ETV Bharat / bharat

କେଜ୍ରିଓ୍ୱାଲଙ୍କ ଗିରଫଦାରୀ ବିରୋଧରେ ଗୋଟିଏ ଦିନ ସାମୁହିକ ଉପବାସ ରହିବାକୁ ଆପ୍‌ର ଅପିଲ - Arvind Kejriwal arrest - ARVIND KEJRIWAL ARREST

Arvind Kejriwal arrest issue: କେଜ୍ରିଓ୍ୱାଲଙ୍କ ଗିରଫ ବିରୋଧରେ ଏପ୍ରିଲ 7ରେ ସାମୂହିକ ଉପବାସ ରହିବାକୁ ଆପର ଅପିଲ । ଅଧିକ ପଢନ୍ତୁ ।

Arvind Kejriwa
Arvind Kejriwa
author img

By ETV Bharat Odisha Team

Published : Apr 3, 2024, 3:44 PM IST

ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ଗିରଫଦାରୀ ବିରୋଧରେ ଆମ ଆଦମୀ ପାର୍ଟିି ବିକ୍ଷୋଭ ପ୍ରଦର୍ଶନ ଜାରି ରଖିଛି । କେଜ୍ରିଓ୍ୱାଲଙ୍କ ବିରୋଧରେ କୌଣସି ପ୍ରମାଣ ନଥିଲେ ମଧ୍ୟ ତାଙ୍କୁ ଗିରଫ କରାଯାଇଥିବା ଅଭିଯୋଗ ଆଣିଛନ୍ତି ଆପ ବରିଷ୍ଠ ନେତା ଗୋପାଳ ରାୟ । ଆଉମଧ୍ୟ କେଜ୍ରିଓ୍ୱାଲଙ୍କୁ ଆଶୀର୍ବାଦ ଅଭିଯାନର ଦ୍ୱିତୀୟ ପର୍ଯ୍ୟାୟ ଲଞ୍ଚ କରିବା ସହ ଏପ୍ରିଲ 7 ତାରିଖରେ ସାରା ଦେଶବାସୀଙ୍କୁ ସାମୂହିକ ଉପବାସ ରହିବାକୁ ଅପିଲ କରିଛନ୍ତି ଆପ ନେତା ।

ଏହାମଧ୍ୟ ପଢନ୍ତୁ.. କେଜ୍ରିଓ୍ବାଲଙ୍କ ଆବେଦନରେ କୋର୍ଟରେ EDର ସତ୍ୟପାଠ:‘ 9ଟି ସମନକୁ ଉଦ୍ଦେଶ୍ୟମୂଳକ ଭାବେ ଏଡାଇଥିଲେ କେଜ୍ରିଓ୍ବାଲ’ - ED Files Reply In Delhi HC

ଏପ୍ରିଲ 7 ତାରିଖରେ ଦେଶବ୍ୟାପୀ ସାମୂହିକ ଉପବାସ ରହିବାକୁ ନେଇ ଆହ୍ୱାନ ଦେଲା ଆପ ।କେଜ୍ରିଓ୍ୱାଲଙ୍କୁ ଆଶୀର୍ବାଦ ଅଭିଯାନର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ କରିବା ସହ ଯେଉଁମାନେ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ସମର୍ଥନ କରୁଛନ୍ତି ସେମାନଙ୍କୁ ଗୋଟିଏ ଉପବାସ ରହିବାକୁ ଅପିଲ କରିଛି ଆପ । ଏନେଇ ବୁଧବାର ଦିନ ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି ଆପ ବରିଷ୍ଠ ନେତା ଗୋପାଳ ରାୟ । ସେ କହିଛନ୍ତି," ଦିଲ୍ଲୀର ଜନ୍ତରମନ୍ତରରେ ଏହି ସାମୁହିକ ଉପବାସ କରାଯିବ । ଏଥିରେ ଆମ ଆଦମୀ ପାର୍ଟିର ନେତା, ମନ୍ତ୍ରୀ , ବିଧାୟକ, ସାଂସଦ ସମସ୍ତେ ସାମିଲ ହେବେ । ଏଥିସହ ମହିଳା, ଛାତ୍ର ଓ ଯୁବ ସଂଗଠନର ସଦସ୍ୟ ମଧ୍ୟ ଯୋଗ ଦେବେ ।

ଏହାମଧ୍ୟ ପଢନ୍ତୁ.. ଜେଲରେ କେଜ୍ରିଓ୍ବାଲଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ଆପ୍ ଚିନ୍ତିତ, ଦୁଇ ସପ୍ତାହରେ କମିଲେଣି ସାଢ଼େ 4 କେଜି ଓଜନ - ARVIND KEJRIWAL ARREST

ଆପ ସାଂସଦ ସଞ୍ଜୟ ସିଂହଙ୍କୁ ସୁପ୍ରିମକୋର୍ଟରୁ ଜାମିନ ମିଳିବା ପ୍ରସଙ୍ଗରେ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ଗୋପାଳ ରାୟ । ସେ କହିଛନ୍ତି, "ଏଥିରୁ ଗୋଟିଏ କଥା ସ୍ପଷ୍ଟ ହେଉଛି ଯେ ବିନା କିଛି ପ୍ରମାଣରେ ଆମ ନେତାଙ୍କୁ ଗିରଫ କରାଯାଇଛି । କାଲି ସୁପ୍ରିମକୋର୍ଟରେ ଏହି ସତ୍ୟ ସାମ୍ନାକୁ ଆସିଛି । ବିଜେପିର ଷଡଯନ୍ତ୍ରର ଏହା ପରାଜୟ ଅଟେ ।"

ସୂଚନାଯୋଗ୍ୟ, ଗତମାସ (ମାର୍ଚ୍ଚ) 21 ତାରିଖରେ ମଦ ଦୁର୍ନୀତି ମାମଲାରେ କେଜ୍ରିଓ୍ବାଲଙ୍କୁ ଗିରଫ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଏହାପରେ ଏବେ ତିହାର ଜେଲରେ ଅଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ । ତାଙ୍କୁ ଦୁଇଟି ପର୍ଯ୍ୟାୟରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ରିମାଣ୍ଡରେ ନେଇ ଜେରା ମଧ୍ୟ କରିସାରିଛି । ତେବେ ତିହାର ଜେଲରେ ଦିଲ୍ଲୀ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ମଧ୍ୟ ଅଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.