ଓଡିଶା

odisha

ହଇଜା ଆତଙ୍କ, 3ଜିଲ୍ଲାକୁ ବିପଦ ଥିବା ନେଇ ସତର୍କ କଲେ RMRC ଟିମ୍

By

Published : Jul 19, 2022, 1:32 PM IST

କୋରାପୁଟ, ରାୟଗଡା ଏବଂ କଳାହାଣ୍ଡି ଜିଲ୍ଲାକୁ ହାଇଜା ବ୍ୟାପିବା ସମ୍ଭାବନା ଥିବା ସୂଚନା ଦେଲା RMRC ଟିମ । ଅଧିକ ପଢନ୍ତୁ

ହଇଜା ଆତଙ୍କ,  ୩ଜିଲ୍ଲାକୁ ବିପଦ ଥିବା ନେଇ ସତର୍କ କଲେ RMRC ଟିମ୍
ହଇଜା ଆତଙ୍କ, ୩ଜିଲ୍ଲାକୁ ବିପଦ ଥିବା ନେଇ ସତର୍କ କଲେ RMRC ଟିମ୍

ରାୟଗଡା:ଥମିବାରେ ନା ନେଉନି ରାୟଗଡା ଜିଲ୍ଲା କାଶିପୁର ବ୍ଲକରେ ହଇଜା ରୋଗୀଙ୍କ ସଂଖ୍ୟା । ମୃତ୍ୟୁ ସଂଖ୍ୟା 8ରେ ପହଞ୍ଚିଥିବାବେଳେ, ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଗତ ଦୁଇ ଦିନ ମଧ୍ୟରେ 100ରୁ ଉର୍ଦ୍ଧ୍ବ ରୋଗୀ କାଶୀପୁର ଗୋଷ୍ଠୀ କେନ୍ଦ୍ର, ଟିକିରି ପ୍ରାଥମିକ ଗୋଷ୍ଠୀ କେନ୍ଦ୍ର, ଡଙ୍ଗାସିଲ ସ୍ୱାସ୍ଥ୍ୟ କେନ୍ଦ୍ର, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଓ ଆଦିତ୍ୟ ବିର୍ଲା ମେଡିକାଲରେ ଚିକିତ୍ସିତ ହେଉଛନ୍ତି ।

ହଇଜା ଆତଙ୍କ, ୩ଜିଲ୍ଲାକୁ ବିପଦ ଥିବା ନେଇ ସତର୍କ କଲେ RMRC ଟିମ୍

ବର୍ତ୍ତମାନ ସ୍ଥିତିରେ ଝାଡା ବାନ୍ତି ସଂକ୍ରମଣ କେବଳ କାଶୀପୁର ନୁହଁ ସୀମାନ୍ତକୁ ଲାଗି ରହିଥିବା କଳାହାଣ୍ଡି ଏବଂ କୋରାପୁଟ ପ୍ରତି ବିପଦ ସଙ୍କେତ ଦେଇଛନ୍ତି ରିଜିଓନାଲ ମେଡିକାଲ ରିସର୍ଚ୍ଚସେଣ୍ଟର (RMRC) ଟିମ ଲିଡର ଡା.ବିଭୁତି ଭୂଷଣ ପାଲ । ଇଟିଭି ଭାରତକୁ ସ୍ଵତନ୍ତ୍ର ସାକ୍ଷାତକାରରେ ଏପରି ମତ ରଖିଛନ୍ତି ସେ ।

ଡାକ୍ତର ପାଲଙ୍କ କହିବା କଥା ପୁର୍ବରୁ ମଧ୍ୟ ରାୟଗଡା, କଳାହାଣ୍ଡି ଏବଂ କୋରାପୁଟ ଜିଲ୍ଲାରେ ହଇଜା ବ୍ୟାପିଥିଲା । ବର୍ତ୍ତମାନ ପୁଣି ଠାରେ କଲେରା ଜୀବାଣୁ ଚିହ୍ନଟ ପରେ ଯଦି ବର୍ଷା ଲାଗି ରହେ ତେବେ ରାୟଗଡା, କଳାହାଣ୍ଡି ଏବଂ କୋରାପୁଟ ଜିଲ୍ଲା ପ୍ରତି ବିପଦ ସୃଷ୍ଟି କରିବ । ବିଶେଷ କରି କୋରାପୁଟ ଜିଲ୍ଲାର ଦଶମନ୍ତପୁର, ଲକ୍ଷ୍ମୀପୁର, ରାୟଗଡା ଜିଲ୍ଲାର କାଶୀପୁର, କଲ୍ୟାଣସିଂପୁର, କୋରାନରା, ବିଷମକଟକ ଏବଂ କଳାହାଣ୍ଡି ଜିଲ୍ଲାର ଥୁଆମୂଳରାମପୁର ଆଞ୍ଚଳ ପ୍ରତି ବିପଦ ଥିବା ଡାକ୍ତର ପାଲ୍‌ କହିଛନ୍ତି ।

ABOUT THE AUTHOR

...view details