ଓଡିଶା

odisha

ମହୁଲପୋଚ ଖାଇ ଶୋଇପଡ଼ିଲେ ୨୪ ହାତୀ

By

Published : Nov 9, 2022, 5:24 PM IST

Updated : Nov 9, 2022, 9:23 PM IST

ମହୁଲପୋଚ ଖାଇ ଶୋଇପଡ଼ିଲେ ହାତୀପଲ । ତେବେ ଗୋଟେ କି ଦୁଇଟା ହାତୀ ନୁହେଁ ପୁରା ୨୪ଟି ହାତୀ ମହୁଲପୋଚ ଖାଇ ମାତାଲ୍‌ ହୋଇଗଲେ । ଅଧିକ ପଢ଼ନ୍ତୁ

ମହୁଲପୋଚ ଖାଇ ଶୋଇପଡ଼ିଲେ ୨୪ ହାତୀ
ମହୁଲପୋଚ ଖାଇ ଶୋଇପଡ଼ିଲେ ୨୪ ହାତୀ

କେନ୍ଦୁଝର :ମହୁଲପୋଚ ଖାଇ ଶୋଇପଡ଼ିଲେ ହାତୀପଲ । ତେବେ ଗୋଟେ କି ଦୁଇଟା ହାତୀ ନୁହେଁ ପୁରା ୨୪ଟି ହାତୀ ମହୁଲପୋଚ ଖାଇ ମାତାଲ୍‌ ହୋଇଗଲେ । ଆଉ ନିଶାଶକ୍ତ ଅବସ୍ଥାରେ ଜଙ୍ଗଲରେ ଶୋଇ ପଡ଼ିଲେ(24 intoxicated elephants sleep in cashew forest after drunk on Mahua)। ଏଭଳି ଦୃଶ୍ୟ ଦେଖିବାକୁ ମିିଳିଛି କେନ୍ଦୁଝର ବନଖଣ୍ଡ ଅନ୍ତର୍ଗତ ପାଟଣା ବନାଞ୍ଚଳ ସାହାରପଡ଼ା ବନକ୍ଷେତ୍ର ଶିଲିପଦା କାଜୁ ଜଙ୍ଗଲରେ । ୨୪ଟି ହାତୀ ନିଶାରେ କେଉଁଆଡ଼େ ଯାଇନପାରି ସକାଳୁ କାଜୁ ଜଙ୍ଗଲରେ ଶୋଇପଡ଼ିଲେ ।

ମହୁଲପୋଚ ଖାଇ ଶୋଇପଡ଼ିଲେ ୨୪ ହାତୀ

ସୂଚନାନୁସାରେ ୨୪ ଟିକିଆ ହାତୀପଲ ପାଟଣା ରେଞ୍ଜରେ ପଶି ଉପଦ୍ରବ କରୁଛନ୍ତି । ଫଳରେ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି । ଏହି ହାତୀପଲ ପାଟଣା ରେଞ୍ଜ ଶିଲିପଦା ଗ୍ରାମ ଜଙ୍ଗଲରେ ଥିବା ଲୋକେ ଦେଖିଥିଲେ । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଜଙ୍ଗଲରେ ଲୋକେ ମଦ ପ୍ରସ୍ତୁତ କରିବା ପାଇଁ ମହୁଲପୋଚ ରଖିଥିଲେ । ହାତୀପଲ ଉକ୍ତ ମହୁଲ ପୋଚକୁ ଖାଇବା ପରେ ନିଶାରେ ମାତାଲ୍‌ ହୋଇ ଦୀର୍ଘ ସମୟ ଧରି ଶୋଇପଡ଼ିଥିଲେ(24 intoxicated elephants sleep)।

ତେବେ ସକାଳୁ ଲୋକେ ଜଙ୍ଗଲ ଯାଇଥିବା ବେଳେ କାଜୁ ଜଙ୍ଗଲରେ ହାତୀ ଗୁଡ଼ିକ ଏଣେତେଣେ ଶୋଇଥିବା ଦେଖିବାକୁ ପାଇଥିଲେ(elephants sleep in cashew forest after drunk on Mahua) । ଏ ପରିକି ପୂର୍ବାହ୍ନ ୧୦ଟା ପର୍ଯ୍ୟନ୍ତ ସେମାନଙ୍କ ନିଦ ଭାଙ୍ଗି ନଥିଲା । ହାତୀର ଏଭଳି ଆଚରଣ ଦେଖି ଲୋକଙ୍କୁ କୌତୁହଳ ବି ଲାଗୁଛି । ପରେ ଲୋକମାନେ ଏକାଠି ହୋଇ ‌ହୋ'ହଲ୍ଲା କରିବାରୁ ହାତୀପଲ ସେଠାରୁ ଉଠି ଚାଲି ଯାଇଥିଲେ ।

ଏହାମଧ୍ୟ ପଢ଼ନ୍ତୁ......ହାତୀ-ମଣିଷ ଲଢ଼େଇ, ସଚେତନ ସୃଷ୍ଟି ପାଇଁ ଜଙ୍ଗଲ ବିଭାଗର ଅଭିଯାନ

ତେବେ ଲୋକଙ୍କ ଏହି ଅଭିଯୋଗକୁ ରେଞ୍ଜର ଅସ୍ବୀକାର କରିଥିବା ଜଣାପଡିଛି । ହାତୀ ଗୁଡ଼ିକ କାଜୁ ଜଙ୍ଗଲରେ ବିଶ୍ରାମ ନେଇଥିଲେ ବୋଲି କହିଛନ୍ତି । ‌ହାତୀ ମହୁଲପୋଚ ଖାଇବା ନେଇ ତାଙ୍କ ପାଖରେ କୌଣସି ପ୍ରମାଣ ନାହିଁ ବୋଲି ଜଙ୍ଗଲ ବିଭାଗ ଅଧିକାରୀ ପ୍ରକାଶ କରିଛନ୍ତି (cashew forest in Keojhar)। ସେପଟେ କିପରି ହାତୀପଲ ମହୁଲ ପୋଚ ଖାଇ ନିଶାରେ ମାତାଲ ହୋଇ କାଜୁ ଜଙ୍ଗଲରେ ଶୋଇ ରହିଲେ ଏବଂ ବନବିଭାଗ କର୍ମଚାରୀ ଟେର ପାଇଲେନି ତାହା ସନ୍ଦେହ ସୃଷ୍ଟି କରୁଛି ।

ହାତୀମାନେ ଦିନ ବେଳା ଆଶ୍ରୟ ନେଇ ପାରୁନଥିବା ବେଳେ ଲୋକ ହୋ ହାଲ୍ଲା କରି ହାତୀ ମାନଙ୍କୁ ଦିନରେ ଘଉଡାଉ ଥିବା ନଜରକୁ ଆସିଛି । ତେବେ ସ୍ଥାନୀୟ ବନବିଭାଗ ନିରବ ରହି ସଠିକ ପଦକ୍ଷେପ ନେଉ ନଥିବା ଅଭିଯୋଗ ହୋଇଛି । ଏଥିଯୋଗୁଁ ହାତୀ ଏବଂ ମଣିଷ ମଧ୍ୟରେ ପ୍ରାୟ ସମୟ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହେଉଛି ।

ଇଟିଭି ଭାରତ, କେନ୍ଦୁଝର

Last Updated : Nov 9, 2022, 9:23 PM IST

ABOUT THE AUTHOR

...view details