ETV Bharat / bharat

ହତ୍ୟା ଅଭିଯୋଗରେ ଦୁବାଇ ଜେଲରେ 18 ବର୍ଷ, ସ୍ବଦେଶ ଫେରିଲେ 5 ଭାରତୀୟ

author img

By ETV Bharat Odisha Team

Published : Feb 21, 2024, 9:54 PM IST

5 Telangana Men Reunite With Families After 18 Years In Dubai Jail: ହତ୍ୟା ଅଭିଯୋଗରେ ଦୁବାଇ ଜେଲରେ 18 ବର୍ଷ । ସ୍ବଦେଶ ଫେରିଲେ ତେଲେଙ୍ଗାନାର 5 ବାସିନ୍ଦା । ଅଧିକ ପଢନ୍ତୁ

18 ବର୍ଷ ଦୁବାଇ ଜେଲରୁ ଫେରିଲେ 5 ଭାରତୀୟ
18 ବର୍ଷ ଦୁବାଇ ଜେଲରୁ ଫେରିଲେ 5 ଭାରତୀୟ

ହାଇଦ୍ରାବାଦ: ଜଣେ ବିଦେଶୀ ନାଗରିକଙ୍କୁ ହତ୍ୟା କରିଥିବା ଅଭିଯୋଗରେ ଦୁବାଇ ଜେଲରେ 18 ବର୍ଷ ସଜ୍ଜା କାଟିବା ପରେ ସ୍ବଦେଶ ଫେରିଛନ୍ତି 5 ଭାରତୀୟ ନାଗରିକ । ଏମାନେ ସମସ୍ତେ ତେଲେଙ୍ଗାନାର ବାସିନ୍ଦା । ସେମାନେ ଜେଲରୁ ମୁକ୍ତ ହେବା ପରେ ଆଜି ତେଲେଙ୍ଗାନାରେ ପହଞ୍ଚିଛନ୍ତି । ପରିବାର ସଦସ୍ୟ ସେମାନଙ୍କୁ ବିମାନ ବନ୍ଦରରେ ସ୍ବାଗତ କରିଛନ୍ତି । ବିମାନ ବନ୍ଦରରେ ଭାବପ୍ରବଣ ଦୃଶ୍ୟ ଦେଖିବାକୁ ମିଳିଛି ।

ସୂଚନା ଅନୁସାରେ ତେଲେଙ୍ଗାନାର ଏହି 5 ଯୁବକ 2005 ମସିହାରେ କାମ କରିବାକୁ ଦୁବାଇ ଯାଇଥିଲେ । ସେମାନେ ହେଲେ ଶିବରାଥ୍ରୀ ମଲେଶ, ଶିବରାଥ୍ରୀ ରବି, ଗୋଲେମ ନାମପାଲୀ, ଡୁଣ୍ଡୁଗୁଲା ଲକ୍ଷ୍ମଣ ଓ ଶିବରାଥ୍ରୀ ହାନମନ୍ତୁ । ସମସ୍ତେ ତେଲେଙ୍ଗାନାର ରାଜନ୍ନା ସର୍କିଲା ଜିଲ୍ଲାର ବାସିନ୍ଦା । ସେଠାରେ ସେ କୌଣସି ଏକ କମ୍ପାନୀରେ କାମ କରୁଥିବା ବେଳେ ଏକ ହତ୍ୟାକାଣ୍ଡରେ ଗିରଫ ହୋଇଥିଲେ । ସେଠାରେ ଓ୍ବାଚମ୍ୟାନ ଭାବେ କାମ କରୁଥିବା ଜଣେ ନେପାଳୀ ନାଗରିକଙ୍କୁ ଏମାନେ ସଂଘବଦ୍ଧ ଆକ୍ରମଣ କରି ହତ୍ୟା କରିଥିବା ଅଭିଯୋଗରେ ଦୁବାଇ ପୋଲିସ ଏମାନଙ୍କୁ ଗିରଫ କରିଥିଲା । ସମସ୍ତଙ୍କୁ ହତ୍ୟା ମାମଲାରେ ସ୍ଥାନୀୟ ଏକ କୋର୍ଟ ଦୋଷୀ ସାବ୍ୟସ୍ତ କରିବା ସହ ପ୍ରତ୍ୟେକଙ୍କୁ 25 ବର୍ଷ ଲେଖାଏଁ ଜେଲ ଦଣ୍ଡରେ ଦଣ୍ଡିତ କରିଥିଲେ । ହେଲେ ଚଳିତ ବର୍ଷ 18 ବର୍ଷ ସଜ୍ଜା କାଟିବା ପରେ ସେମାନଙ୍କୁ ଜେଲରୁ ମୁକ୍ତ କରାଯାଇଥିଲା । ଆଜି ସେମାନେ ସ୍ବଦେଶକୁ ଫେରିବା ସହ 18 ବର୍ଷ ପରେ ନିଜ ପରିବାର ସଦସ୍ୟଙ୍କୁ ଭେଟିଛନ୍ତି ।

ଏହା ମଧ୍ୟ ପଢନ୍ତୁ :- ପୋଲିସ ଗୁଳିରେ ଜଣେ କୃଷକଙ୍କ ମୃତ୍ୟୁ ଅଭିଯୋଗ, ‘ଦିଲ୍ଲୀ ଚାଲୋ’ ଯାତ୍ରା 2ଦିନ ସ୍ଥଗିତ

ତେବେ ଏହି ସଫଳତା ପାଇଁ ତେଲେଙ୍ଗାନାର ପୂର୍ବତନ ଶାସକ ଦଳ ‘ଭାରତ ରାଷ୍ଟ୍ର ସମିତି’ (ବିଆରଏସ) ନିଜ ଦଳୀୟ ନେତା ତଥା ପୂର୍ବତନ ମନ୍ତ୍ରୀ କେଟିଆରଙ୍କୁ ଶ୍ରେୟ ଦେଇଛି । ରାଜ୍ୟରେ ବିଆରଏସ ଶାସନରେ ଥିବା ଏମାନଙ୍କୁ ବିଦେଶୀ ଜେଲରୁ ମୁକ୍ତ କରିବା ପାଇଁ ତତ୍କାଳୀନ ମନ୍ତ୍ରୀ କେଟିଆର ପ୍ରୟାସ କରିଥିଲେ । ଏପରିକି ସେ କୂଟନୈତିକ ପ୍ରୟାସ ଆରମ୍ଭ କରିବା 2011 ମସିହାରେ ନେପାଳ ଯାଇ ହତ୍ୟାର ଶିକାର ହୋଇଥିବା ବ୍ୟକ୍ତିଙ୍କ ପରିବାର ସଦସ୍ୟଙ୍କୁ ଭେଟିଥିଲେ । ସେତେବେଳେ ମୃତକଙ୍କ ପରିବାର ସଦସ୍ୟଙ୍କୁ 15 ଲକ୍ଷର ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରିଥିବା । ସେଥିପାଇଁ ଆଜି ଏହି 5 ଜଣଙ୍କୁ ସ୍ବଦେଶ ପ୍ରତ୍ୟାବର୍ତ୍ତନ ସମ୍ଭବ ହୋଇପାରିଛି ବୋଲି ବିଆରଏସ କହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.