କେନ୍ଦୁଝର:ଚଳିତ ବର୍ଷ କୋରୋନା ମହାମାରୀ ପରେ କେନ୍ଦ୍ର ସରକାର ବାର୍ଷିକ ବଜେଟ ଆଗତ କରିଛନ୍ତି । ଏହି ବଜେଟ ଐତିହାସିକ ବୋଲି ରାଜ୍ୟ ବିଜେପି କହିବା ସହ ଏନେଇ ସବୁ ଜିଲ୍ଲାରେ ସାମ୍ବାଦିକ ସମ୍ମିଳନୀ କରିଛି ।
ଚଳିତ ବଜେଟରେ କେନ୍ଦ୍ର ସରକାର ଅର୍ଥନୈତିକ ଅଭିବୃଦ୍ଧି ହାର ୭.୭ ରୁ ୧୧ ପ୍ରତିଶତ କରିବାକୁ ଯୋଜନା କରିଛନ୍ତି । ସରକାର ରକ୍ଷା ଓ କୃଷି କ୍ଷେତ୍ରରେ ଅଧିକ ପ୍ରଧାନ୍ୟ ଦେଇ ଥିବାବେଳେ ଦରଦାମ ନିୟନ୍ତ୍ରଣ ନେଇ ଏହି ବଜେଟରେ ଯୋଜନା ସରକାର ଘୋଷଣା କରିଥିବା ବିଜେପି କହିଛି । ଏଥିସହ ଏହି ବଜେଟକୁ ଐତିହାସିକ ବଜେଟ ବୋଲି ମଧ୍ୟ ବିଜେପି କହିଛି । ଏନେଇ ସବୁ ଜିଲ୍ଲାରେ ବିଜେପି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ କରାଯାଇଛି ।