ETV Bharat / state

ଭଗବାନଙ୍କୁ ବି ଛାଡିଲେନି, ମା' କନକ ଦୁର୍ଗା ମନ୍ଦିରରେ କଳାକନା ବୁଲାଇଲେ ଦୁର୍ବୃତ୍ତ - Stolen From Maa Kanak Durga Temple

author img

By ETV Bharat Odisha Team

Published : Jul 1, 2024, 8:59 PM IST

Theft From Maa Kanak Durga Temple: ଜଗତସିଂହପୁର ମା'କନକ ଦୁର୍ଗାଙ୍କ ମନ୍ଦିରରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ । ପୋଲିସର ତନାଭନା ଜାରି । ଅଧିକ ପଢ଼ନ୍ତୁ

Maa Kanak Durga Temple
Maa Kanak Durga Temple (ETV Bharat Odisha)

ଜଗତସିଂହପୁର: ଠାକୁରଙ୍କୁ ବି ଛାଡ଼ିଲେନି ଦୁର୍ବୃତ୍ତ । ମନ୍ଦିରରେ ପଶି କଳାକନା ବୁଲାଇଲେ ଚୋର । ଜଗତସିଂହପୁର ଜିଲ୍ଲାର ଅନ୍ୟତମ ଶକ୍ତିପୀଠ ମା' କନକ ଦୁର୍ଗାଙ୍କ ମନ୍ଦିରରେ ପଶି ମା'ଙ୍କ ଆଖି ଚିତା ମୁକୁଟ ସହିତ ଲକ୍ଷାଧିକ ଟଙ୍କାର ଅଳଙ୍କାର ଲୁଟି ନେଉଛନ୍ତି ଲୁଟେରା । ଯାହାକୁ ନେଇ ଭକ୍ତଙ୍କ ମହଲରେ ଅସନ୍ତୋଷ ଦେଖା ଦେଇଥିବା ବେଳେ ସହିତ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶପାଇଛି । ଘଟଣା ସ୍ଥଳରେ ପୋଲିସ ସାଇଣ୍ଟଫିକ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଆଜି ଦିନ 2ଟା ସୁଦ୍ଧା ନୀତିକାନ୍ତି ସମ୍ପୂର୍ଣ୍ଣ ବନ୍ଦ ରହିଥିଲା ।

ସୂଚନା ଅନୁସାରେ, ଗତକାଲି (ରବିବାର) ଦିନ ଜଗତସିଂହପୁର ଉପକଣ୍ଠ ବଳରାମ ପୁର ଅଞ୍ଚଳରେ ଥିବା ପ୍ରସିଦ୍ଧ ଶକ୍ତିପୀଠ ମା' କନକ ଦୁର୍ଗାଙ୍କ ମନ୍ଦିରରେ ପୂଜକ ପୂଜାର୍ଚ୍ଚନା କରିଥିଲେ । ରାତି ପ୍ରାୟ ସାଢ଼େ 10ଟା ପରେ ମା'ଙ୍କ ସମସ୍ତ ନୀତିକାନ୍ତି ସମାପନ ହୋଇଥିଲା । ପାଳିଆ ସେବାୟତ ମା'ଙ୍କ ପହୁଡ଼ କରିବା ପରେ ମନ୍ଦିର ତାଲା ପକାଇ ଘରକୁ ଚାଲି ଯାଇଥିଲେ । ଆଜି ଭୋର 6ଟାରେ ଆସି ମନ୍ଦିରର ପହୁଡ଼ ଖୋଲିବା ବୋଳକୁ ମା'ଙ୍କ ସୁନା ଚିତା, ଚକ୍ଷୁ, 2ଟି ମୁକୁଟ ସହ ଲକ୍ଷାଧିକ ଟଙ୍କାର ଅଳଙ୍କାର ଓ ଦାନବକ୍ସ ଲୁଟ ହୋଇଥିବା ଦେଖିବାକୁ ପାଇଥିଲେ । ଏହି ଘଟଣା ପୂଜକ ପ୍ରଥମେ ମନ୍ଦିର ପରିଚାଳନା କମିଟିକୁ ଜଣାଇଥିଲେ । ମନ୍ଦିର ପରିଚାଳନା କମିଟି ଜଗତସିଂହପୁର ଥାନାକୁ ଖବର ଦେବ ମାତ୍ରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସନ୍ଧାନୀ କୁକୁର ସହାୟତାରେ ତଦନ୍ତ ଆରମ୍ଭ କରିଛି । ତେବେ ପ୍ରକୃତରେ କେତେ ଅଳଙ୍କାର ଥିଲା ଓ କେତେ ଚୋରି ହୋଇଛି ସେ ସମ୍ପର୍କରେ ପୋଲିସ ପରିଚାଳନା କମିଟି ସହ ଆଲୋଚନା କରିଛି ।

ଏହା ମଧ୍ୟ ପଢ଼ନ୍ତୁ...ବାଲେଶ୍ୱର ପୋଲିସକୁ ସଫଳତା, 25 ମନ୍ଦିରରୁ ଚୋରି ସାମଗ୍ରୀ ଉଦ୍ଧାର ସହ 7 ଗିରଫ - Temple Loot

ସୂଚନାଯୋଗ୍ୟ ଯେ, ଜଗତସିଂହପୁର ଉପକଣ୍ଠ ବଳରାମ ପୁର ସ୍ଥିତ ମା'ଙ୍କ କନକ ଦୁର୍ଗା ମନ୍ଦିର ଜିଲ୍ଲାର ଅତି ପ୍ରାଚୀନ ଓ ଅନ୍ୟତମ ଶକ୍ତିପୀଠ । ଏହି ମନ୍ଦିରକୁ ପ୍ରତ୍ୟେକ ଦିନ ଶହଶହ ଭକ୍ତ ମା'ଙ୍କ ଦର୍ଶନ କରିବାକୁ ଆସିଥାନ୍ତି । ଏହି ପୀଠରେ ବାରୁଣୀ ସ୍ନାନ ଦିନ ଶ୍ରଦ୍ଧାଳୁ କୁକୁଡ଼ା ଉଡାଇବା ସହିତ ମନ୍ଦିର ପରିସର ପହଁରି ଥାନ୍ତି । ବିଶ୍ୱାସ ରହିଥାଏ ଯେ, ଯେଉଁ ବ୍ୟକ୍ତି ସନ୍ତାନ ସନ୍ତନ୍ତି ଆଶାରେ କୁକୁଡ଼ା ଉଡାଇବା ଓ ପିଲା ଜନ୍ମଗ୍ରହଣ କଲାପରେ ମନ୍ଦିର ବେଢା ଓଳାଇବାର ମାନସିକ କରିଥାଏ । ତାହା ପୂରଣ ହୋଇଥାଏ ବୋଲି ବିଶ୍ୱାସ ରହିଛି । ଏହି ବିଶ୍ୱାସକୁ ନେଇ ଏହି ପୀଠକୁ ପ୍ରତ୍ୟେକ ଦିନ ଭକ୍ତଙ୍କ ଗହଳି ଲାଗିଥାଏ । ଆଜି ସେହି ମନ୍ଦିରରେ ଚୋର କଳା କନା ବୁଲାଇବା ସହିତ ସୁନା ଓ ରୁପା ଅଳଙ୍କାର ଲୁଟି ନେଇଥିବା ଅଭିଯୋଗ ହୋଇଛି ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.