ETV Bharat / state

ମନ୍ଦିର ପାଖରେ ବୃଦ୍ଧଙ୍କୁ ହାଣିଲେ ଦୁର୍ବୃତ୍ତ, ଭୁବନେଶ୍ବରରେ ନୂଆ ଆଇନରେ ହେଲା ପ୍ରଥମ FIR - 1ST CASE UNDER NEW CRIMINAL LAWS

author img

By ETV Bharat Odisha Team

Published : Jul 1, 2024, 9:03 PM IST

First case in Bhubaneswar under new penal code: ନୂଆ ଆଇନରେ ଭୁବନେଶ୍ବରରେ ପ୍ରଥମ କେସ ରେଜିଷ୍ଟର ହୋଇଛି ଲକ୍ଷ୍ମୀସାଗର ଥାନାରେ । ଜଣେ ବୃଦ୍ଧ ବୟସ୍କ ଲୋକଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ କରାଯାଇଥିବା ନେଇ ୩୭୦/୨୪ କେସ ଆଧାରରେ ତଦନ୍ତ ଆରମ୍ଭ କରିଛି ପୋଲିସ । ଅଧିକ ପଢ଼ନ୍ତୁ

1T CASE UNDER NEW CRIMINAL LAWS
1T CASE UNDER NEW CRIMINAL LAWS (ETV Bharat Odisha)

ଭୁବନେଶ୍ବର: ସାରା ଦେଶରେ ଲାଗୁ ହୋଇଛି ନୂଆ ଅପରାଧୀ ଆଇନ । ଆଜିଠୁ ନୂତନ ୩ଟି ଆଇନ ଭାରତୀୟ ନ୍ୟାୟ ସଂହିତା BNS, ଭାରତୀୟ ନାଗରିକ ସୁରକ୍ଷା ସଂହିତା BNSS, ଭାରତୀୟ ସାକ୍ଷ୍ୟ ଅଧିନିୟମ ଦେଶର ସମସ୍ତ ଥାନାରେ ଲାଗୁ କରାଯାଇଛି । ଏହି ଅନୁଯାୟୀ ସାଧାରଣ ଲୋକଙ୍କୁ ନ୍ୟାୟ ଦିଆଯିବ । ତେବେ ନୂଆ ଆଇନରେ ଭୁବନେଶ୍ବରରେ ପ୍ରଥମ କେସ ରେଜିଷ୍ଟର ହୋଇଛି ଲକ୍ଷ୍ମୀସାଗର ଥାନାରେ । ଯେଉଁଠି ଜଣେ ବୃଦ୍ଧ ବୟସ୍କ ଲୋକଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ କରାଯାଇଛି । ଏନେଇ ପ୍ରଥମେ ୩୭୦/୨୪ କେସ ଆଧାରରେ ତଦନ୍ତ ଆରମ୍ଭ କରିଛି ପୋଲିସ ।

ଭୁବନେଶ୍ବର ଡିସିପିଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ନୂଆ ଆଇନ ଆଧାରରେ ପ୍ରଥମ କେସ ରେଜିଷ୍ଟର କରାଯାଇଛି । ଜଣେ ବୃଦ୍ଧଙ୍କୁ ବିଚ୍‌ ରାସ୍ତାରେ ଅଟକାଇ ଧାରୁଆ ଅସ୍ତ୍ରରେ ହାଣି ଲହୁଲୁହାଣ କରିଥିବା ଅଭିଯୋଗରେ ଏହି କେସ ରେଜିଷ୍ଟର ହୋଇଛି । ବୃଦ୍ଧଙ୍କୁ ନ୍ୟାୟ ଦେବାକୁ ପୋଲିସ ୩୭୦/୨୪ରେ କେସ ରୁଜୁ କରି ଏବେ ଭାରତୀୟ ନ୍ୟାୟ ସଂହିତା ତୁରନ୍ତ FIR ରେଜିଷ୍ଟର କରି ଅଭିଯୋଗକାରୀଙ୍କୁ ହସ୍ତାନ୍ତର‌ କରାଯାଇଛି । BNS ୧୨୬(୨) ବୃଦ୍ଧଙ୍କ ପଥ ଅବରୋଧ କରିବା ଅଟକାଇବା, BNS ୧୧୫(୨) ବିଚ ରାସ୍ତା ଉପରେ ଆଘାତ, BNS ୧୦୯ ମରଣାନ୍ତକ ଭାବେ ଆକ୍ରମଣ କରି ରକ୍ତାକ୍ତ କରିବା, BNS ୧୧୮(୧) ଧାରୁଆ ଅସ୍ତ୍ରରେ ଆକ୍ରମଣ, BNS ୩(୫) ମିଳିମିଶି ଆକ୍ରମଣ କରିବା ଭଳି ଏକାଧିକ ଧାରା ସାମିଲ ହେବା ସହ ମାମଲା ରୁଜୁ ହୋଇଛି । ନୂଆକରି ଆଜି ଲାଗୁ ହୋଇଥିବା ଆଇନ ଅନୁଯାୟୀ ଭୁବନେଶ୍ବର ଏହା ପ୍ରଥମ କେସ ରେଜିଷ୍ଟର ହୋଇଛି ।

