ ସମାରୋହରେ ଉଭୟଙ୍କ ପ୍ରି-ୱେଡିଂ ସେଲିବ୍ରେସନ କରାଯିବ । ଏହି ସମାରୋହରେ ଭାରତ ଏବଂ ବିଦେଶରୁ ପ୍ରାୟ ୧୦୦୦ ଲୋକ ଅଂଶଗ୍ରହଣ କରିବେ । ଅନ୍ତର୍ଜାତୀୟ ନେତା ତଥା ସେଲିବ୍ରିଟିମାନେ ଏହି ଉତ୍ସବରେ ସାମିଲ ହେବେ । କେବଳ ଏତିକି ନୁହେଁ ଏହି ଗ୍ରାଣ୍ଡ ଇଭେଣ୍ଟର ଖାଦ୍ୟ ମେନୁ ମଧ୍ୟ ସ୍ୱତନ୍ତ୍ର ହେବାକୁ ଯାଉଛି । ଅତିଥିଙ୍କୁ ୨୫୦୦ ପ୍ରକାର ଖାଦ୍ୟ ପରସା ଯିବ ବୋଲି ଜଣାପଡିଛି ।

ଜାମନଗରରେ ପହଞ୍ଚିଲେ ହଲିଉଡ ଗାୟିକା

ଏଥିସହ ଏହି ଗ୍ରାଣ୍ଡ ୱେଡିଂ ସମାରୋହରେ ଦେଶ ତଥା ବିଦେଶରୁ ଅନେକ ଉଦ୍ୟୋଗପତି, ଫିଲ୍ମଷ୍ଟାର, କ୍ରିକେଟର, ସେଲିବ୍ରିଟିଙ୍କ ସମେତ ଅନ୍ୟ ମାନ୍ୟଗନ୍ୟ ବ୍ୟକ୍ତି ଯୋଗ ଦେବାର ସୂଚନା ରହିଛି । ଏହାରି ମଧ୍ୟରେ ବଲିଉଡ ଟାରୁ ଆରମ୍ଭ କରି ହଲିଉଡର ଅନେକ କଣ୍ଠଶିଳ୍ପୀ ମଧ୍ୟ ଏଥିରେ ସାମିଲ ହୋଇ ପ୍ରଦର୍ଶନ କରିବେ ବୋଲି ଜଣାପଡିଛି । ଏହି ସମାରୋହରେ ସାମିଲ ହେବାକୁ ଭାରତକୁ ଛୁଟିଲେଣି ଲୋକେ । ଏହି ଅବସରରେ ଗ୍ଲୋବାଲ ଷ୍ଟାର ଗାୟିକା ରିହାନାଙ୍କ ଟିମ ଆଜି ଜାମନଗରରେ ପହଞ୍ଚିଛନ୍ତି । ଯାହାଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ପ୍ରି-ୱେଡିଂରେ ଏଠାକାର ରୋଷେୟା କରିବେ ଖାଦ୍ୟ ପ୍ରସ୍ତୁତି

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଅନନ୍ତ ଏବଂ ରାଧିକାଙ୍କ ପ୍ରି-ୱେଡିଂକୁ ସ୍ୱତନ୍ତ୍ର କରିବା ପାଇଁ ଅମ୍ବାନି ପରିବାର ଇନ୍ଦୋରରୁ ୬୫ ଜଣ ରୋଷେୟାଙ୍କୁ ଡାକିଛନ୍ତି । ଏହି ଇନ୍ଦୋରୀ ରୋଷେୟାମାନେ ଗୁଜୁରାଟର ଜାମନଗରରେ ଇନ୍ଦୋରୀ ଖାଦ୍ୟର ସ୍ୱାଦ ପରିବେଷଣ କରିବେ । ଖବର ଅନୁଯାୟୀ, ସମସ୍ତ ରୋଷେୟା ଇନ୍ଦୋରର ଜାର୍ଡିଆନ୍ସ ହୋଟେଲରୁ ଆସିଛନ୍ତି, ଯେଉଁମାନେ ପ୍ରି-ୱେଡିଂ ପାଇଁ ଇନ୍ଦୋରୀ ଖାଦ୍ୟ ପ୍ରସ୍ତୁତ କରିବାକୁ ସ୍ୱତନ୍ତ୍ର ଭାବେ ଡକାଯାଇଛି ।

