ETV Bharat / state

ସରକାର ଓ ଜନତାଙ୍କ ମଧ୍ୟରେ ଲୌହ ପାଚେରୀ ଥିଲା, ଆଜି ପାଚେରୀ ଭାଙ୍ଗି ଦିଆଗଲା:ମୁଖ୍ୟମନ୍ତ୍ରୀ - CM REACTION ON GRIEVANCE

author img

By ETV Bharat Odisha Team

Published : Jul 1, 2024, 10:05 PM IST

CM REACTION ON GRIEVANCE:ସାଧାରଣ ଜନତାଙ୍କ ସମସ୍ୟାକୁ ଶୁଣିଲେ ମୁଖ୍ୟମନ୍ତ୍ରୀ । କହିଲେ ଲୋକମାନଙ୍କର ସମସ୍ୟା ଶୁଣିବା ଓ ସମାଧାନ କରିବା ରାଜ୍ୟ ସରକାରଙ୍କ କର୍ତ୍ତବ୍ୟ । ଅଧିକ ପଢନ୍ତୁ

CM REACTION ON GRIEVANCE
CM REACTION ON GRIEVANCE (ETV Bharat Odisha)

ଭୁବନେଶ୍ବର: ଲୋକଙ୍କ ଅଭିଯୋଗ ଶୁଣିଛନ୍ତି ମୁଖ୍ୟମନ୍ତ୍ରୀ । ଆଜିଠୁ ଆରମ୍ଭ ହୋଇଛି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣିି କାର୍ଯ୍ୟକ୍ରମ । ସାଧାରଣ ଲୋକଙ୍କ ପାଇଁ ଖୋଲିଛି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ । ଅଭିଯୋଗ ଶୁଣାଣି ପରେ ମୁଖ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା । ଲୋକମାନଙ୍କର ସମସ୍ୟା ଶୁଣିବା ସମାଧାନ କରିବା ରାଜ୍ୟ ସରକାରଙ୍କ କର୍ତ୍ତବ୍ୟ । ତୃଣମୂଳସ୍ତରରୁ ଜନଶୁଣାଣିର ବ୍ୟବସ୍ଥା ଅଛି, ସେଥିପ୍ରତି ଅଧିକ ବ୍ୟବସ୍ଥା କରାଯିବ ବୋଲି ସେ କହିଛନ୍ତି ।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ, ଲୋକମାନଙ୍କର ସମସ୍ୟା ଶୁଣିବା ସମାଧାନ କରିବା ରାଜ୍ୟ ସରକାରଙ୍କ କର୍ତ୍ତବ୍ୟ । ତୃଣମୂଳସ୍ତରରୁ ଜନଶୁଣାଣିର ବ୍ୟବସ୍ଥା ଅଛି ସେଥି ପ୍ରତି ବ୍ୟବସ୍ଥା କରାଯିବ । ବିଗତ କିଛି ବର୍ଷ ଧରି ଗତ ସରକାର ସମୟରେ ସରକାର ଓ ଜନତାଙ୍କ ମଧ୍ୟରେ ଲୌହ ପାଚେରୀ ଥିଲା । ଲୋକଙ୍କ ସମସ୍ୟା ସମାଧାନ ହୋଇପାରିନଥିଲା । ଆଜି ପାଚେରୀ ଭାଙ୍ଗି ଦିଆଗଲା । ପୁନର୍ବାର ଅଭିଯୋଗ ପ୍ରକୋଷ୍ଟ ଆରମ୍ଭ ହେଲା । ସିଧାସଳଖ ଲୋକଙ୍କ ସହ ସରକାର ଅଭିଯୋଗ ଶୁଣିବା ଆରମ୍ଭ କଲେ ।

ସେ ଆହୁରି ମଧ୍ୟ କହିଛନ୍ତ ଯେ, ଅନେକ ଲୋକେ ନ୍ୟାୟ ପାଇବାରେ ବଞ୍ଚିତ ହେଉଥିଲେ । ସାଢେ଼ ଚାରି କୋଟି ଓଡ଼ିଆ ସରକାରଙ୍କ ଉପରେ ଭରସା କରିପାରିବେ । ଯଦି ସରକାର ଅଭିଯୋଗ ନ ଶୁଣିବେ ଲୋକଙ୍କ ଭବିଷ୍ୟତ ଅନ୍ଧକାର ହେଇଯିବ । ଲୋକ ବିଭିନ୍ନ ଜାଗାକୁ ଦୌଡ଼ି ମଧ୍ୟ ସମାଧାନ ହୋଇପାରିନି । ଅଭିଯୋଗକାରୀ ବ୍ୟକ୍ତିମାନଙ୍କ ସହ କଥା ହୋଇ ଅଭିଯୋଗ ଶୁଣାଯାଇଛି, ସମାଧାନର ରାସ୍ତା ବାହାରିବ । ସାମାଜିକ ନ୍ୟାୟ ପାଇବାରେ ଅଭିଯୋଗ ପ୍ରକୋଷ୍ଠର ଗୁରୁତ୍ୱ ରହୁଛି । ସବୁ ବିଭାଗର ଅଧିକାରୀ ଓ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛି ସବୁଠି ଅଭିଯୋଗ ଶୁଣାଣି ଚାଲିଛି । ଓଡ଼ିଶାରେ ସୁସ୍ଥ ବାତାବରଣ ସୃଷ୍ଟି ହେବ । ସବୁ ସୋମବାର ଏହି କାର୍ଯ୍ୟକ୍ରମ ହେବ । ଆଶା କରିବି ଲୋକଙ୍କୁ ନିବେଦନ ଆମେ ଯେଉଁ ନୀତି ନିୟମ ଦେଉଛୁ ଜିଲ୍ଲାରେ ଭେଟନ୍ତୁ । ଜିଲ୍ଲାସ୍ତରରେ ଅଧିକ ତ୍ଵରାନ୍ବିତ ହେବା ଦରକାର । ବର୍ତ୍ତମାନ ସୁଦ୍ଧା 99% ଅଭିଯୋଗ ଆସିଛି । ତାକୁ ଆମେ କେମିତି ସମାଧାନ କରିବୁ ସେ ବିଷୟରେ ଆଲୋକପାତ କରୁଛୁ ।

ଏହା ମଧ୍ୟ ପଢନ୍ତୁ .... 16ବର୍ଷ ପରେ ଖୋଲିଲା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ, ସିଏମ ଶୁଣିଲେ ଲୋକଙ୍କ ସମସ୍ୟା - Odisha CM public grievance cell

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଆଜି 16 ବର୍ଷ ପରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଖୋଲିଛି । ଲୋକମାନେ ରାଜ୍ୟର ବହୁ ଅଞ୍ଚଳରୁ ଲୋକମାନେ ଅଭିଯୋଗ ନେଇ ଆସିଛନ୍ତି । ସମସ୍ତଙ୍କ ଅଭିଯୋଗ ଆଜି ଶୁଣାଯିବ । ପରବର୍ତ୍ତୀ ସମୟରେ ଏହି ଶୁଣାଣି ଉପରେ କିଛିଟା ପରିବର୍ତ୍ତନ କରାଯିବ । କାରଣ ଗୋଟେ ଦିନରେ ଏତେ ଅଭିଯୋଗ ଶୁଣିବା ସମ୍ଭବ ନୁହେଁ । ତେଣୁ ସବୁ ଜିଲ୍ଲାରେ ଲୋକମାନେ ଅଭିଯୋଗ କରି ପାରିବେ । ଭୁବନେଶ୍ଵର ଆସିବା ଲୋକମାନଙ୍କୁ ସମ୍ଭବ ନୁହେଁ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.