ତେବେ ସୂଚନା ମୁତାବକ, ଗତ ୨୯ ତାରିଖରେ ଲକ୍ଷ୍ମିସାଗର ଥାନା ଚିନ୍ତାମଣିଶ୍ବର ମନ୍ଦିର‌ପାଖରେ ଗୌରାଙ୍ଗ ଚରଣ ଦାସ ନାମକ ବ୍ୟକ୍ତି ଯାଉଥିବା ବେଳେ ହଠାତ୍ ରାସ୍ତାରେ ତିନି ଜଣ ଦୁର୍ବୃତ୍ତ ଦୁଇଟି ବାଇକରେ ଆସି ତାଙ୍କୁ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ । ଦୁର୍ବୃତ୍ତମାନେ ପୂର୍ବ ଶତୃତା ନେଇ ଆକ୍ରମଣ କରିବା ସହ ବୃଦ୍ଧଙ୍କୁ ଲହୁଲୁହାଣ କରିଥିଲେ । ଏନେଇ ବୃଦ୍ଧଙ୍କ ପୁଅ ରୁଦ୍ର ପ୍ରତାପ ଦାସ ଲକ୍ଷ୍ମିସାଗର ଥାନାରେ ଅଭିଯୋଗ କରିଥିଲେ । ତେବେ ଭାରତୀୟ ନ୍ୟାୟ ସଂହିତା ଆଇନ ଅନୁସାରେ କେସ ରୁଜୁ କରାଯାଇଥିଲା । ତେବେ ତଦନ୍ତ ତ୍ବରାନ୍ବିତ କରିବାକୁ ନୂଆ ଆଇନ ଲାଗୁ ହେବା ପର୍ଯ୍ୟନ୍ତ ଅପେକ୍ଷା କରାଯାଇଥିଲା । ପୂର୍ବ ବ୍ୟବସ୍ଥାରେ ପରିବର୍ତ୍ତନ ହୋଇ ଲୋକଙ୍କୁ ନ୍ୟାୟ ଭିତ୍ତିରେ ସେବା ଯୋଗାଇବାକୁ ନୂଆ ଆଇନରେ ଗୁରୁତ୍ବ ଦିଆଯାଉଛି ‌। ଦଣ୍ଡ ନୁହେଁ, ବରଂ ନ୍ୟାୟକୁ ଗୁରୁତ୍ବ ଦିଆଯାଉଛି । ବୟସ୍କ, ମହିଳା ଓ ଶିଶୁଙ୍କ କ୍ଷେତ୍ରରେ ହୋଇଥିବା ଅପରାଧକୁ ବିଶେଷ ଭାବେ ପ୍ରାଧାନ୍ୟ ଦିଆଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ...ଦେଶରେ ଲାଗୁ ହେଲା ତିନି ନୂଆ ଅପରାଧିକ ଆଇନ୍‌, ଭାରତୀୟ ନ୍ୟାୟ ସଂହିତାରେ ଦିଲ୍ଲୀରେ ପ୍ରଥମ FIR - New criminal laws

ସେପଟେ ପୋଲିସ କମିଶନର କହିଛନ୍ତି, "ନୂଆ ଆଇନ ନେଇ ଆମର ସମସ୍ତ ପୋଲିସ ଅଧିକାରୀଙ୍କୁ ତାଲିମ ଦିଆଯାଇଛି । ଏନେଇ ସଫ୍ଟୱେୟାର ଅପଡେଟ୍‌ ବା କେସ୍‌ର ଡାଟାବେସ୍‌କୁ ଅପଡେଟ୍‌ ପାଇଁ ମଧ୍ୟ ବ୍ୟବସ୍ଥା ହୋଇଛି ଷ୍ଟେଟ୍‌ କ୍ରାଇମ୍‌ ରେକର୍ଡ ବ୍ୟୁରୋ ଦ୍ବାରା । କେବଳ ଯେ ଆଇନରେ ପରିବର୍ତ୍ତନ ହୋଇଛି ତାହା ନୁହେଁ, ଯେହେତୁ ଏସ୍‌ଓପି ଆସିଛି ତିନୋଟି ଯାକ ଆଇନ ନେଇ ଅଧିକ ସଚେତନତା ଅଫିସରଙ୍କ ମଧ୍ୟରେ ହୋଇପାରିବ । ଅଫିସରମାନେ କିପରି ଠିକରେ ଆଇନକୁ ବୁଝି ଏତଲା କରିପାରିବେ ଓ ତଦନ୍ତ କରିପାରିବେ ଏବଂ ନ୍ୟାୟ ଦେବାରେ ସକ୍ଷମ ହେବେ ସେନେଇ ପ୍ରାଧାନ୍ୟ ଦିଆଯାଇଛି ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.