ଅନନ୍ତ ଏବଂ ରାଧିକାଙ୍କ ପ୍ରି-ୱେଡିଂ ପରସାଯିବ ୨୫୦୦ ପ୍ରକାର ଖାଦ୍ୟ

ରିପୋର୍ଟ ଅନୁସାରେ, ଅତିଥିମାନଙ୍କୁ ଜଳଖିଆ ପାଇଁ ୭୫ ଟି ଖାଦ୍ୟ, ମଧ୍ୟାହ୍ନ ଭୋଜନ ପାଇଁ ୨୨୫ ରୁ ଅଧିକ ଖାଦ୍ୟ ଏବଂ ରାତ୍ରୀ ଭୋଜନ ପାଇଁ ପ୍ରାୟ ୨୭୫ ଟି ଖାଦ୍ୟ ପରିବେଷଣ କରାଯିବ । ଏହା ବ୍ୟତୀତ ମଧ୍ୟରାତ୍ରିରେ ଥରେ ଖାଦ୍ୟ ମଧ୍ୟ ପରିବେଷଣ କରାଯିବ, ଯେଉଁଥିରେ ୮୫ ରୁ ଅଧିକ ଡିସ୍ ରଖାଯିବ । ବିଦେଶୀ ଅତିଥିମାନଙ୍କ ପାଇଁ ଏହି ମଧ୍ୟରାତ୍ରି ଭୋଜନ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ହୋଇଛି, ଯାହାକି ମଧ୍ୟରାତ୍ରିରୁ ସକାଳ ୪ ଟା ପର୍ଯ୍ୟନ୍ତ ରହିବ ।

କାହିଁକି ଜାମନଗରରେ ଅନନ୍ତ-ରାଧିକାଙ୍କ ପ୍ରି-ୱେଡିଂ କରାଯିବ?

ଏକ ସାକ୍ଷାତକାରରେ ଅନନ୍ତ ଅମ୍ବାନି ଗୁଜୁରାଟର ଜାମନଗରରେ ଆୟୋଜିତ ହେବାକୁ ଥିବା ପ୍ରି-ୱେଡିଂ ନେଇ ପ୍ରତିକ୍ରିୟା ଦେଇଛନ୍ତି। ଅନନ୍ତ କହିଛନ୍ତି ଯେ ନିକଟରେ ପ୍ରଧାନମନ୍ତ୍ରୀ ମୋଦୀ ଭାରତରେ ବିବାହ କରିବାକୁ ଆବେଦନ କରିଥିଲେ । ପିଏମ ମୋଦୀଙ୍କ ଏହି ଆବେଦନ ତାଙ୍କୁ ବହୁତ ପ୍ରଭାବିତ କରିଛି ଏବଂ ତେଣୁ ସେ ନିଜେ ଦେଶରେ ବିବାହ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଅନନ୍ତ ଅମ୍ବାନିଙ୍କ ପ୍ରି-ୱେଡିଂରେ ବଢ଼ିବ ଚମକ; ସାମିଲ ହେବେ ଉଦ୍ୟୋଗପତି-କ୍ରିକେଟର-ବଲିଉଡ ତାରକା

ଜାମନଗରରେ ପ୍ରି-ୱେଡିଂ ନେଇ ସେ କହିଛନ୍ତି ଯେ ତାଙ୍କ ଜେଜେମାଆ ଜାମନଗରରେ ଜନ୍ମ ହୋଇଥିଲେ । ଏହା ବ୍ୟତୀତ ତାଙ୍କ ଜେଜେବାପା ଧୀର ଭାଇ ଅମ୍ବାନି ଏବଂ ତାଙ୍କ ପିତା ମୁକେଶ ଅମ୍ବାନି ମଧ୍ୟ ଏହି ସ୍ଥାନରୁ ବ୍ୟବସାୟ ଆରମ୍ଭ କରିଥିଲେ। ସେ ଜାମନଗରରେ ବଡ ହୋଇଥିଲେ । ଏଭଳି ପରିସ୍ଥିତିରେ ତାଙ୍କର ଏହି ସ୍ଥାନ ପ୍ରତି ଏକ ବିଶେଷ ସଂଯୋଗ ରହିଛି । ଏଠାରେ ତାଙ୍କ ବିବାହ କାର୍ଯ୍ୟ ହେବା ତାଙ୍କ ପାଇଁ ସୌଭାଗ୍ୟ କଥା ବୋଲି ସେ କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.